ଭୁବନେଶ୍ୱର(ସତ୍ୟଜିତ୍ ରାଉତ)/ନିମାପଡ଼ା(ବିଚିତ୍ରାନନ୍ଦ ସାହୁ), ୧୭ା୬: ସରକାରୀ କ୍ଷମତାର ଅପବ୍ୟବହାର କରି ନିଲମ୍ବିତ ହୋଇଥିବା ନୟାଗଡ଼ ଜିଲା ଯୋଗାଣ ଅଧିକାରୀ (ସିଏସ୍ଓ) ବ୍ରଜେନ୍ଦ୍ର କୁମାର ନାୟକ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଶୁକ୍ରବାର ଭିଜିଲାନ୍ସର ୮ଟି ଟିମ୍ ବ୍ରଜେନ୍ଦ୍ରଙ୍କ ଘର ସମେତ ନୟାଗଡ଼, ଭୁବନେଶ୍ୱର ଓ ପୁରୀର ୮ ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି। ଏହି ସ୍ଥାନ ମଧ୍ୟରେ ବ୍ରଜେନ୍ଦ୍ରଙ୍କ ନୟାଗଡ଼ ସିଏସ୍ଓ କାର୍ଯ୍ୟାଳୟସ୍ଥିତ କୋଠରି, ନୟାଗଡ଼ ମିଶ୍ର କଲୋନୀରେ ଭଡ଼ାରେ ରହୁଥିବା ବାସଭବନ ଓ ପୁରୀ ଜିଲା ନିମାପଡ଼ା ଥାନା ଅନ୍ତର୍ଗତ ସୁନୁଗୋରଡ଼ି ଗ୍ରାମସ୍ଥିତ ପୈତୃକ ଘର ଆଦି ରହିଛି। ଭୁବନେଶ୍ୱର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ୱାରେଣ୍ଟ ବଳରେ ହେଉଥିବା ଏହି ଚଢ଼ାଉରେ ଭିଜିଲାନ୍ସର ୨ଜଣ ଡିଏସ୍ପି, ୬ଜଣ ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀ ନିୟୋଜିତ ଅଛନ୍ତି। ଏହି ଚଢ଼ାଉ ସମୟରେ ଭିଜିଲାନ୍ସ ବ୍ରଜେନ୍ଦ୍ରଙ୍କର ବିପୁଳ ସମ୍ପତ୍ତି ଠାବ କରିଛି।
ଭିଜିଲାନ୍ସର ରିପୋର୍ଟ ଅନୁଯାୟୀ, ଭୁବନେଶ୍ୱର ଭୀମଟାଙ୍ଗୀସ୍ଥିତ ହାଉସିଂ ବୋର୍ଡ କଲୋନୀର ପ୍ଲଟ୍ ନଂ. ଏ/ଏଲ୍-୫୫ରେ ଥିବା ଦୁଇ ମହଲା କୋଠା, ରାଜାରାଣୀ କଲୋନୀସ୍ଥିତ ପ୍ଲଟ୍ ନଂ.୩୮୪/୨୩୨୮ରେ ଥିବା ୩ ମହଲା କୋଠା (୧.୪୫ କୋଟି ଟଙ୍କା), ପ୍ଲଟ୍ ନଂ. ୩୮୫/୨୩୨୯ରେ ଥିବା ୩ ମହଲା କୋଠା, ଲୁଇସ୍ ରୋଡ୍ ଗ୍ୟାରେଜ ଛକ ଓ ପୁରୁଣା ଭୁବନେଶ୍ୱର ଶିଶୁପାଳଗଡ଼ରେ ଗୋଟିଏ ଲେଖାଏ କୋଠା, ନିମାପଡ଼ା ଖେଲାର ବଜାରରେ ୧୦ଟି ଦୋକାନ ଘର ଓ ୨ହଜାର ବର୍ଗଫୁଟ୍ବିଶିଷ୍ଟ ହଲ୍ ଥିବା ଗୋଟିଏ ମାର୍କେଟ କମ୍ପ୍ଲେକ୍ସ ଏବଂ ପୈତୃକ ଗାଁ ସୁନୁଗୋରଡ଼ିସ୍ଥିତ ପ୍ଲଟ ନଂ.୨୦୨ରେ ଥିବା ଫାର୍ମ ହାଉସ୍ ଠାବ ହୋଇଛି। ଏସବୁ ସମ୍ପତ୍ତିର ପ୍ରକୃତ ମୂଲ୍ୟ ଜାଣିବାକୁ ଭିଜିଲାନ୍ସ ଟେକ୍ନିକାଲ୍ ଉଇଙ୍ଗ୍ ପ୍ରୟାସ ଜାରି ରଖିଛି। ସେହିଭଳି ଭୁବନେଶ୍ୱରର ପ୍ରମୁଖ ଅଞ୍ଚଳରେ ୨ଟି ଓ ନିମାପଡ଼ାରେ ୫ ପ୍ଲଟ, ବ୍ୟାଙ୍କ ଓ ଜୀବନ ବୀମା ଜମା ୧.୫ କୋଟି, ୭.୮ ଲକ୍ଷ ଟଙ୍କାର ଗୋଟିଏ ଚାରିଚକିଆ ଯାନ ଓ ୩ଟି ବାଇକ ମଧ୍ୟ ଠାବ ହୋଇଛି। ଚଢ଼ାଉ ଜାରି ରହିଥିବାବେଳେ ବ୍ରଜେନ୍ଦ୍ରଙ୍କୁ ସମ୍ପତ୍ତି ସଂକ୍ରାନ୍ତରେ ଅଧିକ ପଚରାଉଚରା କରାଯାଉଛି। ଚଢ଼ାଉ ଓ ଯାଞ୍ଚ ସରିବା ପରେ ସମ୍ପତ୍ତିର ପରିମାଣ ଆହୁରି ବଢ଼ିପାରେ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।
ବ୍ରଜେନ୍ଦ୍ର ୨୦୨୨ରେ ନୟାଗଡ଼ ଜିଲା ଯୋଗାଣ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ। ଚାଷୀଙ୍କଠାରୁ ସମିତି ମାଧ୍ୟମରେ ଧାନ ନେଇ ଯୋଗାଣ ବିଭାଗକୁ ଚାଉଳ ନ ଫେରାଇ ସିକ୍ୟୁରିଟି ଟଙ୍କା ଉଠାଇ ନେଇଥିଲେ ଦୁଇ ମିଲ୍ର। ଏଥିରେ ବ୍ରଜେନ୍ଦ୍ର ସହଯୋଗ କରିଥିଲେ। ଏନେଇ ‘ଧରିତ୍ରୀ’ରେ ଖବର ପ୍ରକାଶ ପାଇବା ପରେ ଗତ ଡିସେମ୍ବର ୧୩ରେ ବ୍ରଜେନ୍ଦ୍ରଙ୍କୁ ନିଲମ୍ବନ କରାଯାଇଥିଲା।
୨୦୨ ରନ୍ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍ରେ ଆରସିବିର ନୂଆ ରେକର୍ଡ
ବେଙ୍ଗାଲୁର,୨୮।୩: ଆଇପିଏଲ୍ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…
ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ
ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…
ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!
ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…
ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍ଓ ସସ୍ପେଣ୍ଡ
ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍ପେଣ୍ଡ କରାଯାଇଥିବା ଏସ୍ପି ଶନିବାର…
ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ
ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…
ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ
ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…
ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…
ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା
ଥୁଆମୂଳ ରାମପୁର, ୨୮ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ତାଲବନ୍ଦ ପଡ଼ାରେ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ବା ଘଣ୍ଟ ଯାତ୍ରାର…
Archives

