ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ମିନତି

ଭୁବନେଶ୍ୱର,୧୯।୩(ରବିନାରାୟଣ ଜେନା): ବହୁଚର୍ଚ୍ଚିତ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ହତ୍ୟାକାଣ୍ଡ ମାମଲା ଏବେ ରୋଚକ ମୋଡ଼ ନେଇଛି। ଦୀର୍ଘଦିନ ଧରି ତାଙ୍କ ଝିଅ ଦୀପାଳି ଦାସ ମୁଖ୍ୟମନ୍ତ୍ରୀଙ୍କଠାରେ ସିବିଆଇ ତଦନ୍ତ ଲାଗି ଦାବି କରିବେ ବୋଲି କହି ଆସୁଥିବାବେଳେ ସୋମବାର ନବଙ୍କ ସ୍ତ୍ରୀ ମିନତି ଦାସ ମୁଖ୍ୟମନ୍ତ୍ରୀଙ୍କୁ ଇ-ମେଲ୍‌ କରିଥିଲେ। ଉକ୍ତ ଘଟଣାରେ ସରକାର ହସ୍ତକ୍ଷେପ କରନ୍ତୁ ବୋଲି ସେ ଅନୁରୋଧ କରିଥିଲେ।
ଏହି ପରିପ୍ରେକ୍ଷୀରେ ବୁଧବାର ମୁଖ୍ୟମନ୍ତ୍ରୀଙ୍କୁ ମିନତି ଭେଟିବା ପାଇଁ ସମୟ ଦିଆଯାଇଛି। ଏନେଇ ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଅପରାହ୍ନ ୫ଟାରେ ମିନତି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଉକ୍ତ ହତ୍ୟାକାଣ୍ଡ ସମ୍ପର୍କରେ ବିସ୍ତୃତ ଆଲୋଚନା କରିବେ।
ଅନ୍ୟପକ୍ଷରେ ମଙ୍ଗଳବାର ଗୃହରେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ମୁଲତବୀ ଆଲୋଚନା କାଳରେ କହିଛନ୍ତି ଯେ, ବିରୋଧୀମାନେ ଆଜି ଯେଉଁ ଆଙ୍ଗୁଠି ଆମକୁ ଦେଖାଉଛନ୍ତି ଆଗେ ସେମାନେ ନିଜେ ବୁଝିବା ଦରକାର। ନବ ଦାସଙ୍କ ହତ୍ୟା ଘଟଣାରେ ପରିବାର ଲୋକେ ଅସନ୍ତୁଷ୍ଟ ରହିଛନ୍ତି। ପୂର୍ବ ସରକାର ତାଙ୍କୁ ନ୍ୟାୟ ଦେଇପାରିଲା ନାହିଁ। ଏବେ ସେମାନେ ମୋହନ ସରକାରଙ୍କ ଉପରେ ଭରସା କରିଛନ୍ତି। ଏହାକୁ ନେଇ ସରକାରଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ମଙ୍ଗଳବାର କ୍ରାଇମ୍‌ବ୍ରାଞ୍ଚର ଗୋଟିଏ ଟିମ୍‌ ନବଙ୍କ ଘରେ ଘଟଣାର ଅନୁସନ୍ଧାନ କରି ବୟାନ ରେକର୍ଡ କରିଛି ବୋଲି ମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନର ମଧ୍ୟସ୍ଥତା ଫେଲ ମାରିବା ପରେ ରାଗରେ ଇରାନ ଉପରେ ଖପ୍ପା ହେଲେଣି ଟ୍ରମ୍ପ!

ଓ୍ବାଶିଂଟନ,୧୨।୪: ଇସଲାମାବାଦରେ ଆମେରିକା-ଇରାନ ଆଲୋଚନା ବିଫଳ ହେବା ପରେ, ପୁଣି ଥରେ ଯୁଦ୍ଧ ଆରମ୍ଭ ହେବାକୁ ଯାଉଛି କି ନାହିଁ ସେ ବିଷୟରେ ପ୍ରଶ୍ନ ଉଠାଯାଉଛି। ଏହା…

କେନ୍ଦ୍ରାପଡ଼ା ଜିଲାର ଏହି ବ୍ଲକରେ ବିଜେଡିରୁ ସମସ୍ତେ ଦେଇଦେଲେ ଇସ୍ତଫା

ପାଟକୁରା,୧୨ା୪(ରବୀନ୍ଦ୍ର ନାଥ ବାରିକ): କେନ୍ଦ୍ରାପଡା ଜିଲା ପାଟକୁରା ନିର୍ବାଚନ ମଣ୍ଡଳୀ ଗରଦପୁର ବ୍ଲକ ବିଜେଡି ସମର୍ଥିତ ତଥା ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ଅନୁଗତମାନେ ବିଜେଡିରୁ ସମୂହ ଇସ୍ତଫା…

ଜିଲାପାଳଙ୍କ ତଦାରଖ ପରେ ଫେରିଘାଟ ବନ୍ଦ ନିର୍ଦ୍ଦେଶ, ଡଙ୍ଗା ଇଞ୍ଜିନ ଚାବି ଜବତ କରି…

ମହାକାଳପଡ଼ା,୧୨ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପଞ୍ଚାୟତ ବାହାକୁଦ-ମୂଷଡିଆ ମହାନଦୀ ଫେରିଘାଟରେ ଲାଇଫ ଜ୍ୟାକେଟ, ସିସିଟିଭି ଆଦି ବ୍ୟବାହର ହେଉ ନ ଥିବା…

PF ଆକାଉଣ୍ଟରୁ ଟଙ୍କା ଉଠାଇବାକୁ ଚାହୁଁଛନ୍ତି କି? ଜାଣନ୍ତୁ ଅନ୍‌ଲାଇନ୍‌ ଏବଂ ଅଫଲାଇନ୍‌ ଉଠାଣର ଷ୍ଟେପ୍‌ ବାଇ ଷ୍ଟେପ୍‌ ପ୍ରକ୍ରିୟା…

ନୂଆଦିଲ୍ଲୀ,୧୨।୪: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ନିଜର କୋଟି କୋଟି ଅଂଶଧାରକଙ୍କ ପାଇଁ ପିଏଫ (PF) ଟଙ୍କା ଉଠାଣ ପ୍ରକ୍ରିୟାକୁ ପୂର୍ବ ଅପେକ୍ଷା ଅଧିକ ସହଜ…

ମହିଳା ସଂରକ୍ଷଣ ବିଲ୍‌କୁ ନେଇ ପ୍ରଭାତୀ ପରିଡ଼ାଙ୍କ ବଡ଼ ଅପଡେଟ୍‌, କହିଲେ ଦେଶକୁ ଏକ ନୂଆ…

ଭୁବନେଶ୍ୱର,୧୨ା୪: ମହିଳା ସଂରକ୍ଷଣ ବିଲ୍‌ ପ୍ରସଙ୍ଗରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ରବିବାର ଏକ ବଡ଼ ସୂଚନା ଦେଇଛନ୍ତି। ସେ ଏକ ପ୍ରେସ୍‌ମିଟ୍‌ରେ କହିଛନ୍ତି, ୩୩% ମହିଳା ସଂରକ୍ଷଣ…

IPL 2026 ରେ ପ୍ରଥମ ବିଜୟ ପରେ ମଧ୍ୟ କାହିଁକି ଲକ୍ଷ ଲକ୍ଷ ଟଙ୍କାର କ୍ଷତି ସହିଲେ ଋତୁରାଜ ଗାୟକୱାଡ? ଜାଣନ୍ତୁ କିଏ ଲଗାଇଲା ଜରିମାନା

ନୂଆଦିଲ୍ଲୀ,୧୨।୪: ଶନିବାର ଅନୁଷ୍ଠିତ ଏକ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୨୩ ରନରେ ପରାସ୍ତ କରିଛି। ଏହା ଆଇପିଏଲ ୨୦୨୬ରେ ସିଏସକେର ପ୍ରଥମ ବିଜୟ;…

ଧନୀ-ଦରିଦ୍ର ରାଷ୍ଟ୍ର ମଧ୍ୟରେ ବଢୁଛି ବ୍ୟବଧାନ: ଆସିଲା ଚାଞ୍ଚଲ୍ୟକର ରିପୋର୍ଟ

ଜାତିସଂଘ,୧୨ା୪:ଧନୀ ଓ ଦରିଦ୍ର ଦେଶଗୁଡ଼ିକ ମଧ୍ୟରେ ବ୍ୟବଧାନ ଅଧିକ ପ୍ରଶସ୍ତ ହେଉଥିବା ଜାତିସଂଘ ରିପୋର୍ଟରୁ ଜଣାପଡ଼ିଛି। ବ୍ୟବଧାନ କମାଇବା ଦିଗରେ କାର୍ଯ୍ୟ କରିବା ପାଇଁ ବୃହତ୍‌ ବୈଶ୍ୱିକ…

ଆରମ୍ଭ ହେଲା ପାକିସ୍ତାନର ଖରାପ ସମୟ, ଇସଲାମାବାଦରେ ମାଡ଼ ହେବ ମିଶାଇଲ!

ଇସଲାମାବାଦ,୧୨।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧବିରତି ଆଲୋଚନା ଭାଙ୍ଗିବା କେବଳ ପଶ୍ଚିମ ଏସିଆରେ କ୍ଷେପଣାସ୍ତ୍ର ଏବଂ ବୋମା ଆକ୍ରମଣ ପୁନରାବୃତ୍ତିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri