କୋଟିପତି MVI ଗୋଲାପ ଚନ୍ଦ୍ର ହାଁସଦା ଗିରଫ: ୪୪ ପ୍ଲଟ ସହ ଘରୁ ମିଳିଥିଲା ପୁଳାପୁଳା ସୁନା-ରୁପା

ଭୁବନେଶ୍ୱର,୪।୮: ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ବୌଦ୍ଧ ଜିଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ)ର ମୋଟର ଭେଇକିଲ୍‌ ଇନ୍ସପେକ୍ଟର (ଏମ୍‌ଭିଆଇ) ଗୋଲାପ ଚନ୍ଦ୍ର ହାଂସଦାଙ୍କୁ ଭିଜିଲାନ୍ସ ଗିରଫ କରିଛି। ରବିବାର ଗୋଟିଏ ଦିନର ଯାଞ୍ଚରେ ଗୋଲାପଚନ୍ଦ୍ରଙ୍କର ୪୪ ପ୍ଲଟ୍‌ ଥିବା ଜଣାପଡ଼ିଥିବାବେଳେ ଘରୁ କେଜିଏ ସୁନା ଓ ୨ କେଜି ରୁପା ଅଳଙ୍କାର ମିଳିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ନିର୍ଦ୍ଦେଶାଳୟ ପକ୍ଷରୁ ଗୋଲାପଚନ୍ଦ୍ରଙ୍କ ବାରିପଦା, ବୌଦ୍ଧ ଓ ଭୁବନେଶ୍ୱରର ୬ ସ୍ଥାନରେ ଚଢ଼ାଉ କରାଯାଇଛି। ଯାଞ୍ଚ ଚାଲିଥିବା ସ୍ଥାନ ବୌଦ୍ଧରେ ଥିବା ଭଡ଼ାଘର, ବୌଦ୍ଧ ଆର୍‌ଟିଓ ଅଫିସସ୍ଥିତ ଚାମ୍ବର, ମୟୂରଭଞ୍ଜ ଜିଲା ଖୁଣ୍ଟା ଥାନା ଅନ୍ତର୍ଗତ ଗୁଡିଡିହ ଗ୍ରାମସ୍ଥିତ ପୈତୃକ ଘର, ଭୁବନେଶ୍ୱର ପାଣ୍ଡରାସ୍ଥିତ ଝିଅ ରହୁଥିବା ଭଡ଼ା ଫ୍ଲାଟ୍‌, ବାରିପଦା ୱାର୍ଡ ନଂ.୨୮ ଅନ୍ତର୍ଗତ ବାଘଡ଼ିହସ୍ଥିତ ଘନିଷ୍ଠ ସହଯୋଗୀଙ୍କ ଘର ଆଦି ରହିଛି।

ଭିଜିଲାନ୍ସ ରିପୋର୍ଟ ଅନୁଯାୟୀ, ଗୋଲାପଚନ୍ଦ୍ରଙ୍କ ବାରିପଦା ପ୍ରଫୁଲ୍ଲ ନଗରସ୍ଥିତ ପ୍ଲଟ୍‌ ନଂ.୪୫୭, ଖାତା ନଂ.୨୦୫/୭୩୦ରେ ୩୩୦୦ ବର୍ଗଫୁଟରେ ନିର୍ମିତ ଦୁଇମହଲା କୋଠା ରହିଛି। ବାରିପଦାରେ ୪୩ ପ୍ଲଟ୍‌ ଓ ବାଲେଶ୍ୱର ଟାଉନ ଉପକଣ୍ଠରେ ଗୋଟିଏ ପ୍ଲଟ୍‌ ଠାବ ହୋଇଛି। ସେଲ୍‌ ଡିଡ୍‌ ଅନୁଯାୟୀ ପ୍ଲଟଗୁଡ଼ିକର ମୂଲ୍ୟ ୧.୪୯ କୋଟି ଥିବାବେଳେ ପ୍ରକୃତ ମୂଲ୍ୟ ଏହାଠାରୁ ଢେର୍‌ ଅଧିକ ହେବ ବୋଲି ଭିଜିଲାନ୍ସ ଅନୁମାନ କରୁଛି। କୋଠା ଓ ପ୍ଲଟଗୁଡ଼ିକର ପ୍ରକୃତ ମୂଲ୍ୟ ଜାଣିବାକୁ ଭିଜିଲାନ୍ସ ଟେକ୍ନିକାଲ୍‌ ଓ୍ବିଙ୍ଗ୍‌ ଛାନ୍‌ଭିନ୍‌ ଚଳାଇଛି। ଏହାବ୍ୟତୀତ ଗୋଲାପଚନ୍ଦ୍ରଙ୍କ ଘରୁ ନଗଦ ୨ ଲକ୍ଷ ୩୮ ହଜାର ୭୨୫ ଟଙ୍କା ମିଳିଥିବା ବେଳେ ଏକ କେଜି ସୁନା ଓ ୨.୧୨୬ କେଜି ରୁପା ଅଳଙ୍କାର ମିଳିଛି। ସୁନା ମଧ୍ୟରେ ୫୦ ଗ୍ରାମ୍‌ ଲେଖାଏ ଦୁଇଟି ସୁନା ବିସ୍କୁଟ୍‌ ରହିଛି।

ସେହିପରି ଗୋଲାପଚନ୍ଦ୍ର ବ୍ୟାଙ୍କ, ପୋଷ୍ଟାଲ ଓ ଜୀବନବୀମାରେ ୧ କୋଟି ୩୪ ଲକ୍ଷ ୯ ହଜାର ୧୯୩ ଟଙ୍କା ରଖିଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି। ସେ ତାଙ୍କ ଝିଅର ଡାକ୍ତରୀ ପଢ଼ା ବାବଦକୁ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ଭିଜିଲାନ୍ସ ପ୍ରମାଣ ପାଇଛି। ଏଥିସହ ଗୋଲାପଚନ୍ଦ୍ରଙ୍କ ଘରୁ ଏକ ଡାଏରୀ ଜବତ ହୋଇଛି, ଯେଉଁଥିରେ ବେନାମୀ ଟଙ୍କା କାରବାର ତଥ୍ୟ ରହିଥିବା ବେଳେ ଏହାକୁ ଯାଞ୍ଚ କରାଯାଉଛି। ଏମ୍‌ଭିଆଇଙ୍କଠାରୁ ଗୋଟିଏ କାର୍‌ (ହୁଣ୍ଡାଇ କ୍ରେଟା), ୩ଟି ଦୁଇଚକିଆ ଯାନ ଓ ୧୬.୬ ଲକ୍ଷ ଟଙ୍କାର ଘରୋଇ ଉପକରଣ ଠାବ ହୋଇଛି। ଚଢ଼ାଉ ଜାରି ରହିଥିବାରୁ ଗୋଲାପଚନ୍ଦ୍ରଙ୍କ ସମ୍ପତ୍ତି ପରିମାଣ ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ତେଣେ ତାଙ୍କୁ ଭିଜିଲାନ୍ସ ଅଟକ ରଖି ବେଆଇନ ସମ୍ପତ୍ତି ବିଷୟରେ ପଚରାଉଚରା କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ୍‌ରେ ସଞ୍ଜୁ ସାମସନ ମାତ୍ର ୨୬ ରନ୍‌ କଲେ ଟିମ୍‌ ଇଣ୍ଡିଆ ହୋଇଯିବ ଚାମ୍ପିୟନ: ଜାଣନ୍ତୁ କେମିତି

ଅହମ୍ମଦାବାଦ୍‌,୭।୩: ଟି୨୦ ବିଶ୍ୱକପର ଫାଇନାଲ ମ୍ୟାଚ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ମାର୍ଚ୍ଚ ୮ରେ ଅନୁଷ୍ଠିତ ହେବାକୁଯାଉଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହେବାକୁ ଥିବା ଏହି…

ଯୁଦ୍ଧରେ ପାକିସ୍ତାନର ଏଣ୍ଟ୍ରି? ପାକ୍‌ ସହ ହାତ ମିଳାଇଲା ଭାରତର ବନ୍ଧୁରାଷ୍ଟ୍ର, ବିଶ୍ୱରେ ଚହଳ…

ଇସଲାମବାଦ,୭।୩: ଆଜି ମଧ୍ୟପ୍ରାଚ୍ୟରେ ଯୁଦ୍ଧର ଅଷ୍ଟମ ଦିନ। ଏପର୍ଯ୍ୟନ୍ତ ଆମେରିକା, ଇରାନ ଏବଂ ଇସ୍ରାଏଲ ହଜାର ହଜାର କ୍ଷେପଣାସ୍ତ୍ର ଏବଂ ବୋମା ବ୍ୟବହାର କରିସାରିଛନ୍ତି। ଏହାର ପ୍ରଭାବ…

ଯୁଦ୍ଧ ହେଲା, ମିଶାଇଲ ଗର୍ଜିଲା…, ହେଲେ ବଢିବା ପରିବର୍ତ୍ତେ କାହିଁକି କମିଲା ସୁନାର ଦାମ୍‌? ଜାଣନ୍ତୁ ଭିତିରି କଥା

ନୂଆଦିଲ୍ଲୀ,୭।୩: ମଧ୍ୟପ୍ରାଚ୍ୟ ଉଷ୍ମ ହେଉଛି। ଇରାନ ବିରୁଦ୍ଧରେ ଆମେରିକା-ଇସ୍ରାଏଲ ମିଳିତ ସାମରିକ କାର୍ଯ୍ୟାନୁଷ୍ଠାନ ଏବଂ ତେହେରାନର ପ୍ରତିଶୋଧମୂଳକ ଆକ୍ରମଣ, ବିଶ୍ୱବ୍ୟାପୀ ବଜାରରେ ଭୟ ସୃଷ୍ଟି କରିଛି। ଇତିହାସ…

ବେଆଇନ ବାଲି ଚାଲାଣ ଧରପଗଡ଼, ୭ ଟ୍ରାକ୍ଟରରୁ ଆଦାୟ ହେଲା ଏତିକି ଟଙ୍କାର ଜରିମାନା…

ଗୁଣପୁର,୭ା୩(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଉପଜିଲାପାଳ ଦୁଧାଲ ଅଭିଷେକ ଦିଲ୍ଲୀପଙ୍କ ନେତୃତ୍ୱରେ ବେଆଇନ ବାଲିଚାଲାଣ ଓ ଧରପଗଡ଼ ହୋଇଥିଲା। ଭୋର୍‌ ସମୟରେ ହଠାତ୍‌ ଉପଜିଲାପାଳଙ୍କ ନେତୃତ୍ୱରେ…

୩ୟ ବିଶ୍ୱଯୁଦ୍ଧ ଆରମ୍ଭ, ଯୁଦ୍ଧକୁ ଡେଇଁଲା ରୁଷିଆ!

ମସ୍କୋ,୭।୩: ଆମେରିକା-ଇସ୍ରାଏଲ ଯୁଦ୍ଧରେ ରୁଷିଆ ଇରାନକୁ ସହାୟତା କରୁଛି। ଦି ୱାଶିଂଟନ ପୋଷ୍ଟରେ ଏକ ରିପୋର୍ଟରେ ଦାବି କରାଯାଇଛି ଯେ ରୁଷିଆ ଇରାନକୁ ଆମେରିକୀୟ ସାମରିକ ଘାଟି…

ବିଜୟ ଦେବରକୋଣ୍ଡାଙ୍କ ପ୍ରେମ ଆଗରେ ହାରିଗଲେ ରୋନାଲ୍ଡୋ-ମେସି, ଫୁଟବଲ ଖେଳାଳିଙ୍କ ରେକର୍ଡ ଭାଙ୍ଗିଲେ ‘ବିରୋଶ’

ଚେନ୍ନାଇ,୭।୩: ୨୬ ଫେବୃଆରୀରେ ଉଦୟପୁରରେ ଅନୁଷ୍ଠିତ ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡାଙ୍କ ବିବାହ ଏକ ବିରାଟ କାର୍ଯ୍ୟକ୍ରମଠାରୁ କମ ନଥିଲା। ସେମାନଙ୍କ ବିବାହ ପୂର୍ବ କାର୍ଯ୍ୟକ୍ରମଠାରୁ…

ଉପମୁଖ୍ୟମନ୍ତ୍ରୀ ଯାଉଥିବା ହେଲିକପ୍ଟରରୁ ବାହାରିଲା ଧୂଆଁ: ଆଉ ତା’ପରେ…

ଲକ୍ଷ୍ନୌ,୭।୩: ଉତ୍ତର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ହେଲିକପ୍ଟରକୁ ଲକ୍ଷ୍ନୌ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିବାକୁ ପଡିଛି। କୌଶାମ୍ବୀ ଅଭିମୁଖେ ଯାଉଥିବା ସମୟରେ ହେଲିକପ୍ଟରଟି ହଠାତ୍‌…

ଭାରତକୁ ପଶିଲା ଇରାନୀ ଜାହାଜ, ଆମେରିକାରେ ବାଜିଲା ସାଇରନ!

ନୂଆଦିଲ୍‌ଲୀ,୭।୩: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ଖରାପ ହେଉଛି। ସମ୍ପ୍ରତି ଭାରତରୁ ଫେରୁଥିବା ଇରାନୀ ଜାହାଜ ISIS ଡେନା ଉପରେ ଆମେରିକା ଆକ୍ରମଣ କରିଥିଲା। ୮୭ ଜଣ ଇରାନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri