୩ ଦିନରେ ଲକ୍ଷାଧିକ ସଂକ୍ରମିତ

ନୂଆଦିଲ୍ଲୀ,୨୦ା୭(ପି.ଟି.): ଭାରତରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିଚାଲିଛି। ୩ ଦିନ ମଧ୍ୟରେ ଲକ୍ଷାଧିକ ଲୋକ ଏହି ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୩୮,୯୦୨ ନୂଆ ପଜିଟିଭ୍‌ ଚିହ୍ନଟ ହେବା ପରେ ରବିବାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦,୭୭,୬୧୮ରେ ପହଞ୍ଚତ୍ଛି। ଶୁକ୍ରବାର ୩୪,୯୫୬ ଏବଂ ଶନିବାର ୩୪, ୮୮୪ ନୂଆ ମାମଲା ସାମନାକୁ ଆସିଥିଲା। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟ ଅନୁଯାୟୀ ୬,୭୭,୪୨୨ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୨୬,୮୧୪ ଜଣଙ୍କର ମୃତ୍ୟୁ ଘଟିଲାଣି। ବିଭିନ୍ନ ହସ୍ପିଟାଲରେ ୩,୭୩,୩୭୯ କରୋନା ରୋଗୀ ଚିକିତ୍ସିତ ହେଉଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୨୩,୬୭୨ ଜଣ ସୁ୍‌ସ୍ଥ ହୋଇଥିବାବେଳେ ୫୪୩ ଜଣଙ୍କ ମୃତ୍ୟୁ ଘଟିଛି।
ଭାରତରେ କରୋନାଜନିତ ମୃତ୍ୟୁହାର ସାରା ବିଶ୍ୱରେ ସର୍ବନିମ୍ନ ରହିଛି। ଏବେ ଦେଶରେ ମୃତ୍ୟୁହାର ୨.୪୯ ପ୍ରତିଶତକୁ ହ୍ରାସ ପାଇଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏଥିପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଆକ୍ରାନ୍ତଙ୍କ ଉପଯୁକ୍ତ ଚିକିତ୍ସା ପରିଚାଳନାକୁ ଶ୍ରେୟ ଦିଆଯାଇଛି। ୨୯ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ କରୋନା ମୃତ୍ୟୁ ହାର (ସିଏଫ୍‌ଆର୍‌) ଜାତୀୟ ହାରଠାରୁ କମ୍‌ ରହିଛି। ୫ଟି ରାଜ୍ୟରେ ମୃତ୍ୟୁହାର ଶୂନ ଥିବାବେଳେ ୧୪ଟିରେ ୧ ପ୍ରତିଶତରୁ କମ୍‌ ରହିଛି। ମାସେ ପୂର୍ବରୁ ମୃତ୍ୟୁହାର ୨.୮୨ ପ୍ରତିଶତ ଥିବାବେଳେ ଜୁଲାଇ ୧୦ରେ ଏହା ୨.୭୨%କୁ ହ୍ରାସ ପାଇଥିଲା। ପ୍ରଭାବଶାଳୀ ନିୟନ୍ତ୍ରଣ କୌଶଳ, ଅଧିକ ପରୀକ୍ଷା ଏବଂ ଉନ୍ନତମାନର ଚିକିତ୍ସା ପରିଚାଳନା ଯୋଗୁ ମୃତ୍ୟୁହାର ୨.୪୯ ପ୍ରତିଶତକୁ ହ୍ରାସ ପାଇପାରିଛି। ବୟସ୍କ, ଗର୍ଭବତୀ ଓ ଅନ୍ୟାନ୍ୟ ରୋଗ ଥିବା ବ୍ୟକ୍ତିଙ୍କ ପାଇଁ କରୋନା ଅଧିକ ବିପଦ ହୋଇଥିବାରୁ ସେମାନଙ୍କୁ ଚିହ୍ନଟ କରିବା ଲାଗି ବିଭିନ୍ନ ରାଜ୍ୟ ପକ୍ଷରୁ ଜନସଂଖ୍ୟା ସର୍ଭେ କରାଯାଉଛି। ଏଥିସହିତ ଚିହ୍ନଟ ପ୍ରକ୍ରିୟାରେ ମୋବାଇଲ ଆପ୍‌ର ସହାୟତା ନିଆଯାଉଛି। ଠିକ୍‌ ସମୟରେ ସେହି ଲୋକମାନଙ୍କର ଚିିକିତ୍ସା କରାଯିବା ଫଳରେ ମୃତ୍ୟୁହାର କମାଇବାରେ ସହାୟକ ହୋଇପାରିଛି। ତଳ ସ୍ତରରେ ଆଶାକର୍ମୀ, ଏଏନ୍‌ଏମ୍‌ମାନଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରାଯାଇଛି। ମଣିପୁର, ନାଗାଲାଣ୍ଡ, ସିକିମ, ମିଜୋରାମ, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ଏପର୍ଯ୍ୟନ୍ତ କୋଭିଡ୍‌-୧୯ରେ କାହାର ମୃତ୍ୟୁ ଘଟିନାହିଁ। ସେହିପରି ତ୍ରିପୁରା, ଆସାମ, କେରଳ, ଓଡ଼ିଶା, ଗୋଆ, ହିମାଚଳପ୍ରଦେଶ, ବିହାର, ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ,ତାମିଲନାଡୁ, ଚଣ୍ଡିଗଡ, ରାଜସ୍ଥାନ, କର୍ନାଟକ, ଉତ୍ତରପ୍ରଦେଶରେ ମୃତ୍ୟୁହାର ଜାତୀୟ ହାରଠାରୁ କମ୍‌ ରହିଛି। ତ୍ରିପୁରାରେ କରୋନାଜନିତ ମୃତ୍ୟୁହାର ୦.୧୯ ପ୍ରତିଶତ ରହିଥିବାବେଳେ ଆସାମରେ ୦.୨୩%, କେରଳରେ ୦.୩୪% ଏବଂ ଓଡ଼ିଶାରେ ୦.୫୧ ପ୍ରତିଶତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ICUରେ ସଲିମ ଖାନ, ପିତାଙ୍କୁ ଦେଖିବାକୁ ହସ୍ପିଟାଲରେ ପହଞ୍ଚିଲେ ସଲମାନ

ମୁମ୍ବାଇ,୧୭।୨: ବରିଷ୍ଠ ସ୍କ୍ରିନ ରାଇଟର ଏବଂ ସୁପରଷ୍ଟାର ସଲମାନ ଖାନଙ୍କ ପିତା ସଲିମ ଖାନଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସଲିମ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ…

ଆଉ ୨ଦିନ କଲବଲ କରିବ କୁହୁଡ଼ି

ଭୁବନେଶ୍ୱର,୧୭।୨: ପାଣିପାଗ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଏକ ବଡ଼ ସୂଚନା ଜାରି କରାଯାଇଛି। ରାଜ୍ୟର ବିଭିନ୍ନ ଜିଲାରେ ଆଉ ୨ ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ରହିବ…

ପାକିସ୍ତାନ କ୍ରିକେଟରଙ୍କ ଉପରେ ନିଜ ସନ୍ତାନଙ୍କୁ ହତ୍ୟା ଭଳି ଅଭିଯୋଗ ଆଣିଲେ ପୂର୍ବତନ ପତ୍ନୀ, ଦ୍ୱିତୀୟ ବିବାହ…

ଇସଲାମାବାଦ,୧୭।୨: ପାକିସ୍ତାନ କ୍ରିକେଟ ଦଳର ଅଲରାଉଣ୍ଡର ଇମାଦ ୱାସିମ ପୁଣିଥରେ ଖବରର ଶିରୋନାମାରେ ଅଛନ୍ତି, କିନ୍ତୁ ଏଥର କାରଣ ପଡ଼ିଆରେ ତାଙ୍କର ପ୍ରଦର୍ଶନ ନୁହେଁ, ବରଂ ତାଙ୍କ…

ଦଶମ ଶ୍ରେଣୀ ଦିବ୍ୟାଙ୍ଗ ଛାତ୍ରଙ୍କ ବୋର୍ଡ ପରୀକ୍ଷାକୁ ନେଇ ଅନିଶ୍ଚିତତା, କର୍ତ୍ତୃପକ୍ଷଙ୍କୁ ଦୃଷ୍ଟି ଦେବାକୁ ଦାବୀ           

ଦିଗପହଣ୍ଡି,୧୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ସରକାରୀ ହାଇସ୍କୁଲର ୧୦ମ ଶ୍ରେଣୀ ଛାତ୍ର ଗୌତମ ମହାନ୍ତିଙ୍କ ମାଟ୍ରିକ ପରୀକ୍ଷାକୁ ନେଇ ଅନିଶ୍ଚିତତା…

ଇତିହାସ ରଚିଲେ କାନାଡା ଯୁବରାଜ, T20 World Cupରେ କଲେ ଏମିତି ରନ ବର୍ଷା ବନିଗଲେ…

ନୂଆଦିଲ୍ଲୀ,୧୭।୨: କାନାଡାର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଯୁବରାଜ ସାମରା ୨୦୨୬ ଟି-୨୦ ବିଶ୍ୱକପରେ ଏକ ଐତିହାସିକ ଶତକ ହାସଲ କରିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷରେ ଏକ ନିଶ୍ଚିତ ବିଜୟୀ ମ୍ୟାଚରେ…

ରକ୍ତରେ ଭିଜିଲା ସପ୍ତାମାତୃକା ଶୈବପୀଠ, ଶହ ଶହ ପଶୁପକ୍ଷୀଙ୍କୁ ଦିଆଗଲା ବଳି

ତୁଣ୍ଡଲା,୧୭।୨(ଫିରୋଜ କୁମାର ଦାଶ): କଳାହାଣ୍ଡି ଜିଲାର କେସିଙ୍ଗା ବ୍ଲକ ବେଲଖଣ୍ଡି ସ୍ଥିତ ତେଲ ଓ ଉତେଇ ନଦୀର ସଙ୍ଗମରେ ଥିବା ସର୍ବପୁରାତନ ତଥା ଐତିହାସିକ ସପ୍ତମାତୃକା ଶୈବପୀଠ…

AI Impact Summit 2026: ଭାରତ ମଣ୍ଡପମରେ ଝଲସିଲା ‘AI ମହାକୁମ୍ଭ’, ଦିଶିଲା ଭବିଷ୍ୟତର ଝଲକ

ନୂଆଦିଲ୍ଲୀ,୧୭।୨: ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଅନୁଷ୍ଠିତ AI ପ୍ରImpact Summit 2026କୁ ପ୍ରଯୁକ୍ତି ଜଗତର AI ମହାକୁମ୍ଭ ବୋଲି କୁହାଯାଉଛି। ଏହି ସମ୍ମିଳନୀରେ, ପ୍ରମୁଖ ଭାରତୀୟ ଏବଂ…

ପ୍ରେମାନନ୍ଦ ଜୀ ମହାରାଜଙ୍କ ଶରଣ ନେଲେ ବିରୁଷ୍କା

ନୂଆଦିଲ୍ଲୀ,୧୭।୨: ଭାରତୀୟ ଷ୍ଟାର କ୍ରିକେଟର ବିରାଟ କୋହଲି ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହିତ ପ୍ରେନାନନ୍ଦଜୀ ମହାରାଜଙ୍କ ଦର୍ଶନ ପାଇଁ ଆସିଛନ୍ତି। ଏହା ପ୍ରଥମ ଥର ନୁହେଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri