ଭାରତ ମହାସାଗରକୁ ଛୁଇଁଲା ମଧ୍ୟପ୍ରାଚ୍ୟ ଯୁଦ୍ଧ: ଲୋକେ ଭୟଭୀତ

କଲମ୍ବୋ/ନୂଆଦିଲ୍ଲୀ/ଓ୍ବାଶିଂଟନ୍‌,୬ା୩(ରଏଟର୍ସ/ଅଲ୍‌ଜଜିରା/ପିଟି):ଇସ୍‌ଲାମିକ୍‌ ସାଧାରଣତନ୍ତ୍ର ଇରାନ୍‌ ବିରୋଧରେ ଆମେରିକା ଓ ଇସ୍ରାଏଲ୍‌ର ଘମାଘୋଟ ଯୁଦ୍ଧ ଜାରି ରହିଛି। ତେବେ ବର୍ତ୍ତମାନ ଏହା ମଧ୍ୟପ୍ରାଚ୍ୟରେ ସୀମିତ ନ ରହି ଅନ୍ୟ ଭୂଖଣ୍ଡକୁ ବ୍ୟାପିବା ଆରମ୍ଭ ହୋଇଛି। ବୁଧବାର ଭାରତୀୟମାନେ ହୋଲି ଖେଳିବାରେ ବ୍ୟସ୍ତ ଥିବାବେଳେ ଭାରତ ମହାସାଗରରେ ଆମେରିକା ନୌସେନା ପକ୍ଷରୁ ଇରାନ୍‌ର ଏକ ଯୁଦ୍ଧଜାହାଜକୁ ଆକ୍ରମଣ କରାଯାଇଛି। ଆମେରିକାର ବୁଡ଼ାଜାହାଜ ଶ୍ରୀଲଙ୍କା ଉପକୂଳରେ ଇରାନୀୟ ଯୁଦ୍ଧଜାହାଜ ଆଇଆର୍‌ଆଇଏସ୍‌ ଡେନାକୁ ଟାର୍ଗେଟକରି ବୁଡ଼ାଇଦେବାରେ ସକ୍ଷମ ହୋଇଛି। ଏହି ଘଟଣାକ୍ରମ ପରେ ଯୁଦ୍ଧର କ୍ରମବର୍ଦ୍ଧିଷ୍ଣୁ ପରିସୀମା ଓ ପ୍ରଭାବ ଭାରତ ପାଇଁ ଚିନ୍ତାର କାରଣ ହୋଇଛି। ଏହାକୁ ନେଇ କଂଗ୍ରେସ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଛି। ଭାରତ ନିଜ ପଡ଼ୋଶୀ ଦେଶଗୁଡ଼ିକ ଉପରେ ନିୟନ୍ତ୍ରଣ ହରାଇଥିବା ବିରୋଧୀ ଦଳ କହିଛି। ମାର୍ଚ୍ଚ ୪ ଭୋର ସମୟ ୫ଟା ୮ ମିନିଟ୍‌। ଭାରତୀୟ ନୌସେନା ପକ୍ଷରୁ ଆୟୋଜିତ ୨ଟି ସମରାଭ୍ୟାସରେ ଯୋଗଦେଇ ଫେରୁଥିବାବେଳେ ଶ୍ରୀଲଙ୍କାର ଗାଲେ ଜିଲାରୁ ୭୫ କି.ମି. (୪୦ ନଟିକାଲ୍‌ ମାଇଲ୍‌) ଦୂର ଭାରତ ମହାସାଗରରେ ଇରାନ୍‌ର ଯୁଦ୍ଧଜାହାଜ ଆଇଆର୍‌ଆଇଏସ୍‌ ଡେନା ଉପରେ ଅତର୍କିତ ଆକ୍ରମଣ ହୋଇଥିଲା। ଶ୍ରୀଲଙ୍କାର ଏକ୍ସକ୍ଲୁସିଭ୍‌ ଇକୋନୋମିକ୍‌ ଜୋନ୍‌ (ଇଇଜେଡ୍‌) ଅଧୀନରେ ଆସୁଥିବା ଏହି ଜଳରାଶି ଉପରୁ ଚାହୁଁଚାହୁଁ ଅଦୃଶ୍ୟ ହୋଇଯାଇଥିଲା ବିଧ୍ୱଂସକ ଡେନା। ଉକ୍ତ ଯୁଦ୍ଧଜାହାଜରେ ପ୍ରାୟ ୧୮୦ ଜଣ ଥିବାବେଳେ ସମୁଦ୍ରରେ ବୁଡ଼ିଯାଇ ୮୭ ନାବିକ ପ୍ରାଣ ହରାଇଛନ୍ତି। ଅନ୍ୟ ୩୧ ଜଣ ନିଖୋଜ ହୋଇଯାଇଥିବାବେଳେ ୩୨ ଜଣଙ୍କୁ ଉଦ୍ଧାର କରାଯାଇଛି।
ଆମେରିକା ପ୍ରତିରକ୍ଷା ସଚିବ ପେଟେ ହେଗ୍‌ସେଠ ବୁଧବାର ଏନେଇ ପେଣ୍ଟାଗନ୍‌ ପ୍ରେସ୍‌ ବିବୃତିରେ ସୂଚନା ଦେଇ କହିଥିଲେ, ଏକ ଆମେରିକୀୟ ସବ୍‌ମେରାଇନ୍‌ ଅନ୍ତର୍ଜାତୀୟ ଜଳରାଶିକୁ ସୁରକ୍ଷିତ ମଣିଥିବା ଶତ୍ରୁପକ୍ଷର ଏକ ଯୁଦ୍ଧଜାହାଜକୁ ଡ଼ୁବାଇ ଦେଇଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଏକ ଆମେରିକୀୟ ଟର୍ପିଡୋ ପ୍ରଥମ ଥର ପାଇଁ ଏଭଳି ସଫଳତା ହାସଲ କରିଛି। ଇରାନ୍‌ ବହିର୍ବ୍ୟାପାର ମନ୍ତ୍ରୀ ଅବ୍ବାସ୍‌ ଅରାଘଚି ନିଜ ପ୍ରତିକ୍ରିୟାରେ କହିଛନ୍ତି, ଉକ୍ତ ଫ୍ରିଗେଟ୍‌ ଭାରତୀୟ ନୌସେନାର ଏକ ଅତିଥି ଥିଲା। ଏହି ଘଟଣା ପାଇଁ ଆମେରିକା ପଶ୍ଚାତାପ କରିବ। ଫ୍ରିଗେଟ୍‌ ଡେନାରେ ୧୩୦ ନାବିକ ଥିଲେ। ପୂର୍ବରୁ ସତର୍କ ନ କରାଇ ଏଭଳି ଢଙ୍ଗରେ ଆକ୍ରମଣ କରିବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି। ଶ୍ରୀଲଙ୍କା ବହିର୍ବ୍ୟାପାର ମନ୍ତ୍ରୀ ଭିଜିଥା ହେରାଥ୍‌ ସଂସଦରେ କହିଛନ୍ତି, ୧୮୦ ଜଣଙ୍କୁ ନେଇ ଯାଉଥିବା ଆଇଆର୍‌ଆଇଏସ୍‌ ଭାରତ ମହାସାଗରରେ ବୁଡ଼ିଯାଇଥିବା ଖବର ଶ୍ରୀଲଙ୍କା ନୌସେନାକୁ ମିଳିଛି। ଦ୍ୱୀପରାଷ୍ଟ୍ର ନିଜ ଜାହାଜ ଓ ବାୟୁସେନା ବିମାନଗୁଡ଼ିକୁ ଉଦ୍ଧାର ପାଇଁ ପଠାଇଛି। ଶ୍ରୀଲଙ୍କା ନୌସେନା ମୁଖପାତ୍ର ବୁଦ୍ଧିକା ସମ୍ପଥ କହିଛନ୍ତି, ନୌସେନା ଜାହାଜ ଉକ୍ତ ସ୍ଥାନରେ ପହଞ୍ଚତ୍ବାବେଳକୁ ଇରାନୀୟ ଜାହାଜର ଚିହ୍ନବର୍ଣ୍ଣ ନ ଥିଲା। ସମୁଦ୍ରରେ କେବଳ ତୈଳ ଆସ୍ତରଣ ଦେଖିବାକୁ ମିଳିଥିଲା। କେତେଜଣ ଲୋକ ପାଣିରେ ପହଁରୁଥିଲେ। ତେବେ ୩୨ ଜଣଙ୍କୁ ଉଦ୍ଧାର କରି ଦକ୍ଷିଣ ଉପକୂଳ ସହର ଗାଲେସ୍ଥିତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତଦେହଗୁଡ଼ିକୁ ପାଣି ଭିତରୁ କଢ଼ାଯାଇଛି। ଉଲ୍ଲେଖଯୋଗ୍ୟ, ଯୁଦ୍ଧ ଆରମ୍ଭ ହେବା ପରଠୁ ଅଦ୍ୟାବଧି ଅନୂ୍ୟନ ୧୭ ଇରାନୀୟ ଜାହାଜକୁ ଆମେରିକା ବୁଡ଼ାଇସାରିଥିବା ଆମେରିକୀୟ ସେନା ସେଣ୍ଟ୍ରାଲ କମାଣ୍ଡ୍‌ର ନେତୃତ୍ୱ ନେଉଥିବା ଆଡ୍‌ମିରାଲ ବ୍ରାଡ୍‌ କୁପର ସୂଚନା ଦେଇଛନ୍ତି। ଆମେ ସମ୍ପୂର୍ଣ୍ଣ ଇରାନୀୟ ନୌସେନାକୁ ବୁଡ଼ାଇଦେବାକୁ ଯାଉଛୁ ବୋଲି ସେ ଏକ ଭିଡିଓ ମେସେଜ୍‌ରେ କହିଛନ୍ତି। ଏହି କ୍ରମେ ଇରାନ୍‌ର ଏକ ଆଉ ଏକ ଯୁଦ୍ଧଜାହାଜ ଶତାଧିକ ନାବିକଙ୍କୁ ନେଇ ଶ୍ରୀଲଙ୍କା ଉପକୂଳ ଦେଇ ଯାଉଥିବାବେଳେ ତାକୁ ମଧ୍ୟ ଟାର୍ଗେଟ କରାଯାଇଥିବା ଜଣାପଡ଼ିଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଇତିହାସ ରଚିଲା ଭାରତ: ଭାଙ୍ଗିଗଲା ବିଶ୍ୱରେକର୍ଡ ଭାଙ୍ଗିଗଲା, କ୍ରିକେଟ ଇତିହାସରେ ପ୍ରଥମଥର ଘଟିଲା…

ମୁମ୍ବାଇ,୬।୩: ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଇଥିବା ଟି୨୦ ବିଶ୍ୱକପ ୨୦୨୬ର ଦ୍ୱିତୀୟ ସେମିଫାଇନାଲ କ୍ରିକେଟ ଇତିହାସର ସବୁଠାରୁ ରୋମାଞ୍ଚକର ଏବଂ ଉଚ୍ଚ ସ୍କୋରିଂ ମ୍ୟାଚ ମଧ୍ୟରୁ ଗୋଟିଏ…

ମ୍ୟାଚ ସମୟରେ ଦ୍ବନ୍ଦରେ ପଡିଗଲେ ସୂର୍ଯ୍ୟକୁମାର ଯାଦବ, ଗୌତମ ଗମ୍ଭୀରଙ୍କୁ ସାହାଯ୍ୟ ମାଗିବା ପରେ ଚମତ୍କାର….

ନୂଆଦିଲ୍ଲୀ,୬।୩:ଭାରତ ୭ ରନରେ ଜିତି ଫାଇନାଲରେ ପ୍ରବେଶ କରିଛି । ଭାରତୀୟ ବ୍ୟାଟସମ୍ୟାନମାନେ ଦମଦାର ପ୍ରଦର୍ଶନ କରି ୨୦ ଓଭରରେ ୭ ୱିକେଟରେ ୨୫୩ ରନ କରିଥିଲେ…

ଛାଡ଼ପତ୍ର ଦେଲା କିଏ: ରାଜଧାନୀରେ ଆଲୋଚନା ହେଉଛି, କାହାର ପୂରିଲା ବେଳକାଳ

ଭୁବନେଶ୍ୱର,୬।୩(ସୁନିତ୍‌ ମିଶ୍ର):୨୦୧୪ ମସିହାରେ ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାଜପା ସମର୍ଥିତ ଏନ୍‌ଡିଏ ସରକାର ଆସିଥିଲା। ଏହା ପରଠାରୁ ୨୦୨୪ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ଅନେକ…

ଭୋଜି ଖାଇ ଫେରୁଥିବା ବେଳେ କଲଭର୍ଟ ତଳକୁ ଖସିଲା ବାଇକ୍, ୨……

ନନ୍ଦପୁର,୬।୩(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ବ୍ଲକରେ ସଡ଼କ ଦୁର୍ଘଟଣା । କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ ବୁଧବାର ସାପ୍ତାହିକ ହାଟର ମୋଡରେ ପୂର୍ତ୍ତବିଭାଗ…

ମୋତେ ନୁହେଁ, ମ୍ୟାନ୍‌ ଅଫ ଦି ମ୍ୟାଚ ପୁରସ୍କାର ଏହି ଖେଳାଳିଙ୍କୁ ଦେବା ଥିଲା ଉଚିତ୍‌: ଖୋଲାଖୋଲି ଏମିତି କହିଦେଲେ ସଞ୍ଜୁ ସାମସନ

ମୁମ୍ବାଇ,୬।୩: ଇଂଲଣ୍ଡ ବିପକ୍ଷରେ ଟି-୨୦ ବିଶ୍ୱକପ ସେମିଫାଇନାଲରେ ଆକ୍ରମଣାତ୍ମକ ୪୨ ବଲରୁ ୮୯ ରନ ପାଇଁ ସଞ୍ଜୁ ସାମସନଙ୍କୁ ମ୍ୟାନ୍‌ ଅଫ ଦି ମ୍ୟାଚ ପୁରସ୍କାର ଦିଆଯାଇଛି।…

ମୋର ହୃଦସ୍ପନ୍ଦନ ୧୬୦-୧୭୫ ଥିଲା…ମ୍ୟାଚ୍‌ ପରେ ଆଶ୍ଚର୍ଯ୍ୟଜନକ ଖୁଲାସା କଲେ ସୂର୍ଯ୍ୟକୁମାର

ମୁମ୍ବାଇ,୬।୩: ଏକ ରୋମାଞ୍ଚକର ଟି୨୦ ବିଶ୍ୱକପ ସେମିଫାଇନାଲରେ ଇଂଲଣ୍ଡକୁ ୭ ରନରେ ପରାସ୍ତ କରିବା ପରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ବିଜୟର ଶ୍ରେୟ ତାଙ୍କ ବୋଲର…

ସ୍ବାମୀ ସହ ମିଶି ପ୍ରେମିକଙ୍କୁ ହତ୍ୟା, ସ୍ପଷ୍ଟ ଦିବାଲୋକରେ ଛୁରୀ ଭୁସି…..

ମୁମ୍ବାଇ,୬।୩: ନାଗପୁର ଜିଲାର ଖପରଖେଡା ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ଦିନ ସ୍ପଷ୍ଟ ଦିବାଲୋକରେ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ସମଗ୍ର ଅଞ୍ଚଳରେ…

ଭାରତ ପାଇଁ ହୃଦୟ ଖୋଲିଦେଲେ ଟ୍ରମ୍ପ, କଲେ ବଡ଼ ଘୋଷଣା: ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ୍‌,୬।୩: ଆମେରିକା ରୁଷୀୟ ଜଳସୀମାରେ ଫସି ରହିଥିବା ତୈଳ ଜାହାଜଗୁଡ଼ିକୁ ଭାରତ ପଠାଇବାକୁ ଅନୁମତି ଦେଇଛି। ଏହା କେବଳ ୩୦ ଦିନ ପାଇଁ ଏକ ଅସ୍ଥାୟୀ ଛାଡ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri