୭ ମାସରେ ମିଲେଟ ଶକ୍ତି କାଫେ ବନ୍ଦ

ରାଉରକେଲା,୨୨।୮(ସଙ୍ଗୀତା ଜେନା): ମିଲେଟକୁ ମିଲେଟକୁ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବା ଓ ଏହାର ଚାହିଦା ବୃଦ୍ଧି କରିବା ପାଇଁ ସରକାରୀ ସ୍ତରରେ ଜୋରଦାର ପ୍ରୟାସ କରାଯାଉଛି। ମିଲେଟକୁ ଲୋକଙ୍କ ମଧ୍ୟରେ ସଚେତନତା, ଆଦୃତି, ଉପଲବ୍ଧି କରିବା ଆଦି ଉଦ୍ଦେଶ୍ୟ ନେଇ ୨୦୨୩କୁ ମିଲେଟ୍‌ ବର୍ଷ ଭାବେ ଘୋଷଣା କରାଯାଇଛି। ଏସ୍‌ଏଚ୍‌ଜି ମା’ମାନଙ୍କ ଦ୍ୱାରା ମିଲେଟରେ ପ୍ରସ୍ତୁତ ବିଭିନ୍ନ ବ୍ୟଞ୍ଜନକୁ ଲୋକଙ୍କୁ ଯୋଗାଇବା ଲାଗି ରାଉରକେଲା ସ୍ମାର୍ଟସିଟିରେ ‘ମିଲେଟ ଶକ୍ତି କାଫେ’ ଖୋଲାଯାଇଛି। ସୁନ୍ଦରଗଡ଼ ଜିଲାରେ ମାଣ୍ଡିଆ ମିଲେଟ୍‌ ଓ ଅନ୍ୟ ମୋଟା ଖାଦ୍ୟଶସ୍ୟର ଉପତ୍ାଦନକୁ ଦୃଷ୍ଟିରେ ରଖି ଏପରି ଏପରି ପଦକ୍ଷେପ ନିଆଯାଇଛି। ପ୍ରଥମ କାଫେ କୋଏଲ ନଗରରେ ଥିବା ବେଳେ ଅନ୍ୟଟି ରାଉରକେଲା ୭ ତାଲା ଛକରେ ରହିଛି। ୭ ତାଲା ସ୍ଥିତ କାଫେ ଚଳିତବର୍ଷ ଜାନୁଆରୀ ୫ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ହୋଇଥିଲା। ରାଉରକେଲା ମହାନଗର ନିଗମ ଜାଗା ତଥା ଜିଲା କୃଷି ବିଭାଗ ପୃଷ୍ଠପୋଷକତାରେ ୨୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଉକ୍ତ କାଫେ ପ୍ରଥମ କିଛିଦିନ ଠିକ୍‌ଠାକ ଚାଲିଥିବା ଦେଖାଯାଇଥିଲା। ପରେ ଏଥିରେ ନିୟମିତ ଚୋରି ଅଭିଯୋଗ ହେଲା। କାଫେରେ ସିସିଟିଭି ଓ ଅନ୍ୟ ଉପକରଣ ଥିଲେ ମଧ୍ୟ ନିୟମିତ ଚୋରି ହେଉଥିଲା। ଏହାକୁ ପ୍ରଥମେ ଏକ ଏସ୍‌ଏଚ୍‌ଜି ପରିଚାଳନା କରୁଥିଲା। ପରବର୍ତ୍ତୀ ସମୟରେ ଉକ୍ତ ଏସ୍‌ଏଚ୍‌ଜି ଏଥିରୁ ଓହରିଯିବାରୁ ସମ୍ପ୍ରତି ତାହା ଅବ୍ୟବହୃତ ହୋଇ ପଡ଼ି ରହିଛି। ଏହାର ଲାଇଟ, ସୌନ୍ଦର୍ଯ୍ୟକରଣ ସାମଗ୍ରୀ ଗୁଡ଼ିକ ଚୋରି ହୋଇଯାଇଛି। କାଫେ ପରିସରରେ ଥିବା ପେଭଗୁଡ଼ିକ ଭାଙ୍ଗିଗଲାଣି।
ଉକ୍ତ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ଓ ତରବରିଆ ଭାବେ ନିର୍ମାଣ କରାଯାଇଥିବାରୁ କିଛିଦିନରେ ଏହା ଭାଙ୍ଗିରୁଜି ଯାଇଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଗହଳିପୂର୍ଣ୍ଣ ସ୍ଥାନରେ ଏହାକୁ ନିର୍ମାଣ କରାଯାଇଥିବା ବେଳେ ଉପଯୁକ୍ତ ଯତ୍ନ ଅଭାବରୁ ଏହା ନଷ୍ଟ ହେବାକୁ ବସିଲାଣି। ସ୍ଥାନୀୟ ଲୋକେ ମିଲେଟରେ ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ କ୍ରୟ କରୁଥିଲେ। ଏବେ ଉକ୍ତ କାଫେ ପରିଚାଳନା କରିବାକୁ କେହି ରାଜି ହେଉନାହାନ୍ତି। ଫଳରେ ସହରବାସୀଙ୍କୁ ମିଲେଟ ପ୍ରସ୍ତୁତ ସୁସ୍ବାଦୁ ଖାଦ୍ୟ ମିଳିପାରୁନାହିଁ ବୋଲି କିଛି ଲୋକ ମତ ଦେଇଛନ୍ତି। ଏ ସମ୍ପର୍କରେ ଆର୍‌ଏମ୍‌ସି ଉପାୟୁକ୍ତ ସୁଧାଂଶୁ ଶେଖର ଭୋଇଙ୍କୁ ପଚାରାଯିବାରୁ ସେ କହିଲେ, ସ୍ଥାନୀୟ କିଛି ଦୁର୍ବୃତ୍ତ ବିଭିନ୍ନ ସ୍ଥାନରୁ ଚୋରି କରିନେଉଛନ୍ତି। ଏ ନେଇ ଥାନାରେ ଅଭିଯୋଗ କରାଯାଇଛି ବୋଲି ଭୋଇ କହିଥିଲେ। ସେହିପରି ମିଲେଟ ମିଶନର ଡିପିସି ଅରବିନ୍ଦ ମାଝୀଙ୍କୁ ପଚାରାଯିବାରୁ ସେ କହିଲେ, ଉକ୍ତ କାଫେ ପାଇଁ ଅନ୍ୟ ଏକ ଏସ୍‌ଏଚ୍‌ଜିକୁ ମନୋନିତ କରାଯାଇଛି। ପରିଚାଳନାଗତ ପ୍ରକ୍ରିୟା ଜାରି ରହିଛି। ସିଡ଼ିପିଓ ଏହାର ଦାୟିତ୍ୱ ଗ୍ରହଣ କରିଛନ୍ତି। ପରେ ଏହାର ଦାୟିତ୍ୱ ଯୋଗ୍ୟ ଏସ୍‌ଏଚ୍‌ଜିକୁ ହସ୍ତାନ୍ତର କରାଯିବ ବୋଲି ମାଝୀ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri