ନୀଳଗିରିରେ ମିଲେଟ୍‌ ମିଶନ ଫେଲ୍‌

ନୀଳଗିରି,୨୮।୮(ପ୍ରଶାନ୍ତ ବିଶ୍ୱାଳ): ରାଜ୍ୟରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଆର୍ଥତ୍କ ଅବସ୍ଥାରେ ଉନ୍ନତି ଆଣିବା ଓ ଲୋକଙ୍କ ପୁଷ୍ଟିସାଧନକୁ ଦୃଷ୍ଟିରେ ରଖି ସରକାର ମିଲେଟ ମିଶନ ଯୋଜନା ଆରମ୍ଭ କରିଛନ୍ତି। ମାତ୍ର ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳରେ ଏହି ମିଶନ ଫେଲ୍‌ ମାରିିଛି। ମାଣ୍ଡିଆ, ଯଅ ଓ ବାଜରା ଚାଷ ଆଶାନୁରୂପ ହୋଇ ପାରିନି।
ସୂଚନା ଅନୁଯାୟୀ, ନୀଳଗିରି ବ୍ଲକରେ ମିଲେଟ ଚାଷ ପାଇଁ କୃଷି ବିଭାଗ ତରଫରୁ ବେସରକାରୀ ସଂସ୍ଥା ଏଫ୍‌ଏ (ଫେସିଲେଟିଙ୍ଗ ଏଜେନ୍ସି) ସମ୍ବନ୍ଧ ମାଧ୍ୟମରେ ଏହାର ସହକାରୀ ସଂସ୍ଥା ସୁବର୍ଣ୍ଣରେଖା (ସିବିଓ)କୁ ଦାୟିତ୍ୱ ଦିଆଯାଇଛି। ନୀଳଗିରି ବ୍ଲକରେ ଏହି ସଂସ୍ଥା ଗତ ୨ମାସ ତଳେ କାର୍ଯ୍ୟ ଆରମ୍ଭ କରିଥିବା ବେଳେ ନୀଳଗିରି କୃଷି ବିଭାଗ କାର୍ଯ୍ୟାଳୟରୁ ବିହନ ସଂଗ୍ରହ କରି ତରବରିଆ ଭାବରେ ହିତାଧିକାରୀ ଚୟନ କରି ବାଣ୍ଟିଥିଲେ। ନୀଳଗିରି ବ୍ଲକରେ ୨୦୦ ହେକ୍ଟର ଜମିରେ ସଘନ ପ୍ରଣାଳୀରେ ଚାଷ କରିବା ପାଇଁ ଆସିଥିଲା। ପ୍ରଥମେ ନୀଳଗିରି ବ୍ଲକର ୧୧ ପଞ୍ଚାୟତକୁ ଉକ୍ତ ସଂସ୍ଥା ଚୟନ କରିଥିଲା। କିନ୍ତୁ ପରିତାପର ବିଷୟ ମିଲେଟ ମିଶନ ଯୋଜନାରେ ଯେଉଁ ସବୁ ହିତାଧିକାରୀମାନଙ୍କୁ ଚୟନ କରାଯାଇ ସେମାନଙ୍କର ଜମିରେ ଏବେ ଚାଷ କରିବା ପାଇଁ ବିହନ ବଣ୍ଟନ କରାଯାଇଥିଲା ସେ ସବୁ ଜମିରେ ପ୍ରକୃତ ପକ୍ଷେ ଚାଷ କରା ନ ଯାଇ ଧାନ ଚାଷ କରାଯାଇଥିବା ବିଶେଷ ସୂତ୍ରରୁ ଖବର ମିଳିଛି। ୨୦୦ ହେକ୍ଟର ପାଇଁ ନାମ ପଞ୍ଜୀକରଣ କରାଯାଇଥିବା ବେଳେ ୧୧ ପଞ୍ଚାୟତର କିଛି କିଛି ପ୍ଲଟରେ ୧୫ଡିସିମିଲ, ୨୫ଡିସିମିଲି ହିସାବରେ ଚାଷ ହୋଇଥିବା ବେଳେ ଅନ୍ୟ ଚାଷ ଜମିରେ ବିହନ ପଚି ଯାଇଥିବା ସଂସ୍ଥା ସଫେଇ ଦେଇଛି।
ଏ ସମ୍ପର୍କରେ ନୀଳଗିରି ବ୍ଲକ କୃଷି ଅଧିକାରିଣୀ ମିତାଲି ନାୟକଙ୍କୁ ପଚାରିବାରୁ ୨୦୦ ହେକ୍ଟର ମାଣ୍ଡିଆ, ଯଅ, ବାଜରା ଚାଷ ପାଇଁ ବିହନ ଦିଆଯାଇଛିି। କିନ୍ତୁ ଏନ୍‌ଜିଓ ସଂସ୍ଥା ଠିକ୍‌ ତଥ୍ୟ ଦେଇ ନ ଥିବାରୁ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଯାହା ଫଳରେ କୃଷି ବିଭାଗ ପାଖରେ ଚାଷୀଙ୍କ ନାମ ନ ଥିବା ବେଳେ କେତେ ଜମିରେ ଚାଷ ହୋଇଛି ସଠିକ୍‌ ତଥ୍ୟ ନ ଥିବା ସୂଚନା ଦେଇଛନ୍ତି। ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନାକୁ ଫେଲ୍‌ କରିବାରେ ଯେଉଁମାନଙ୍କର ହାତ ରହିଛି ସେମାନଙ୍କୁ ଲୋକଲୋଚନକୁ ଆଣିବା ପାଇଁ ଦାବି ହେଉଛି। ଉଲ୍ଲେଖଯୋଗ୍ୟ, ମିଲେଟ ଚାଷ ନିମନ୍ତେ ଆଗରୁ ଦିଆଯାଉଥିବା ପ୍ରୋତ୍ସାହନ ସମୟ ସୀମା ୩ବର୍ଷ ବଦଳରେ ୫ବର୍ଷକୁ ବୃଦ୍ଧି କରାଯାଇଛି। ଏହି ୫ ବର୍ଷିଆ ଯୋଜନାରେ ହେକ୍ଟର ପିଛା ୧୦ହଜାର ବଦଳରେ ୨୬ହଜାର ୫ଶହ ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ ପାଇଁ ନିଷ୍ପତ୍ତି ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲ ୧ରୁ ଆରମ୍ଭ ହେବ ମାରାଗୁଡ଼ା ଲୋକମହୋତ୍ସବ

ନୂଆପଡ଼ା,୨୭ା୩(ମକାରୁ ବେମାଲ): ନୂଆପଡ଼ା ଜିଲାର ଐତିହ୍ୟ, ଲୋକକଳା ଓ ସଂସ୍କୃତିର ମହାପାର୍ବଣ ମାରାଗୁଡ଼ା ଲୋକମହୋତ୍ସବ ଆସନ୍ତା ଏପ୍ରିଲ ୧ରୁ ୫ ତାରିଖ ପର୍ଯ୍ୟନ୍ତ ନୂଆପଡ଼ାର ନ୍ୟାଶନାଲ ମହାବିଦ୍ୟାଳୟ…

ଖେଳାଳିଙ୍କ ଗସ୍ତ ଉପରେ କଟକଣା ଲଗାଇଲା ଇରାନ

ତେହେରାନ,୨୭ା୩: ଇରାନ ଶତ୍ରୁରାଷ୍ଟ୍ର ଭାବେ ବିବେଚନା ଦେଶଗୁଡ଼ିକୁ ଖେଳାଳିଙ୍କ ଗସ୍ତ ଉପରେ କଟକଣା ଜାରି କରିଛି। ସାଉଦି ଆରବରେ ଟ୍ରାକ୍ଟର ଏଫ୍‌ସି ବିପକ୍ଷ ଗେମ୍‌ ପୂର୍ବରୁ ଇରାନ…

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ପାଟପୁର ଗାଁ ଉତ୍ସବମୁଖର: ଅସ୍ଥାୟୀ ପୀଠରେ ପୂଜା ପାଇଲେ ଦେବୀ

ଦିଗପହଣ୍ଡି,୨୭୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ପାଟପୁର ଗାଁର ଗ୍ରାମ ଦେବତୀ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଦୁଇବର୍ଷ ବ୍ୟବଧାନରେ ଚୈତ୍ର ଶୁକ୍ଳ ନବମୀ ତିଥି…

ଯୁଦ୍ଧ ଭିତରେ ମିସାଇଲ କିଣିଲା ଭାରତ, ଥରିଲା ପାକିସ୍ତାନ!

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଭାରତ ରୁଷିଆଠାରୁ ‘ଟୁଙ୍ଗୁସ୍କା’ ଆଣ୍ଟି-ଏୟାରକ୍ରାଫ୍ଟ ଏବଂ ମିସାଇଲ ସିଷ୍ଟମ ହାସଲ କରିବାକୁ ଯୋଜନା କରିଛି। ଏଥିପାଇଁ, ଭାରତ ରୁଷିଆର ରୋସୋବୋରୋନେକ୍ସପୋର୍ଟ…

ନୂଆ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି, କହିଲେ ଗୁରୁତ୍ୱପୂର୍ଣ୍ଣ କଥା

ନୂଆଦିଲ୍ଲୀ/କାଠମାଣ୍ଡୁ,୨୭।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ନେପାଳର ନୂଆ ପ୍ରଧାନମନ୍ତ୍ରୀ ବଲେନ୍ଦ୍ର ‘ବାଲେନ’ ଶାହଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ ଉଭୟ ଦେଶର ପାରସ୍ପରିକ ଲାଭକୁ…

ଯୁଦ୍ଧ ମଧ୍ୟରେ ଏମିତି ପଦକ୍ଷେପ ନେବାକୁ ଯାଉଛି ଭାରତ: ଚାହଁ ରହିଯିବେ ଚାଇନା-ପାକିସ୍ତାନ

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବଂ ହର୍ମୁଜ ଷ୍ଟ୍ରେଟ୍‌ ବନ୍ଦ ହେବା ବିଶ୍ୱ ଶକ୍ତି ବଜାରରେ ଅସ୍ଥିରତା ସୃଷ୍ଟି କରିଛି। ବିଶ୍ୱର ପ୍ରାୟ ୨୦% ତୈଳ ଏହି…

ଜଣେ ବିବାହିତ ପୁରୁଷ ଲିଭ-ଇନରେ ରହିପାରିବେ କି? ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ଆଲ୍ଲାହାବାଦ,୨୭।୩: ଜଣେ ବିବାହିତ ପୁରୁଷ ଲିଭ-ଇନ ସମ୍ପର୍କରେ ରହିପାରିବେ କି ନାହିଁ ଏହାକୁ ନେଇ ଆଲ୍ଲାହାବାଦ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଶୁକ୍ରବାର କୋର୍ଟ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri