ଇରାନ ଉପରେ ଆକ୍ରମଣ ପରେ ହଠାତ୍‌ ମୋଦିଙ୍କୁ ଫୋନ୍‌ କଲେ ନେତାନ୍ୟାହୁ: କହିଦେଲେ ଏମିତି କଥା

ତେଲ ଅଭିଭ,୧୪।୬: ଇରାନ ଉପରେ ଆକ୍ରମଣ ପରେ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଫୋନ ଯୋଗେ କଥା ହୋଇଥିଲେ ଏବଂ ତାଙ୍କୁ ସମଗ୍ର ପରିସ୍ଥିତି ବିଷୟରେ ଅବଗତ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି ନିଜେ ନେତାନ୍ୟାହୁଙ୍କ ଫୋନ କଲ ବିଷୟରେ ମଧ୍ୟ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ମୋତେ ଫୋନ କରିଥିଲେ। ସେ ମୋତେ ବର୍ତ୍ତମାନର ପରିସ୍ଥିତି ବିଷୟରେ ଅବଗତ କରାଇଥିଲେ। ମୁଁ ଭାରତର ଚିନ୍ତାଧାରା ବାଣ୍ଟିଥିଲି ଏବଂ ଏହି ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତାର ଶୀଘ୍ର ପୁନଃସ୍ଥାପନ ପାଇଁ ଗୁରୁତ୍ୱାରୋପ କରିଥିଲି।

ଇସ୍ରାଏଲ ପ୍ରଧାନମନ୍ତ୍ରୀ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ମଧ୍ୟ କଥାବାର୍ତ୍ତା କରିବାକୁ ଯୋଜନା କରୁଛନ୍ତି। ପୂର୍ବରୁ, ଭାରତ କହିଥିଲା ଯେ, ଏହା ଇରାନ ଏବଂ ଇସ୍ରାଏଲ ମଧ୍ୟରେ ସାମ୍ପ୍ରତିକ ଘଟଣାବଳୀ ବିଷୟରେ ‘ଅତ୍ୟନ୍ତ ଚିନ୍ତିତ’ ଏବଂ ପରିସ୍ଥିତି ଉପରେ ନଜର ରଖିଛି। ନୂଆଦିଲ୍ଲୀ ଉଭୟ ଦେଶକୁ କୌଣସି ଆକ୍ରମଣାତ୍ମକ ପଦକ୍ଷେପ ଏଡାଇବାକୁ ଅନୁରୋଧ କରିଥିଲା।

ଇସ୍ରାଏଲୀ ସେନା ଶୁକ୍ରବାର ଇରାନ ରାଜଧାନୀ ସମେତ ବିଭିନ୍ନ ସ୍ଥାନରେ ପ୍ରଚଣ୍ଡ ଆକ୍ରମଣ କରିଛି। ଇରାନର ଆଣବିକ କାର୍ଯ୍ୟକ୍ରମକୁ ଟାର୍ଗେଟ କରାଯାଇ ଏହି ଆକ୍ରମଣ ହୋଇଥିବାବେଳେ ଏଥିରେ ଇରାନ ରିଭଲ୍ୟୁଶନାରି ଗାର୍ଡସ୍‌ର ସୁପ୍ରିମ କମାଣ୍ଡର ହୋସେଇନ୍‌ ସଲାମି, ସଶସ୍ତ୍ର ବଳର ଚିଫ୍‌ ଅଫ୍‌ ଷ୍ଟାଫ୍‌ ଜେନେରାଲ ମହମ୍ମଦ ବଘେରି, ବରିଷ୍ଠ ଅଧିକାରୀ ଘୋଲାମାଲି ରଶିଦ ଓ ଆଣବିକ ବୈଜ୍ଞାନିକ ଫେରେୟଦୋଉନ୍‌ ଅବ୍ବାସି ଏବଂ ମହମ୍ମଦ- ମହଦି ଟରାଞ୍ଚତ୍ ନିହତ ହୋଇଥିବା ଇରାନ ଟେଲିଭିଜନ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଶୀର୍ଷ ସେନା ଅଫିସରଙ୍କ ମୃତ୍ୟୁ ଇରାନ ପାଇଁ ଶକ୍ତ ଝଟକା ହୋଇଛି। ଏହି ଆକ୍ରମଣ ଫଳରେ ମଧ୍ୟପ୍ରାଚ୍ୟର ଦୁଇ ବିରୋଧୀ ରାଷ୍ଟ୍ର ମଧ୍ୟରେ ଜୋର୍‌ଦାର ଯୁଦ୍ଧ ସମ୍ଭାବନା ସୃଷ୍ଟି ହୋଇଛି। ୮୦ ଦଶକରେ ଇରାକ ସହ ଯୁଦ୍ଧ ପରେ ଏହା ଇରାନ ଉପରେ ସବୁଠୁ ବଡ଼ ଆକ୍ରମଣ ବୋଲି କୁହାଯାଉଛି। ଯୁଦ୍ଧ ହେଲେ ଅନ୍ତର୍ଜାତୀୟ ବଜାରରେ ତୈଳ ସଙ୍କଟ ସୃଷ୍ଟି ହେବା ଆଶଙ୍କା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋଟା ହେଲେ କଟିଯିବ ଦରମା, ଫିଟନେସ ପାଇଁ ଆସିପାରେ ନୂଆ ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୨୨।୩: ଏୟାର ଇଣ୍ଡିଆ ଏହାର କ୍ୟାବିନ କ୍ରୁ ପାଇଁ ଏକ ନୂତନ ସ୍ବାସ୍ଥ୍ୟ ଏବଂ ଫିଟନେସ ନୀତି ପ୍ରଚଳନ କରିବାକୁ ପ୍ରସ୍ତୁତ ହେଉଛି, ଯାହା କେବଳ ସେମାନଙ୍କ…

ଆରବ ସାଗରରେ ପରମାଣୁ ବୁଡ଼ାଜାହାଜ ମୁତୟନ କଲା ବ୍ରିଟେନ, ସାରା ବିଶ୍ୱର ବଢିଲା ଚିନ୍ତା!

ଲଣ୍ଡନ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ତିନି ସପ୍ତାହ ଧରି ସଂଘର୍ଷ ଜାରି ରହିଛି। ପ୍ରତିଶୋଧ ସ୍ବରୂପ, ଇରାନ ମଧ୍ୟପ୍ରାଚ୍ୟର ଦେଶଗୁଡ଼ିକୁ, ବିଶେଷକରି ୟୁଏଇକୁ ଟାର୍ଗେଟ…

ବିମାନ ଭଡ଼ା ସୀମା ଉଠାଇ ଦେଲା ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ; କାହିଁକି ଏହି ନିଷ୍ପତ୍ତି ନିଆଯାଇଛି ଜାଣନ୍ତୁ

ନୂଆଦିଲ୍ଲୀ,୨୨।୩: ଘରୋଇ ବିମାନ ଯାତ୍ରା ଉପରେ ଲାଗୁ ହୋଇଥିବା ଅସ୍ଥାୟୀ ସୀମା ୨୩ ମାର୍ଚ୍ଚ, ୨୦୨୬ ରୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି ବେସାମରିକ ବିମାନ ଚଳାଚଳ…

ବାବର ଆଜମଙ୍କ ଭବିଷ୍ୟତକୁ ନେଇ ଉଠିଲା ପ୍ରଶ୍ନ, ଭିଡ଼ିଓ ଭାଇରାଲ, ୟୁଜର୍ସ କହିଲେ ଢାବା…

ଇସଲାମାବାଦ,୨୨।୩: ବାବର ଆଜମ ବର୍ତ୍ତମାନ କ୍ରିକେଟରୁ ବିରତି ନେଇଛନ୍ତି। ଆଘାତ ଯୋଗୁ ସେ ବାଂଲାଦେଶ ବିପକ୍ଷରେ ଏକଦିବସୀୟ ସିରିଜ ହରାଇଥିଲେ ଏବଂ ଜାତୀୟ ଟି-୨୦ କପ ମଧ୍ୟ…

ବିପଦରେ ଲଣ୍ଡନ, ପ୍ୟାରିସ, ବର୍ଲିନ: ଚେତାଇଲା IDF, ଘନ ଘନ ମିସାଇଲ ମାଡ଼ରେ… 

ଜେରୁଜେଲାମ,୨୨।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଥିବା ବେଳେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ (IDF) ଇରାନର ବଢୁଥିବା ସାମରିକ ଶକ୍ତିକୁ ନେଇ ଏକ ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶ…

୬ଟା ଯୁଦ୍ଧ ଜାହାଜ ପଠାଇଲା ଚାଇନା, ଛାନିଆ ହେଲେ ଟ୍ରମ୍ପ!

ବେଜିଂ,୨୨।୩: ତାଇୱାନର ଜାତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ (MND) ରବିବାର (ସ୍ଥାନୀୟ ସମୟ) ସକାଳ 6:00 ଟାରେ ତାଇୱାନର ଆଞ୍ଚଳିକ ଜଳସୀମା ନିକଟରେ ଛଅଟି ଚାଇନା ନୌସେନା ଜାହାଜ…

ଟ୍ରମ୍ପଙ୍କ ଅଲ୍ଟିମେଟମ୍‌ ପରେ ବିପଜ୍ଜନକ ଧମକ ଦେଲା ଇରାନ, ଭୟରେ ଥରହର ସାରା ବିଶ୍ୱ

ଓ୍ବାଶିଂଟନ୍‌,୨୨।୩: ଆମେରିକା-ଇସ୍ରାଏଲ ଯୁଦ୍ଧ ଏବେ ଆରବ ଦେଶଗୁଡ଼ିକୁ ତୃଷାର୍ତ୍ତ କରିପାରେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୪୮ ଘଣ୍ଟାର ଅଲ୍ଟିମେଟମ୍‌ ପରେ ଇରାନ ପ୍ରତିଆକ୍ରମଣ ଆରମ୍ଭ କରିଛି…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଫୋନ କରି ଯୁଦ୍ଧ ବନ୍ଦ କରିବାର ସର୍ତ୍ତ ଶୁଣାଇଲେ ଇରାନ ରାଷ୍ଟ୍ରପତି, ଟ୍ରମ୍ପ ଶୁଣିଲେ…

ନୂଆଦିଲ୍ଲୀ,୨୨।୩: ଇରାନ-ଆମେରିକା-ଇସ୍ରାଏଲ ବିବାଦ ମଧ୍ୟରେ, ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ କଲ ମାଧ୍ୟମରେ ଏକ ଗୁରୁତ୍ୱପୂର୍ଣ୍ଣ ଅପିଲ କରିଛନ୍ତି। ଯୁଦ୍ଧ ଆରମ୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri