ଗନ୍ଧମାର୍ଦ୍ଦନ ଜୈବ ବିବିଧତା ଐତିହ୍ୟସ୍ଥଳୀ ଘୋଷିତ

ବଲାଙ୍ଗୀର ଅଫିସ, ୨୩ା୩: ଭବ୍ୟ ପ୍ରାକୃତିକ ସମ୍ପଦ, ଜୈବ ବିବିଧତା, ସହସ୍ରାଧିକ ଔଷଧୀୟ ଗୁଳ୍ମ, ଜଙ୍ଗଲ ଓ ବନ୍ୟ ସମ୍ପଦ ତଥା ୨୦ରୁ ଊର୍ଦ୍ଧ୍ୱ ଚିରସ୍ରୋତା ଝରଣା ପାଇଁ ସୁପ୍ରସିଦ୍ଧ ବଲାଙ୍ଗୀର ଓ ବରଗଡ଼ ଜିଲା ସୀମାରେଖାରେ ଥିବା ଗନ୍ଧମାର୍ଦ୍ଦନ ପାହାଡ଼କୁ ରାଜ୍ୟ ସରକାର ଜୈବ ବିବିଧତା ଐତିହ୍ୟସ୍ଥଳୀ ଭାବେ ଘୋଷଣା କରିଛନ୍ତି। ଏନେଇ ରାଜ୍ୟ ଜଙ୍ଗଲ, ପରିବେଶ ଏବଂ ଜଳବାୟୂ ପରିବର୍ତ୍ତନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜରିଆରେ ସୂଚନା ଦିଆଯାଇଛି।
ପ୍ରାୟ ୧୯ହଜାର ହେକ୍ଟର ଜମି ପରିବ୍ୟାପ୍ତ ପୁରାଣ ପ୍ରସିଦ୍ଧ ଗର୍ଦ୍ଧମାର୍ଦ୍ଦନ ପାହାଡ଼ରେ ହଜାରରୁ ଊର୍ଦ୍ଧ୍ୱ ପ୍ରକାରର ବିରଳ ଔଷଧୀୟ ଗୁଳ୍ମ, ଅନେକ ପ୍ରଜାତିର ଔଷଧୀୟ ଗଛ, ଫଳ, ଫୁଲ ଏବଂ ବହୁ ମୂଲ୍ୟବାନ ଲଘୁ ବନଜାତ ବନ୍ୟ ସମ୍ପଦ ଭରି ରହିଛି। ବଲାଙ୍ଗୀର ଜିଲା ପଟ ହରିଶଙ୍କର ଏବଂ ବରଗଡ଼ ଜିଲା ପଟେ ନୃସିଂହନାଥ ଭଳି ପ୍ରସିଦ୍ଧ ତୀର୍ଥକ୍ଷେତ୍ର ରହିଛି। ସୁପ୍ରସିଦ୍ଧ କପିଳଧାରା ଜଳପ୍ରପାତ, ସେଲାପଥର, ଜଳମହାଦେବ ଭଳି ଦର୍ଶନୀୟ ସ୍ଥାନ ରହିଛି। ଏଠାରେ ଦୀର୍ଘ ୧୮ କିମିର ଟ୍ରେକିଂ ସାଇଟ୍‌ ମଧ୍ୟ ରହିଛି। ଆଜିବି ଏଠାରେ ବହୁ ପାରମ୍ପରିକ ବୈଦ୍ୟ ଜଡ଼ିବୁଟିର ସନ୍ଧାନ ଚାଲିଛି। ୧୯୮୦ ଦଶକରେ ଏଠାରେ ବସ୍କାଇଟ୍‌ ଖଣି ଖନନ ପାଇଁ ସରକାର ଅନୁମତି ହେବା ପରେ ଏହି ପୁରାଣ ପ୍ରସିଦ୍ଧ ଏବଂ ପ୍ରାକୃତିକ ଶୋଭାରେ ଭରପୁର ଗନ୍ଧମାର୍ଦ୍ଦନର ସୁରକ୍ଷା ପାଇଁ ଐତିହାସିକ ବାଲ୍‌କୋ ହଟାଅ ଆନ୍ଦୋଳନ ହୋଇଥିଲା। ଏହି ଆନ୍ଦୋଳନ ଫଳରେ ଖଣି ଖନନ ବନ୍ଦ କରି ବାଲ୍‌କୋ କମ୍ପାନୀକୁ ହଟାଇବାକୁ ସରକାର ଏକ ପ୍ରକାର ବାଧ୍ୟ ହୋଇଥିଲେ। ଏଭଳି ଏକ ଦୁର୍ଲଭ ପର୍ବତଶ୍ରେଣୀକୁ ଜୈବ ବିବିଧତା ଐତିହ୍ୟସ୍ଥଳୀ ଭାବେ ଘୋଷଣା କରିବାକୁ ରାଜ୍ୟ ଜୈବ ବିବିଧତା ବୋର୍ଡକୁ ବିଭିନ୍ନ ବ୍ଲକ ଏବଂ ଜିଲାସ୍ତରୀୟ ଜୈବବିବିଧତା ବୋର୍ଡ ପକ୍ଷରୁ ସୁପାରିସ କରାଯାଇ ଆସୁଥିଲା। ଶେଷରେ ଏହି ସୁପାରିଶକୁ ରାଜ୍ୟ ସରକାର ମାନ୍ୟତା ପ୍ରଦାନ କରିଥିବା ଜଣାପଡିଛି। ଗନ୍ଧମାର୍ଦ୍ଦନ ଜୈବ ବିବଧତା ଐତିହ୍ୟସ୍ଥଳୀ ଘୋଷଣା ହେବା ପରେ ଏଠାକାର ଜୈବ ବିବିଧତା ସୁରକ୍ଷିତ ହୋଇପାରିବ। ଗନ୍ଧମାର୍ଦ୍ଦନକୁ ରାଜ୍ୟ ସରକାର ଜୈବ ବିବିଧତା ଐତିହ୍ୟସ୍ଥଳୀ ଭାବେ ଘୋଷଣା କରିଥିବାନେଇ ବଲାଙ୍ଗୀର ଡିଏଫ୍‌ଓ ନୀତିଶ କୁମାର ବୁଧବାର ବଲାଙ୍ଗୀର ସାମ୍ବାଦିକ ଭବନଠାରେ ଆୟୋଜିତ ଜୈବ ବିବିଧତା ବୋର୍ଡର ଏକ ସଭାରେ ସୂଚନା ଦେଇଛନ୍ତି। ଏହି ଘୋଷଣା ପରେ ଗନ୍ଧମାର୍ଦ୍ଦନରୁ ଖଣି ଖନନ ଆଶଙ୍କା ଏକ ପ୍ରକାର ଦୂର ହୋଇଥିବା ପରିବେଶବିତ୍‌ ମତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri