ଆଶ୍ରୟ ଆଶାରେ ସୀମାରେ ପ୍ରବାସୀ

ଓ୍ବାଶିଂଟନ/ମେକ୍ସିକୋ ସିଟି,୧୩ା୫: ୨୦୨୦ ମାର୍ଚ୍ଚରେ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କୋଭିଡ୍‌-୧୯ ଭୂତାଣୁ ସଂକ୍ରମଣ ରୋକିବା ପାଇଁ ‘ଟାଇଟଲ ୪୨’ ନୀତି ଆରମ୍ଭ କରିଥିଲେ। ଫଳରେ ଆମେରିକାକୁ ପ୍ରବେଶ ଆଶାରେ ଥିବା ୨.୮ ନିୟୁତ ଶରଣାର୍ଥୀ ମେକ୍ସିକୋ ସୀମା ଅତିକ୍ରମ କରିପାରି ନ ଥିଲେ। ମହାମାରୀ ମୁକାବିଲା କେବଳ ଏକ ବାହାନା, ପ୍ରବାସୀଙ୍କ ଅନୁପ୍ରବେଶ ଉପରେ କଟକଣା ଜାରି କରିବା ଟ୍ରମ୍ପ୍‌ଙ୍କ ଅସଲ ଉଦ୍ଦେଶ୍ୟ ବୋଲି ଅଧିକାର ଗୋଷ୍ଠୀଗୁଡ଼ିକ ପକ୍ଷରୁ ସେତେବେଳେ ସମାଲୋଚନା କରାଯାଇଥିଲା। ଏହି ବିବାଦୀୟ ଜନସ୍ବାସ୍ଥ୍ୟ ନୀତିର ଅବଧି ଗୁରୁବାର ମଧ୍ୟରାତ୍ରିରେ ଶେଷ ହୋଇଛି। ଫଳରେ ପ୍ରବାସୀଙ୍କ ମନରେ ଆଶାର ନୂଆ କିରଣ ଜାଗ୍ରତ ହୋଇଛି। ମେକ୍ସିକୋର ପ୍ରବାସୀମାନେ ଉନ୍ନତ ଜୀବନ ଆଶାରେ ଆମେରିକାରେ ବସବାସ ପାଇଁ ବ୍ୟାକୁଳ ହୋଇ ଉଠିଛନ୍ତି। ତେବେ ସୀମାର ଉଭୟ ପାର୍ଶ୍ୱରେ ସେମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। କାରଣ ବାଇଡେନ୍‌ ପ୍ରଶାସନ ‘ଟାଇଟଲ ୪୨’କୁ ରଦ୍ଦ କରିବା ସହ ‘ଟାଇଟଲ ୮’ ନାମରେ ଏକ ନୂଆ ନୀତି ଆରମ୍ଭ କରଛନ୍ତି। ବେଆଇନ ଭାବେ ଅନୁପ୍ରବେଶ କଲେ ପ୍ରବାସୀଙ୍କ ବିରୋଧରେ ୫ ବର୍ଷ ପ୍ରବେଶ କଟକଣା ସହ ଆପରାଧିକ ମାମଲା ଚାଲିବ ବୋଲି ଶୁକ୍ରବାର ହ୍ବାଇଟ୍‌ ହାଉସ୍‌ ପକ୍ଷରୁ ପ୍ରବାସୀଙ୍କୁ କଡ଼ା ଚେତାବନୀ ଦିଆଯାଇଛି। ଆମ ସୀମା ଉନ୍ମୁକ୍ତ ନୁହେଁ ବୋଲି ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ସଚିବ ଆଲେଜାଣ୍ଡ୍ରୋ ମାୟୋର୍କାସ୍‌ ଶରଣାର୍ଥୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି।
ସେଣ୍ଟର ଫର୍‌ ଡିଜିଜ୍‌ କଣ୍ଟ୍ରୋଲ ଆଣ୍ଡ୍‌ ପ୍ରିଭେନ୍‌ଶନ ପକ୍ଷରୁ କୋଭିଡ୍‌-୧୯କୁ ଜନସ୍ବାସ୍ଥ୍ୟ ବିପତ୍ତି ଭାବେ ବିବେଚନା ନ କରିବାକୁ ମେ’ ୧୧ରେ ଘୋଷଣା କରାଯିବା ସହ ଟ୍ରମ୍ପ୍‌ଙ୍କ ଟାଇଟଲ ୪୨ର ଅବଧି ଗୁରୁବାର ସ୍ଥାନୀୟ ସମୟ ରାତି ୧୧ଟା ୫୯ ମିନିଟରେ ଶେଷ ହୋଇଛି। ଏଭଳି ସମୟରେ ଶରଣାର୍ଥୀଙ୍କ ଅନୁପ୍ରବେଶ ରୋକିବା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ରୂପେ ଉଭା ହୋଇଛି। ୩,୨୦୦ କି.ମି. ବିଶିଷ୍ଟ ୟୁଏସ୍‌-ମେକ୍ସିକୋ ସୀମାରେ ପୂର୍ବରୁ ୨୪,୦୦୦ ସୁରକ୍ଷା ବଳ ମୁତୟନ ଥିବାବେଳେ ଏହାକୁ ଦୃଷ୍ଟିରେ ରଖି ବାଇଡେନ୍‌ ପ୍ରଶାସନ ପାଟ୍ରୋଲିଂ ପାଇଁ ଅତିରିକ୍ତ ୧,୫୦୦ ସୈନ୍ୟ ପ୍ରେରଣ କରିଛି। ଓ୍ବାଶିଂଟନ୍‌ ମଧ୍ୟ ଚଳିତ ସପ୍ତାହରେ ‘ଟାଇଟଲ ୮’ ଶୀର୍ଷକ ଏକ ନୂଆ ନୀତି ଚୂଡ଼ାନ୍ତ କରିଛି। ଏହାଦ୍ୱାରା ଆମେରିକାର ଦକ୍ଷିଣାଞ୍ଚଳ ସଂଲଗ୍ନ ମେକ୍ସିକୋ ସୀମାରେ ପହଞ୍ଚୁଥିବା ଅଧିକାଂଶ ପ୍ରବାସୀ ଓ ଶରଣାର୍ଥୀ ଶରଣ ମାଗିବାକୁ ଅଯୋଗ୍ୟ ସାବ୍ୟସ୍ତ ହେବେ। ‘ଟାଇଟଲ ୪୨’ର ଅବଧି ଶେଷ ହେବା ମାତ୍ରେ ତତ୍କାଳ ଏହି ନୂଆ ନୀତି ଲାଗୁ ହୋଇଛି।
ଟ୍ରମ୍ପ୍‌ଙ୍କ ଅମଳର କଟକଣା ହଟିବା ପୂର୍ବରୁ ଆମେରିକାରେ ରହିବା ପାଇଁ ଚାହୁଁଥିବା ଲୋକେ ସୀମାରେ ରୁଣ୍ଡ ହୋଇଛନ୍ତି, ନୂଆ ନୀତି ବଳରେ ପ୍ରବେଶ ଆହୁରି କାଠିକର ପାଠ ହୋଇଯିବା ଆଶଙ୍କାରେ। ଟେକ୍ସାସ୍‌ର ବ୍ରାଉନ୍ସଭିଲେ ଅପରପାର୍ଶ୍ୱରେ ଥିବା ମେକ୍ସିକାନ୍‌ ଟାଉନ୍‌ ମାଟାମୋରୋସ୍‌ରେ ବୁଧବାରଠାରୁ ଲୋକେ ନିଜ ପୋଷାକ ଭର୍ତ୍ତି ବ୍ୟାଗ୍‌ ଓ ଜରୁରୀ ଆସବାବପତ୍ର ଧରି ଭିଡ଼ ଜମାଇବା ଆରମ୍ଭ କରିଦେଇଛନ୍ତି। ସେମାନଙ୍କ ମଧ୍ୟରୁ ଅନେକେ ଧୀରେ ଧୀରେ ରିଓ ଗ୍ରାଣ୍ଡେ ନଦୀର ପାଣିରେ ପାଦ ଥାପିଛନ୍ତି। ଜଣେ ବ୍ୟକ୍ତି ନିଜ ଶିଶୁକୁ ଏକ ଖୋଲା ସୁଟ୍‌କେଶରେ ରଖି ମୁଣ୍ଡରେ ଧରି ନଦୀ ପାର ହୋଇଛନ୍ତି। ଆମେରିକା ପଟେ ସେମାନେ ଶୁଖିଲା ବସ୍ତ୍ର ପିନ୍ଧି ଅଫିସରଙ୍କ ନିକଟରେ ପାସ୍‌ପୋର୍ଟ ଦାଖଲ ପୂର୍ବକ ଆମତ୍ସମର୍ପଣ କରୁଛନ୍ତି ମୁକ୍ତ ହୋଇ ଆଇନତଃ ଆଶ୍ରୟ ମିଳିବା ଆଶାରେ। କିନ୍ତୁ ଏଥିପାଇଁ ପ୍ରବାସୀଙ୍କୁ ଇମିଗ୍ରେଶନ୍‌ କୋର୍ଟକୁ ଅନେକ ବର୍ଷ ଧରି ଧାଇଁବାକୁ ପଡ଼ିବ।
ଆସିଥିବା ଶତାଧିକ ଲୋକ କାଲିଫର୍ନିଆର ସାନ୍‌ ୟସିଡ୍ରୋରେ ଥିବା ସୀମାନ୍ତ ପ୍ରାଚୀର ଅତିକ୍ରମ କରି ଆମେରିକୀୟ କର୍ତ୍ତୃପକ୍ଷଙ୍କ ଯାଞ୍ଚକୁ ଅପେକ୍ଷା କରିଛନ୍ତି। ଶରଣାର୍ଥୀଙ୍କ ମଧ୍ୟରେ ରହିଛନ୍ତି ଭେନିଜୁଏଲା, କ୍ୟୁବା, ହାଇତି, କଲମ୍ବିଆ, ବ୍ରାଜିଲ, ଆଫଗାନିସ୍ତାନ ଓ ତୁର୍କୀ ବାସିନ୍ଦା। ଏପରି କି କେନ୍ଦ୍ରୀୟ ଓ ଦକ୍ଷିଣ ଆମେରିକା, ଚାଇନା ଓ ରୁଷିଆର ମଧ୍ୟ ଅନେକ ପ୍ରବାସୀ ନିଜ ଦେଶରେ ରାଜନୈତିକ ତଥା ସାମାଜିକ-ଆର୍ଥିକ ସଙ୍କଟଜନିତ ବ୍ୟାପକ ହିଂସା ଯୋଗୁ ଏଠାକୁ ପଳାୟନ କରି ଆସିଛନ୍ତି। ଆମେରିକାନ୍‌ ଫ୍ରେଣ୍ଡ୍ସ ସର୍ଭିସ୍‌ କମିଟି ସଦସ୍ୟମାନେ ସେମାନଙ୍କୁ ରାତିର ହାଡ଼ଭଙ୍ଗା ଶୀତରେ ଉଷ୍ମତାର ଅନୁଭବ ଦେବା ପାଇଁ କମ୍ବଳ ପ୍ରଦାନ କରିଛନ୍ତି। କେତେଜଣ ଶରଣାର୍ଥୀ ନିଜ ଶିବିରରେ ନିଅଁା ଜାଳି ତାପ ପାଉଛନ୍ତି। କେତେକ ଅଧିକାର ଗୋଷ୍ଠୀ ‘ଟାଇଟଲ ୪୨’କୁ ଅମାନୀବୟ ଦର୍ଶାଇ ଏହାର ଉଚ୍ଛେଦ ଦାବି କରିଥିବାବେଳେ ସେମାନେ ଶରଣାର୍ଥୀଙ୍କୁ ପ୍ରବେଶ ଉପରେ କଟକଣା ନେଇ ବାଇଡେନ୍‌ ପ୍ରଶାସନର ‘ଟାଇଟଲ ୮’କୁ ମଧ୍ୟ ସମାଲୋଚନା କରିଛନ୍ତି। ଆପ୍ରବାସନ ସପକ୍ଷବାଦୀ ଆଇନଜୀବୀମାନେ ନୂଆ ନୀତି ଆମେରିକୀୟ ଆଇନ ଓ ଅନ୍ତର୍ଜାତୀୟ ଚୁକ୍ତିନାମାର ଉଲ୍ଲଂଘନ କରୁଥିବା ଦର୍ଶାଇ ଏହାକୁ କୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି। ଅନ୍ୟପକ୍ଷେ ବାଇଡେନ୍‌ ପ୍ରଶାସନ ନିଜ ନୀତିକୁ ଯଥାର୍ଥ ଦର୍ଶାଇଛି। ପ୍ରବର୍ତ୍ତନ, ନିବାରଣ ଓ କୂଟନୀତି ଜରିଆରେ ଅନେକ ଏଜେନ୍ସିକୁ ନେଇ ଆମେ ଏକ ଦୃଢ଼ ମାନବୀୟ ଯୋଜନା କରିଛୁ ବୋଲି ହ୍ବାଇଟ୍‌ ହାଉସ୍‌ ମୁଖପାତ୍ର କ୍ୟାରିନ୍‌ ଜିନ୍‌-ପିଏରେ ଗଣମାଧ୍ୟମକୁ କହିଛନ୍ତି। ଆମେରିକାକୁ ପ୍ରବେଶ ଲାଗି ଓ୍ବାଶିଂଟନ୍‌ ସମ୍ଭାବ୍ୟ ଶରଣାର୍ଥୀମାନଙ୍କୁ ଆଇନଗତ ଉପାୟ ଆପଣାଇବାକୁ ପରାମର୍ଶ ଦେଇଛି। ଏହାକୁ ସୁଗମ କରିବା ପାଇଁ ସିବିପି ଓ୍ବାନ୍‌ ନାମରେ ଏକ ଆପ୍‌ ବିକଶିତ କରାଯାଇଛି। ନିର୍ଦ୍ଦିଷ୍ଟ ସର୍ତ୍ତ ପୂରଣ କରୁଥିବା ସୀମିତ ପ୍ରବାସୀଙ୍କୁ ଏହା ଜରିଆରେ ପ୍ରବେଶ ଅନୁମତି ମିଳିବ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରହ୍ମବରଦା ଥାନାରୁ ଅଭିଯୁକ୍ତ ଚମ୍ପଟ ଘଟଣା: ଏଏସ୍‌ଆଇଙ୍କ ସମେତ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ

ଧର୍ମଶାଳା, ୨୮।୩(ଶିିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ସରକାରଙ୍କ ବିରୋଧରେ ଗର୍ଜିଲା କଂଗ୍ରେସ

ବଞ୍ଚୋ,୨୮ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଅନ୍ତର୍ଗତ ମରେଇଗାଁ ପଡ଼ିଆରେ କଂଗ୍ରେସ ଦଳର ଡାକରାରେ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇଯାଇଛି।…

୧୦ ମାସ ତଳେ ବିବାହ କରିଥିଲେ ଅନୁପମା, ବେକରେ ଦାଗ ଦେଖି ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ମହିପୁର ଗାଁରେ ଜଣେ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ୧୦ ମାସ ତଳେ ବାହା ହୋଇଥିବା…

ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ହିମାଂଶୁ-ଦେବେନ୍ଦ୍ର, କାର୍ଯ୍ୟଭାର ନେବା ପରେ…

ବରପାଲି,୨୮ା୩(ଚିତ୍ତରଞ୍ଜନ ସାହୁ): ଶନିବାର ବରପାଲି ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଚଳିତ ବର୍ଷ ପାଇଁ ସଭାପତି ହିମାଂଶୁ ଶେଖର ସାହୁ ଓ ସମ୍ପାଦକ…

ବାଣଫୁଟାଇ ମିଠାଖୁଆଇ ବିଜୟ ଉତ୍ସବ ପାଳିଲେ ପ୍ରକାଶ-ରବୀନ୍ଦ୍ର

ପୁରୁଷୋତ୍ତମପୁର,୨୮ା୩(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘ ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ଏଥିରେ ସଭାପତି ଭାବେ ପ୍ରକାଶ ଚନ୍ଦ୍ର ତ୍ରିପାଠୀ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ…

ମଧ୍ୟପ୍ରାଚ୍ୟରେ ଅଶାନ୍ତି ମଧ୍ୟରେ, ଆମେରିକାକୁ କଡ଼ା ଚେତାବନୀ ଦେଲେ ଇରାନ ରାଷ୍ଟ୍ରପତି, କହିଲେ ଏଥର…

ତେହରନ୍‌,୨୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ଆରମ୍ଭ ହେବାର ଏକ ମାସ ବିତିଗଲାଣି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ନିରନ୍ତର କ୍ଷେପଣାସ୍ତ୍ର ଆକ୍ରମଣ ବିନିମୟ ହୋଇଛି। ଇରାନ ରାଷ୍ଟ୍ରପତି…

ସରିଲା ଓକିଲ ସଂଘ ନିର୍ବାଚନ: ବାଜି ମାରିଲେ ହୃଦୟରଞ୍ଜନ-ସନ୍ତୋଷ

ଦିଗପହଣ୍ଡି,୨୮ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦଗିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ଶନିବାର ଶାନ୍ତିପୂର୍ଣ୍ଣ ଭାବେ ସରିଛି। ଓକିଲ ସଂଘର ସଭାପତି ଭାବେ ହୃଦୟରଞ୍ଜନ ମେକାପ…

ସୁଭଦ୍ରାକୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ଏପ୍ରିଲ ୧ରୁ ନୂଆ ଆବେଦନ, ଏଥିରେ ସାମିଲ ହେବେ…

ଭୁବନେଶ୍ୱର,୨୮ା୩: ସୁଭଦ୍ରା ଯୋଜନାକୁ ନେଇ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏପ୍ରିଲ ୧ରୁ ନୂଆ ସୁଭଦ୍ରା ପଞ୍ଜୀକରଣ ଆରମ୍ଭ ହେବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri