ଭୁବନେଶ୍ୱର(ସତ୍ୟଜିତ୍ ରାଉତ)/ନିମାପଡ଼ା(ବିଚିତ୍ରାନନ୍ଦ ସାହୁ), ୧୭ା୬: ସରକାରୀ କ୍ଷମତାର ଅପବ୍ୟବହାର କରି ନିଲମ୍ବିତ ହୋଇଥିବା ନୟାଗଡ଼ ଜିଲା ଯୋଗାଣ ଅଧିକାରୀ (ସିଏସ୍ଓ) ବ୍ରଜେନ୍ଦ୍ର କୁମାର ନାୟକ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଶୁକ୍ରବାର ଭିଜିଲାନ୍ସର ୮ଟି ଟିମ୍ ବ୍ରଜେନ୍ଦ୍ରଙ୍କ ଘର ସମେତ ନୟାଗଡ଼, ଭୁବନେଶ୍ୱର ଓ ପୁରୀର ୮ ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି। ଏହି ସ୍ଥାନ ମଧ୍ୟରେ ବ୍ରଜେନ୍ଦ୍ରଙ୍କ ନୟାଗଡ଼ ସିଏସ୍ଓ କାର୍ଯ୍ୟାଳୟସ୍ଥିତ କୋଠରି, ନୟାଗଡ଼ ମିଶ୍ର କଲୋନୀରେ ଭଡ଼ାରେ ରହୁଥିବା ବାସଭବନ ଓ ପୁରୀ ଜିଲା ନିମାପଡ଼ା ଥାନା ଅନ୍ତର୍ଗତ ସୁନୁଗୋରଡ଼ି ଗ୍ରାମସ୍ଥିତ ପୈତୃକ ଘର ଆଦି ରହିଛି। ଭୁବନେଶ୍ୱର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ୱାରେଣ୍ଟ ବଳରେ ହେଉଥିବା ଏହି ଚଢ଼ାଉରେ ଭିଜିଲାନ୍ସର ୨ଜଣ ଡିଏସ୍ପି, ୬ଜଣ ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀ ନିୟୋଜିତ ଅଛନ୍ତି। ଏହି ଚଢ଼ାଉ ସମୟରେ ଭିଜିଲାନ୍ସ ବ୍ରଜେନ୍ଦ୍ରଙ୍କର ବିପୁଳ ସମ୍ପତ୍ତି ଠାବ କରିଛି।
ଭିଜିଲାନ୍ସର ରିପୋର୍ଟ ଅନୁଯାୟୀ, ଭୁବନେଶ୍ୱର ଭୀମଟାଙ୍ଗୀସ୍ଥିତ ହାଉସିଂ ବୋର୍ଡ କଲୋନୀର ପ୍ଲଟ୍ ନଂ. ଏ/ଏଲ୍-୫୫ରେ ଥିବା ଦୁଇ ମହଲା କୋଠା, ରାଜାରାଣୀ କଲୋନୀସ୍ଥିତ ପ୍ଲଟ୍ ନଂ.୩୮୪/୨୩୨୮ରେ ଥିବା ୩ ମହଲା କୋଠା (୧.୪୫ କୋଟି ଟଙ୍କା), ପ୍ଲଟ୍ ନଂ. ୩୮୫/୨୩୨୯ରେ ଥିବା ୩ ମହଲା କୋଠା, ଲୁଇସ୍ ରୋଡ୍ ଗ୍ୟାରେଜ ଛକ ଓ ପୁରୁଣା ଭୁବନେଶ୍ୱର ଶିଶୁପାଳଗଡ଼ରେ ଗୋଟିଏ ଲେଖାଏ କୋଠା, ନିମାପଡ଼ା ଖେଲାର ବଜାରରେ ୧୦ଟି ଦୋକାନ ଘର ଓ ୨ହଜାର ବର୍ଗଫୁଟ୍ବିଶିଷ୍ଟ ହଲ୍ ଥିବା ଗୋଟିଏ ମାର୍କେଟ କମ୍ପ୍ଲେକ୍ସ ଏବଂ ପୈତୃକ ଗାଁ ସୁନୁଗୋରଡ଼ିସ୍ଥିତ ପ୍ଲଟ ନଂ.୨୦୨ରେ ଥିବା ଫାର୍ମ ହାଉସ୍ ଠାବ ହୋଇଛି। ଏସବୁ ସମ୍ପତ୍ତିର ପ୍ରକୃତ ମୂଲ୍ୟ ଜାଣିବାକୁ ଭିଜିଲାନ୍ସ ଟେକ୍ନିକାଲ୍ ଉଇଙ୍ଗ୍ ପ୍ରୟାସ ଜାରି ରଖିଛି। ସେହିଭଳି ଭୁବନେଶ୍ୱରର ପ୍ରମୁଖ ଅଞ୍ଚଳରେ ୨ଟି ଓ ନିମାପଡ଼ାରେ ୫ ପ୍ଲଟ, ବ୍ୟାଙ୍କ ଓ ଜୀବନ ବୀମା ଜମା ୧.୫ କୋଟି, ୭.୮ ଲକ୍ଷ ଟଙ୍କାର ଗୋଟିଏ ଚାରିଚକିଆ ଯାନ ଓ ୩ଟି ବାଇକ ମଧ୍ୟ ଠାବ ହୋଇଛି। ଚଢ଼ାଉ ଜାରି ରହିଥିବାବେଳେ ବ୍ରଜେନ୍ଦ୍ରଙ୍କୁ ସମ୍ପତ୍ତି ସଂକ୍ରାନ୍ତରେ ଅଧିକ ପଚରାଉଚରା କରାଯାଉଛି। ଚଢ଼ାଉ ଓ ଯାଞ୍ଚ ସରିବା ପରେ ସମ୍ପତ୍ତିର ପରିମାଣ ଆହୁରି ବଢ଼ିପାରେ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।
ବ୍ରଜେନ୍ଦ୍ର ୨୦୨୨ରେ ନୟାଗଡ଼ ଜିଲା ଯୋଗାଣ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ। ଚାଷୀଙ୍କଠାରୁ ସମିତି ମାଧ୍ୟମରେ ଧାନ ନେଇ ଯୋଗାଣ ବିଭାଗକୁ ଚାଉଳ ନ ଫେରାଇ ସିକ୍ୟୁରିଟି ଟଙ୍କା ଉଠାଇ ନେଇଥିଲେ ଦୁଇ ମିଲ୍ର। ଏଥିରେ ବ୍ରଜେନ୍ଦ୍ର ସହଯୋଗ କରିଥିଲେ। ଏନେଇ ‘ଧରିତ୍ରୀ’ରେ ଖବର ପ୍ରକାଶ ପାଇବା ପରେ ଗତ ଡିସେମ୍ବର ୧୩ରେ ବ୍ରଜେନ୍ଦ୍ରଙ୍କୁ ନିଲମ୍ବନ କରାଯାଇଥିଲା।
ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…
ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...
ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ
ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...
ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…
ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...
ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ
ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...
ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ
୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...
ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର
ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...
ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…
ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...
ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି
ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍ରେ ସ୍ଥାନୀୟ ଏମ୍ପି ପ୍ରଦୀପ କୁମାର...
Archives


