Posted inଫୁରସତ

ଏମିତି ଗାଁ ଯେଉଁଠିି ଜନ୍ମ ନିଅନ୍ତି କେବଳ ଝିଅ

ଦୁନିଆରେ ସବୁବେଳେ କିଛି ନା କିଛି ଅଜବ ଘଟଣା ଘଟିଥାଏ। କିଛି ମାମଲା ଏପରି ଥାଏ ଯାହା ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ଲାଗେ। କେବଳ ଏତିକି ନୁହେଁ ଅନେକ ଘଟଣା ପଛର ରହସ୍ୟ ଏପର୍ଯ୍ୟନ୍ତ ସମାଧାନ ହୋଇନାହିଁ। ଆଜି ଆମେ ଆପଣଙ୍କୁ ଏପରି ଏକ ଅଜବ କଥା ବିଷୟରେ କହିବାକୁ ଯାଉଛୁ। ସେଇଟି ହେଲା ଝିଅ ଜନ୍ମ ହେଉଥିବା ଗାଁ।
ବିଶ୍ୱରେ ଏପରି ଏକ ଗାଁ ଅଛି, ଯେଉଁଠାରେ ଅନେକ ବର୍ଷ ଧରି ପ୍ରତ୍ୟେକ ପରିବାରରେ କେବଳ ଝିଇ ଜନ୍ମ ହେଉଛନ୍ତି। ଏହି ରହସ୍ୟର ରହସ୍ୟ ଏପର୍ଯ୍ୟନ୍ତ ସମାଧାନ ହୋଇନାହିଁ, ଏହା କାହିଁକି ଘଟୁଛି? ପୋଲାଣ୍ଡରେ ଉପସ୍ଥିତ ଥିବା ଏହି ଗାଁର ନାମ ହେଉଛି ମିଜେସ୍କେ ଓଡ୍ରାଇସ୍କି। ପ୍ରାୟ ୧୧ ବର୍ଷ ଧରି ଏହି ଗାଁରେ କୌଣସିି ପୁଅ ଜନ୍ମ ହୋଇନାହିଁ। କୁହାଯାଏ ଯେ ୨୦୧୦ ମସିହାରେ, ଶେଷ ଥର ପାଇଁ ଏହି ଗାଁରେ ଏକ ପୁଅ ଜନ୍ମ ହୋଇଥିଲା। କିନ୍ତୁ ପୁଅ ଜନ୍ମ ହେବାର କିଛି ସମୟ ପରେ ତାଙ୍କ ପରିବାର ସଦସ୍ୟ ଗାଁ ଛାଡି ଚାଲିଯାଇଥିଲେ। କେତେକ ରିପୋର୍ଟ ଅନୁଯାୟୀ, ଏହି ଗାଁର ଜନସଂଖ୍ୟା ୩୦୦ରୁ ଅଧିକ। ସେଥିରୁ ଅଧିକାଂଶ ମହିଳା ଥିବାବେଳେ ପୁରୁଷଙ୍କ ସଂଖ୍ୟା ଖୁବ୍‌ କମ୍‌। ଗାଁର ଏଭଳି ଅବସ୍ଥା ଦେଖି ପୁଅ ଜନ୍ମ କରୁଥିବା ମହିଳାମାନେ ପୁରସ୍କୃତ ହେବେ ବୋଲି ମେୟର ଘୋଷଣା କରିଥିଲେ।
ଏଠାରେ କେବଳ ଝିଅ କାହିଁକି ଜନ୍ମ ହୁଅନ୍ତି ସେ ନେଇ ଗ୍ରାମବାସୀଙ୍କଠାରୁ ଆରମ୍ଭ କରି ସାରା ଦୁନିଆ ଚକିତ ହୋଇଥାଏ। ୱାର୍ସର ଏକ ବିଶ୍ୱବିଦ୍ୟାଳୟ ମଧ୍ୟ ଏହି ରହସ୍ୟର ସମାଧାନ ପାଇଁ ଅନୁସନ୍ଧାନ କରିଥିଲା, କିନ୍ତୁ ସୁଫଳ ମିଳି ନ ଥିଲା। ଏହା ବିଷୟରେ ଜାଣିବା ପାଇଁ ବିଶ୍ୱର ବିଭିନ୍ନ ସ୍ଥାନରୁ ବିଶେଷଜ୍ଞ ଡାକ୍ତରମାନଙ୍କୁ ମଧ୍ୟ ଡକାଯାଇଥିଲା, କିନ୍ତୁ କିଛି ଜଣାପଡ଼ି ନ ଥିଲା। ଆଜି ବି ଏହା ସେହିଭଳି ରହିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଆଣବିକ ଯୁଦ୍ଧ ସଙ୍କେତ: ସାରା ବିଶ୍ୱରେ ଖେଳିଗଲା ଆତଙ୍କ

ତେହରାନ୍‌/ଓ୍ବାଶିଂଟନ୍‌,୧ା୪(ରଏଟର୍ସ/ଏଜେନ୍ସି):ଇରାନ୍‌ ଆଣବିକ ଅସ୍ତ୍ର ତିଆରି କରୁଥିବା ନେଇ ଆମେରିକା ଓ ଇସ୍ରାଏଲ୍‌ ବାରମ୍ବାର ଅଭିଯୋଗ କରିଆସୁଛନ୍ତି। ତେହରାନ୍‌ ଏହାକୁ ଖଣ୍ଡନ କରୁଥିବାବେଳେ ଜାତିସଂଘର ଆଣବିକ ଜଗୁଆଳି ସଂସ୍ଥା…

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri