Categories: ବାଣିଜ୍ୟ

ଜିଇଏମ୍‌ ଦ୍ୱାରା କିଣାହେବ ଲକ୍ଷେ କୋଟିର ସାମଗ୍ରୀ

ନୂଆଦିଲ୍ଲୀ,୨୨।୨: ରାଷ୍ଟ୍ରାୟତ୍ତ ପ୍ରୋକ୍ୟୁଅରମେଣ୍ଟ ପୋର୍ଟାଲ ଗଭର୍ନମେଣ୍ଟ ଇ-ମାର୍କେଟ(ଜିଇଏମ୍‌) ଦ୍ୱାରା ଆର୍ଥତ୍କବର୍ଷ ୨୦୨୧-୨୨ରେ ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ସାମଗ୍ରୀ କିଣାଯିବ। ପ୍ରତିରକ୍ଷା ଏବଂ ପିଏସ୍‌ୟୁଗୁଡିକରୁ କ୍ରୟ ବଢିବାରୁ ଏଭଳି ହେବା ନେଇ ଆକଳନ କରାଯାଇଥିବା ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ସରକାର ଜିଇଏମ୍‌କୁ ୨୦୧୬ ଅଗଷ୍ଟରେ ଶୁଭାରମ୍ଭ କରିଥିଲେ। କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗ ଏବଂ ମନ୍ତ୍ରଣାଳୟ ଲାଗି ଏଥିରୁ ସାମଗ୍ରୀ କ୍ରୟ କରିବା ବ୍ୟବସ୍ଥା କରାଯାଇଥିଲା। ଜିଇଏମ୍‌ ସିଇଓ ତଲୀନ କୁମାର ଶୁକ୍ରବାର କହିଛନ୍ତି, ୨୦୨୦-୨୧ରେ ଅର୍ଡର ମୂଲ୍ୟ ୩୭ ହଜାର କୋଟି ଟଙ୍କା ରହିବ ବୋଲି ଆକଳନ କରାଯାଇଛି। ଏହାର ପୂର୍ବ ଆର୍ଥତ୍କ ବର୍ଷରେ ୨୨,୮୯୬ କୋଟି ଟଙ୍କା ରହିଥିଲା। ଆସନ୍ତା ଆର୍ଥତ୍କ ବର୍ଷରେ ଅର୍ଡର ଭାଲ୍ୟୁ ୩ ଗୁଣ ହେବା ନେଇ ଆକଳନ କରାଯାଇଥିବା କୁମାର କହିଛନ୍ତି।
ଚଳିତବର୍ଷ ରାଷ୍ଟ୍ରାୟତ୍ତ କମ୍ପାନୀଗୁଡ଼ିକ ୩୩୭୨ କୋଟି ଟଙ୍କାର ସାମଗ୍ରୀ କ୍ରୟ କରିଛନ୍ତି। ସେହିଭଳି ପ୍ରତିରକ୍ଷା ମନ୍ତ୍ରଣାଳୟ ୩୪୦୬ କୋଟି ଟଙ୍କାର ସାମଗ୍ରୀ ଅଦ୍ୟାବଧି କିଣି ସାରିଛି। ସରକାରଙ୍କ ସାମଗ୍ରୀ ସଂଗ୍ରହ ପ୍ରକ୍ରିୟାକୁ ଏକୀକରଣ କରିବା ଦିଗରେ ପଦକ୍ଷେପ ନିଆଯାଉଛି। ସେହିଭଳି ଭାରତରେ ପ୍ରସ୍ତୁତ ହେଉଥିବା ସାମଗ୍ରୀଗୁଡିକୁ ପ୍ରୋତ୍ସାହିତ ଉପରେ ବର୍ତ୍ତମାନ ନଜର ରଖାଯାଇଛି। ସେହିଭଳି ଜିଇଏମ୍‌ ୫.୦ରେ ନୂଆ ଟେକ୍ନୋଲୋଜିକୁ ଗୁରୁତ୍ୱ ଦିଆଯାଉଛି। ଏ କ୍ଷେତ୍ରରେ ମେଶିନ ଲର୍ନିଂ ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଭଳି ଟେକ୍ନୋଲୋଜି ବ୍ୟବହାର କରାଯାଉଛି ବୋଲି କୁମାର ମତପ୍ରକାଶ କରିଛନ୍ତି।

Share