Posted inଖେଳ

ଦିଲ୍ଲୀ ପାଇଁ ସହଜ ହୋଇ ନ ପାରେ ଟାଇଟନ୍ସ

ନୂଆଦିଲ୍ଲୀ, ୪।୪ (ପି.ଟି.): ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ମଙ୍ଗଳବାର ଖେଳାଯିବାକୁଥିବା ଗୁଜରାଟ ଟାଇଟନ୍ସ ବିପକ୍ଷ ମ୍ୟାଚ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ସହଜ ହୋଇ ନ ପାରେ। ଗୁଜରାଟ ଜାଏଣ୍ଟ୍ସ ଦଳର କେନ୍‌ ଓ୍ବିଲିୟମସନ ଆଣ୍ଠୁରେ ଆଘାତପ୍ରାପ୍ତ ହୋଇ ଟୁର୍ନାମେଣ୍ଟରୁ ସମ୍ପୂର୍ଣ୍ଣ ବାହାର ହୋଇସାରି ଥିଲେ ମଧ୍ୟ ଗତଥରର ଚାମ୍ପିୟନ ଦଳର ସମସ୍ତ ବିଭାଗରେ ଅନ୍ୟ ବହୁ ଭଲ ଖେଳାଳି ରହିଛନ୍ତି। ସିଜନର ପ୍ରଥମ ଆଓ୍ବେ ମ୍ୟାଚରେ ଦଳ ମଙ୍ଗଳବାର ଫେଭରାଇଟ୍‌ ଭାବେ ପଡ଼ିଆକୁ ଓହ୍ଲାଇବ। ପ୍ରତିପକ୍ଷ ଦଳର ତୁଳନାରେ ଏହାରର ପେସ୍‌ ବାହିନୀ ବେଶ୍‌ ଉନ୍ନତ। ଅନ୍ୟପକ୍ଷରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଠାରୁ ୫୦ ରନରେ ହାରିଯାଇଥିବା ଆୟୋଜକ ଦଳ ଆଗାମୀ ମ୍ୟାଚ ପାଇଁ ଏହାର ରଣନୀତି ବଦଳାଇପାରେ। ଅନରିଚ ନୋର୍ଜେଙ୍କ ଅନୁପସ୍ଥିତିରେ ପେସ୍‌ ବାହିନୀରେ ରହିଥିବା ଭାରତୀୟ ବୋଲରମାନେ ସେତେଟା ପ୍ରଭାବୀ ମନେ ହୋଇ ନ ଥିଲେ। ଏହା ଦଳ ପାଇଁ ଏହା ଏକ ଚିନ୍ତାର କାରଣ। ଚେତନ ସାକାରିୟା ଓ ମୁକେଶ କୁମାର ଶୃଙ୍ଖଳିତ ବୋଲର। ହେଲେ ସେମାନଙ୍କ ବୋଲିଂରେ ବେଗ ଓ ବିବିଧତାର ଅଭାବ ରହିଛି। ପେସ୍‌ ବୋଲିଂକୁ ଭଲରୂପେ ଖେଳିପାରୁଥିବା ପ୍ରତିପକ୍ଷ ଦଳର ଭଲ ଫର୍ମରେ ରହିଥିବା ଶୁବମନ ଗିଲ୍‌ ଅବା ହାର୍ଦ୍ଦିକ ପାଣ୍ଡ୍ୟା ଉଭୟେ ଧମାକା ସୃଷ୍ଟି କରିପାରନ୍ତି। ଖଲିଲ ଅହମ୍ମଦ ପ୍ରଥମ ଗେମ୍‌ରେ ଭଲ ଖେଳିଥିଲେ। ମାତ୍ର ବର୍ଷ ବର୍ଷ ଧରି ତାଙ୍କ ଫିଲ୍ଡିଂ ଏକ ସମସ୍ୟା ଯୋଇ ରହିଆସିଛି। ଫିଲ୍ଡିଂ ସେସନରେ ସେ ସେ ଯେତିକି ସଂଖ୍ୟାରେ କ୍ୟାଚ ଧରିଛନ୍ତି, ସେ ତୁଳନାରେ ଅଧିକ ହାତଛଡ଼ା କରିଛନ୍ତି। କାଇଲ ମେୟର୍ସଙ୍କୁ ବାଦ୍‌ ଦେବା ଦ୍ୱାରା ଦିଲ୍ଲୀ ପାଇଁ ଓପନିଂ ମ୍ୟାଚ ମହଙ୍ଗା ସାବ୍ୟସ୍ତ ହୋଇଥିଲା। ଦଳରେ ଅନ୍ୟ ଜଣେ ବିଶିଷ୍ଟ ପେସ୍‌ ବୋଲର ଈଶାନ୍ତ ଶର୍ମା ରହିଛନ୍ତି। ତାଙ୍କୁ ଦଳ ବେସ୍‌ ପ୍ରାଇସ୍‌ରେ କ୍ରୟ କରିଛନ୍ତି। କେବଳ ଅଭିଜ୍ଞତା ଦୃଷ୍ଟିରୁ ତାଙ୍କୁ ଦଳରେ ନିଆଯାଇଛି। ତାଙ୍କୁ ‘ଇମ୍ପାକ୍ଟ ଖେଳାଳି’ ଭାବେ ଦଳରେ ନିଆଯାଇ ପାରେ। ତେବେ ଭଲ ଖବର ହେଲା ଦକ୍ଷିଣ ଆଫ୍ରିକାର ଉଭୟ ନୋର୍ଜେ ଓ ଲୁନ୍‌ଗି ଏନ୍‌ଗିଡ଼ି ଏଠାରେ ପହଞ୍ଚତ୍ ଯାଇଛନ୍ତି। ମଙ୍ଗଳବାର ସିଲେକ୍ସନ ପାଇଁ ସେ ଉପଲବ୍ଧ ହେବେ। ଦିଲ୍ଲୀ ମୁଖ୍ୟ କୋଚ୍‌ ଖେଳାଳି କମ୍ବିନେଶନରେ କିଛିଟା ପରିବର୍ତ୍ତନ କରିପାରନ୍ତି। ସେ ସେକାରିୟାଙ୍କୁ ବାଦ୍‌ ଦେଇ ଅନ୍ତର୍ଜାତୀୟ ଅଭିଜ୍ଞ ସମ୍ପନ୍ନ ମୁସ୍ତାଫିଜୁର ରହମନଙ୍କୁ ବୋଲିଂ ୟୁନିଟ୍‌ରେ ସାମିଲ କରିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri