ଡ୍ରାଇଭିଂ ଟେଷ୍ଟିଂରେ ମଧ୍ୟସ୍ଥଙ୍କ ରାଜୁତି

ଯାଜପୁର ଅଫିସ,୧୪ା୪: ରାଜ୍ୟ ସରକାର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ)ରୁ ମଧ୍ୟସ୍ଥିମାନଙ୍କୁ ସମ୍ପୂର୍ଣ୍ଣ ଭାବେ ହଟାଇବା ସହ ସ୍ବଚ୍ଛ ଶାସନ ଚଳାଇବାକୁ ଉଦ୍ୟମ କରିଛନ୍ତି। ହେଲେ ଯାଜପୁର ଜିଲା ଚଣ୍ଡିଖୋଲ ଆରଟିଓ କାର୍ଯ୍ୟାଳୟରେ କେତେଜଣ ମଧ୍ୟସ୍ଥିଙ୍କ ଜରିଆରେ ଡ୍ରାଇଭିଂ ଟେଷ୍ଟିଂ, ଫିଟନେସ ଆଦି ଯାଞ୍ଚ ପ୍ରକ୍ରିୟାରେ ଦୁର୍ନୀତି ଏବଂ ମନମୁଖୀ କାର୍ଯ୍ୟ ଯୋଗୁ ସରକାର ବିପୁଳ ରାଜସ୍ବ ହରାଉଛନ୍ତି। ଏଥିରେ କେତେଜଣ ଅଧିକାରୀ ଓ କର୍ମଚାରୀ ବ୍ୟକ୍ତିଗତ ପାଣ୍ଠି ବଢାଇବାରେ ଲାଗିଛନ୍ତି। ଏହି ମର୍ମରେ ପୂର୍ବରୁ ବାଲିଚନ୍ଦ୍ରପୁର, ଚଣ୍ଡିଖୋଲ ଅଞ୍ଚଳରୁ ପରିବହନ ବିଭାଗର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଲିଖିତ ଭାବେ ଅଭିଯୋଗ କରାଯାଇଥିଲେ ହେଁ କୌଣସି ସୁଫଳ ମିଳି ପାରିନାହିଁ। ଏପରି କି ବାଣିଜ୍ୟ ଏବଂ ପରିବହନ ବିଭାଗର ଡେପୁଟି ସେକ୍ରେଟାରୀ କେଶବ ଚନ୍ଦ୍ର ମୁଦୁଲି ଗତ ୨୦ା୩ା୨୦୨୩ରେ କଟକ ପରିବହନ କମିଶନରଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ହେଁ ତାହା ଚପି ଯାଇଥିବା ଅଭିଯୋଗକାରୀମାନେ ପ୍ରକାଶ କରିଛନ୍ତି। ଏଥିରୁ ଦୁର୍ନୀତିର ଚେର ଉପରସ୍ତର ପର୍ଯ୍ୟନ୍ତ ଲମ୍ବିଥିବା ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି।
ଜିଲାର ଚଣ୍ଡୀଖୋଲ-ଦୈତାରୀ ଏବଂ ଚଣ୍ଡୀଖୋଲ-ପାରାଦୀପ, ୧୬ନଂ. ଜାତୀୟ ରାଜପଥ କୋଲକତା-ମାଡ୍ରାସ ରାସ୍ତାରେ ପ୍ରାୟ ସବୁବେଳେ ଅଧିକାଂଶ ଅନ୍‌ଫିଟ ଗାଡ଼ି ଚଳାଚଳ କରୁଛି। ଅଥଚ ସେପରି ଗାଡ଼ି ଜବତ କରାଯାଉନାହିଁ। ଫିଟ୍‌ନେସ ଆଳରେ ପ୍ରତ୍ୟେକ ଗାଡ଼ିରୁ ଦୈନିକ ପ୍ରାୟ ୬୦ ହଜାର ଟଙ୍କା ଆଦାୟ କରାଯାଉଛି। ରେଜିଷ୍ଟ୍ରେଶନ, ଫିଟନେସ, ଟ୍ୟାକ୍ସ, ବୀମା, ଡ୍ରାଇଭିଂ ଲାଇସେନ୍ସ ନ ଥିବା ଯାଞ୍ଚବେଳେ ଜଣାପଡିଲେ ଗାଡ଼ି ଜବତ କରିବାର ନିୟମ ରହିଛି ା କିନ୍ତୁ ସେହି ଗାଡିଗୁଡିକରୁ ଜରିମାନା ଆଦାୟ କରିବା ପରିବର୍ତ୍ତେ ମାସିକ ଚାନ୍ଦାରେ ଅଧିକାରୀ ଓ ମଧ୍ୟସ୍ଥିମାନେ ମାତିଛନ୍ତି। ଦୁର୍ଘଟଣାଜନିତ କୌଣସି ମାମଲା ରୁଜୁ ହେଲେ ବିଭାଗୀୟ ଅଧିକାରୀମାନେ ମୋଟା ଅଙ୍କର ହାତଗୁଞ୍ଜା ନେଇ ଘଟଣାକୁ ରଫାଦଫା କରୁଥିବା ଅଭିଯୋଗ ହେଉଛି। ଏପରିସ୍ଥଳେ ସାଧାରଣ ସମ୍ପତ୍ତି କ୍ଷତି ନିରାକରଣ ଆଇନ ୧୯୮୪ କାର୍ଯ୍ୟକାରୀ କରାଯାଉ ନ ଥିବା ତଥା ପରିବହନ ଆଇନକୁ କଡାକଡି ପାଳନ କରାଯାଉ ନ ଥିବାରୁ ସରକାରଙ୍କ ଅନେକ କୋଟି ଟଙ୍କା ରାଜସ୍ବ ହାନୀ ହେଉଛି। ବିଶେଷକରି ମହାବିନାୟକ ଟ୍ରାକ୍‌ରେ ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟ ସମୟରେ ବ୍ୟାପକ ଅନିୟମିତତା ଓ ହରିଲୁଟ ହେଉଥିବା ଦେଖିବାକୁ ମିଳିଛି। ଟେଷ୍ଟିଂ ଆଳରେ ପ୍ରଥମେ ଫେଲ କରିବା ପରେ ପୁଣି ପାସ କରିବାପାଇଁ ପ୍ରତି ଆବେଦନକାରୀଙ୍କଠାରୁ ୧୦୦୦ ଟଙ୍କା ଲେଖାଏଁ ଦୈନିକ ପ୍ରାୟ ୩୦ରୁ ୪୦ହଜାର ଟଙ୍କା ପର୍ଯ୍ୟନ୍ତ ଆଦାୟ କରି ଆରଟିଓଙ୍କୁ ଦିଆଯାଉଛି। ଏଥିପାଇଁ ଟ୍ରାକ୍‌ରେ କେତେକ ମଧ୍ୟସ୍ଥଙ୍କୁ ବେସରକାରୀ ଭାବେ ନିଯୁକ୍ତି ଦିଆଯାଇଛି। ଚଣ୍ଡିଖୋଲ ଆରଟିଓରେ ପୂର୍ବଭଳି ମୋଟର ଭାଇକିଲ ଇନ୍ସପେକ୍ଟର(ଏମ୍‌ଭିଆଇ) ଓ ସହକାରୀ ଏମ୍‌ଭିଆଇଙ୍କ ଛତ୍ରଛାୟା ତଳେ ରହି ମଧ୍ୟସ୍ଥିମାନେ କାମ କରୁଛନ୍ତି। ଚଣ୍ଡିଖୋଲର ଏକ କଲେଜରେ ଚତୁଥର୍ର୍ ଶ୍ରେଣୀ ପଦବୀରେ କାମ କରୁଥିବା ଜଣେ କର୍ମଚାରୀ ଏମ୍‌ଭିଆଇଙ୍କ ଗାଡ଼ି ଚଳେଇ ଥାନ୍ତି। ସେ ବଟି ଆଦାୟରେ ଏମ୍‌ଭିଆଇଙ୍କୁ ସହଯୋଗ କରୁଥିବା ଅଭିଯୋଗ ହୋଇଛି। ଏମ୍‌ଭିଆଇ ଏବଂ ସହକାରୀ ଏମ୍‌ଭିଆଇ ଆଦାୟ ହେଉଥିବା ଅର୍ଥରୁ ପୁଣି ଆରଟିଓଙ୍କୁ ଭାଗ ଦେଇଥାନ୍ତି। ଏପରିକି ଏଠାରେ ବିନା ଟ୍ରାଏଲ ଦେଇ ମଧ୍ୟ ମଧ୍ୟସ୍ଥିଙ୍କ ସହାୟତାରେ ଲାଞ୍ଚଦେଇ ଯେ କୌଣସି ବ୍ୟକ୍ତି ଅନାୟାସରେ ଡ୍ରାଇଭିଂ ଲାଇସେନ୍ସ ପାଇବାରେ ସକ୍ଷମ ହେଉଛନ୍ତି । ଏହାସହ ଢେଙ୍କାନାଳର ଜଣେ ବେସରକାରୀ କର୍ମଚାରୀ ଚଣ୍ଡିଖୋଲ ଆରଟିଓରେ ଡାଟା ଏଣ୍ଟ୍ରି ଭାବେ କାମ କରୁଥିବାବେଳେ ତାଙ୍କ ଜରିଆରେ ବେଆଇନ ଚାନ୍ଦା ଆଦାୟ ହେଉଛି। ନୟାଗଡ଼ରୁ ବଦଳି ହୋଇ ଆସିଲାବେଳେ ଆରଟିଓ ସେହି ଡାଟା ଏଣ୍ଟ୍ରି ଅପରେଟରଙ୍କୁ ସାଙ୍ଗରେ କେଉଁ ଉଦ୍ଦେଶ୍ୟ ନେଇ ଆସିଥିଲେ ତାହା ଏବେ ସବୁଠି ଚର୍ଚ୍ଚାର ବିଷୟ ହୋଇଛି। ଏ ସଂକ୍ରାନ୍ତରେ ଆରଟିଓ ସନ୍ଦୀପ କୁମାରଙ୍କୁ ପଚାରିବାରୁ ସେ କହିଛନ୍ତି ସେଭଳି ଅଭିଯୋଗର କୌଣସି ସତ୍ୟାସତ୍ୟ ନାହିଁ। ତାଙ୍କୁ ବଦନାମ କରିବାକୁ ଷଡ଼ଯନ୍ତ୍ର ଚାଲିଛି। ଏହି କାର୍ଯ୍ୟାଳୟରେ ସମସ୍ତ କାମ ନୀତିନିୟମ ଅନୁସାରେ ହେଉଛି, କୌଣସି ଦୁର୍ନୀତି ଏବଂ ଲାଞ୍ଚ କାରବାର ହେଉନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri