ଗଞ୍ଜାମରେ ମୃଦୁ ଭୂମିକମ୍ପ: ଭୟରେ ଘରୁ ବାହାରକୁ ପଳାଇଲେ ଲୋକେ

ପାତ୍ରପୁର,୮।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକର କିଛି ଗ୍ରାମରେ ଶନିବାର ସକଳେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ବ୍ଲକର ଖାରିଆଗୁଡ଼ା, ତୁରୁବୁଡି, ସୁରଙ୍ଗି, ମନ୍ଦରଡା, ପଦାଦିଗି, ତଣ୍ଡିପୁର, ଆଙ୍କୁଲି ପଞ୍ଚାୟତର ବିଭିନ୍ନ ଗ୍ରାମ ସହ ଚିକିଟି ବ୍ଲକ, ଆନ୍ଧ୍ରର ଇଛାପୁର ଓ ରାଜପୁର ଅଞ୍ଚଳରେ ଏହା ଅନୁଭୂତ ହୋଇଥିଲା। ଏହି ସମୟରେ ଲୋକେ ଭୟରେ ଘରୁ ବାହାରକୁ ପଳାଇ ଆସିଥିଲେ।