ଷ୍ଟିଲ୍‌ ପ୍ଲେଟ୍‌ରେ ଏଟିଏମ୍‌ରୁ ଲୁଟିଥିଲେ ବହୁ କୋଟି

ଭୁବନେଶ୍ୱର,୩୧।୮(ବ୍ୟୁରୋ): ଓଡ଼ିଶାରେ ଦୀର୍ଘମାସ ହେବ ଆଡ୍ଡା ଜମାଇଥିଲା ହରିୟାଣା ଏଟିଏମ୍‌ ଲୁଟେରା ଗ୍ୟାଙ୍ଗ୍‌। ହୋଟେଲରେ ହେଉଥିଲା ବ୍ଲୁ ପ୍ରିଣ୍ଟ। ଟାର୍ଗେଟରେ ଏସ୍‌ବିଆଇ ଏଟିଏମ୍‌ ରହିଥିବାବେଳେ ଷ୍ଟିଲ୍‌ ପ୍ଲେଟ୍‌ରେ ହିଁ ଲୁଟୁଥିଲେ କୋଟି କୋଟି ଟଙ୍କା। ଗତ ୨୫ ତାରିଖରେ ଲିଙ୍ଗରାଜ ଥାନା ଅନ୍ତର୍ଗତ ବଢ଼େଇବାଙ୍କସ୍ଥିତ ଏସ୍‌ବିଆଇ ଏଟିଏମ୍‌ରୁ ଲୁଟ୍‌ବେଳେ ୨ଜଣ ଧରାପଡିଥିବାବେଳେ ପରବର୍ତ୍ତୀ ସମୟରେ ମୁଖ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରିଥିଲା କମିଶନରେଟ ପୋଲିସ। ଏମାନେ ହେଲେ ହରିୟାଣା ଫରିଦାବାଦର ଏମ୍‌ଡି ସଲମନ୍‌(୧୮), ନୁହ ଜିଲା ନାଗିନା ଥାନାର କାଫାଇୟାତ (୩୫) ଓ ଫରିଦାବାଦ ଜିଲା ପଲୱାଲ୍‌ ଥାନାର ରାଜକୁମାର ତନୱାର(୩୧)। ଏମାନଙ୍କଠୁ ପୋଲିସ ଲୁଟ୍‌ରେ ବ୍ୟବହୃତ ୫ଟି ଲୁହା ପାତ ସହ ବିଭିନ୍ନ ବ୍ୟାଙ୍କର ୧୫ ଏଟିଏମ୍‌ କାର୍ଡ, ଗୋଟିଏ କାର୍‌, ୩ ମୋବାଇଲ ଫୋନ୍‌, ୯୦ ହଜାର ନଗଦ ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି। ଏନେଇ ଭୁବନେଶ୍ୱର ଲକ୍ଷ୍ମୀସାଗର, ଲିଙ୍ଗରାଜ ଓ ଶହୀଦନଗର ଥାନା ଏବଂ କଟକ ମାଲଗୋଦାମ ଥାନାରେ ମୋଟ ୪ ମାମଲା ରୁଜୁ ହୋଇଛି। ସୋମବାର ପୋଲିସ ଅଭିଯୁକ୍ତମାନଙ୍କୁ ଲିଙ୍ଗରାଜ ଥାନା ବଢେଇବାଙ୍କସ୍ଥିତ ଉକ୍ତ ଏଟିଏମ୍‌କୁ ନେଇଥିଲା। ସେଠାରେ ସେମାନେ ଲୁଟ୍‌ର ଡେମୋ ଦେଖାଇଥିଲେ। ଏପରିକି ଲୁଟ୍‌ ପରେ ଟଙ୍କାକୁ କାରର କେଉଁ ଗୁପ୍ତ ସ୍ଥାନରେ ଲୁଚାଇଥାନ୍ତି ଓ କିଏ କ’ଣ କରୁଥିଲା ପୂରା ଘଟଣାକୁ ଜଣ ଜଣ କରି ଦେଖାଇଥିଲେ। ଲୁଟ ଟଙ୍କାରେ ଜବତ ହୋଇଥିବା ଦାମୀ କାର ମଧ୍ୟ କିଣିଥିଲେ। ହୋଟେଲରେ ରହି ମନଇଚ୍ଛା ଟଙ୍କା ଖର୍ଚ୍ଚ କରି ମନୋରଞ୍ଜନ କରୁଥିଲେ। ତେବେ ଏମାନେ ଭୁବନେଶ୍ୱରର ୫ଟି ଓ କଟକର ୬ଟି ଏଟିଏମ୍‌ରୁ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଲୁଟ୍‌ କରିଥିବା ପୋଲିସ ଜାଣିବାକୁ ପାଇଛି। ତେବେ ଭୁବନେଶ୍ୱରର ୩ ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ ମୋଟ ୫୭ହଜାର ୫ଶହ ଟଙ୍କା ଲୁଟ୍‌ ହୋଇଥିବା ପୋଲିସ ସୂଚନା ଦେଇଛି। ଡେମୋ ପରେ ସମସ୍ତଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ଜେଲ୍‌ ପଠାଇ ଦିଆଯାଇଛି।
ଅଭିଯୁକ୍ତମାନେ ଏଟିଏମ୍‌ର କ୍ୟାଶ୍‌ ବାହାରିବା ସ୍ଥାନରେ ଷ୍ଟିଲ୍‌ ପ୍ଲେଟ୍‌ ଲଗାଇ ଆଖପାଖରେ ଜଗି ରହୁଥିଲେ। କେହି ବ୍ୟକ୍ତି ଟଙ୍କା ଉଠାଇବା ସମୟରେ ତାହା ଉକ୍ତ ପ୍ଲେଟ୍‌ରେ ଅଟକି ଯାଉଥିଲା। ଗ୍ରାହକଙ୍କ ଆକାଉଣ୍ଟ୍‌ରୁ ଟଙ୍କା କଟୁଥିଲେ ମଧ୍ୟ ଏଟିଏମ୍‌ରୁ ବାହାରୁ ନ ଥିଲା। ତେବେ ଗ୍ରାହକ ନିରାଶ ହୋଇ ସେଠାରୁ ଚାଲିଯିବା ପରେ ସମ୍ପୃକ୍ତ ଲୁଟେରାମାନେ ଷ୍ଟିଲ୍‌ ପ୍ଲେଟ୍‌ ସହାୟତାରେ ଉକ୍ତ ଟଙ୍କାକୁ ଖୁବ୍‌ କମ୍‌ ସମୟ ଭିତରେ କାଢ଼ି ନେଉଥିଲେ। ତେବେ କଟକ ଓ ଭୁବନେଶ୍ୱର ଦ୍ୱୈତନଗରୀର ବିଭିନ୍ନ ଏଟିଏମ୍‌ରୁ ଲୁଟ୍‌ବେଳେ ଏହାର ସୂଚନା ଦିଲ୍ଲୀରେ ଥିବା ବ୍ୟାଙ୍କ୍‌ର ଗୋଇନ୍ଦା ସଂସ୍ଥା ପାଖରେ ପହଞ୍ଚୁଥିଲା। ଉକ୍ତ ସଂସ୍ଥା ସିସିଟିଭି ଫୁଟେଜରୁ ଭିଡିଓ ସଂଗ୍ରହ କରି ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ପରେ ଚାରିଆଡକୁ ସୂଚନା ପଠାଇ ସତର୍କ କରି ଏହା ଉପରେ ନଜର ରଖିଥିଲା। ତେବେ ଗତ ୨୫ ତାରିଖ ବୁଧବାର ସକାଳ ପ୍ରାୟ ୭ଟା ୫୦ରେ ବଢ଼େଇବାଙ୍କ ଏଟିଏମ୍‌ରୁ ସମାନ ଢଙ୍ଗରେ ୨ଜଣ ଲୁଟ୍‌ ଉଦ୍ୟମ କରୁଥିବାନେଇ ଉକ୍ତ ସଂସ୍ଥା ଶହୀଦନଗରସ୍ଥିତ ଏଟିଏମ୍‌ ମେଣ୍ଟେନାନ୍ସ ସଂସ୍ଥାକୁ ଜଣାଇଥିଲା। ଏହାର କର୍ମଚାରୀମାନେ ଶୀଘ୍ର ସେଠାରେ ପହଞ୍ଚତ୍ ଏଟିଏମ୍‌ର ଶଟର ପକାଇଦେବାରୁ ଭିତରେ ଦୁଇ ଅଭିଯୁକ୍ତ ରହିଯାଇଥିଲେ। ଲିଙ୍ଗରାଜ ଥାନା ପୋଲିସ ସହ ସ୍ପେଶାଲ ସ୍କ୍ବାଡ୍‌ ପହଞ୍ଚତ୍ ଅଭିଯୁକ୍ତଙ୍କୁ ଧରି ପଚରାଉଚରା କରିବା ପରେ ଘଟଣା ପଦାକୁ ଆସିଥିଲା। ହୋଟେଲରେ ପୋଲିସ ଚଢ଼ାଉବେଳେ ଅନ୍ୟଜଣେ ଅଭିଯୁକ୍ତ ଫେରାର ହୋଇଥିଲେ ମଧ୍ୟ ସେଠାରୁ ପୋଲିସ ଏକ ଦାମୀ କାର୍‌ ଜବତ କରିଥିଲା। ତେବେ ସମ୍ପୃକ୍ତ ଫେରାର ଅଭିଯୁକ୍ତଙ୍କୁ ୨୬ ତାରିଖ ଗୁରୁବାର ଦିନ ଅନୁଗୋଳରୁ ଗିରଫ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri