କୋଟିପତି MVI ଗୋଲାପ ଚନ୍ଦ୍ର ହାଁସଦା ଗିରଫ: ୪୪ ପ୍ଲଟ ସହ ଘରୁ ମିଳିଥିଲା ପୁଳାପୁଳା ସୁନା-ରୁପା

ଭୁବନେଶ୍ୱର,୪।୮: ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ବୌଦ୍ଧ ଜିଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ)ର ମୋଟର ଭେଇକିଲ୍‌ ଇନ୍ସପେକ୍ଟର (ଏମ୍‌ଭିଆଇ) ଗୋଲାପ ଚନ୍ଦ୍ର ହାଂସଦାଙ୍କୁ ଭିଜିଲାନ୍ସ ଗିରଫ କରିଛି। ରବିବାର ଗୋଟିଏ ଦିନର ଯାଞ୍ଚରେ ଗୋଲାପଚନ୍ଦ୍ରଙ୍କର ୪୪ ପ୍ଲଟ୍‌ ଥିବା ଜଣାପଡ଼ିଥିବାବେଳେ ଘରୁ କେଜିଏ ସୁନା ଓ ୨ କେଜି ରୁପା ଅଳଙ୍କାର ମିଳିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ନିର୍ଦ୍ଦେଶାଳୟ ପକ୍ଷରୁ ଗୋଲାପଚନ୍ଦ୍ରଙ୍କ ବାରିପଦା, ବୌଦ୍ଧ ଓ ଭୁବନେଶ୍ୱରର ୬ ସ୍ଥାନରେ ଚଢ଼ାଉ କରାଯାଇଛି। ଯାଞ୍ଚ ଚାଲିଥିବା ସ୍ଥାନ ବୌଦ୍ଧରେ ଥିବା ଭଡ଼ାଘର, ବୌଦ୍ଧ ଆର୍‌ଟିଓ ଅଫିସସ୍ଥିତ ଚାମ୍ବର, ମୟୂରଭଞ୍ଜ ଜିଲା ଖୁଣ୍ଟା ଥାନା ଅନ୍ତର୍ଗତ ଗୁଡିଡିହ ଗ୍ରାମସ୍ଥିତ ପୈତୃକ ଘର, ଭୁବନେଶ୍ୱର ପାଣ୍ଡରାସ୍ଥିତ ଝିଅ ରହୁଥିବା ଭଡ଼ା ଫ୍ଲାଟ୍‌, ବାରିପଦା ୱାର୍ଡ ନଂ.୨୮ ଅନ୍ତର୍ଗତ ବାଘଡ଼ିହସ୍ଥିତ ଘନିଷ୍ଠ ସହଯୋଗୀଙ୍କ ଘର ଆଦି ରହିଛି।

ଭିଜିଲାନ୍ସ ରିପୋର୍ଟ ଅନୁଯାୟୀ, ଗୋଲାପଚନ୍ଦ୍ରଙ୍କ ବାରିପଦା ପ୍ରଫୁଲ୍ଲ ନଗରସ୍ଥିତ ପ୍ଲଟ୍‌ ନଂ.୪୫୭, ଖାତା ନଂ.୨୦୫/୭୩୦ରେ ୩୩୦୦ ବର୍ଗଫୁଟରେ ନିର୍ମିତ ଦୁଇମହଲା କୋଠା ରହିଛି। ବାରିପଦାରେ ୪୩ ପ୍ଲଟ୍‌ ଓ ବାଲେଶ୍ୱର ଟାଉନ ଉପକଣ୍ଠରେ ଗୋଟିଏ ପ୍ଲଟ୍‌ ଠାବ ହୋଇଛି। ସେଲ୍‌ ଡିଡ୍‌ ଅନୁଯାୟୀ ପ୍ଲଟଗୁଡ଼ିକର ମୂଲ୍ୟ ୧.୪୯ କୋଟି ଥିବାବେଳେ ପ୍ରକୃତ ମୂଲ୍ୟ ଏହାଠାରୁ ଢେର୍‌ ଅଧିକ ହେବ ବୋଲି ଭିଜିଲାନ୍ସ ଅନୁମାନ କରୁଛି। କୋଠା ଓ ପ୍ଲଟଗୁଡ଼ିକର ପ୍ରକୃତ ମୂଲ୍ୟ ଜାଣିବାକୁ ଭିଜିଲାନ୍ସ ଟେକ୍ନିକାଲ୍‌ ଓ୍ବିଙ୍ଗ୍‌ ଛାନ୍‌ଭିନ୍‌ ଚଳାଇଛି। ଏହାବ୍ୟତୀତ ଗୋଲାପଚନ୍ଦ୍ରଙ୍କ ଘରୁ ନଗଦ ୨ ଲକ୍ଷ ୩୮ ହଜାର ୭୨୫ ଟଙ୍କା ମିଳିଥିବା ବେଳେ ଏକ କେଜି ସୁନା ଓ ୨.୧୨୬ କେଜି ରୁପା ଅଳଙ୍କାର ମିଳିଛି। ସୁନା ମଧ୍ୟରେ ୫୦ ଗ୍ରାମ୍‌ ଲେଖାଏ ଦୁଇଟି ସୁନା ବିସ୍କୁଟ୍‌ ରହିଛି।

ସେହିପରି ଗୋଲାପଚନ୍ଦ୍ର ବ୍ୟାଙ୍କ, ପୋଷ୍ଟାଲ ଓ ଜୀବନବୀମାରେ ୧ କୋଟି ୩୪ ଲକ୍ଷ ୯ ହଜାର ୧୯୩ ଟଙ୍କା ରଖିଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି। ସେ ତାଙ୍କ ଝିଅର ଡାକ୍ତରୀ ପଢ଼ା ବାବଦକୁ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ଭିଜିଲାନ୍ସ ପ୍ରମାଣ ପାଇଛି। ଏଥିସହ ଗୋଲାପଚନ୍ଦ୍ରଙ୍କ ଘରୁ ଏକ ଡାଏରୀ ଜବତ ହୋଇଛି, ଯେଉଁଥିରେ ବେନାମୀ ଟଙ୍କା କାରବାର ତଥ୍ୟ ରହିଥିବା ବେଳେ ଏହାକୁ ଯାଞ୍ଚ କରାଯାଉଛି। ଏମ୍‌ଭିଆଇଙ୍କଠାରୁ ଗୋଟିଏ କାର୍‌ (ହୁଣ୍ଡାଇ କ୍ରେଟା), ୩ଟି ଦୁଇଚକିଆ ଯାନ ଓ ୧୬.୬ ଲକ୍ଷ ଟଙ୍କାର ଘରୋଇ ଉପକରଣ ଠାବ ହୋଇଛି। ଚଢ଼ାଉ ଜାରି ରହିଥିବାରୁ ଗୋଲାପଚନ୍ଦ୍ରଙ୍କ ସମ୍ପତ୍ତି ପରିମାଣ ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ତେଣେ ତାଙ୍କୁ ଭିଜିଲାନ୍ସ ଅଟକ ରଖି ବେଆଇନ ସମ୍ପତ୍ତି ବିଷୟରେ ପଚରାଉଚରା କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଶତାଧିକ ଛତ୍ରୀଛାତ୍ର ଗାଇଲେ ବନ୍ଦେ ମାତରମ୍‌

କେସିଙ୍ଗା,୨୦ା୧ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏସି ସ୍ତରୀୟ ବନ୍ଦେ ମାତରମ୍‌ ଗାନ କାର୍ଯ୍ୟକ୍ରମ ଅଧ୍ୟକ୍ଷ ନୃପରାଜ ଯାଦବଙ୍କ ଅଧ୍ୟକ୍ଷତାରେ ବିଦ୍ୟାପୀଠ ଖେଳ ପଡିଆଠାରେ...

ମୁଖ୍ୟ ଚିକିତ୍ସାଳୟ ପଛପଟେ ଯୁବକଙ୍କ ମୃତଦେହ , ହତ୍ୟା ନେଇ ବଢୁଛି ସନ୍ଦେହ

ବରଗଡ,୨୦।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ଖେଦାପାଲିସ୍ଥିତ ଜିଲଖ ମୁଖ୍ୟ ଚିକିତ୍ସାଳୟ ପଛପଟେ ରହିଥିବା ଟୁକୁର୍ଲା ଜଳାଶୟରେ ମଙ୍ଗଳବାର ଜଣେ ଯୁବକଙ୍କ ମୃତଦେହ ଭାସୁଥିବା ଅବସ୍ଥାରେ...

ପୀୟୂଷଙ୍କୁ ନେଇ ଆସିଲା ବଡ଼ ଖବର, ଯାତ୍ରା ମଞ୍ଚ ଚଢ଼ିବା ଉପରେ କୋର୍ଟ ନେଲେ ଏହି ନିଷ୍ପତ୍ତି

ଭୁବନେଶ୍ୱର,୨୦।୧: ଯାତ୍ରା ମଞ୍ଚ ଚଢ଼ିବାକୁ ଅଭିନେତା ପୀୟୂଷ ତ୍ରିପାଠୀଙ୍କୁ ଅନୁମତି। ଭୁବନେଶ୍ବର କୋର୍ଟ ଅନୁମତି ଦେଇଥିବା ପୀୟୂଷଙ୍କ ଓକିଲ କହିଛନ୍ତି। ପୀୟୂଷଙ୍କ ଉପରେ ଲାଗିଥିବା ଅନ୍ତରୀଣ...

ଆଉ ୫ ଘଣ୍ଟା ପରେ ୪ ରାଶିରେ ଅତ୍ୟନ୍ତ ଶୁଭ ସମୟ, ହଠାତ ମିଳିବ ଖୁସି ଖବର, ୨୩ ଭିତରେ ମିଳିଯିବ…

ମଙ୍ଗଳ ଗୋଚର ଫଳରେ ବହୁ ରାଶିର ବ୍ୟକ୍ତି ଆର୍ଥିକ ଦୃଷ୍ଟିରୁ ଲାଭବାନ ହେବେ । ମଙ୍ଗଳ ଗ୍ରହଙ୍କ ମକର ରାଶିରେ ଗୋଚର ଅନେକ ଦୃଷ୍ଟିକୋଣରୁ ବେଶ୍‌...

ବାଇକ ଧକ୍କା ପରେ ଚାପିଦେଲା ଟ୍ରାକ୍ଟର, ୨ ବର୍ଷ ଶିଶୁର ମୃତ୍ୟୁ

ସୁନ୍ଦରଗଡ଼,୨୦।୧: ସୁନ୍ଦରଗଡ଼ ସହରରେ ମଙ୍ଗଳବାର ଏକ ଶୋକାକୁଳ ପରିସ୍ଥିତି ଦେଖିବାକୁ ମିଳିଛି। ପଞ୍ଚମୁଖୀ ହନୁମାନ ମନ୍ଦିର ନିକଟରେ ଏକ ଟ୍ରାକ୍ଟର ଚଢ଼ିଯିବା ଫଳରେ ୨ ବର୍ଷର...

ମାଳତୀଙ୍କୁ ଆଜି ବି ମନେପକାନ୍ତି ସିମନବାଡି ପଞ୍ଚାୟତବାସୀ: ଲୋକଙ୍କ ପାଇଁ କାମ କରି ଚର୍ଚ୍ଚାରେ…

ଦାରିଙ୍ଗବାଡି,୨୦।୧(ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତର ପୂର୍ବତନ ସରପଞ୍ଚ ସ୍ବର୍ଗତ ମାଳତୀ ସାହୁଙ୍କୁ ଆଜିବି ମନେପକାନ୍ତି ପଞ୍ଚାୟତବାସୀ। ମଙ୍ଗଳବାର ପଞ୍ଚାୟତରେ  ତାଙ୍କର...

ବୁଲା କୁକୁର ମାମଲା: ମେନକା ଗାନ୍ଧୀଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ, ଉଠାଇଲେ ଏପରି ପ୍ରଶ୍ନ

ନୂଆଦିଲ୍ଲୀ,୨୦ା୧: ବୁଲା କୁକୁର ମାମଲାରେ ପ୍ରାଣୀ ଅଧିକାର କର୍ମୀ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମେନକା ଗାନ୍ଧୀଙ୍କୁ ସୁପ୍ରିମକୋର୍ଟ କଡ଼ା ସମାଲୋଚନା କରିଛନ୍ତି। ଏକ ପଡକାଷ୍ଟରେ...

ବନ୍ଦ ହୋଇଯିବ ୫୦୦ଟଙ୍କିଆ ନୋଟ? ଜାଣି ନିଅନ୍ତୁ ବଡ଼ ସୂଚନା

ନୂଆଦିଲ୍ଲୀ,୨୦।୧: ଦେଶର ବ୍ୟାଙ୍କିଙ୍ଗ ନିୟାମକ, ଭାରତୀୟ ରିଜର୍ଭ ବ୍ୟାଙ୍କ, ସରକାରଙ୍କ ସହଯୋଗରେ ପୁଣି ଥରେ ବିମୁଦ୍ରାକରଣ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି କି? ପ୍ରାୟ ଏକ ଦଶନ୍ଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri