Posted inଖେଳ

ବିଶ୍ୱକପ୍‌ ଫାଇନାଲରେ ପହଞ୍ଚିବାକୁ ଅଷ୍ଟ୍ରେଲିଆ ଆଗରେ ୨୧୩ ରନ୍‌ର ବିଜୟ ଟାର୍ଗେଟ୍‌

କୋଲକାତା,୧୬।୧୧: କୋଲକାତାର ଇଡେନ୍‌ ଗାର୍ଡେନ୍ସରେ ଗୁରୁବାର ଖେଳାଯାଉଥିବା ୨୦୨୩ ଦିନିକିଆ ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ଟସ୍‌ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଡେଭିଡ ମିଲରଙ୍କ ଦମ୍‌ଦାର ଶତକୀୟ ଇନିଂସ୍‌ ସତ୍ତ୍ୱେ ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୪୯.୪ ଓଭରରେ ସମସ୍ତ ଉଉକେଟ ହରାଇ ୨୧୨ ରନ୍‌ ସଂଗ୍ରହ କରିଥିଲା। ଫଳରେ ଅଷ୍ଟ୍ରେଲିଆ ଆଗରେ ୨୧୩ ରନ୍‌ର ବିଜୟ ଟାର୍ଗେଟ୍‌ ରଖିଛି ଦକ୍ଷିଣ ଆଫ୍ରିକା

ଦକ୍ଷିଣ ଆଫ୍ରିକାର ଦୁଇ ଓପନର କ୍ୱିଣ୍ଟନ ଡିକକ୍‌ ଏବଂ ତେମ୍ବା ବାଭୁମା ପଡ଼ିଆକୁ ଓହ୍ଲାଇଥିଲେ। ମିଚେଲ ଷ୍ଟ୍ରାକଙ୍କ ପ୍ରଥମ ଓଭରରେ ଅଧିନାୟକ ତେମ୍ବା ବାଭୁମା ଖାତା ଖୋଲିବା ଆଗରୁ ଆଉଟ୍‌ ହୋଇଯାଇଥିଲେ। ସେହିପରି କ୍ୱିଣ୍ଟନ ଡିକକ୍‌ ମଧ୍ୟ ୩ ରନ୍‌ କରି ଆଉଟ୍‌ ହୋଇଥିଲେ। ରସିଭାନ୍‌ ଡେର୍‌ ଡୁସେନ ମଧ୍ୟ ୬ ରନ୍‌ କରି କରିଥିବା ବେଳେ ଆଡେନ୍‌ ମାର୍କ୍ରାମ ମଧ୍ୟ ୧୦ ରନ୍‌ କରି ବିଫଳ ହୋଇଥିଲେ। ଫଳରେ ଦକ୍ଷିଣ ଆଫ୍ରିକା ୨୪ ରନ୍‌ରେ ୪ ଉଇକେଟ୍‌ ହରାଇ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା।

ହେନିରିକ କ୍ଲାସେନ ଏବଂ ଡେଭିଡ୍‌ ମିଲର ଧୈର୍ଯ୍ୟର ସହ ବ୍ୟାଟିଂ କରି ଦଳକୁ ଆଗକୁ ନେଇଥିଲେ। କ୍ଲାସେନ୍‌ ୪୮ ବଲ୍‌ରେ ୪ ଚଉକା ଏବଂ ୨ ଛକା ସହାୟତାରେ ୪୭ ରନ୍‌ର ଗୁରୁତ୍ୱପୂର୍ଣ୍ଣ ଇନିଂସ୍‌ ଖେଳିଥିଲେ। ସେହିପରି ଡେଭିଡ୍‌ ମିଲର ୧୧୬ ବଲ୍‌ରେ ୮ ଚଉକା ଏବଂ ୫ ଛକା ସହାୟତାରେ ୧୦୧ ରନ୍‌ର ଦମ୍‌ଦାର ଶତକୀୟ ଇନିଂସ୍‌ ଖେଳିଥିଲେ। ଫଳରେ ଦକ୍ଷିଣ ଆଫ୍ରିକାର ୨୧୨ ରନ୍‌ କରିବାରେ ସକ୍ଷମ ହୋଇଥିଲେ।

ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ ଷ୍ଟାର୍କ୍ସ ଏବଂ ଅଧିନାୟକ ପ୍ୟାଟ୍‌ କମିନ୍ସଙ୍କୁ ୩ଟି ଲେଖାଏଁ ଉଇକେଟ୍‌ ମିଳିଥିବା ବେଳ ହଜଲେଉଡ୍‌, ଟ୍ରାଭିସ ହେଡ୍‌ ୨ଟି ଲେଖାଏଁ ଉଇକେଟ୍‌ ନେବାରେ ସକ୍ଷମ ହୋଇଥିଲେ। ଦ୍ୱିତୀୟ ସେମିଫାଇନାଲରେ ଯେଉଁ ଦଳ ବିଜୟ ହାସଲ କରିବ ଆସନ୍ତା ୧୯ ତାରିଖରେ ଅହମ୍ମଦାବାଦରେ ଭାରତ ସହ ଫାଇନାଲ ଖେଳିବ।


Enter your email to get our daily news in your inbox.

All Right Reserved By Dharitri.Com

ସବୁ ଛଡାଇ ନେଲେ ମମତା! I-PAC ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲା ED

କୋଲକାତା,୧୦।୧: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଶନିବାର (ଜାନୁଆରୀ ୧୦, ୨୦୨୬) I-PAC ମାମଲାରେ ସୁପ୍ରିମକୋର୍ଟରେ ଏକ ଆବେଦନ ଦାଖଲ କରିଛି। ସୁପ୍ରିମକୋର୍ଟରେ ଦାୟର ଆବେଦନରେ, ED...

ବଡ଼ବାପାଙ୍କୁ ହତ୍ୟା କରି ମୃତଦେହ ପାଖରେ ଜଗି ରହିଲେ ପୁତୁରା, ସ୍ଥାନୀୟ ଲୋକେ ପହଞ୍ଚିବାରୁ…

ବାରିପଦା,୧୦ା୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା କରଞ୍ଜିଆ ଥାନା ଅଧୀନ କରଡ଼ିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ମାନସିକ ବିକାରଗ୍ରସ୍ତ ପୁତୁରା ଜଣକ ବଡ଼ବାପାଙ୍କୁ...

ଖାମେନେଇଙ୍କ ଫଟୋରେ ନିଆଁ ଲଗାଇ ସିଗାରେଟ ଟାଣୁଛନ୍ତି ମହିଳା, ଭିଡିଓ ହେଉଛି ଭାଇରାଲ

ତେହେରାନ,୧୦।୧: ଇରାନରେ ଚାଲିଥିବା ରକ୍ତାକ୍ତ ଜନବିପ୍ଳବ ମଧ୍ୟରେ, ଏକ ନୂତନ ପ୍ରତିବାଦର ଧାରା ଦେଖାଦେଇଛି, ଇରାନୀ ମହିଳାମାନେ ଦେଶର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ...

ଭାରତର ସବୁଠାରୁ ମହଙ୍ଗା ଛାଡପତ୍ର! ଜୋହୋ ପ୍ରତିଷ୍ଠାତା ଶ୍ରୀଧର ଭେମ୍ବୁଙ୍କୁ ଜମା କରିବାକୁ ପଡିବ ଏତେ ହଜାର କୋଟି ଟଙ୍କାର ବଣ୍ଡ

ନୂଆଦିଲ୍ଲୀ,୧୦।୧: ଜୋହୋର ପ୍ରତିଷ୍ଠାତା ଏବଂ ସିଇଓ ଶ୍ରୀଧର ଭେମ୍ବୁଙ୍କ ଛାଡପତ୍ରକୁ ଭାରତର ସବୁଠାରୁ ମହଙ୍ଗା ବୋଲି ବିବେଚନା କରାଯାଉଛି। କାଲିଫର୍ନିଆରେ ଚାଲିଥିବା ଛାଡପତ୍ର ମାମଲାରେ, କୋର୍ଟ...

ଗାଁ ନିକଟରେ ବୁଲୁଛି ବାଘ, ସିସିଟିଭିରେ କଏଦ ହେବା ପରେ…

ଜି.ଉଦୟଗିରି,୧୦ା୧(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତ ମୁଣ୍ଡାମାଲାଙ୍ଗ ନିକଟରେ ଏକ ଚିତାବାଘ ବୁଲୁଥିବା ବେଳେ ସିସି ଟିଭି...

ସାମ୍ନାକୁ ଆସିଲା ଭୁବନେଶ୍ୱର-ରାଉରକେଲା ବିମାନ ଦୁର୍ଘଟଣାର ଭିଡିଓ, ଆହତଙ୍କ ଆରୋଗ୍ୟ କାମନା କରି ମୁଖ୍ୟମନ୍ତ୍ରୀ କହିଲେ…

ଭୁବନେଶ୍ୱର/ରାଉରକେଲା,୧୦ା୧: ଶନିବାର ଅପରାହ୍ନରେ ଭୁବନେଶ୍ୱରରୁ ରାଉରକେଲା ଯାଉଥିବା ଏକ ୯ ଆସନ ବିଶିଷ୍ଟ ଇଣ୍ଡିଆ ଓ୍ବାନ ଏୟାର ବିମାନ ଅବତରଣ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି...

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ସମ୍ବଲପୁରକୁ ଗଡ଼ିବ ୫୦ ଇ-ବସ୍‌

ଭୁବନେଶ୍ୱର/ସମ୍ବଲପୁର,୧୦ା୧: ସମ୍ବଲପୁରରେ ଶନିବାର ୨୫ଟି ଇ-ବସ୍‌ ସେବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ତେବେ ଚଳିତ ମାସ ଶେଷ ସୁଦ୍ଧା ଆଉ ୨୫ଟି...

୨୯ କୋଟି ଟଙ୍କାର ମାଛ କିଣିଲେ ଏହି ବ୍ୟକ୍ତି: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଜାପାନର ଟୋକିଓରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ନୂତନ ବର୍ଷର ପ୍ରଥମ ନିଲାମରେ, ଏକ ମାଛ ଏତେ ଉଚ୍ଚ ମୂଲ୍ୟରେ ବିକ୍ରି ହୋଇଛି ଯେ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri