Posted inଫୁରସତ

ଏମିତି ଗାଁ ଯେଉଁଠିି ଜନ୍ମ ନିଅନ୍ତି କେବଳ ଝିଅ

ଦୁନିଆରେ ସବୁବେଳେ କିଛି ନା କିଛି ଅଜବ ଘଟଣା ଘଟିଥାଏ। କିଛି ମାମଲା ଏପରି ଥାଏ ଯାହା ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ଲାଗେ। କେବଳ ଏତିକି ନୁହେଁ ଅନେକ ଘଟଣା ପଛର ରହସ୍ୟ ଏପର୍ଯ୍ୟନ୍ତ ସମାଧାନ ହୋଇନାହିଁ। ଆଜି ଆମେ ଆପଣଙ୍କୁ ଏପରି ଏକ ଅଜବ କଥା ବିଷୟରେ କହିବାକୁ ଯାଉଛୁ। ସେଇଟି ହେଲା ଝିଅ ଜନ୍ମ ହେଉଥିବା ଗାଁ।
ବିଶ୍ୱରେ ଏପରି ଏକ ଗାଁ ଅଛି, ଯେଉଁଠାରେ ଅନେକ ବର୍ଷ ଧରି ପ୍ରତ୍ୟେକ ପରିବାରରେ କେବଳ ଝିଇ ଜନ୍ମ ହେଉଛନ୍ତି। ଏହି ରହସ୍ୟର ରହସ୍ୟ ଏପର୍ଯ୍ୟନ୍ତ ସମାଧାନ ହୋଇନାହିଁ, ଏହା କାହିଁକି ଘଟୁଛି? ପୋଲାଣ୍ଡରେ ଉପସ୍ଥିତ ଥିବା ଏହି ଗାଁର ନାମ ହେଉଛି ମିଜେସ୍କେ ଓଡ୍ରାଇସ୍କି। ପ୍ରାୟ ୧୧ ବର୍ଷ ଧରି ଏହି ଗାଁରେ କୌଣସିି ପୁଅ ଜନ୍ମ ହୋଇନାହିଁ। କୁହାଯାଏ ଯେ ୨୦୧୦ ମସିହାରେ, ଶେଷ ଥର ପାଇଁ ଏହି ଗାଁରେ ଏକ ପୁଅ ଜନ୍ମ ହୋଇଥିଲା। କିନ୍ତୁ ପୁଅ ଜନ୍ମ ହେବାର କିଛି ସମୟ ପରେ ତାଙ୍କ ପରିବାର ସଦସ୍ୟ ଗାଁ ଛାଡି ଚାଲିଯାଇଥିଲେ। କେତେକ ରିପୋର୍ଟ ଅନୁଯାୟୀ, ଏହି ଗାଁର ଜନସଂଖ୍ୟା ୩୦୦ରୁ ଅଧିକ। ସେଥିରୁ ଅଧିକାଂଶ ମହିଳା ଥିବାବେଳେ ପୁରୁଷଙ୍କ ସଂଖ୍ୟା ଖୁବ୍‌ କମ୍‌। ଗାଁର ଏଭଳି ଅବସ୍ଥା ଦେଖି ପୁଅ ଜନ୍ମ କରୁଥିବା ମହିଳାମାନେ ପୁରସ୍କୃତ ହେବେ ବୋଲି ମେୟର ଘୋଷଣା କରିଥିଲେ।
ଏଠାରେ କେବଳ ଝିଅ କାହିଁକି ଜନ୍ମ ହୁଅନ୍ତି ସେ ନେଇ ଗ୍ରାମବାସୀଙ୍କଠାରୁ ଆରମ୍ଭ କରି ସାରା ଦୁନିଆ ଚକିତ ହୋଇଥାଏ। ୱାର୍ସର ଏକ ବିଶ୍ୱବିଦ୍ୟାଳୟ ମଧ୍ୟ ଏହି ରହସ୍ୟର ସମାଧାନ ପାଇଁ ଅନୁସନ୍ଧାନ କରିଥିଲା, କିନ୍ତୁ ସୁଫଳ ମିଳି ନ ଥିଲା। ଏହା ବିଷୟରେ ଜାଣିବା ପାଇଁ ବିଶ୍ୱର ବିଭିନ୍ନ ସ୍ଥାନରୁ ବିଶେଷଜ୍ଞ ଡାକ୍ତରମାନଙ୍କୁ ମଧ୍ୟ ଡକାଯାଇଥିଲା, କିନ୍ତୁ କିଛି ଜଣାପଡ଼ି ନ ଥିଲା। ଆଜି ବି ଏହା ସେହିଭଳି ରହିଛି।

 


Enter your email to get our daily news in your inbox.

All Right Reserved By Dharitri.Com

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

‘ଭାରତରେ ଉତ୍ପାଦନ ହ୍ରାସ ପାଉଛି…,’ ଜର୍ମାନୀରେ BMW ଫ୍ୟାକ୍ଟ୍ରିରେ ପହଞ୍ଚି ଭିଡିଓ ଶେୟାର କଲେ ରାହୁଲ

ବର୍ଲିନ,୧୭।୧୨: କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର BMW କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ...

ବଦନାମ ହେଲା TMC, ଭିଡିଓ ଶେୟାର କଲା ଭାଜପା

ନୂଆଦିଲ୍ଲୀ,୧୭।୧୨: ତୃଣମୂଳ କଂଗ୍ରେସ ଏମପି କୀର୍ତ୍ତି ଆଜାଦଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଆଜାଦ ସଂସଦ ଭିତରେ ସିଗାରେଟ ପିଉଥିବାର ଦେଖାଯାଉଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri