ବିଦେଶାଗତ ପକ୍ଷୀଙ୍କ କଳରବରେ ଚିଲିକା ତଟଦେଶ ମୁଖରିତ

କୃଷ୍ଣପ୍ରସାଦ,୨୮ା୧୦(କୈଳାସ ଚନ୍ଦ୍ର ପଟ୍ଟନାୟକ): ଶୀତଋତୁ ଆସିଲେ ଚଳଚଞ୍ଚଳ ହୋଇଉଠେ ଚିଲିକାର ପରିବେଶ। ରଙ୍ଗବେରଙ୍ଗର ବିଦେଶାଗତ ପକ୍ଷୀଙ୍କ କଳରବରେ ମୁଖରିତ ହୁଏ ଚିଲିକା ଓ ଏହାର ଉପକୂଳବର୍ତ୍ତୀ ଅଞ୍ଚଳ। ଏହି ବିଦେଶାଗତ ପକ୍ଷୀ ଓ ଚିଲିକାର ଅପରୂପ ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ଏଠାକୁ ଦେଶ ବିଦେଶରୁ ପର୍ଯ୍ୟଟକଙ୍କ ସୁଅ ଛୁଟେ। ତେବେ ପ୍ରାକୃତିକ ବୈଷମ୍ୟତା ଯୋଗୁ ଚଳିତ ଅକ୍ଟୋବର ମାସରେ ଲଘୁଚାପଜନିତ ବର୍ଷା ବିଦେଶାଗତ ପକ୍ଷୀଙ୍କ ଆଗମନରେ ବାଧା ସୃଷ୍ଟି କରିଥିଲା। ସମ୍ପ୍ରତି ଧୀରେ ଧୀରେ ଶୀତର ପ୍ରକୋପ ଅନୁଭୂତ ହେଉଥିବାରୁ ବିଦେଶାଗତ ପକ୍ଷୀଙ୍କ ଆଗମନ ବୃଦ୍ଧି ପାଇବାରେ ଲାଗିଛି। ରଙ୍ଗବେରଙ୍ଗ ପକ୍ଷୀଙ୍କ କଳରବରେ ଚିଲିକାର ତଟଦେଶ ପାରିକୁଦ, ନୂଆପଡ଼ା, ଗୁରୁବାଇ, ସିପିଆ, ତିଛିଣି, ସାତପଡ଼ା, ସୋଲାକୁଦି, ପଣ୍ଡା, ଚିଖିଲି, ଚିତ୍ରକୋଟ, ବନମାଳ, ଖଟିଆକୁଦି ଆଦି ଅଞ୍ଚଳ ମୁଖରିତ ହୋଇଉଠିଛି। ବିଶେଷକରି ଏହି ଅଞ୍ଚଳଗୁଡ଼ିକରେ ଗଡ଼ଓାଲ, ଶୋଭଲର, ପିଣ୍ଟାଲ, ଗଡ଼ଉଇଟ, ସ୍ୟାଣ୍ଡ ପାଇପର, ପେଲିକାନ ଆଦି ପ୍ରଜାତିର ବିଦେଶାଗତ ପକ୍ଷୀଙ୍କୁ ଦେଖିବାକୁ ମିଳୁଛି।
ବିଗତ ବର୍ଷଗୁଡ଼ିକ ଭଳି ଚଳିତବର୍ଷ ମଧ୍ୟ ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ, ବାଲୁଗାଁ ତରଫରୁ ଆନୁଷଙ୍ଗିକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଚିଲିକା ନୂଆପଡ଼ା ରେଞ୍ଜ ଅଫିସ୍‌ ତରଫରୁ ଗୁରୁବାଇ ଓ ସିପିଆଠାରେ ଦୁଇଟି ପକ୍ଷୀ ଶିବିର କରାଯାଇଥିବାବେଳେ ବନପାଳ ରଶ୍ମିରଞ୍ଜନ ନାୟକ, ବନପାଳ ବିଶ୍ୱନାଥ ଟୁଡୁ, ବନରକ୍ଷୀ ଲକ୍ଷ୍ମଣ ବେହେରା, ଅରୁନ୍ଧତି ପୋତା ଏବଂ ୫ଜଣ ସୁରକ୍ଷାକର୍ମୀ ନିୟୋଜିତ ହୋଇଛନ୍ତି। ସେହିଭଳି ପାରିକୁଦ ପକ୍ଷୀ ସୁରକ୍ଷା ଶିବିରରେ ଫରେଷ୍ଟର ଜିତେନ୍ଦ୍ରିୟ ଜେନାଙ୍କ ସମେତ ବନରକ୍ଷୀ ତ୍ରିଲୋଚନ ମହାରଣା ଓ ୬ଜଣ ସୁରକ୍ଷାକର୍ମୀ ନିୟୋଜିତ ଥିବା ଜଣାପଡ଼ିଛି। ବାଲୁଗାଁ ରେଞ୍ଜର ରଶ୍ମିତା ଜେନା ଏବଂ ଚିଲିକା-ନୂଆପଡ଼ା ରେଞ୍ଜର କାଶୀନାଥ ହେମ୍ବ୍ରମ୍‌ ବିଦେଶାଗତ ପକ୍ଷୀଙ୍କ ସୁରକ୍ଷା କାର୍ଯ୍ୟକ୍ରମକୁ ତଦାରଖ କରୁଛନ୍ତି। ସାତପଡ଼ା ରେଞ୍ଜ୍‌ ତରଫରୁ ଗମ୍ଭାରୀ ଓ ବଡ଼ଗୋଠରେ ଦୁଇଟି ପକ୍ଷୀ ସୁରକ୍ଷା ଶିବିର କରାଯାଇଛି। ଆବଶ୍ୟକ ସଂଖ୍ୟକ ସୁରକ୍ଷାକର୍ମୀ ସେଠାରେ ମୁତୟନ କରାଯାଇଥିବାବେଳେ ରେଞ୍ଜର ଶରତ ଜାନୀ ଓ ବନପାଳ ସୁଜିତ କୁମାର ବେହେରା, ଦୁର୍ଗାଚରଣ ଟୁଡୁ, ରଜନୀକାନ୍ତ ଲେଙ୍କା, ଅନିଲ ଲେଙ୍କା ପ୍ରମୁଖ ବିଦେଶୀ ପକ୍ଷୀଙ୍କ ସୁରକ୍ଷା ଦିଗରେ କଡ଼ା ନଜର ରଖିଛନ୍ତି। ବାଲୁଗାଁସ୍ଥିତ ଚିଲିକା ବନ୍ୟପ୍ରାଣୀ ବନଖଣ୍ଡୀୟ ଅଧିକାରୀ ଅମ୍ଳାନ୍‌ କୁମାର ନାୟକ ବିଦେଶାଗତ ପକ୍ଷୀଙ୍କ ସୁରକ୍ଷା କାର୍ଯ୍ୟକ୍ରମକୁ ତଦାରଖ କରୁଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ବିଧାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତରେ ବୁଧବାର ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବିଭିନ୍ନ ନବନିର୍ମିତ ପ୍ରକଳ୍ପର ଉଦଘାଟନ କରିବା...

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡିର ରଣନୀତି: ବିଧାୟକଙ୍କ ସହ ନବୀନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର,୨୧।୧: ଓଡ଼ିଶାର ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ବିଜୁ ଜନତା ଦଳ ପ୍ରସ୍ତୁତି ଜୋରଦାର କରିଛି। ବୁଧବାର ସନ୍ଧ୍ୟାରେ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri