ମଧ୍ୟପ୍ରାଚ୍ୟ ମୁହାଁ ଆର୍ମଡା

ଓ୍ବାଶିଂଟନ୍‌/ତେହରାନ୍‌,୨୪ା୧: ଇରାନ୍‌ର ବିପର୍ଯ୍ୟସ୍ତ ଅର୍ଥନୀତି ଓ ସୁପ୍ରିମ ଲିଡର ଆୟାତୋଲ୍ଲା ଅଲୀ ଖାମେନେଇଙ୍କ ବେପରୁଆ ଶାସନ ବିରୋଧରେ ୨୦୨୫ ଡିସେମ୍ବର ଶେଷଭାଗରୁ ଦେଶବ୍ୟାପୀ ଚାଲିଥିବା ଆନ୍ଦୋଳନରେ ଅଦ୍ୟାବଧି ୫,୦୦୦ରୁ ଅଧିକ ଲୋକଙ୍କ ଜୀବନ ଗଲାଣି। ଆକ୍ଟିଭିଷ୍ଟଙ୍କ ମତରେ ମୃତ୍ୟୁସଂଖ୍ୟା ଆହୁରି ଅଧିକ ହୋଇପାରେ। ଇଣ୍ଟରନେଟ୍‌ ଶଟ୍‌ଡାଉନ୍‌ ତୃତୀୟ ସପ୍ତାହରେ ପହଞ୍ଚତ୍ଥିବାବେଳେ ଇରାନ୍‌ରେ ଯାହା ସବୁ ଘଟୁଛି, ସେନେଇ ପ୍ରକୃତ ତଥ୍ୟ ସାମ୍ନାକୁ ଆସିପାରୁ ନାହିଁ। ଇରାନ୍‌କୁ ଘେରିବା ପାଇଁ ଆମେରିକାର ଆର୍ମଡା ଯୁଦ୍ଧଜାହାଜ ଓ ଏକ ଏୟାରକ୍ରାଫ୍ଟ ମଧ୍ୟପ୍ରାଚ୍ୟର ନିକଟତର ହୋଇଥିବା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ସୂଚନା ଦେଇଛନ୍ତି। ବିଶେଷଜ୍ଞଙ୍କ ମତରେ ଟ୍ରମ୍ପ୍‌ ତେହରାନ୍‌କୁ ବାରମ୍ବାର ଚେତାବନୀ ଦେବା ସତ୍ତ୍ୱେ ଆକ୍ରମଣକୁ ଏଡ଼ାଇଆସିଛନ୍ତି। ଏହା ଓ୍ବାଶିଂଟନ୍‌ର ଏକ ଚାପ କୌଶଳ ହୋଇଥାଇପାରେ। କିନ୍ତୁ ଆମେରିକୀୟ ସେନା ଇରାନ୍‌ ଉପରେ ଏୟାର ଷ୍ଟ୍ରାଇକ୍‌ କରିବା ବିକଳ୍ପ ଉପରେ ଖୁବ୍‌ଶୀଘ୍ର କିଛି ନିଷ୍ପତ୍ତି ହୋଇପାରେ ବୋଲି ମନେକରାଯାଉଛି। ଦେଖିବାକୁ ଗଲେ ସାମରିକ ଛକାପଞ୍ଝା, କୂଟନୈତିକ ନୀରବତା ଓ ଅର୍ଥନୈତିକ ପ୍ରଭାବ ସମ୍ପ୍ରତି ବିଶ୍ୱର ସବୁଠୁ ଶକ୍ତିଶାଳୀ ଆମେରିକା ଓ ଇସ୍‌ଲାମିକ୍‌ ରାଷ୍ଟ୍ର ଇରାନ୍‌କୁ ପୁଣିଥରେ ସାମ୍ନାସାମ୍ନି କରାଇଛି।
ସରକାର ବିରୋଧୀ ବିକ୍ଷୋଭରେ ସାମିଲ ହୋଇଥିବା ଆନ୍ଦୋଳନକାରୀଙ୍କ ବିରୋଧରେ ତେହରାନ୍‌ ନେଉଥିବା ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ଦେଖି ଆମେରିକା ଆନ୍ଦୋଳନକାରୀଙ୍କୁ ସାହାଯ୍ୟର ହାତ ବଢ଼ାଇବ ବୋଲି କହିଥିଲା। ଏପରି କି ଆମେରିକାର ଆବ୍ରାହମ୍‌ ଲିଙ୍କନ୍‌ କ୍ୟାରିୟର ଷ୍ଟ୍ରାଇକ୍‌ ଗ୍ରୁପ୍‌କୁ ଦକ୍ଷିଣ ଚାଇନା ସାଗରରୁ ମଧ୍ୟପ୍ରାଚ୍ୟ ଆଡ଼କୁ ମୁହଁାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ଆମେରିକୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା। ତେବେ ଗତ ସପ୍ତାହରେ ଇରାନ୍‌ ସରକାର ବିକ୍ଷୋଭକାରୀଙ୍କ ଉପରେ ଦମନଲୀଳାକୁ ବନ୍ଦ କରୁଥିବା ହ୍ବାଇଟ୍‌ ହାଉସ୍‌ ପକ୍ଷରୁ କୁହାଯିବା ପରେ ରିପବ୍ଲିକାନ୍‌ ରାଷ୍ଟ୍ରପତି ଟ୍ରମ୍ପ୍‌ ନିଜ ଏୟାର ଷ୍ଟ୍ରାଇକ୍‌ ଚେତାବନୀରୁ ଓହରିଯାଇଥିଲେ। ଶୁକ୍ରବାର ଟ୍ରମ୍ପ୍‌ ଏହା ଉପରେ ପୁଣି ପ୍ରତିକ୍ରିୟା ରଖି ନିଜ ମତ ବଦଳାଇଛନ୍ତି। ଇରାନ୍‌ ବିରୋଧରେ ସାମରିକ ପ୍ରସ୍ତୁତି ଜାରି ରହିଥିବା ସେ ସ୍ପଷ୍ଟ କରିଛନ୍ତି। ସୁଇଜରଲାଣ୍ଡର ଡାଭୋସ୍‌ରେ ଓ୍ବାଲର୍‌ଡ ଇକୋନୋମିକ୍‌ ଫୋରମ୍‌ (ଡବ୍ଲ୍ୟୁଇଏଫ୍‌) ବାର୍ଷିକ ସମ୍ମିଳନୀରେ ଯୋଗଦେଇ ଫେରିବାବେଳେ ଏୟାରଫୋର୍ସ ଓ୍ବାନ୍‌ରେ ଖବରଦାତାମାନଙ୍କୁ ସମ୍ବୋଧିତ କରି ଟ୍ରମ୍ପ୍‌ କହିଛନ୍ତି, ଆମେ ଇରାନ୍‌କୁ ଅନୁଧ୍ୟାନ କରୁଛୁ। ଉପସାଗରୀୟ ଅଞ୍ଚଳ ଆଡ଼କୁ ଅନେକ ଯୁଦ୍ଧଜାହାଜ ମୁହଁାଇଛି। ଇରାନ୍‌ ଆଡ଼କୁ ଆମର ଏକ ବଡ଼ ଶକ୍ତି ଯାଉଛି। ବୃହତ୍‌ ଯୁଦ୍ଧଜାହାଜ ଆର୍ମଡା ସେପଟକୁ ଯାଉଛି, ତେବେ ଏହାର ବ୍ୟବହାର ଆବଶ୍ୟକ ହୋଇ ନ ପାରେ। ୮୩୭ ବିକ୍ଷୋଭକାରୀଙ୍କୁ ଇରାନ୍‌ ଫାଶୀ ଦେଲେ ସ୍ଥିତି ଭୟାବହ ହେବ। ଇରାନ୍‌ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନର ବିକଳ୍ପ ଖୋଲା ଅଛି ବୋଲି ସେ କହିଛନ୍ତି। ୨୦୨୫ ଜୁନ୍‌ରେ ଇରାନ୍‌ ଉପରେ ଇସ୍ରାଏଲ୍‌ ଆକ୍ରମଣ କରିଥିବାବେଳେ ଏହି ୧୨ ଦିନିଆ ଯୁଦ୍ଧରେ ନେତାନ୍ୟାହୁଙ୍କ ସେନାକୁ ଆମେରିକା ସାହାଯ୍ୟ କରିଥିଲା। ତେଣୁ ଇରାନ୍‌ ଉପରେ ଆମେରିକା ପୁଣି ଆକ୍ରମଣ କରିବା ଆଶଙ୍କା ଘନୀଭୂତ ହୋଇଛି।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦେବଗଡ଼ରେ ଲଜ୍ଜା: ନାମଯଜ୍ଞ ଦେଖିବାକୁ ଯାଇ ବଳାତ୍କାରର ଶିକାର ହେଲେ ଶିଶୁକନ୍ୟା, ଚିତ୍କାର କରିବାରୁ…

ଦେବଗଡ଼,୨୬ା୧(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଥାନା ଅଞ୍ଚଳରେ ୫ ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ରବିବାର ରାତିରେ ନାମଯଜ୍ଞ ଦେଖିବାକୁ ଯାଇଥିବା ବେଳେ ବଳାତ୍କାରର…

ପିସ୍ତଲ ଗୁଳିଠାରୁ ରଣପୁର ଠେଙ୍ଗାପ୍ରହାର ଶକ୍ତିଶାଳୀ: ବ୍ରିଟିଶ ପାର୍ଲିଆମେଣ୍ଟକୁ ଯାଇଥିଲା ୫୦୦ ଠେଙ୍ଗା

ନୟାଗଡ,୨୬।୧(ଲୋକନାଥ ମିଶ୍ର): ନୟାଗଡ ଜିଲା ସଦର ମହକୁମାସ୍ଥିତ ପିଟିଏସ୍‌ ପଡ଼ିଆରେ ଜିଲାସ୍ତରୀୟ  ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି।  ଏଥିରେ ୫୦ଟି ପାରେଡ ଟିମ ଭାଗ ନେଇଥିଲେ।…

ମୃତଦେହ ରଖି ରାସ୍ତାରୋକୋ: ଆନ୍ଦୋଳନକାରୀଙ୍କୁ ବିଧାୟକ, ଭାଜପା କାର୍ଯ୍ୟକର୍ତ୍ତା ଭେଟି…

ହାଟଡିହୀ,୨୬।୧(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଶାଳନିଆଁ ବଜାରରେ ରବିବାର ଏକ ହାଇୱା ଦୁର୍ଘଟଣାଗ୍ରସ୍ତ ହୋଇ ଏକ ସାଇକେଲ ଆରୋହୀଙ୍କ ଉପରେ ଚଢ଼ି ଯାଇଥିଲା। ଫଳରେ…

ବଲାଙ୍ଗୀରରେ ସାଧାରଣତନ୍ତ୍ର ସମାରୋହ: କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରି ଜିଲାପାଳ କହିଲେ…

ବଲାଙ୍ଗୀର,୨୬ା୧(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ସଦର ମହକୁମାରେ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଗାନ୍ଧୀନଗର ପଡ଼ାସ୍ଥିତ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଓ ଗାନ୍ଧୀ ଭବନ ସମ୍ମୁଖ…

ଥାନାଠାରୁ ୫୦ ମିଟର ଦୂରରେ ୯ ଦୋକାନରୁ ଚୋରି

ଧର୍ମଶାଳା,୨୬ା୧(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନାଠାରୁ ୫୦ମିଟର ଦୂରରେ ଥିବା ବଜାରରେ ଥିବା ଦୋକାନଗୁଡ଼ିକ ମଧ୍ୟରୁ ପାଖାପାଖି ୯ରୁ ଅଧିକ ଦୋକାନରୁ ଚୋରି ହୋଇଥିବା…

ଟିମ୍‌ ଇଣ୍ଡିଆ ପାଇଁ ଖୁସି ଖବର: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧: ଭାରତୀୟ କ୍ରିକେଟ ଦଳ ୨୦୨୬ ଟି୨୦ ବିଶ୍ୱକପ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଏହି ପ୍ରମୁଖ ଟୁର୍ନାମେଣ୍ଟ ପୂର୍ବରୁ, ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ ବିଶିଷ୍ଟ…

୨୦ ଜଣଙ୍କୁ  ମିଳିଲା ପୋଲିସ ପଦକ

ଭୁବନେଶ୍ୱର,୨୬।୧: ଉଲ୍ଲେଖନୀୟ ସେବା ପାଇଁ ୨୦ ଜଣଙ୍କୁ  ମିଳିଲା ପୋଲିସ ପଦକ। ଏହି ପଦକ ରାଜ୍ୟପାଳ ପ୍ରଦାନ କରିଛନ୍ତି। ବର୍ଗ-୧ରେ IPS ନୀତି ଶେଖର, ସତ୍ୟଜିତ ନାୟକଙ୍କୁ…

ଗଣତନ୍ତ୍ର ଦିବସରେ ସଚେତନତାର ବାର୍ତ୍ତା ବାଣ୍ଟିଲେ ବିଚାରପତି:

ପୁରୁଷୋତ୍ତମପୁର,୨୬ା୧(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ପବିତ୍ର ଗଣତନ୍ତ୍ର ଦିବସ ଅବସରରେ ସିଭିଲକୋର୍ଟ ପକ୍ଷରୁ ବାଲ୍ୟ ବିବାହମୁକ୍ତ ଭାରତ ଗଠନ ଲାଗି ସଚେତନତାର ବାର୍ତ୍ତା ବଣ୍ଟାଯାଇଛି। ତାଲୁକ୍‌…

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri