ମିଳୁନି ବାଙ୍ଗରା ନଡ଼ିଆ ଚାରା

ଜଗତ୍‌ସିଂହପୁର ଅଫିସ,,୧୫।୧: ଦେଶର ପ୍ରମୁଖ ୬ଟି ନଡ଼ିଆ ଉତ୍ପାଦନକାରୀ ରାଜ୍ୟ ମଧ୍ୟରେ ଓଡ଼ିଶା ଅନ୍ୟତମ। ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ଏହା ଅଧିକ ହୁଏ। ସେ ଦୃଷ୍ଟିରୁ ଏକଦା ଜଗତ୍‌ସିଂହପୁର ନଡିଆ ଉତ୍ପାଦନରେ ସୁନାମ ଅର୍ଜନ କରୁଥିଲା। ୧୯୯୯ ମହାବାତ୍ୟା ଓ ଫନୀ ବାତ୍ୟାରେ ବହୁ ନଡ଼ିଆ ଗଛ ଉପୁଡ଼ି ଯାଇଥିଲା। ଏହାପରେ ଉନ୍ନତମାନର ଅଧିକ ଅମଳକ୍ଷମ ବାଙ୍ଗରା(ବାମନ) ନଡ଼ିଆ (ଡୁଆଫ୍‌ କୋକାନଟ୍‌) ଉତ୍ପାଦନ ସମ୍ଭବ ହେଉନାହିଁ। କେବଳ ଜଗତ୍‌ସିଂହପୁର ନୁହେଁ, ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ସରକାରୀ ଭାବେ ବାଙ୍ଗରା ନଡ଼ିଆ ଚାରା ଉପଲବ୍ଧ ହେଉନି। ସେହିପରି ମାର୍କେଟିଂ ପାଇଁ ମଣ୍ଡି, ପ୍ରୋସେସିଂ ପ୍ଲାଣ୍ଟର ଅଭାବ ସାଙ୍ଗକୁ ବୀମା ସୁବିଧା ନ ଥିବାରୁ ଏହି ଚାଷ ପ୍ରତି ଲୋକେ ମୁହଁ ମୋଡ଼ିବାରେ ଲାଗିଛନ୍ତି।
୧୯୯୯ ମହାବାତ୍ୟା ପୂର୍ବରୁ ଜିଲାରେ ପ୍ରାୟ ୧୦ ହଜାର ହେକ୍ଟର ଜମିରେ ନଡ଼ିଆ ଗଛ ଥିଲା। ଏହା ଲୋକଙ୍କ ଆବଶ୍ୟକତା ପୂରଣ ସହ ବହୁ ପରିମାଣର ନଡ଼ିଆ ବାହାର ରାଜ୍ୟକୁ ଚାଲାଣ ହେଉଥିଲା। ମହାବାତ୍ୟାରେ ଜଗତ୍‌ସିଂହପୁର ଜିଲା ସର୍ବାଧିକ ପ୍ରଭାବିତ ହେବାରୁ ପ୍ରାୟ ୯୦% ଗଛ ନଷ୍ଟ ହୋଇଯାଇଥିଲା। ଯାହା କିଛି ରହିଯାଇଥିଲା, ସେଥିରୁ ଅଧିକାଂଶ ରୋଗପୋକ ଓ ଅନ୍ୟାନ୍ୟ କାରଣରୁ ପ୍ରଭାବିତ ହୋଇଥିଲା। ଫଳରେ ଗଛଗୁଡ଼ିକ ଆଶାଜନକ ଅମଳ ଦେଇପାରି ନ ଥିଲା। ସେତେବେଳେ ନଡ଼ିଆ ଗଛ ପାଇଁ ସରକାରୀ ଓ ବେସରକାରୀ ପ୍ରୋତ୍ସାହନ ଥିଲା। କିନ୍ତୁ ତାହା ବାଟମାରଣା ଏବଂ ବିଭାଗୀୟ ଆନ୍ତରିକତାର ଅଭାବରୁ ବାସ୍ତବ ଲକ୍ଷ୍ୟ ପୂରଣ ହୋଇପାରି ନ ଥିଲା। ପରବର୍ତ୍ତୀ ସମୟରେ ନଡ଼ିଆ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଯଥାକ୍ରମେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଏବଂ ରାଜ୍ୟ ଅନୁଦାନରେ ଅର୍ଥ ବରାଦ କରିଥିଲେ। ଏହି ଅନୁଯାୟୀ ଜଗତ୍‌ସିଂହପୁର ଜିଲା ଉଦ୍ୟାନ କୃଷି ସହକାରୀ ନିର୍ଦ୍ଦେଶକ (ଏଡିଏଚ୍‌)ଙ୍କ କାର୍ଯ୍ୟାଳୟ ପଦକ୍ଷେପ ନେଲା। ଏ ସମ୍ପର୍କରେ ଏଡିଏଚ୍‌ ପ୍ରଦୀପ କୁମାର ବଳଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ଜିଲାରେ ୨୦୦୯-୧୦ରେ ୨,୪୫୪ ହେକ୍ଟର ଜମିରେ ନଡିଆ ଗଛ ଥିଲା। ଏଥିରୁ ବାର୍ଷିକ ୧୫୧.୪ ଲକ୍ଷ ନଡିଆ ଉତ୍ପାଦନ ହୋଇଥିଲା। ୬ ବର୍ଷ ପରେ ଅର୍ଥାତ୍‌ ୨୦୧୫-୧୬ରେ ଏହି ଜମି ପରିମାଣ ୨,୬୫୬ ହେକ୍ଟରକୁ ବଢ଼ିବା ସହ ଅମଳ ୧୮୨ ଲକ୍ଷରେ ପହଞ୍ଚତ୍ଥିଲା। ୨୦୨୦-୨୧ରେ ୨,୮୭୬ ହେକ୍ଟର ଜମିରୁ ୨୪୦ ଲକ୍ଷ ନଡିଆ ଉତ୍ପାଦନ ସମ୍ଭବ ହୋଇପାରିଛି। ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ୪୫୬ ଜଣଙ୍କୁ ୭୮.୨ ହେକ୍ଟର ଜମିରେ ନଡିଆ ଚାଷ ପାଇଁ ପ୍ରୋତ୍ସାହିତ କରାଯାଇଛି। ରାଜ୍ୟ ଅନୁଦାନରେ ୧୩୫ ଜଣ ୩୦ ହେକ୍ଟର ଜମିରେ ଏହି ଚାଷ କରିଛନ୍ତି। ଏଥିମଧ୍ୟରେ ୮୦୦ ଜଣଙ୍କୁ ୮୦୦୦ ଚାରା ୫୦% ରିହାତିରେ ଯୋଗାଇ ଦିଆଯାଇଛି। ଅତୀତରେ କେନ୍ଦ୍ର ସରକାରଙ୍କ କୋକାନଟ୍‌ ଡେଭଲପମେଣ୍ଟ ବୋର୍ଡ (ସିଡିବି) ଚାରାରୋପଣ ପାଇଁ ରିହାତି ଦେବା ସହ ପୁରୁଣା ବଗିଚା ରକ୍ଷଣାବେକ୍ଷଣ ପାଇଁ ଟଙ୍କା ଦେଉଥିଲା। କିନ୍ତୁ ୨ ବର୍ଷ ହେବ ଏହି ସହାୟତା ବନ୍ଦ କରି ଦିଆଯାଇଛି। ନଡ଼ିଆ ଗଛ ଚଢ଼ିବା ପାଇଁ ପୂର୍ବରୁ ଯନ୍ତ୍ର ଯୋଗାଇ ଦିଆଯାଇଥିଲା,ତାହା ମଧ୍ୟ ଆଉ ଆସୁନି।
ଏଡିଏଚ୍‌ ବଳ କହିଛନ୍ତି ଯେ, ଯାଦୁରା (ଏରିଓଫାଇଟମାଇଟ୍‌) ହେଉଛି ନଡିଆ ଗଛର ମୁଖ୍ୟ ରୋଗ। ଏହାର ନିରାକରଣ ପାଇଁ ଆବଶ୍ୟକ ଔଷଧ ଓ ଯତ୍ନ ନେବା ଜରୁରୀ ଥିଲେ ସୁଦ୍ଧା ତାହା କରାଯାଉନାହିଁ। ଏଣୁ ନଡିଆ ଅମଳ ପ୍ରଭାବିତ ହେବା ସହ ମରିଯାଉଛି। ଜିଲାରେ ପ୍ରୋସେସିଂ ୟୁନିଟ୍‌ ପାଇଁ ମୁଖ୍ୟମନ୍ତ୍ରୀ ଉଦ୍ୟୋଗ ଯୋଜନାରେ ରିହାତି ଅଛି। ତେଣୁ ଏଥିପ୍ରତି ଆଗ୍ରହ ପ୍ରକାଶ ପାଇଲେ ନଡିଆ ଚାଷ ପ୍ରତି ଲୋକେ ମଧ୍ୟ ଆକର୍ଷିତ ହୁଅନ୍ତେ ବୋଲି ଏଡିଏଚ୍‌ କହିଛନ୍ତି। ଏ ସମ୍ପର୍କରେ ନବ ନିର୍ମାଣ କୃଷକ ସଙ୍ଗଠନ ସହ ସଂଯୋଜକ ରଶ୍ମିରଞ୍ଜନ ସ୍ବାଇଁ, ରଘୁନାଥପୁର ବ୍ଲକ ବ୍ରାହ୍ମଣବାଡ଼ି ପାଣ୍ଡରାର ଗୋବିନ୍ଦ ସାହୁ, ବାଲିକୁଦା ବ୍ଲକ ଖାଁକରପୁରର ଅଶୋକ ସ୍ବାଇଁ, ଏରସମା ବ୍ଲକ ଭାରିଶୋଳର ପ୍ରସନ୍ନ କୁମାର କୁଅଁର, କୁଜଙ୍ଗ ବ୍ଲକ ବଡ଼ବନ୍ଧର ନଟବର ସେଣ ଓ ନାଉଗାଁ ବ୍ଲକ ଏରଡ଼ା ଗ୍ରାମର ମହେନ୍ଦ୍ର କୁମାର ନାୟକ ପ୍ରମୁଖ କହିଛନ୍ତି, ମହାବାତ୍ୟା ସମୟରେ ଅଧିକାଂଶ ନଡ଼ିଆ ଗଛ ନଷ୍ଟ ହୋଇ ଯାଇଥିଲା। ଏଣୁ ନଡିଆ ଚାଷ ପ୍ରତି ଆକର୍ଷଣ ରହିଲା ନାହିଁ। ତଥାପି ଆନ୍ଧ୍ରପ୍ରଦେଶରୁ ଆସିଥିବା କିଛି ନଡ଼ିଆ ଚାରା ମାଗଣାରେ ଦିଆଯାଇଥିବାରୁ ଲୋକେ ଲଗାଇଥିଲେ। ହେଲେ ଯାଦୁରା ରୋଗ ଯୋଗୁ ବହୁ ଗଛ କ୍ଷତିଗ୍ରସ୍ତ ହୋଇଛି। ସେହିପରି ମାଙ୍କଡ ଉପଦ୍ରବ ଚିନ୍ତାର କାରଣ ହୋଇଛି। ମାଙ୍କଡମାନେ ଗୋଟମା ସହ ଗଛର କନ୍ଦ ଚିରି ଦେଉଛନ୍ତି। ଜଗତ୍‌ସିଂହପୁର ଏକ ବାତ୍ୟା ପ୍ରଭାବିତ ଜିଲା ହୋଇଥିବାରୁ ଗଛ ପ୍ରତି ବିପଦ ସବୁବେଳେ ରହୁଛି। ସରକାର ବାଙ୍ଗରା ନଡିଆ ଚାରା ଯୋଗାଇଲେ ଲୋକେ ଆଗ୍ରହ ପ୍ରକାଶ କରନ୍ତେ ବୋଲି ସେମାନେ କହିଛନ୍ତି।
ଅନ୍ୟପକ୍ଷରେ ବାଙ୍ଗରା ନଡିଆ ଚାରା କିଣିବା ପାଇଁ ଲୋକଙ୍କୁ ଖୋର୍ଦ୍ଧା ଜିଲାର ପିତାପଲ୍ଲୀଠାରେ ଥିବା ସିଡିବି ଫାର୍ମକୁ ଯିବାକୁ ପଡୁଛି। ସେଠାରେ ମଧ୍ୟ ପର୍ଯ୍ୟାପ୍ତ ପରିମାଣରେ ଏହି ଚାରା ମିଳୁନି। ବେସରକାରୀ ଭାବେ କେତେକ ସଂସ୍ଥା କଁା ଭଁା ଏହାକୁ ଅଧିକ ମୂଲ୍ୟରେ ବିକ୍ରି କରୁଛନ୍ତି। ତିର୍ତ୍ତୋଲସ୍ଥିତ ଉଦ୍ୟାନ କୃଷି ବିଭାଗ ଶାରଳା ବାମନ ନଡିଆ ଫାର୍ମରେ ଚୋରାରେ ଅରେଞ୍ଜ ଓ ମାଲେସିଆ ଭେରାଇଟିର ଚାରା ଯଥାକ୍ରମେ ୪୦୦ ଓ ୫୦୦ ଟଙ୍କାରେ ବିକ୍ରି ହେଉଥିବା ଅଭିଯୋଗ ହୋଇଛି। ଟ୍ରକ ଟ୍ରକ ଆସୁଥିବା ଏହି ଚାରା ଦର ଯଥେଷ୍ଟ ଅଧିକ ହୋଇଥିଲେ ସୁଦ୍ଧା ନେବା ପାଇଁ ଅନେକ ସମୟରେ ଲମ୍ବା ଧାଡ଼ି ହେଉଛି। ତେଣୁ ଜିଲାରେ ଏହି ବାମନ ନଡିଆ ଚାରା ବିକ୍ରି ପାଇଁ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଉପକେନ୍ଦ୍ର ହେବା ଜରୁରୀ ବୋଲି ଚାଷୀମାନେ ଦାବି କରିଛନ୍ତି।
ଏ ସମ୍ପର୍କରେ ପିତାପଲ୍ଲୀସ୍ଥିତ ସିଡିବି ଫାର୍ମ ଟେକ୍‌ନିସିଆନ କ୍ଷିତୀଶ ପାଣି କହିଛନ୍ତି, ଏବେ ବାମନ ନଡିଆ ଗଛ ନାହିଁ। କେବଳ ଡେଙ୍ଗା ମିଳିବ। ବିଭିନ୍ନ ଜିଲାରୁ ଲୋକ ଆସି ଚାରା ନିଅନ୍ତି। ନଡ଼ିଆ ଗଛଚଢ଼ା ସମସ୍ୟା ଦୂର ପାଇଁ ମେଶିନ୍‌ ଦିଆଯାଉଛି। କିନ୍ତୁ ଯିଏ ନେବେ, ସେ ୫ ଦିନ ତାଲିମ ନେଇ ଷଷ୍ଠ ଦିନ ଗଛରେ ଠିକରେ ଚଢ଼ିପାରିଲେ ମେଶିନ ଦିଆଯିବା ବ୍ୟବସ୍ଥା ଥିବା ସେ କହିଛନ୍ତି।

 

ପ୍ରମୋଦ କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନରେ ହେବ ଲକ୍‌ଡାଉନ୍‌

ଇସ୍‌ଲାମାବାଦ,୨୯ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ପାକିସ୍ତାନରେ ଇନ୍ଧନ ସଙ୍କଟ ଗୁରୁତର ହୋଇପଡିଛି। ଦେଶରେ ଶକ୍ତି ଏବଂ ଇନ୍ଧନ ବ୍ୟବହାର କମାଇବା ଉଦ୍ୟମ ସ୍ବରୂପ ପାକ୍‌ ସରକାର ପ୍ରତି…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri