କୋଟି କୋଟି ଲୁଟୁଛନ୍ତି ସାଇବର ଠକ

ଭୁବନେଶ୍ୱର,୭।୫(ବ୍ୟୁରୋ): ବାରମ୍ବାର ସଚେତନ କରାଯାଉଥିଲେ ମଧ୍ୟ ଲୋକେ ଚେତୁ ନାହାନ୍ତି। ପୋଲିସ କେବଳ ମାମଲା ରୁଜୁ କରି ଚୁପ୍‌ ବସୁଥିବାରୁ ରାଜ୍ୟରେ ସାଇବର ଠକ ମାତୁଛନ୍ତି। ଲୋକଙ୍କୁ ବୋକା ବନେଇ କୋଟି କୋଟି ଲୁଟୁଛନ୍ତି। ବୈଷୟିକ ଜ୍ଞାନ କୌଶଳ ଅଭାବରୁ ଅଭିଯୁକ୍ତଙ୍କୁ ଧରିବାରେ ପୋଲିସ ବିଫଳ ହେଉଛି। ସାଇବର ଠକେଇ ତଦନ୍ତରେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ପଛୁଆ ରହୁଥିବା କମିଶନରେଟ୍‌ ପୋଲିସ ସାଇବର ହେଲ୍ପଡେସ୍କ ପକ୍ଷରୁ ଦିଆଯାଇଥିବା ରିପୋର୍ଟରୁ ଜଣାପଡୁଛି। ଏହି ରିପୋର୍ଟ ଅନୁଯାୟୀ ୨୦୨୧ ଫେବୃୟାରୀରୁ ଏପ୍ରିଲ ୩ମାସରେ ସାଇବର ଠକମାନେ ୩ କୋଟି ୨୪ଲକ୍ଷ ୪୧ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ କରିଛନ୍ତି। ଏଥିମଧ୍ୟରୁ କେବଳ ଏପ୍ରିଲରେ ୧କୋଟି ୧୯ ଲକ୍ଷ ୬୩ ହଜାର ଟଙ୍କାର ଠକେଇ ହୋଇଛି। ଏନେଇ ୩ମାସରେ ସାଇବର ହେଲ୍ପଡେସ୍କକୁ ୧୮୭୯ ଅଭିଯୋଗ କଲ୍‌ ଆସିଛି। ଏପ୍ରିଲରେ ୪୭୬ କଲ୍‌ ଆସିଥିବାବେଳେ ଭୁବନେଶ୍ୱରରୁ ୨୨୦ ଓ ରାଜ୍ୟର ଅନ୍ୟ ଅଞ୍ଚଳରୁ ୨୫୬ କଲ ରହିଛି। ଅନ୍ୟ ମାସ ତୁଳନାରେ ଏହି ମାସରେ କମ୍‌ କଲ୍‌ ଆସିଥିଲେ ମଧ୍ୟ ଠକେଇ ପରିମାଣ ଅଧିକ ରହିଛି। ହେଲ୍ପଡେସ୍କ ପକ୍ଷରୁ ମୋଟ ୪୦ ମାମଲା ରୁଜୁ କରାଯାଇଛି। ୟୁପିଆଇ ଆଇଡି ମାଧ୍ୟମରେ ସର୍ବାଧିକ ଠକେଇ ହୋଇଛି। ପ୍ରାୟ ୪୫୧ଜଣ ୟୁପିଆଇ ଠକେଇର ଶିକାର ହୋଇଛନ୍ତି। ଏଥିସହିତ କ୍ରେଡିଟ୍‌ କାର୍ଡ କିମ୍ବା ଡେଭିଟ୍‌ କାର୍ଡରେ ୧୯୫ ଓ ଅନ୍ୟ କଲ୍‌ ତଥା ଲଟେରି, ଟିଭି ଓ ମୋବାଇଲ ରିଚାର୍ଜ, ଆଧାରକାର୍ଡ ଅପଡେଟ୍‌ ଆଦି ବାହାନାରେ ୭୪୪ ଠକେଇ ହୋଇଛି। ଗତ ଦୁଇମାସରେ ସାଇବର ହେଲ୍ପଡେସ୍କ ପକ୍ଷରୁ ସାଇବର ଠକଙ୍କ ନିକଟରୁ ମାତ୍ର ୧୪ଲକ୍ଷ ୭୫ହଜାର ୬୩୬ଟଙ୍କା ଫେରସ୍ତ ଅଣାଯାଇପାରିଥିବା ଉକ୍ତ ରିପୋର୍ଟରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri