ଗ୍ରାହକଙ୍କୁ ବଡ଼ ଝଟକା; ବଢ଼ିଲା କ୍ଷୀର ଦର, ଅକ୍ଟୋବର ୧ରୁ ଲିଟର ପିଛା…

ଭୋପାଳ,୩୦।୯: ମଧ୍ୟପ୍ରଦେଶର ଇନ୍ଦୋରରେ ବଢ଼ିଲା କ୍ଷୀର ଦର ।ଅକ୍ଟୋବର ୧ ତାରିଖରୁ ଏହା ଲାଗୁ ହେବ । ଇନ୍ଦୋର ଦୁଗ୍ଧ ବିକ୍ରେତା ସଂଘ କ୍ଷୀର ଦର ଲିଟର ପିଛା ୩ ଟଙ୍କା ବଢ଼ାଇବାକୁ ନିଷ୍ପତ୍ତି ନେଇଛି । ଫଳରେ ଡେୟରୀ ଓ ଦୋକାନରେ ଏଣିକି ଲିଟର ପିଛା ୬୫ ଟଙ୍କା ବଦଳରେ ୬୮ ଟଙ୍କାରେ କ୍ଷୀର ମିଳିବ।

ସେହିପରି ଘରକୁ କ୍ଷୀର ଡେଲିଭରି ନେଉଥିବା ଗ୍ରାହକଙ୍କୁ ଆହୁରି ୧ ଟଙ୍କା ଅଧିକ ଦେବାକୁ ପଡ଼ିବ । ଅର୍ଥାତ୍ ହୋମ୍ ଡେଲିଭରି କ୍ଷୀରର ଦର ଲିଟର ପିଛା ୬୯ ଟଙ୍କା ହୋଇଛି। ନୂଆ ଦର ଅକ୍ଟୋବର ୧ରୁ ଲାଗୁ ହୋଇଛି। କ୍ଷୀର ଦର ବଢ଼ିବା ଫଳରେ ଦୈନନ୍ଦିନ ରୋଷେଇ ଖର୍ଚ୍ଚ ଉପରେ ମଧ୍ୟ ପ୍ରଭାବ ପଡ଼ିବ। ଚା, କଫି, ଦହି ଓ ଅନ୍ୟାନ୍ୟ ଦୁଗ୍ଧଜାତ ଖାଦ୍ୟର ଖର୍ଚ୍ଚ ବଢ଼ିବାର ସମ୍ଭାବନା ରହିଛି।

କ୍ଷୀର ଦର ବୃଦ୍ଧି ସହ ଦୁଗ୍ଧ ଉତ୍ପାଦକ ଚାଷୀଙ୍କୁ ମଧ୍ୟ ପୂର୍ବ ତୁଳନାରେ ଅଧିକ ଟଙ୍କା ମିଳିବ । ଚାଷୀଙ୍କୁ ପ୍ରତି ଫ୍ୟାଟ୍‌ ପିଛା ୩୩ ପଇସା ଅଧିକ ଦିଆଯିବ । କ୍ଷୀରର ଫ୍ୟାଟ୍‌ ମାତ୍ରା ଆଧାରରେ ଏହାର ମୂଲ୍ୟ ନିର୍ଦ୍ଧାରଣ ହୋଇଥାଏ । ନୂଆ ଦର ୫.୫ରୁ ୬ ଫ୍ୟାଟ୍‌ ଥିବା କ୍ଷୀରକୁ ଆଧାର କରି ନିର୍ଦ୍ଧାରିତ ହୋଇଛି ।

 

Dharitri – Odisha’s No.1 Odia Daily

Share