୮ ମାସ ଧରି ମିଳୁନି କାମ

ବମ୍ବେ: ବିଶ୍ୱର ଅଧିକାଂଶ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଛି ମହାମାରୀ କରୋନା। ସେମାନଙ୍କ ମଧ୍ୟରୁ ଜଣେ ହେଲେ ବଲିଉଡର ଜଣାଶୁଣା ଗାୟକ ମିକା ସିଂହ। ଲକ୍‌ଡାଉନ୍‌ ଯୋଗୁ ଦୀର୍ଘ ୮ ମାସ ଧରି ତାଙ୍କୁ କୌଣସି କାମ ମିଳି ନ ଥିଲା। ସେ ଘରେ ରହି ରହି ଚିଡ୍‌ଚିଡା ହୋଇଥିଲେ। ତାଙ୍କ ଭଳି ଅନେକ ଲୋକ ଥିବା କଥା ଭାବି ସେ ନିଜକୁ ସମ୍ଭାଳିଥିଲେ। ହେଲେ ଏବେ ପରିସ୍ଥିତି ବଦଳିଛି। ମିକା ନିଜର ଆଗାମୀ ଫିଲ୍ମ ‘ସୟୋନୀ’ର ଏକ ଗୀତକୁ ନେଇ ଉତ୍ସାହିତ ଅଛନ୍ତି । ଡିସେମ୍ବର ୧୮ରେ ଫିଲ୍ମଟି ପରଦାକୁ ଆସିବ। ସିନେମାହଲ୍‌ରେ ଦର୍ଶକେ ଏହାକୁ ଦେଖିବେ। ମିକା ଏଥିରେ ‘ଏକ ପପ୍ପି’ ଗୀତ ଗାଇଛନ୍ତି। ଦର୍ଶକେ ଏହାକୁ କି ପ୍ରତିକ୍ରିୟା ଦେଉଛନ୍ତି ତାହା ସେ ଦେଖିବାକୁ ଅପେକ୍ଷା କରି ରହିଥିବା ମିକା ଏକ ସାକ୍ଷାତକାରରେ କହିଛନ୍ତି।

Share