Posted inଖେଳ

ଦିଲ୍ଲୀ ପାଇଁ ସହଜ ହୋଇ ନ ପାରେ ଟାଇଟନ୍ସ

ନୂଆଦିଲ୍ଲୀ, ୪।୪ (ପି.ଟି.): ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ମଙ୍ଗଳବାର ଖେଳାଯିବାକୁଥିବା ଗୁଜରାଟ ଟାଇଟନ୍ସ ବିପକ୍ଷ ମ୍ୟାଚ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ସହଜ ହୋଇ ନ ପାରେ। ଗୁଜରାଟ ଜାଏଣ୍ଟ୍ସ ଦଳର କେନ୍‌ ଓ୍ବିଲିୟମସନ ଆଣ୍ଠୁରେ ଆଘାତପ୍ରାପ୍ତ ହୋଇ ଟୁର୍ନାମେଣ୍ଟରୁ ସମ୍ପୂର୍ଣ୍ଣ ବାହାର ହୋଇସାରି ଥିଲେ ମଧ୍ୟ ଗତଥରର ଚାମ୍ପିୟନ ଦଳର ସମସ୍ତ ବିଭାଗରେ ଅନ୍ୟ ବହୁ ଭଲ ଖେଳାଳି ରହିଛନ୍ତି। ସିଜନର ପ୍ରଥମ ଆଓ୍ବେ ମ୍ୟାଚରେ ଦଳ ମଙ୍ଗଳବାର ଫେଭରାଇଟ୍‌ ଭାବେ ପଡ଼ିଆକୁ ଓହ୍ଲାଇବ। ପ୍ରତିପକ୍ଷ ଦଳର ତୁଳନାରେ ଏହାରର ପେସ୍‌ ବାହିନୀ ବେଶ୍‌ ଉନ୍ନତ। ଅନ୍ୟପକ୍ଷରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଠାରୁ ୫୦ ରନରେ ହାରିଯାଇଥିବା ଆୟୋଜକ ଦଳ ଆଗାମୀ ମ୍ୟାଚ ପାଇଁ ଏହାର ରଣନୀତି ବଦଳାଇପାରେ। ଅନରିଚ ନୋର୍ଜେଙ୍କ ଅନୁପସ୍ଥିତିରେ ପେସ୍‌ ବାହିନୀରେ ରହିଥିବା ଭାରତୀୟ ବୋଲରମାନେ ସେତେଟା ପ୍ରଭାବୀ ମନେ ହୋଇ ନ ଥିଲେ। ଏହା ଦଳ ପାଇଁ ଏହା ଏକ ଚିନ୍ତାର କାରଣ। ଚେତନ ସାକାରିୟା ଓ ମୁକେଶ କୁମାର ଶୃଙ୍ଖଳିତ ବୋଲର। ହେଲେ ସେମାନଙ୍କ ବୋଲିଂରେ ବେଗ ଓ ବିବିଧତାର ଅଭାବ ରହିଛି। ପେସ୍‌ ବୋଲିଂକୁ ଭଲରୂପେ ଖେଳିପାରୁଥିବା ପ୍ରତିପକ୍ଷ ଦଳର ଭଲ ଫର୍ମରେ ରହିଥିବା ଶୁବମନ ଗିଲ୍‌ ଅବା ହାର୍ଦ୍ଦିକ ପାଣ୍ଡ୍ୟା ଉଭୟେ ଧମାକା ସୃଷ୍ଟି କରିପାରନ୍ତି। ଖଲିଲ ଅହମ୍ମଦ ପ୍ରଥମ ଗେମ୍‌ରେ ଭଲ ଖେଳିଥିଲେ। ମାତ୍ର ବର୍ଷ ବର୍ଷ ଧରି ତାଙ୍କ ଫିଲ୍ଡିଂ ଏକ ସମସ୍ୟା ଯୋଇ ରହିଆସିଛି। ଫିଲ୍ଡିଂ ସେସନରେ ସେ ସେ ଯେତିକି ସଂଖ୍ୟାରେ କ୍ୟାଚ ଧରିଛନ୍ତି, ସେ ତୁଳନାରେ ଅଧିକ ହାତଛଡ଼ା କରିଛନ୍ତି। କାଇଲ ମେୟର୍ସଙ୍କୁ ବାଦ୍‌ ଦେବା ଦ୍ୱାରା ଦିଲ୍ଲୀ ପାଇଁ ଓପନିଂ ମ୍ୟାଚ ମହଙ୍ଗା ସାବ୍ୟସ୍ତ ହୋଇଥିଲା। ଦଳରେ ଅନ୍ୟ ଜଣେ ବିଶିଷ୍ଟ ପେସ୍‌ ବୋଲର ଈଶାନ୍ତ ଶର୍ମା ରହିଛନ୍ତି। ତାଙ୍କୁ ଦଳ ବେସ୍‌ ପ୍ରାଇସ୍‌ରେ କ୍ରୟ କରିଛନ୍ତି। କେବଳ ଅଭିଜ୍ଞତା ଦୃଷ୍ଟିରୁ ତାଙ୍କୁ ଦଳରେ ନିଆଯାଇଛି। ତାଙ୍କୁ ‘ଇମ୍ପାକ୍ଟ ଖେଳାଳି’ ଭାବେ ଦଳରେ ନିଆଯାଇ ପାରେ। ତେବେ ଭଲ ଖବର ହେଲା ଦକ୍ଷିଣ ଆଫ୍ରିକାର ଉଭୟ ନୋର୍ଜେ ଓ ଲୁନ୍‌ଗି ଏନ୍‌ଗିଡ଼ି ଏଠାରେ ପହଞ୍ଚତ୍ ଯାଇଛନ୍ତି। ମଙ୍ଗଳବାର ସିଲେକ୍ସନ ପାଇଁ ସେ ଉପଲବ୍ଧ ହେବେ। ଦିଲ୍ଲୀ ମୁଖ୍ୟ କୋଚ୍‌ ଖେଳାଳି କମ୍ବିନେଶନରେ କିଛିଟା ପରିବର୍ତ୍ତନ କରିପାରନ୍ତି। ସେ ସେକାରିୟାଙ୍କୁ ବାଦ୍‌ ଦେଇ ଅନ୍ତର୍ଜାତୀୟ ଅଭିଜ୍ଞ ସମ୍ପନ୍ନ ମୁସ୍ତାଫିଜୁର ରହମନଙ୍କୁ ବୋଲିଂ ୟୁନିଟ୍‌ରେ ସାମିଲ କରିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

ଯୁଦ୍ଧବିରତିର ସତ କହିଦେଲା ରୁଷିଆ, ଟ୍ରମ୍ପ କରିଥିଲେ…

ନୂଆଦିଲ୍ଲୀ,୮।୪: ମଧ୍ୟପ୍ରାଚ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ପାଇଁ ଆମେରିକା ଏବଂ ଇରାନ ରାଜି ହୋଇଛନ୍ତି, ଯାହା ଉଭୟ ପକ୍ଷ ଦ୍ୱାରା ଘୋଷଣା କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ଯୁଦ୍ଧବିରତି ଭିତରେ ଇରାନ କଲା ବଡ଼ ଘୋଷଣା, ହର୍ମୁଜରେ ଜାହାଜ ଗଲେ ଉଡାଇ ଦେବୁ…

ନୂଆଦିଲ୍ଲୀ,୮।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି କାର୍ଯ୍ୟକାରୀ ହେବାର ପ୍ରାୟ 12 ଘଣ୍ଟା ବିତିଗଲା, ଯେତେବେଳେ ଇରାନ ନୌସେନା ହରମୁଜ ପ୍ରଣାଳୀ ସମ୍ପର୍କରେ ଏକ ବଡ଼…

ଯୁଦ୍ଧବିରତିର ମାତ୍ର କିଛି ଘଣ୍ଟା ପରେ ଇରାନ ତୈଳ ବିଶୋଧନାଗାରରେ ବିସ୍ଫୋରଣ, କିଏ କଲା ଆକ୍ରମଣ?

ତେହେରାନ,୮।୪: ଆମେରିକା ସର୍ତ୍ତମୂଳକ ଯୁଦ୍ଧବିରତି ଘୋଷଣା କରିବାର କିଛି ଘଣ୍ଟା ପରେ ଇରାନର ଲାଭାନ ଦ୍ୱୀପରେ ପ୍ରଥମ ବଡ଼ ଆକ୍ରମଣ ହୋଇଛି । ଲାଭାନ ଦ୍ୱୀପରେ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri