ଷ୍ଟିଲ୍‌ ପ୍ଲେଟ୍‌ରେ ଏଟିଏମ୍‌ରୁ ଲୁଟିଥିଲେ ବହୁ କୋଟି

ଭୁବନେଶ୍ୱର,୩୧।୮(ବ୍ୟୁରୋ): ଓଡ଼ିଶାରେ ଦୀର୍ଘମାସ ହେବ ଆଡ୍ଡା ଜମାଇଥିଲା ହରିୟାଣା ଏଟିଏମ୍‌ ଲୁଟେରା ଗ୍ୟାଙ୍ଗ୍‌। ହୋଟେଲରେ ହେଉଥିଲା ବ୍ଲୁ ପ୍ରିଣ୍ଟ। ଟାର୍ଗେଟରେ ଏସ୍‌ବିଆଇ ଏଟିଏମ୍‌ ରହିଥିବାବେଳେ ଷ୍ଟିଲ୍‌ ପ୍ଲେଟ୍‌ରେ ହିଁ ଲୁଟୁଥିଲେ କୋଟି କୋଟି ଟଙ୍କା। ଗତ ୨୫ ତାରିଖରେ ଲିଙ୍ଗରାଜ ଥାନା ଅନ୍ତର୍ଗତ ବଢ଼େଇବାଙ୍କସ୍ଥିତ ଏସ୍‌ବିଆଇ ଏଟିଏମ୍‌ରୁ ଲୁଟ୍‌ବେଳେ ୨ଜଣ ଧରାପଡିଥିବାବେଳେ ପରବର୍ତ୍ତୀ ସମୟରେ ମୁଖ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରିଥିଲା କମିଶନରେଟ ପୋଲିସ। ଏମାନେ ହେଲେ ହରିୟାଣା ଫରିଦାବାଦର ଏମ୍‌ଡି ସଲମନ୍‌(୧୮), ନୁହ ଜିଲା ନାଗିନା ଥାନାର କାଫାଇୟାତ (୩୫) ଓ ଫରିଦାବାଦ ଜିଲା ପଲୱାଲ୍‌ ଥାନାର ରାଜକୁମାର ତନୱାର(୩୧)। ଏମାନଙ୍କଠୁ ପୋଲିସ ଲୁଟ୍‌ରେ ବ୍ୟବହୃତ ୫ଟି ଲୁହା ପାତ ସହ ବିଭିନ୍ନ ବ୍ୟାଙ୍କର ୧୫ ଏଟିଏମ୍‌ କାର୍ଡ, ଗୋଟିଏ କାର୍‌, ୩ ମୋବାଇଲ ଫୋନ୍‌, ୯୦ ହଜାର ନଗଦ ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି। ଏନେଇ ଭୁବନେଶ୍ୱର ଲକ୍ଷ୍ମୀସାଗର, ଲିଙ୍ଗରାଜ ଓ ଶହୀଦନଗର ଥାନା ଏବଂ କଟକ ମାଲଗୋଦାମ ଥାନାରେ ମୋଟ ୪ ମାମଲା ରୁଜୁ ହୋଇଛି। ସୋମବାର ପୋଲିସ ଅଭିଯୁକ୍ତମାନଙ୍କୁ ଲିଙ୍ଗରାଜ ଥାନା ବଢେଇବାଙ୍କସ୍ଥିତ ଉକ୍ତ ଏଟିଏମ୍‌କୁ ନେଇଥିଲା। ସେଠାରେ ସେମାନେ ଲୁଟ୍‌ର ଡେମୋ ଦେଖାଇଥିଲେ। ଏପରିକି ଲୁଟ୍‌ ପରେ ଟଙ୍କାକୁ କାରର କେଉଁ ଗୁପ୍ତ ସ୍ଥାନରେ ଲୁଚାଇଥାନ୍ତି ଓ କିଏ କ’ଣ କରୁଥିଲା ପୂରା ଘଟଣାକୁ ଜଣ ଜଣ କରି ଦେଖାଇଥିଲେ। ଲୁଟ ଟଙ୍କାରେ ଜବତ ହୋଇଥିବା ଦାମୀ କାର ମଧ୍ୟ କିଣିଥିଲେ। ହୋଟେଲରେ ରହି ମନଇଚ୍ଛା ଟଙ୍କା ଖର୍ଚ୍ଚ କରି ମନୋରଞ୍ଜନ କରୁଥିଲେ। ତେବେ ଏମାନେ ଭୁବନେଶ୍ୱରର ୫ଟି ଓ କଟକର ୬ଟି ଏଟିଏମ୍‌ରୁ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଲୁଟ୍‌ କରିଥିବା ପୋଲିସ ଜାଣିବାକୁ ପାଇଛି। ତେବେ ଭୁବନେଶ୍ୱରର ୩ ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ ମୋଟ ୫୭ହଜାର ୫ଶହ ଟଙ୍କା ଲୁଟ୍‌ ହୋଇଥିବା ପୋଲିସ ସୂଚନା ଦେଇଛି। ଡେମୋ ପରେ ସମସ୍ତଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ଜେଲ୍‌ ପଠାଇ ଦିଆଯାଇଛି।
ଅଭିଯୁକ୍ତମାନେ ଏଟିଏମ୍‌ର କ୍ୟାଶ୍‌ ବାହାରିବା ସ୍ଥାନରେ ଷ୍ଟିଲ୍‌ ପ୍ଲେଟ୍‌ ଲଗାଇ ଆଖପାଖରେ ଜଗି ରହୁଥିଲେ। କେହି ବ୍ୟକ୍ତି ଟଙ୍କା ଉଠାଇବା ସମୟରେ ତାହା ଉକ୍ତ ପ୍ଲେଟ୍‌ରେ ଅଟକି ଯାଉଥିଲା। ଗ୍ରାହକଙ୍କ ଆକାଉଣ୍ଟ୍‌ରୁ ଟଙ୍କା କଟୁଥିଲେ ମଧ୍ୟ ଏଟିଏମ୍‌ରୁ ବାହାରୁ ନ ଥିଲା। ତେବେ ଗ୍ରାହକ ନିରାଶ ହୋଇ ସେଠାରୁ ଚାଲିଯିବା ପରେ ସମ୍ପୃକ୍ତ ଲୁଟେରାମାନେ ଷ୍ଟିଲ୍‌ ପ୍ଲେଟ୍‌ ସହାୟତାରେ ଉକ୍ତ ଟଙ୍କାକୁ ଖୁବ୍‌ କମ୍‌ ସମୟ ଭିତରେ କାଢ଼ି ନେଉଥିଲେ। ତେବେ କଟକ ଓ ଭୁବନେଶ୍ୱର ଦ୍ୱୈତନଗରୀର ବିଭିନ୍ନ ଏଟିଏମ୍‌ରୁ ଲୁଟ୍‌ବେଳେ ଏହାର ସୂଚନା ଦିଲ୍ଲୀରେ ଥିବା ବ୍ୟାଙ୍କ୍‌ର ଗୋଇନ୍ଦା ସଂସ୍ଥା ପାଖରେ ପହଞ୍ଚୁଥିଲା। ଉକ୍ତ ସଂସ୍ଥା ସିସିଟିଭି ଫୁଟେଜରୁ ଭିଡିଓ ସଂଗ୍ରହ କରି ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ପରେ ଚାରିଆଡକୁ ସୂଚନା ପଠାଇ ସତର୍କ କରି ଏହା ଉପରେ ନଜର ରଖିଥିଲା। ତେବେ ଗତ ୨୫ ତାରିଖ ବୁଧବାର ସକାଳ ପ୍ରାୟ ୭ଟା ୫୦ରେ ବଢ଼େଇବାଙ୍କ ଏଟିଏମ୍‌ରୁ ସମାନ ଢଙ୍ଗରେ ୨ଜଣ ଲୁଟ୍‌ ଉଦ୍ୟମ କରୁଥିବାନେଇ ଉକ୍ତ ସଂସ୍ଥା ଶହୀଦନଗରସ୍ଥିତ ଏଟିଏମ୍‌ ମେଣ୍ଟେନାନ୍ସ ସଂସ୍ଥାକୁ ଜଣାଇଥିଲା। ଏହାର କର୍ମଚାରୀମାନେ ଶୀଘ୍ର ସେଠାରେ ପହଞ୍ଚତ୍ ଏଟିଏମ୍‌ର ଶଟର ପକାଇଦେବାରୁ ଭିତରେ ଦୁଇ ଅଭିଯୁକ୍ତ ରହିଯାଇଥିଲେ। ଲିଙ୍ଗରାଜ ଥାନା ପୋଲିସ ସହ ସ୍ପେଶାଲ ସ୍କ୍ବାଡ୍‌ ପହଞ୍ଚତ୍ ଅଭିଯୁକ୍ତଙ୍କୁ ଧରି ପଚରାଉଚରା କରିବା ପରେ ଘଟଣା ପଦାକୁ ଆସିଥିଲା। ହୋଟେଲରେ ପୋଲିସ ଚଢ଼ାଉବେଳେ ଅନ୍ୟଜଣେ ଅଭିଯୁକ୍ତ ଫେରାର ହୋଇଥିଲେ ମଧ୍ୟ ସେଠାରୁ ପୋଲିସ ଏକ ଦାମୀ କାର୍‌ ଜବତ କରିଥିଲା। ତେବେ ସମ୍ପୃକ୍ତ ଫେରାର ଅଭିଯୁକ୍ତଙ୍କୁ ୨୬ ତାରିଖ ଗୁରୁବାର ଦିନ ଅନୁଗୋଳରୁ ଗିରଫ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri