ମଧ୍ୟପ୍ରାଚ୍ୟ ମୁହାଁ ଆର୍ମଡା

ଓ୍ବାଶିଂଟନ୍‌/ତେହରାନ୍‌,୨୪ା୧: ଇରାନ୍‌ର ବିପର୍ଯ୍ୟସ୍ତ ଅର୍ଥନୀତି ଓ ସୁପ୍ରିମ ଲିଡର ଆୟାତୋଲ୍ଲା ଅଲୀ ଖାମେନେଇଙ୍କ ବେପରୁଆ ଶାସନ ବିରୋଧରେ ୨୦୨୫ ଡିସେମ୍ବର ଶେଷଭାଗରୁ ଦେଶବ୍ୟାପୀ ଚାଲିଥିବା ଆନ୍ଦୋଳନରେ ଅଦ୍ୟାବଧି ୫,୦୦୦ରୁ ଅଧିକ ଲୋକଙ୍କ ଜୀବନ ଗଲାଣି। ଆକ୍ଟିଭିଷ୍ଟଙ୍କ ମତରେ ମୃତ୍ୟୁସଂଖ୍ୟା ଆହୁରି ଅଧିକ ହୋଇପାରେ। ଇଣ୍ଟରନେଟ୍‌ ଶଟ୍‌ଡାଉନ୍‌ ତୃତୀୟ ସପ୍ତାହରେ ପହଞ୍ଚତ୍ଥିବାବେଳେ ଇରାନ୍‌ରେ ଯାହା ସବୁ ଘଟୁଛି, ସେନେଇ ପ୍ରକୃତ ତଥ୍ୟ ସାମ୍ନାକୁ ଆସିପାରୁ ନାହିଁ। ଇରାନ୍‌କୁ ଘେରିବା ପାଇଁ ଆମେରିକାର ଆର୍ମଡା ଯୁଦ୍ଧଜାହାଜ ଓ ଏକ ଏୟାରକ୍ରାଫ୍ଟ ମଧ୍ୟପ୍ରାଚ୍ୟର ନିକଟତର ହୋଇଥିବା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ସୂଚନା ଦେଇଛନ୍ତି। ବିଶେଷଜ୍ଞଙ୍କ ମତରେ ଟ୍ରମ୍ପ୍‌ ତେହରାନ୍‌କୁ ବାରମ୍ବାର ଚେତାବନୀ ଦେବା ସତ୍ତ୍ୱେ ଆକ୍ରମଣକୁ ଏଡ଼ାଇଆସିଛନ୍ତି। ଏହା ଓ୍ବାଶିଂଟନ୍‌ର ଏକ ଚାପ କୌଶଳ ହୋଇଥାଇପାରେ। କିନ୍ତୁ ଆମେରିକୀୟ ସେନା ଇରାନ୍‌ ଉପରେ ଏୟାର ଷ୍ଟ୍ରାଇକ୍‌ କରିବା ବିକଳ୍ପ ଉପରେ ଖୁବ୍‌ଶୀଘ୍ର କିଛି ନିଷ୍ପତ୍ତି ହୋଇପାରେ ବୋଲି ମନେକରାଯାଉଛି। ଦେଖିବାକୁ ଗଲେ ସାମରିକ ଛକାପଞ୍ଝା, କୂଟନୈତିକ ନୀରବତା ଓ ଅର୍ଥନୈତିକ ପ୍ରଭାବ ସମ୍ପ୍ରତି ବିଶ୍ୱର ସବୁଠୁ ଶକ୍ତିଶାଳୀ ଆମେରିକା ଓ ଇସ୍‌ଲାମିକ୍‌ ରାଷ୍ଟ୍ର ଇରାନ୍‌କୁ ପୁଣିଥରେ ସାମ୍ନାସାମ୍ନି କରାଇଛି।
ସରକାର ବିରୋଧୀ ବିକ୍ଷୋଭରେ ସାମିଲ ହୋଇଥିବା ଆନ୍ଦୋଳନକାରୀଙ୍କ ବିରୋଧରେ ତେହରାନ୍‌ ନେଉଥିବା ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ଦେଖି ଆମେରିକା ଆନ୍ଦୋଳନକାରୀଙ୍କୁ ସାହାଯ୍ୟର ହାତ ବଢ଼ାଇବ ବୋଲି କହିଥିଲା। ଏପରି କି ଆମେରିକାର ଆବ୍ରାହମ୍‌ ଲିଙ୍କନ୍‌ କ୍ୟାରିୟର ଷ୍ଟ୍ରାଇକ୍‌ ଗ୍ରୁପ୍‌କୁ ଦକ୍ଷିଣ ଚାଇନା ସାଗରରୁ ମଧ୍ୟପ୍ରାଚ୍ୟ ଆଡ଼କୁ ମୁହଁାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ଆମେରିକୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା। ତେବେ ଗତ ସପ୍ତାହରେ ଇରାନ୍‌ ସରକାର ବିକ୍ଷୋଭକାରୀଙ୍କ ଉପରେ ଦମନଲୀଳାକୁ ବନ୍ଦ କରୁଥିବା ହ୍ବାଇଟ୍‌ ହାଉସ୍‌ ପକ୍ଷରୁ କୁହାଯିବା ପରେ ରିପବ୍ଲିକାନ୍‌ ରାଷ୍ଟ୍ରପତି ଟ୍ରମ୍ପ୍‌ ନିଜ ଏୟାର ଷ୍ଟ୍ରାଇକ୍‌ ଚେତାବନୀରୁ ଓହରିଯାଇଥିଲେ। ଶୁକ୍ରବାର ଟ୍ରମ୍ପ୍‌ ଏହା ଉପରେ ପୁଣି ପ୍ରତିକ୍ରିୟା ରଖି ନିଜ ମତ ବଦଳାଇଛନ୍ତି। ଇରାନ୍‌ ବିରୋଧରେ ସାମରିକ ପ୍ରସ୍ତୁତି ଜାରି ରହିଥିବା ସେ ସ୍ପଷ୍ଟ କରିଛନ୍ତି। ସୁଇଜରଲାଣ୍ଡର ଡାଭୋସ୍‌ରେ ଓ୍ବାଲର୍‌ଡ ଇକୋନୋମିକ୍‌ ଫୋରମ୍‌ (ଡବ୍ଲ୍ୟୁଇଏଫ୍‌) ବାର୍ଷିକ ସମ୍ମିଳନୀରେ ଯୋଗଦେଇ ଫେରିବାବେଳେ ଏୟାରଫୋର୍ସ ଓ୍ବାନ୍‌ରେ ଖବରଦାତାମାନଙ୍କୁ ସମ୍ବୋଧିତ କରି ଟ୍ରମ୍ପ୍‌ କହିଛନ୍ତି, ଆମେ ଇରାନ୍‌କୁ ଅନୁଧ୍ୟାନ କରୁଛୁ। ଉପସାଗରୀୟ ଅଞ୍ଚଳ ଆଡ଼କୁ ଅନେକ ଯୁଦ୍ଧଜାହାଜ ମୁହଁାଇଛି। ଇରାନ୍‌ ଆଡ଼କୁ ଆମର ଏକ ବଡ଼ ଶକ୍ତି ଯାଉଛି। ବୃହତ୍‌ ଯୁଦ୍ଧଜାହାଜ ଆର୍ମଡା ସେପଟକୁ ଯାଉଛି, ତେବେ ଏହାର ବ୍ୟବହାର ଆବଶ୍ୟକ ହୋଇ ନ ପାରେ। ୮୩୭ ବିକ୍ଷୋଭକାରୀଙ୍କୁ ଇରାନ୍‌ ଫାଶୀ ଦେଲେ ସ୍ଥିତି ଭୟାବହ ହେବ। ଇରାନ୍‌ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନର ବିକଳ୍ପ ଖୋଲା ଅଛି ବୋଲି ସେ କହିଛନ୍ତି। ୨୦୨୫ ଜୁନ୍‌ରେ ଇରାନ୍‌ ଉପରେ ଇସ୍ରାଏଲ୍‌ ଆକ୍ରମଣ କରିଥିବାବେଳେ ଏହି ୧୨ ଦିନିଆ ଯୁଦ୍ଧରେ ନେତାନ୍ୟାହୁଙ୍କ ସେନାକୁ ଆମେରିକା ସାହାଯ୍ୟ କରିଥିଲା। ତେଣୁ ଇରାନ୍‌ ଉପରେ ଆମେରିକା ପୁଣି ଆକ୍ରମଣ କରିବା ଆଶଙ୍କା ଘନୀଭୂତ ହୋଇଛି।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମହୁଲ ଫୁଲ ସଂଗ୍ରହ କରୁଥିବାବେଳେ ଯୁବକଙ୍କୁ ଝୁଣି ପକାଇଲା ଭାଲୁ

ପାଇକମାଳ,୧୨ା୩(ବଡ଼ ଶତପଥୀ): ପାଇକମାଳ ବ୍ଲକ ଅନ୍ତର୍ଗତ ବାଦିକଟା ଗ୍ରାମରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁବାର ଆହତ ହୋଇଛନ୍ତି। ଆହତ ଯୁବକ ଜଣକ ହେଲେ ପ୍ରବୀଣ ପ୍ରଧାନ…

IPL 2026ର ଟିକେଟ ପାଇଁ କେମିତି ଆଉ କେଉଁଠି କରିବେ ଟିକେଟ ବୁକିଂ, ଜାଣନ୍ତୁ କେବେଠାରୁ ଆରମ୍ଭ ହେଉଛି ବିକ୍ରି

ନୂଆଦିଲ୍ଲୀ,୧୨।୩: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଗତ ବୁଧବାର (ମାର୍ଚ୍ଚ ୧୧) ରେ IPL ୨୦୨୬ କାର୍ଯ୍ୟସୂଚୀ ପ୍ରକାଶ କରିଛି। ୨୮ ମାର୍ଚ୍ଚରୁ ଆରମ୍ଭ ହେଉଥିବା…

୨୭ ବର୍ଷ ବୟସରେ ସାଉଥ ଅଭିନେତାଙ୍କ ପରଲୋକ, ଘରୁ ମିଳିଲା ମୃତଦେହ

ନୂଆଦିଲ୍ଲୀ,୧୨ା୩: ଚଳଚ୍ଚିତ୍ର ଜଗତରୁ ଏକ ଦୁଃଖଦ ଖବର ଆସିଛି । ମାଲାୟଲମ ଅଭିନେତା ହରି ମୁରଲୀଙ୍କ ୨୭ ବର୍ଷ ବୟସରେ ଦେହାନ୍ତ ହୋଇଛି । ମାତ୍ର ଚାରି…

ସହରରେ ୨୫ ଦିନ ପରେ ହୋଇପାରିବ ସିଲିଣ୍ଡର ବୁକିଂ, ତେବେ ଗାଁ ପାଇଁ କ’ଣ ରହିଛି ନିୟମ? ସଂସଦରେ ସରକାର ଦେଲେ ଉତ୍ତର

ନୂଆଦିଲ୍ଲୀ,୧୨।୩: ସଂସଦରେ ଗ୍ୟାସ ସଙ୍କଟ ସମ୍ପର୍କରେ ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ପୁରୀ କହିଥିଲେ ଯେ ଦେଶରେ ପର୍ଯ୍ୟାପ୍ତ ପରିମାଣର ଏଲପିଜି ସିଲିଣ୍ଡର ଅଛି ଏବଂ ଭୟଭୀତ ହେବାର…

ଯୁଦ୍ଧରୁ ଏହି ଦେଶକୁ ମିଳୁଛି ବମ୍ଫର ଫାଇଦା, ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ,୧୨।୩: ଇରାନ, ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ବିଶ୍ୱ ଅର୍ଥନୀତିରେ ଗୁରୁତ୍ୱପୂର୍ଣ୍ଣ ବାଧା ସୃଷ୍ଟି କରିଛି। ସଂଘର୍ଷରେ ସିଧାସଳଖ ଜଡିତ ଦେଶଗୁଡ଼ିକ ସାମରିକ ଅଭିଯାନ…

ଯୁଦ୍ଧ ଭିତରେ ଇରାନକୁ କେତେଥର ଫୋନ କରିଛି ଭାରତ, ବଡ଼ କଥା କହିଲା ବୈଦେଶିକ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୧୨।୩: ମଧ୍ୟପ୍ରାଚ୍ୟରେ ବଢୁଥିବା ଉତ୍ତେଜନା ମଧ୍ୟରେ, ଭାରତ ସରକାର କୂଟନୈତିକ ଏବଂ ମାନବୀୟ ସ୍ତରରେ ସକ୍ରିୟ ଭାବରେ ନିୟୋଜିତ ଅଛନ୍ତି। ବୈଦେଶିକ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ…

ଭାଇରାଲ ଗର୍ଲ ମୋନାଲିସାଙ୍କୁ ବିବାହ କରିଥିବା ଫରମାନ କିଏ? କ’ଣ କରନ୍ତି? କେମିତି ହେଲେ ମୋନାଲିସାଙ୍କ ଜୀବନସାଥି? ଜାଣନ୍ତୁ…

ମୁମ୍ବାଇ,୧୨।୩: ମହାକୁମ୍ଭ ମେଳା ୨୦୨୫ ପରେ ରାତାରାତି ଭାଇରାଲ ହୋଇଥିବା ମୋନାଲିସା ପୁଣି ଥରେ ଶିରୋନାମାରେ ଅଛନ୍ତି। ଏହାର କାରଣ ହେଉଛି ତାଙ୍କ ବିବାହ। ପ୍ରକୃତରେ, ମୋନାଲିସା…

ଆକ୍ସନରେ ଭାରତ ସରକାର, ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଗଠିତ ହେଲା କମିଟି, ଜାଣନ୍ତୁ କ’ଣ କରାଯିବ

ନୂଆଦିଲ୍ଲୀ,୧୨।୩: ଇରାନରେ ଚାଲିଥିବା ସଙ୍କଟକୁ ଦୃଷ୍ଟିରେ ରଖି, କେନ୍ଦ୍ର ସରକାର ପରିସ୍ଥିତି ଉପରେ କଡ଼ା ନଜର ରଖିବା ଏବଂ ସମ୍ଭାବ୍ୟ ପ୍ରଭାବର ମୁକାବିଲା କରିବା ପାଇଁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri