ପୋଲିସ ସେବା ଭବନ ପରିସରରେ ମଉଜ

ଭୁବନେଶ୍ୱର,୨୦ା୭(ବ୍ୟୁରୋ): କରୋନା ପରିସ୍ଥିତି ଓ ସଂକ୍ରମଣ ଏଡ଼ାଇବା ପାଇଁ କମିଶନରେଟ ପୋଲିସ ମୁଖ୍ୟାଳୟ ‘ପୋଲିସ ସେବା ଭବନ’କୁ ବର୍ତ୍ତମାନ ସାଧାରଣ ଲୋକଙ୍କ ପ୍ରବେଶକୁ ବନ୍ଦ ରଖାଯାଇଛି। ଏଥିସହ କୋଭିଡ୍‌ ଗାଇଡ୍‌ଲାଇନ୍‌ ଅନୁଯାୟୀ କାର୍ଯ୍ୟାଳୟ ଭିତରେ ସ୍ପଳ୍ପ ଅଧିକାରୀ ଓ କର୍ମଚାରୀରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ରହିଛି। ଭିତର ଓ ବାହାରେ ବହୁ ପୋଲିସ କର୍ମଚାରୀ କଟକଣା ଓ ସୁରକ୍ଷା ଦାୟିତ୍ୱରେ ରହୁଛନ୍ତି। ଏପରିସ୍ଥିତିରେ ଏଠାରେ ଚାଲିଛି ମଉଜମସ୍ତି। ରବିବାର ଏହା ପରିସରରେ ଡ୍ୟାନ୍ସ ସହ ଫନି ଭଡିଓ ଶୁଟିଂ ଚାଲିଥିବା ଦେଖିବାକୁ ମିଳିଛି। ବାଜୁଥିଲା ମ୍ୟୁଜିକ୍‌, ଆଉ ଏକ ଷ୍ଟାଣ୍ଡ୍‌ରେ ରହିଥିଲା ମୋବାଇଲ୍‌ କ୍ୟାମେରା। ଏହା ଆଗରେ ଦୁଇଜଣ ବ୍ୟକ୍ତି ହାତ ଓ ଅଣ୍ଟା ହଲାଇ ଖାମଖିଆଲ ଭାବେ ନାଚୁଥିବା ବାହାରକୁ ଦିଶୁଥିଲା। ପାଖରେ ମଧ୍ୟ କେତେଜଣ ଠିଆ ହୋଇ ତାହାକୁ ଉପଭୋଗ କରୁଥିଲେ। ରାସ୍ତାରେ ଯାଉଥିବା ଲୋକ ଏହାଦେଖି ଟିକିଏ ଅଟକି ଯାଉଥିଲେ। ସେହିବାଟ ଦେଇ ଯାଉଥିବା ଧରିତ୍ରୀର ଖବରଦାତାଙ୍କ ନଜର ପଡିବାରୁ ସେ ମଧ୍ୟ ଅଟକିଯାଇ ନିଜ ମୋବାଇଲ୍‌ ଫୋନ୍‌ରେ ଦୃଶ୍ୟକୁ କଏଦ କରିଥିଲେ। ନାଚୁଥିବା ଦୁଇଜଣ ଡ୍ୟୁଟିରେ ଥିବା ପୋଲିସ କର୍ମଚାରୀ ବୋଲି କୁହାଯାଉଛି। ନିକଟରେ ପୋଲିସ ସେବା ଭବନରେ ଜଣେ କର୍ମଚାରୀ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଥିଲେ। ଏବେ ପୋଲିସ କର୍ମଚାରୀଙ୍କ ଡ୍ୟାନ୍ସ ଘଟଣା ପୋଲିସ ଭବନକୁ ଆଉଏକ ବଦନାମ ଦେଇଛି।
ତେବେ ଏହି ଡ୍ୟାନ୍ସ ଭିଡିଓ ଦେଖିବା ପରେ କମିଶନରେଟ ପୋଲିସର ପିଆର୍‌ଓ ଶିଶିର ମିଶ୍ର କହିଛନ୍ତି, ବାହାର ଲୋକଙ୍କୁ ପୋଲିସ ଭବନ ପରିସରକୁ ପ୍ରବେଶ ବାରଣ କରାଯାଇଛି। ରବିବାର ଉକ୍ତ ସମୟରେ ଡ୍ୟୁଟିରେ ଥିବା ପୋଲିସ କର୍ମଚାରୀଙ୍କୁ ଡକାଯିବା ସହ ସେମାନଙ୍କ ଦାୟିତ୍ୱରେ ଥିବା ଡେପୁଟି ସୁବେଦାରଙ୍କୁ ଅବଗତ କରାଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ବିରୋଧରେ ପୁଣି ବିଷ ଓଗାଳିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ: ସ୍ବାଧୀନତା ଦିବସରେ ଦେଲେ ଯୁଦ୍ଧ ଧମକ

ଇସଲାମାବାଦ୍‌,୧୪।୮: ପାକିସ୍ତାନ ସ୍ବାଧୀନତା ଦିବସରେ ମଧ୍ୟ ଭାରତ ଧିରୋଧରେ ବିଷ ଓଗାଳିଥିଲା। ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ସ୍ବରୂପ ଭାରତର ‘ଅପରେଶନ ସିନ୍ଦୁର’ ଦ୍ୱାରା ଆରମ୍ଭ ହୋଇଥିବା…

ଆମେରିକାର ବଡ଼ ଅଭିଯୋଗ; ଚାଇନାକୁ ଟାରିଫ୍‌ରୁ ବଞ୍ଚାଉଛି ଭାରତ!

ଓ୍ବାଶିଂଟନ,୧୪।୮: ଆମେରିକା ପୁଣିଥରେ ଟାରିଫ୍‌ ପ୍ରସଙ୍ଗରେ ଭାରତକୁ ନେଇ ବଡ଼ ଅଭିଯୋଗ ଆଣିଛି। ଆମେରିକାର ଅଭିଯୋଗ ଅନୁସାରେ, ଭାରତ ସମେତ ୪୦ରୁ ଅଧିକ ଦେଶ କଥିତ ଭାବେ…

ଶନିଙ୍କ ନକ୍ଷତ୍ର ଗୋଚରରେ ଏହି ୪ ରାଶିଙ୍କ ଉପରେ ବଡ଼ ସଙ୍କଟ! ୯ ଅକ୍ଟୋବର ପର୍ଯ୍ୟନ୍ତ ରୁହନ୍ତୁ ସାବଧାନ, ନଚେତ୍‌…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନି ଗ୍ରହ ଆସନ୍ତା ୨୦ ଅଗଷ୍ଟ ୨୦୨୬, ଗୁରୁବାର ସନ୍ଧ୍ୟା ୭ଟା ୪୫ ମିନିଟରେ ରେବତୀ ନକ୍ଷତ୍ରର ଦ୍ୱିତୀୟ ପଦରୁ ପ୍ରଥମ ପଦକୁ…

ଯନ୍ତ୍ରଣାଦାୟକ ସ୍ମୃତି ବଖାଣିଲେ ପ୍ରଧାନମନ୍ତ୍ରୀ ମୋଦି: ଭାବପ୍ରବଣ ପୋଷ୍ଟ କରି ଲେଖିଲେ…

ନୂଆଦିଲ୍ଲୀ,୧୪।୮:୧୪ ଅଗଷ୍ଟ ଅର୍ଥାତ୍‌ ଆଜି ଭାରତରେ ‘ବିଭାଜନ ବିଭୀଷିକାର ସ୍ମୃତି ଦିବସ’ ପାଳନ କରାଯାଉଛି। ୧୯୪୭ ବିଭାଜନ ସମୟରେ ଯେଉଁମାନେ ପ୍ରାଣ ହରାଇଥିଲେ ଏବଂ ଅକଳ୍ପନୀୟ ଯନ୍ତ୍ରଣା…

ଭାରତୀୟ ଖେଲାଳିଙ୍କୁ ଅଲ୍ଟିମେଟମ ଦେଲେ ଗମ୍ଭୀର: ଶେଷ ସୁଯୋଗ…

ଗାଲେ,୧୪।୮:୧୫ ଅଗଷ୍ଟରୁ ଆରମ୍ଭ ହେଉଥିବା ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ ପାଇଁ ପ୍ଲେଇଂ ଇଲେଭେନ ସମ୍ପର୍କରେ ଭାରତୀୟ ଦଳ ମଧ୍ୟରେ ବିଚାର ବିମର୍ଶ ଚାଲିଛି। ଅଧିନାୟକ ଶୁବମନ…

ରାଗରେ ସ୍ବାମୀଙ୍କୁ ମୁଣ୍ଡକୁ ଲୁହା ତାଓ୍ବାରେ ପିଟିଦେଲେ ସ୍ତ୍ରୀ: ଆଉ ତା’ପରେ ଯାହା ଘଟିଲା…

ଲକ୍ଷ୍ନୌ,୧୪।୮: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରୁ ସ୍ବାମୀ-ସ୍ତ୍ରୀଙ୍କ ସମ୍ପର୍କର ପବିତ୍ରତାକୁ ଭାଙ୍ଗି ଦେଉଥିବା ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜାନକୀପୁରମର ଆନନ୍ଦ ବିହାର କଲୋନୀରେ, ଜଣେ…

EPFO New Rules: ପେନସନ ଟଙ୍କା ଉଠାଣରେ ବଡ଼ ପରିବର୍ତ୍ତନ, ଏଣିକି ଅପେକ୍ଷା କରିବାକୁ ପଡ଼ିବ ଏତେ ଦିନ

ନୂଆଦିଲ୍ଲୀ, ୧୪।୮: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ପକ୍ଷରୁ PF ଓ ପେନସନ ଉଠାଣ ନିୟମରେ ବଡ଼ ପରିବର୍ତ୍ତନ କରାଯାଇଛି। ଏହାର ସିଧାସଳଖ ପ୍ରଭାବ ବେତନଭୋଗୀ…

ଫୁକେଟ-ଦିଲ୍ଲୀ ଏୟାର ଇଣ୍ଡିଆ ବିମାନ ଘଟଣା; ବ୍ଲାକ୍ ବକ୍ସରେ ବଡ଼ ଖୁଲାସା, ୪ ସେକେଣ୍ଡ ପାଇଁ ଫେଲ୍‌ ହୋଇଥିଲା…

ନୂଆଦିଲ୍ଲୀ,୧୪।୮: ଫୁକେଟ୍‌ରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆର ଏକ ବିମାନ (AI-2379) ହଠାତ୍ ୨୫୦ ଫୁଟ୍ ତଳକୁ ଖସିଯିବା ଏବଂ ଏକ ଭୟଙ୍କର ଟର୍ବୁଲେନ୍ସ (Turbulence) ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri