ପ୍ରତିଦିନ ଓଡ଼ିଶାରୁ ଖଣି ଲୁଟୁଛନ୍ତି

ଭୁବନେଶ୍ୱର, ୨୦।୧୨(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ଓଡ଼ିଶାର ବିକାଶ ଲାଗି ପ୍ରସ୍ତୁତ କରୁଥିବା ଯୋଜନା ମଧ୍ୟରୁ ମୁଖ୍ୟତଃ ଖଣି ରାଜସ୍ବ ଉପରେ ସର୍ବାଧିକ ନିର୍ଭର କରିଥାଆନ୍ତି। ହେଲେ ଦେଖିବାକୁ ମିଳିଛି, ରାଜ୍ୟ ସରକାରଙ୍କୁ ଏକ ବିଚିତ୍ର ପରିସ୍ଥିତିରେ ଖଣିରୁ ଅନେକ ଶହ କୋଟି ଟଙ୍କାର ରାଜସ୍ବ ଏବେ ହରାଇବାକୁ ପଡୁଛି। କେତେକ ଘରୋଇ ସଂସ୍ଥା ଖଣି ରାଜସ୍ବ ନ ଦେଇ ସେହି ଟଙ୍କା ଆତ୍ମସାତ୍‌ କରିବା ପାଇଁ ଗଳାବାଟ ତିଆରିକରି ଅନେକ ଶହ କୋଟି ଟଙ୍କା ଠକି ନେଉଥିବା ବେଳେ ସରକାର ଜଳକା ପାଲଟିଛନ୍ତି। ସରକାରଙ୍କ ଏଭଳି କିଛି ତଥ୍ୟ ଦେଖିବା ପରେ ଲାଗୁଛି ସତେ ଯେପରି ନିର୍ଦ୍ଦିଷ୍ଟ କେତେକ ସଂସ୍ଥାକୁ ଲାଭାନ୍ବିତ କରିବା ପାଇଁ ଖଣି ବିଭାଗର କେତେଜଣ ଅଧିକାରୀ ସବୁ ପ୍ରକାର ସୁବିଧା ବାଟ ଖୋଲି ଦେଇଛନ୍ତି। ଯେଉଁ ଟଙ୍କା ରାଜ୍ୟବାସୀଙ୍କ ମଙ୍ଗଳ ପାଇଁ ଖର୍ଚ୍ଚ ହେଇଥାଆନ୍ତା ସେଥିରୁ ବହୁ ଅର୍ଥ ନିର୍ଦ୍ଦିଷ୍ଟ କେତେଗୁଡିଏ କମ୍ପାନୀଙ୍କ ପକେଟକୁ ଯିବା ପାଇଁ ବାଟ ତିଆରି କରିଦିଆଯାଇଛି। ସରକାରଙ୍କ ପକ୍ଷରୁ ଏ ଦିଗରେ ଯେପରି ଉଦାସୀନତା ମନୋଭାବ ଦେଖାଯାଉଛି ତାହା ଅନେକଙ୍କୁ ଆଶ୍ଚର୍ଯ୍ୟ ମଧ୍ୟ କରିଛି।
ଇସ୍ପାତ ଓ ଖଣି ବିଭାଗ ତଥ୍ୟ ଅନୁଯାୟୀ, ରାଜ୍ୟର ଅନେକ ଖଣି ସରକାର ବିଭିନ୍ନ ସଂସ୍ଥାକୁ ପ୍ରଦାନ କରିଛନ୍ତି। ଖଣି ପଟ୍ଟାଧାରୀମାନେ ଦୈନିକ ବା ବାର୍ଷିକ କେତେ ଖଣିଜ ପଦାର୍ଥ ଉତ୍ତୋଳନ କରିପାରିବେ ସେନେଇ ନିୟମ ରହିଛି। ସରକାର ଆଉ ଏକ ନିୟମ କରିଥିଲେ ଯଦି ଧାର୍ଯ୍ୟ ଲକ୍ଷ୍ୟଠାରୁ କୌଣସି ସଂସ୍ଥା ଅଧିକ ଖଣିଜ ପଦାର୍ଥ ଉତ୍ତୋଳନ କରନ୍ତି ତେବେ ସେହି ଅନୁଯାୟୀ ସେମାନଙ୍କୁ ଅଧିକ ଷ୍ଟାମ୍ପ ଡ୍ୟୁଟି ଏବଂ ରେଜିଷ୍ଟ୍ରେଶନ ଫି ଦେବାକୁ ପଡ଼ିବ। ହେଲେ ସରକାରଙ୍କ ଏହି ନିୟମ କେବଳ କାଗଜ କଲମରେ ରହିଯାଇଛି। ଖଣି ପଟ୍ଟାଧାରୀମାନେ ଧାର୍ଯ୍ୟ ଲକ୍ଷ୍ୟଠାରୁ ଦୈନିକ ଏବଂ ବାର୍ଷିକ ଅଧିକ ଖଣିଜ ପଦାର୍ଥ ଉତ୍ତୋଳନ କରିବା ସତ୍ତ୍ୱେ ସରକାରଙ୍କୁ ଷ୍ଟାମ୍ପ ଡ୍ୟୁଟି ଏବଂ ରେଜିଷ୍ଟ୍ରେଶନ ଫି ପ୍ରଦାନ କରୁନାହାନ୍ତି। ରାଜ୍ୟର ଏକାଧିକ ସଂସ୍ଥା ମନଇଚ୍ଛା ଖଣିଜ ପଦାର୍ଥ ଉତ୍ତୋଳନକରି ତାକୁ ବିକିବାରେ ଲାଗିଛନ୍ତି। ସରକାରଙ୍କ ଏହି ନିୟମ ବିରୋଧରେ ଯୋଡ଼ା ଇଷ୍ଟରୁ ଆଇରନ ଉତ୍ତୋଳନ କରୁଥିବା ଟାଟା ଷ୍ଟିଲ୍‌ ଲିମିଟେଡ୍‌, କତାମାଟି ଆଇରନ ମାଇନ୍ସରୁ ଆଇରନ ଉତ୍ତୋଳନ କରୁଥିବା ଟାଟା ଷ୍ଟିଲ୍‌ ଲିମିଟେଡ୍‌, ଉଚ୍ଚାବାଲି ଆଇରନ ଏବଂ ମିନେରାନ୍ସ ମାଇନ୍ସରୁ ଆଇରନ ଉତ୍ତୋଳନ କରୁଥିବା ଇନ୍ଦ୍ରାଣୀ ପଟ୍ଟନାୟକ, ତିରିଙ୍ଗ ପାହାରରୁ ଆଇରନ ଏବଂ ମିନେରାଲ୍ସ ଉତ୍ତୋଳନ କରୁଥିବା ଟାଟା ଷ୍ଟିଲ୍‌ ଲିମିଟେଡ୍‌, ବାମେବାରିରୁ ଆଇରନ ଉତ୍ତୋଳନ କରୁଥିବା ଟାଟା ଷ୍ଟିଲ୍‌ ଲିମିଟେଡ୍‌, ଖଣ୍ଡାବନ୍ଧରୁ ଆଇରନ ଉତ୍ତୋଳନ କରୁଥିବା ଟାଟା ଷ୍ଟିଲ୍‌ ଲିମିଟେଡ୍‌ ଏବଂ ଯୋଡ଼ା ଓ୍ବେଷ୍ଟ୍‌ରୁ ଆଇରନ ଉତ୍ତୋଳନ କରୁଥିବା ଟାଟା ଷ୍ଟିଲ୍‌ ଲିମିଟେଡ୍‌ ପ୍ରାପ୍ତ ଅନୁମୋଦନଠାରୁ ମନଇଚ୍ଛା ଖଣିଜ ପଦାର୍ଥ ଉତ୍ତୋଳନ କରିବା ସହ ସେହି ଅନୁସାରେ ଷ୍ଟାମ୍ପ ଡ୍ୟୁଟି ଏବଂ ରେଜିଷ୍ଟ୍ରେଶନ ଫି ଦେବା ପରିବର୍ତ୍ତେ ଏହା ବିରୋଧରେ ହାଇକୋର୍ଟରେ ରିଟ୍‌ ପିଟିଶନ ଦାୟର କରିଛନ୍ତି। ଫଳରେ କୋର୍ଟରେ ମାମଲା ଥିବାବେଳେ ଏହି କେତୋଟି କମ୍ପାନୀଠାରୁ ଓଡ଼ିଶା ସରକାର ପାଇବାକୁ ଥିବା ଷ୍ଟାମ୍ପ ଡ୍ୟୁଟି ବାବଦକୁ ୨୩୪ କୋଟି ୫୧ ଲକ୍ଷ ୧୩ ହଜାର ୪୧୭ ଟଙ୍କା ଏବଂ ରେଜିଷ୍ଟ୍ରେଶନ ଫି’ ବାବଦ ୯୩ କୋଟି ୮୦ ଲକ୍ଷ ୪୫ ହଜାର ୩୬୭ ଟଙ୍କା ଏହିପରି ମୋଟ୍‌ ୩୨୮ କୋଟି ୩୧ ଲକ୍ଷ ୫୮ ହଜାର ୭୮୪ ଟଙ୍କା ହରାଇଛନ୍ତି। କେବେ ଏ ସମ୍ପର୍କିତ ମାମଲାର ଚୂଡ଼ାନ୍ତ ଶୁଣାଣି ହେବ ଏବଂ କେବେ ସରକାର ତାଙ୍କ ନ୍ୟାଯ୍ୟ ରାଜସ୍ବ ବାବଦ ଅର୍ଥ ପାଇବେ ତାକୁ ନେଇ ସନ୍ଦେହ ଦେଖାଦେଇଛି। ଏହି ହାତଗଣତି କେତୋଟି କମ୍ପାନୀ ସରକାରଙ୍କ ନିଷ୍ପତ୍ତି ବିରୋଧରେ ଖଣି ଉତ୍ତୋଳନକରି କୋର୍ଟକୁ ଯିବା ପରେ ସେହି ବାହାନାରେ ରାଜ୍ୟରେ ଖଣିଜ ପଦାର୍ଥ ଉତ୍ତୋଳନ କରୁଥିବା ଆହୁରି ବହୁ କମ୍ପାନୀକୁ ଏହା ସୁହାଇଯାଇଛି। କାରଣ ସେମାନେ ମଧ୍ୟ ଧାର୍ଯ୍ୟ ଲକ୍ଷ୍ୟଠାରୁ ଅଧିକ ଖଣିଜ ପଦାର୍ଥ ଉତ୍ତୋଳନକରି ସେ ସମ୍ବନ୍ଧିତ ଅଧିକ ଷ୍ଟାମ୍ପ ଡ୍ୟୁଟି ଓ ରେଜିଷ୍ଟ୍ରଶନ ଫି’ ନ ଦେଇ ମାମଲା କୋର୍ଟରେ ଥିବା କହି ରାଜ୍ୟକୁ ମିଳିବାକୁ ଥିବା ରାଜସ୍ବ ଫାଙ୍କି ସେହି ଟଙ୍କା ସବୁ ନିଜ ପକେଟରେ ପୂରାଇବାରେ ଲାଗିଛନ୍ତି। ଜଣେ ବରିଷ୍ଠ ଖଣି ଅଧିକାରୀଙ୍କ ସୂଚନା ମୁତାବକ, ମାମଲା କୋର୍ଟରେ ଥିବାବେଳେ ବାସ୍ତବରେ ଏବେ ଖଣି ପଟ୍ଟାଧାରୀମାନେ ଦୈନିକ କେତେ ଅଧିକ ଖଣିଜ ପଦାର୍ଥ ଉତ୍ତୋଳନ କରୁଛନ୍ତି ତା’ର ଠିକ୍‌ ତଥ୍ୟ ମଧ୍ୟ ବର୍ତ୍ତମାନ ସରକାର ରଖିବାରେ ବିଫଳ ହେଉଛନ୍ତି। ଫଳରେ ଅନେକ ହଜାର କୋଟି ଟଙ୍କାର ଖଣିଜ ପଦାର୍ଥ ରାଜ୍ୟରୁ ଏହି ବାଟରେ ପ୍ରତିଦିନ ଚୋରି ହେବାରେ ଲାଗିଛି।
ଖଣିମନ୍ତ୍ରୀ ବିଭୂତି ଭୂଷଣ ଜେନା ଗତ ୪ ତାରିଖରେ ବିଧାନସଭାରେ ରଖିଥିବା ଉତ୍ତର ଅନୁଯାୟୀ, ଯୋଡ଼ା ଇଷ୍ଟ ଆଇରନ ମାଇନ୍ସରୁ ଅଧିକ ଖଣିଜ ପଦାର୍ଥ ଉତ୍ତୋଳନ ବାବଦରେ ଟାଟା ଷ୍ଟିଲ୍‌ ଲିମିଟେଡ୍‌ ୪୯ କୋଟି ୪୦ ଲକ୍ଷ ୧୭ ହଜାର ୫୦୦ ଟଙ୍କା ଷ୍ଟାମ୍ପ ଡ୍ୟୁଟି ଏବଂ ୧୯ କୋଟି ୭୬ ଲକ୍ଷ ୦୭ ହଜାର ଟଙ୍କାର ରେଜିଷ୍ଟ୍ରେ୍‌ଶନ ଫି’ ବାବଦ ଅର୍ଥ ବକେୟା ରଖିଛି। ସେହିପରି କତାମାଟି ଆଇରନ ମାଇନ୍ସରୁ ଟାଟା ଷ୍ଟିଲ୍‌ ଲିମିଟେଡ୍‌ ଷ୍ଟାମ୍ପ ଡ୍ୟୁଟି ବାବଦକୁ ୬୧ କୋଟି ୪୮ ହଜାର ୨୭ ଲକ୍ଷ ୫୮୮ ଟଙ୍କା ଏବଂ ରେଜିଷ୍ଟ୍ରେଶନ ଫି ୨୪ କୋଟି ୫୯ ଲକ୍ଷ ୩୧ ହଜାର ୦୩୫ ଟଙ୍କା, ଇନ୍ଦ୍ରାଣୀ ପଟ୍ଟନାୟକ ଷ୍ଟାମ୍ପ ଡ୍ୟୁଟି ୩୯ କୋଟି ୦୩ ଲକ୍ଷ ୨୮ ହଜାର ୩୬୫ ଟଙ୍କା ଏବଂ ରେଜିଷ୍ଟ୍ରେଶନ ଫି ୧୫ କୋଟି ୬୧ ଲକ୍ଷ ୩୧ ହଜାର ୩୪୬ ଟଙ୍କା, ଟାଟା ଷ୍ଟିଲ୍‌ ତିରିଙ୍ଗ ପାହାର ମାଇନିଂ ବାବଦରେ ଷ୍ଟାମ୍ପ ଡ୍ୟୁଟି ୩ କୋଟି ୨୬ ଲକ୍ଷ ୫୮ ହଜାର, ୮୧୮ ଟଙ୍କା ଓ ରେଜିଷ୍ଟ୍ରେଶନ ଫି ୧ କୋଟି ୩୦ ଲକ୍ଷ ୬୩ ହଜାର ୫୨୮ ଟଙ୍କା, ବାମେବାରୀ ମାଇନିଂ ବାବଦରେ ଟାଟା ଷ୍ଟିଲ୍‌ ଷ୍ଟାମ୍ପ ଡ୍ୟୁଟି ୩ କୋଟି ୭୮ ଲକ୍ଷ ୩୬ ହଜାର ୨୨୩ ଟଙ୍କା ଓ ରେଜିଷ୍ଟ୍ରେଶନ ଫି ୧ କୋଟି ୫୧ ଲକ୍ଷ ୩୪ ହଜାର ୪୮୯ ଟଙ୍କା, ଖଣ୍ଡାବନ୍ଧ ମାଇନିଂ ବାବଦକୁ ଟାଟା ଷ୍ଟିଲ୍‌ ଷ୍ଟାମ୍ପ ଡ୍ୟୁଟି ୬୭ କୋଟି ୮୪ ଲକ୍ଷ ୫୦ ହଜାର ୭୦୦ ଟଙ୍କା ଓ ରେଜିଷ୍ଟ୍ରେଶନ ଫି ୨୭ କୋଟି ୧୩ ଲକ୍ଷ ୮୦ ହଜାର ୨୮୦ ଟଙ୍କା, ଯୋଡ଼ା ଓ୍ବେଷ୍ଟ ମାଇନିଂ ବାବଦରେ ଟାଟା ଷ୍ଟିଲ୍‌ ଲିମିଟେଡ୍‌ ଷ୍ଟାମ୍ପ ଡ୍ୟୁଟି ୯ କୋଟି ୬୯ ଲକ୍ଷ ୯୪ ହଜାର ୨୨୩ ଟଙ୍କା ଓ ରେଜିଷ୍ଟ୍ରେ୍‌ଶନ ଫି’ ୩ କୋଟି ୮୭ ଲକ୍ଷ ୯୭ ହଜାର ୬୮୯ ଟଙ୍କା ସରକାରଙ୍କୁ ଦେବାକୁ ରହିଛି। ଏହି କେତୋଟି ସଂସ୍ଥା କୋର୍ଟରେ ମାମଲା କରିଥିବା ନେଇ ସରକାର ବିଧାନସଭାରେ ତଥ୍ୟ ରଖିଛନ୍ତି, ହେଲେ ଏମାନଙ୍କ ବାଟରେ ଆଉ କେତେ ଖଣି କମ୍ପାନୀ ଏପରି ରାଜସ୍ବ ଟଙ୍କା ବକେୟା ରଖି କୋର୍ଟ ନିଷ୍ପତ୍ତି ଆସିବା ଅପେକ୍ଷାରେ ସରକାରଙ୍କୁ ଠକି ଚାଲିଛନ୍ତି ସେକଥା ସାମ୍ନାକୁ ଅଣାଯାଉ ନାହିଁ। ରାଜ୍ୟ ଆଡଭୋକେଟ୍‌ ଜେନେରାଲ ଅଫିସ୍‌ ଏହି ମାମଲାକୁ ନେଇ ଯେମିତି କୋର୍ଟରେ ଲଢ଼ିବା କଥା ଜାଣିଶୁଣି ତାହା ନ କରି ଆନ୍ତରିକତାର ଅଭାବ ଦେଖାଉଛନ୍ତି, ଯେଉଁଥିଲାଗି ପ୍ରତିଦିନ ରାଜ୍ୟ ରାଜକୋଷର କ୍ଷତି ହୋଇଚାଲିଛି।
ସୂଚନାଯୋଗ୍ୟ, ରାଜ୍ୟରେ ଅଦ୍ୟାବଧି ୩୮୭ଟି ଖଣି ଅବଧି ଏବେ ବଳବତ୍ତର ରହିଛି। ସେଥିମଧ୍ୟରୁ ୨୦୪ଟି ଖଣି କାର୍ଯ୍ୟକ୍ଷମ ଥିବାବେଳେ ବିଭିନ୍ନ କାରଣ ଯୋଗୁ ୧୮୩ଟି କାର୍ଯ୍ୟକ୍ଷମ ନାହିଁ। ଖଣି ପଟ୍ଟାଧାରୀମାନେ ସେମାନଙ୍କ ଖଣିରୁ ଖଣିଜ ପଦାର୍ଥ ଉତ୍ତୋଳନକରିବା ସହ ଖଣି ଓ ଖଣିଜ ଅଧିନିୟମ ୨୦୧୬ ଅନୁଯାୟୀ ଖଣି ଅଞ୍ଚଳରେ ସର୍ବେକ୍ଷଣ ଅନୁସନ୍ଧାନ କରିବାର ବିଧି ରହିଛି। ଲିଜ୍‌ଧାରୀମାନେ ତାଙ୍କର ଖଣି ଅଞ୍ଚଳର ମାଇନିଂ ପ୍ଲାନ୍‌ ଏବଂ ସ୍କିମ୍‌ରେ ଉତ୍ପାଦନ କ୍ଷମତା ବୃଦ୍ଧି କରିବାକୁ ଚାହିଁିଲେ ଇଣ୍ଡିଆନ ବ୍ୟୁରୋ ଅଫ୍‌ ମାଇନ୍ସ(ଆଇବିଏମ୍‌)ଙ୍କ ଠାରୁ ଅନୁମୋଦନ ନେବା ଜରୁରୀ। ମାତ୍ର ତାହା ମଧ୍ୟ ସେମାନେ ଠିକ୍‌ ଭାବେ କରୁ ନ ଥିବା ଜଣାପଡ଼ିଛି।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri