ମଧ୍ୟପ୍ରାଚ୍ୟ ରଣକ୍ଷେତ୍ର: ଟଳିଲେଣି ୪,୫୦୦

ତେହରାନ୍‌ ,୩୦ା୩: ଫେବୃଆରୀ ୨୮ରେ ଇରାନ୍‌ ବିରୋଧରେ ଆମେରିକା ଓ ଇସ୍ରାଏଲ ଆରମ୍ଭ କରିଥିବା ଅପରେଶନକୁ ଇତିମଧ୍ୟରେ ଏକ ମାସ ପୂରିଛି। ଇରାନ୍‌ ଉପରେ ଉକ୍ତ ଦୁଇ ଦେଶର ଆକ୍ରମଣ ପରେ ଏହି ଯୁଦ୍ଧ ମହାଯୁଦ୍ଧରେ ପରିଣତ ହେବା ସହ ସମଗ୍ର ମଧ୍ୟପ୍ରାଚ୍ୟ ଘୋର ସଙ୍କଟ ମଧ୍ୟକୁ ଟାଣି ହୋଇଯାଇଛି। ଗୋଟିଏପଟେ ଆମେରିକା ଓ ଇସ୍ରାଏଲ ଇରାନ୍‌ ଉପରେ ଆକ୍ରମଣ ଜାରି ରଖିଥିବାବେଳେ ଇରାନ୍‌ ଆମେରିକାକୁ ଟାର୍ଗେଟ କରି ସାଉଦି ଆରବ, ୟୁଏଇ, କାତାର, କୁଏଟ୍‌, ଇରାକ୍‌ ଏବଂ ଜୋର୍ଡାନ ଉପରେ ଆକ୍ରମଣ ଚଳାଇଛି। ସେପଟେ ଇରାନ୍‌ ସମର୍ଥନରେ ବାହାରି ହିଜବୁଲ୍ଲା ଇସ୍ରାଏଲ ଉପରେ ଆକ୍ରମଣ କରିବାରୁ ଇସ୍ରାଏଲର ଆଇଡିଏଫ୍‌ ଲେବାନନ୍‌ରେ ଆକାଶମାର୍ଗରୁ ଆକ୍ରମଣ କରିବା ସହ ଗ୍ରାଉଣ୍ଡ ଅପରେକଶନ ଜାରି ରଖିଛି। ମଙ୍ଗଳବାର ହୁଟି ବିଦ୍ରୋହୀ ସଂଗଠନ ଇରାନ୍‌କୁ ସମର୍ଥନ କରି ଇସ୍ରାଏଲ ଉପରେ ଆକ୍ରମଣ କରିଥିଲାବେଳେ ଏବେ ୟେମେନ୍‌ ମଧ୍ୟ ଏହି ମହାଯୁଦ୍ଧରେ ଯୋଡିହୋଇ ଆମେରିକା ଏବଂ ଇସ୍ରାଏଲ ଟାର୍ଗେଟକୁ ଆସିଛି। ଫଳରେ ସମଗ୍ର ମଧ୍ୟପ୍ରାଚ୍ୟ ଏବେ ଯୁଦ୍ଧକ୍ଷେତ୍ରରେ ପରିଣତ ହୋଇଛି। ଆଗକୁ ଆମେରିକା ଇରାନ୍‌ରେ ଗ୍ରାଉଣ୍ଡ ଅପରେଶନ ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଥିବା ସୂଚନା ମିଳିବା ପରେ ମଧ୍ୟପ୍ରାଚ୍ୟ ସ୍ଥିତି ଆହୁରି ଗମ୍ଭୀର ହୋଇପଡ଼ିବ ବୋଲି ଆଶଙ୍କା ବଢିଛି।
ସୁଦ୍ଧା ଏକ ମାସ ଧରି ଚାଲିଥିବା ଯୁଦ୍ଧରେ ମଧ୍ୟପ୍ରାଚ୍ୟ ମୃତ୍ୟୁସଂଖ୍ୟା ୪୫୦୦ରୁ ଅଧିକରେ ପହଞ୍ଚିଛି। କେବଳ ଇରାନ୍‌ରେ ଏହାର ବହୁ ବରିଷ୍ଠ ଅଧିକାରୀଙ୍କ ସମେତ ୨୦୦୦ରୁ ୩୩୦୦ ଲୋକ ପ୍ରାଣ ହରାଇଛନ୍ତି। ସେହିପରି ୨୪,୮୦୦ ଲୋକ ଆହତ ହୋଇଥିଲାବେଳେ ପ୍ରାୟ ୪୦ ଲକ୍ଷ ଲୋକ ବିସ୍ଥାପିତ ହୋଇଥିବା ଇରାନୀୟ ଗଣମାଧ୍ୟମ ସୂତ୍ରରୁ କୁହାଯାଇଛି। ଇସ୍ରାଏଲ ଆକ୍ରମଣରେ ଲେବାନନ୍‌ରେ ୧୧୦୦ ଲୋକଙ୍କ ମୃତ୍ୟୁ ହୋଇଥିଲାବେଳେ ପ୍ରାୟ ୩ ହଜାର ଲୋକ ବିସ୍ଥାପିତ ହୋଇଥିବା କୁହାଯାଇଛି। ଇରାନ୍‌ ଆକ୍ରମଣରେ ଇସ୍ରାଏଲରେ ୧୯ ଜଣଙ୍କ ମୃତ୍ୟୁ ହୋଇଥିଲାବେଳେ ଆମେରିକା ସେନାର ୧୩ ଜଣଙ୍କ ମୃତ୍ୟୁ ହୋଇଛି। ଏହାବ୍ୟତୀତ ସାଉଦି ଆରବ, ୟୁଏଇ , କାତାର, ଇରାକ୍‌ ଆଦି ଦେଶରେ ବର୍ତ୍ତମାନ ସୁଦ୍ଧା ୭ ଜଣଙ୍କ ମୃତ୍ୟୁ ହୋଇଥିଲାବେଳେ ଏକାଧିକ ନାଗରିକ ଆହତ ହୋଇଥିବା କୁହାଯାଇଛି। ଏହି ଯୁଦ୍ଧରେ ଇରାନ୍‌ର ପ୍ରାୟ ୧୦,୦୦୦ ସାମରିକ, ଶିଳ୍ପାଞ୍ଚଳ, ଗବେଷଣାଗାରକୁ ଆମେରିକା ଓ ଇସ୍ରାଏଲ ଟାର୍ଗେଟ କରି ଧ୍ୱସ୍ତବିଧ୍ୱସ୍ତ କରିଦେଇଛନ୍ତି। ଏହି କ୍ରମରେ ଏଠାକାର ୮୧,୦୦୦ରୁ ଅଧିକ ଅଟ୍ଟାଳିକା ଧ୍ୱଂସ ହୋଇଯାଇଥିବା କୁହାଯାଇଛି। ଇରାନ୍‌ର ୧୫୦ରୁ ଅଧିକ ନୌସେନା ଘାଟିକୁ ଉଡ଼ାଇ ଦିଆଯାଇଛି। ସବୁଠୁ ବଡ଼ କଥା ହେଲା, ମଧ୍ୟପ୍ରାଚ୍ୟର ସମସ୍ତ ତୈଳ ଓ ଗ୍ୟାସ୍‌ ଉତ୍ପାଦନକାରୀ ଦେଶ ପରୋକ୍ଷ କିମ୍ବା ପ୍ରତ୍ୟକ୍ଷ ଭାବେ ଯୁଦ୍ଧରେ ଜଡ଼ିତ ହୋଇପଡ଼ିଥିବାରୁ ଇନ୍ଧନ ସମସ୍ୟାକୁ ନେଇ ବୈଶ୍ୱିକ ଅର୍ଥନୀତି ମାସକ ମଧ୍ୟରେ ୧୧.୫ ଟ୍ରିଲିୟନ ଡଲାର ହ୍ରାସ ପାଇଛି। ସେହିପରି ଅନ୍ତର୍ଜାତୀୟ ବଜାରରେ ପେଟ୍ରୋଲିୟମ ଏବଂ ଗ୍ୟାସ୍‌ ମୂଲ୍ୟ ଅନୂ୍ୟନ ୪୦ରୁ ୫୦ ପ୍ରତିଶତ ବୃଦ୍ଧି ପାଇଛି। କେବଳ ଏଲଏନ୍‌ଜି ମୂଲ୍ୟରେ ୬୦ ପ୍ରତିଶତ ବୃଦ୍ଧି ହୋଇଥିବା କୁହାଯାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

ଇରାନ ବରୋଧରେ ଯୁଦ୍ଧକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଲାଣି ଏହି ଦେଶ, ଆମେରିକାକୁ କରିବ ସହଯୋଗ, ଟାର୍ଗେଟରେ ହର୍ମୁଜ ପ୍ରଣାଳୀ

ତେହରାନ,୧।୪: ସଂଯୁକ୍ତ ଆରବ ଏମିରେଟ୍ସ (UAE) ଆମେରିକା ଏବଂ ଅନ୍ୟାନ୍ୟ ପାଶ୍ଚାତ୍ୟ ମିତ୍ରମାନଙ୍କୁ ସୂଚନା ଦେଇଛି ଯେ ଏହା ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବାରେ ସାହାଯ୍ୟ କରିବ।…

ଯୁଦ୍ଧ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଲା ଇସ୍ରାଏଲ, ନେତାନ୍ୟାହୁ କରିବେ ଏମିତି କାମ, ଇରାନ କାବା

ନୂଆଦିଲ୍ଲୀ,୧।୪: ଇରାନ ବିରୁଦ୍ଧରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏକ ନୂତନ ଏବଂ ପ୍ରମୁଖ ରଣନୈତିକ ପଦକ୍ଷେପର ସଙ୍କେତ ଦେଇଛନ୍ତି। ନେତାନ୍ୟାହୁ କହିଛନ୍ତି…

ନା ଖୋଲିଲା ହର୍ମୁଜ, ନା ହେଲା କୌଣସି ଚୁକ୍ତି… ଏହାପରେ ବି କାହିଁକି ଯୁଦ୍ଧ ବନ୍ଦ କରିବାକୁ ଚାହୁଁଛନ୍ତି ଟ୍ରମ୍ପ୍‌? ଜାଣନ୍ତୁ କ’ଣ ରହିଛି ଏହାର ବଡ଼ କାରଣ

ଓ୍ବାଶିଂଟନ,୧।୪: ଇରାନ ଏବଂ ଆମେରିକା ମଧ୍ୟରେ ସଂଘର୍ଷ ଏକ ନୂତନ ମୋଡ଼ ନେଇଛି। ଇରାନ ସହିତ ଯୁଦ୍ଧ ଏବେ ଯେକୌଣସି ମୁହୂର୍ତ୍ତରେ ଶେଷ ହୋଇପାରେ। ଆମେରିକା ମଧ୍ୟ…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ବଡ଼ ଦୁର୍ଘଟଣା, ସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୨୯ ମୃତ

ମସ୍କୋ,୧।୪: ରୁଷିଆରେ ଏକ ବଡ଼ ବିମାନ ଦୁର୍ଘଟଣାର ରିପୋର୍ଟ ସାମ୍ନାକୁ ଆସିଛି। ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ଉଦ୍ଧୃତ କରି, ସମ୍ବାଦ ସଂସ୍ଥା TASS ବୁଧବାର ରିପୋର୍ଟ କରିଛି…

ବଢ଼ିଲା ଗ୍ୟାସ୍‌ ଦର: ଜାଣନ୍ତୁ କେତେ ହେଲା ସିଲିଣ୍ଡର

ନୂଆଦିଲ୍ଲୀ,୧।୪:କମର୍ସିଆଲ LPG ଦର ବଢ଼ାଇଛନ୍ତି କେନ୍ଦ୍ର ସରକାର। କମର୍ସିଆଲ LPG ସିଲିଣ୍ଡର ପିଛା ଦର ୧୯୫ ଟଙ୍କା ୫୦ ପଇସା ବୃଦ୍ଧି ହୋଇଛି। ନୂଆଦିଲ୍ଲୀରେ ୧୯ କେଜି…

ଆଜିଠୁ ନୂଆ ସୁଭଦ୍ରା ଆବେଦନ: ଜାଣନ୍ତୁ କେମିତି କରିବେ

ଭୁବନେଶ୍ୱର,୧ା୪(ସୁଚିସ୍ମିତା ସାହୁ):ସୁଭଦ୍ରା ଯୋଜନାରେ ନୂଆ ଆବେଦନକାରୀମାନେ ଏପ୍ରିଲ ୧ ବୁଧବାରଠାରୁ ପଞ୍ଜୀକରଣ କରିପାରିବେ। ସୁଭଦ୍ରା ପୋର୍ଟାଲ ମାଧ୍ୟମରେ ଏପ୍ରିଲ ୩୦ ପର୍ଯ୍ୟନ୍ତ ନୂତନ ଆବେଦନ କରାଯାଇପାରିବ। ଆବେଦନକାରୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri