ଇରାନ ଉପରେ ଆକ୍ରମଣ ପରେ ହଠାତ୍‌ ମୋଦିଙ୍କୁ ଫୋନ୍‌ କଲେ ନେତାନ୍ୟାହୁ: କହିଦେଲେ ଏମିତି କଥା

ତେଲ ଅଭିଭ,୧୪।୬: ଇରାନ ଉପରେ ଆକ୍ରମଣ ପରେ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଫୋନ ଯୋଗେ କଥା ହୋଇଥିଲେ ଏବଂ ତାଙ୍କୁ ସମଗ୍ର ପରିସ୍ଥିତି ବିଷୟରେ ଅବଗତ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି ନିଜେ ନେତାନ୍ୟାହୁଙ୍କ ଫୋନ କଲ ବିଷୟରେ ମଧ୍ୟ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ମୋତେ ଫୋନ କରିଥିଲେ। ସେ ମୋତେ ବର୍ତ୍ତମାନର ପରିସ୍ଥିତି ବିଷୟରେ ଅବଗତ କରାଇଥିଲେ। ମୁଁ ଭାରତର ଚିନ୍ତାଧାରା ବାଣ୍ଟିଥିଲି ଏବଂ ଏହି ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତାର ଶୀଘ୍ର ପୁନଃସ୍ଥାପନ ପାଇଁ ଗୁରୁତ୍ୱାରୋପ କରିଥିଲି।

ଇସ୍ରାଏଲ ପ୍ରଧାନମନ୍ତ୍ରୀ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ମଧ୍ୟ କଥାବାର୍ତ୍ତା କରିବାକୁ ଯୋଜନା କରୁଛନ୍ତି। ପୂର୍ବରୁ, ଭାରତ କହିଥିଲା ଯେ, ଏହା ଇରାନ ଏବଂ ଇସ୍ରାଏଲ ମଧ୍ୟରେ ସାମ୍ପ୍ରତିକ ଘଟଣାବଳୀ ବିଷୟରେ ‘ଅତ୍ୟନ୍ତ ଚିନ୍ତିତ’ ଏବଂ ପରିସ୍ଥିତି ଉପରେ ନଜର ରଖିଛି। ନୂଆଦିଲ୍ଲୀ ଉଭୟ ଦେଶକୁ କୌଣସି ଆକ୍ରମଣାତ୍ମକ ପଦକ୍ଷେପ ଏଡାଇବାକୁ ଅନୁରୋଧ କରିଥିଲା।

ଇସ୍ରାଏଲୀ ସେନା ଶୁକ୍ରବାର ଇରାନ ରାଜଧାନୀ ସମେତ ବିଭିନ୍ନ ସ୍ଥାନରେ ପ୍ରଚଣ୍ଡ ଆକ୍ରମଣ କରିଛି। ଇରାନର ଆଣବିକ କାର୍ଯ୍ୟକ୍ରମକୁ ଟାର୍ଗେଟ କରାଯାଇ ଏହି ଆକ୍ରମଣ ହୋଇଥିବାବେଳେ ଏଥିରେ ଇରାନ ରିଭଲ୍ୟୁଶନାରି ଗାର୍ଡସ୍‌ର ସୁପ୍ରିମ କମାଣ୍ଡର ହୋସେଇନ୍‌ ସଲାମି, ସଶସ୍ତ୍ର ବଳର ଚିଫ୍‌ ଅଫ୍‌ ଷ୍ଟାଫ୍‌ ଜେନେରାଲ ମହମ୍ମଦ ବଘେରି, ବରିଷ୍ଠ ଅଧିକାରୀ ଘୋଲାମାଲି ରଶିଦ ଓ ଆଣବିକ ବୈଜ୍ଞାନିକ ଫେରେୟଦୋଉନ୍‌ ଅବ୍ବାସି ଏବଂ ମହମ୍ମଦ- ମହଦି ଟରାଞ୍ଚତ୍ ନିହତ ହୋଇଥିବା ଇରାନ ଟେଲିଭିଜନ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଶୀର୍ଷ ସେନା ଅଫିସରଙ୍କ ମୃତ୍ୟୁ ଇରାନ ପାଇଁ ଶକ୍ତ ଝଟକା ହୋଇଛି। ଏହି ଆକ୍ରମଣ ଫଳରେ ମଧ୍ୟପ୍ରାଚ୍ୟର ଦୁଇ ବିରୋଧୀ ରାଷ୍ଟ୍ର ମଧ୍ୟରେ ଜୋର୍‌ଦାର ଯୁଦ୍ଧ ସମ୍ଭାବନା ସୃଷ୍ଟି ହୋଇଛି। ୮୦ ଦଶକରେ ଇରାକ ସହ ଯୁଦ୍ଧ ପରେ ଏହା ଇରାନ ଉପରେ ସବୁଠୁ ବଡ଼ ଆକ୍ରମଣ ବୋଲି କୁହାଯାଉଛି। ଯୁଦ୍ଧ ହେଲେ ଅନ୍ତର୍ଜାତୀୟ ବଜାରରେ ତୈଳ ସଙ୍କଟ ସୃଷ୍ଟି ହେବା ଆଶଙ୍କା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ଆମ୍ବୁଲାନ୍ସ ମିଳିଲାନି, ମା’ଙ୍କ ମୃତଦେହକୁ ଷ୍ଟ୍ରେଚରରେ ଟାଣି ଘରକୁ ନେଲେ ପୁଅ

ପାଟନା,୮।୧୨: ବିହାରର ନାୱାଦା ଜିଲାରେ ମାନବିକତାକୁ ଲଜ୍ଜା ଦେବା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ଆମ୍ବୁଲାନ୍ସ ନ ମିଳିବାରୁ ଜଣେ ପୁଅ ରାତି ଅଧରେ...

‘ସବୁ ଓଡ଼ିଆଙ୍କୁ କଷ୍ଟ ଦେଉଛି’: ବିକାଶମୂଳକ ଖର୍ଚ୍ଚ ଅବହେଳା ପାଇଁ ସରକାରଙ୍କୁ ନବୀନଙ୍କ କଡ଼ା ସମାଲୋଚନା

ଭୁବନେଶ୍ୱର,୮।୧୨: ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ମୋହନ ମାଝୀ ସରକାରଙ୍କୁ ଓଡ଼ିଶାର ଲୋକଙ୍କ କଲ୍ୟାଣ ଏବଂ ବିକାଶ ପାଇଁ...

ନବୀନଙ୍କ ଟାର୍ଗେଟ୍‌ ପରେ ମୁଖ୍ୟମନ୍ତ୍ରୀଙ୍କ ପାଲଟା ଜବାବ: ‘ଗୃହରେ ୨ ମିନିଟ୍‌ ବସିବାକୁ ଧୈର୍ଯ୍ୟ ନାହିଁ’

ଭୁବନେଶ୍ୱର,୮।୧୨: ରାଜଗାଙ୍ଗପୁର ଲଞ୍ଜିବେଣ୍ଡା ଠାରେ ଜଣେ କଲେଜ ଛାତ୍ରୀଙ୍କୁ ଜାଳି ଦିଆଯିବା ଘଟଣାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ...

୮ମ ବେତନ କମିଶନ ଉପରେ ଆସିଲା ବଡ଼ ଅପଡେଟ୍: ଉପକୃତ ହେବେ ଏତିକି କର୍ମଚାରୀ ଓ ପେନସନଭୋଗୀ

ନୂଆଦିଲ୍ଲୀ,୮।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଅଷ୍ଟମ ବେତନ କମିଶନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର...

ଜାପାନରରେ ଶକ୍ତିଶାଳୀ ୭.୨ ତୀବ୍ରତାର ଭୂକମ୍ପ, ସୁନାମି ସତର୍କତା ଜାରି

ନୂଆଦିଲ୍ଲୀ,୮।୧୨: ସୋମବାର ଜାପାନର ଉତ୍ତର ଉପକୂଳରେ ଏକ ଶକ୍ତିଶାଳୀ ୭.୨ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି, ଯାହାପରେ ଜାପାନ ପାଣିପାଗ ଏଜେନ୍ସି (JMA) ପକ୍ଷରୁ ସୁନାମି...

ନବଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ, ମହଙ୍ଗା ପଡିଲା ‘୫୦୦ କୋଟି’ ମନ୍ତବ୍ୟ

ନୂଆଦିଲ୍ଲୀ,୮।୧୨: ମୁଖ୍ୟମନ୍ତ୍ରୀ ପଦ ପାଇଁ କଂଗ୍ରେସ ‘୫୦୦ କୋଟି ଟଙ୍କାର ସୁଟକେସ୍’ ନେଇଥାଏ ବୋଲି ଅଭିଯୋଗ କରି ରାଜନୈତିକ ବିବାଦ ସୃଷ୍ଟି କରିଥିବା ପଞ୍ଜାବ କଂଗ୍ରେସ...

ଭାରତରେ ଷ୍ଟାରଲିଙ୍କ୍ ଇଣ୍ଟରନେଟ ମୂଲ୍ୟ ଘୋଷଣା କଲେ ମସ୍କ: ମାସିକ ଖର୍ଚ୍ଚ ଏତିକି ଟଙ୍କା

ନୂଆଦିଲ୍ଲୀ,୮।୧୨: ଏଲନ୍ ମସ୍କଙ୍କ ସାଟେଲାଇଟ୍ ଇଣ୍ଟରନେଟ୍ ସେବା ଷ୍ଟାରଲିଙ୍କ୍ ଭାରତରେ ଏହାର ମୂଲ୍ୟ ଘୋଷଣା କରିଛି। ଖୁବ୍ ଶୀଘ୍ର ଭାରତରେ ଆରମ୍ଭ ହେବାକୁ ଥିବା ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri