Categories: ବାଣିଜ୍ୟ

ମାଇକ୍ରୋସଫ୍ଟ ଦେଲା ୧.୧୨ ଲକ୍ଷର ବୋନସ୍‌

ନୂଆଦିଲ୍ଲୀ,୧୨।୭: ଅଗ୍ରଣୀ ସଫ୍ଟଓ୍ବେର କମ୍ପାନୀ ମାଇକ୍ରୋସଫ୍ଟ ପକ୍ଷରୁ ୧୫୦୦ ଡଲାର ବୋନସ୍‌ ତା’ର କର୍ମଚାରୀଙ୍କୁ ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି। କୋଭିଡ୍‌ ମହାମାରୀ ସମୟରେ କମ୍ପାନୀର ସମସ୍ତ କର୍ମଚାରୀମାନେ କଠିନ ପରିଶ୍ରମ କରିଥିବାରୁ ସେମାନଙ୍କ ପାଇଁ ଏହି ସ୍ପେଶାଲ ପ୍ୟାକେଜ୍‌ ବୋନସ୍‌ ଆକାରରେ ଦେବାକୁ କମ୍ପାନୀ ଘୋଷଣା କରିଛି। କମ୍ପାନୀ ପକ୍ଷରୁ କର୍ପୋରେଟର ଉପାଧ୍ୟକ୍ଷ ସ୍ତରରୁ ତଳକୁ ଥିବା ସମସ୍ତ କର୍ମଚାରୀଙ୍କୁ ଏହି ବୋନସ୍‌ କମ୍ପାନୀ ୧୫୦୦ ଡଲାର ବା ପ୍ରାୟ ୧.୧୨ ଲକ୍ଷ ଟଙ୍କା ପ୍ରଦାନ କରିବ ବୋଲି ଜଣାପଡିଛି। ଏହି ବୋନସ୍‌ ସେହି କର୍ମଚାରୀଙ୍କ ପାଇଁ ମଧ୍ୟ ଉପଲବ୍ଧ ହେବ; ଯେଉଁମାନେ ପାର୍ଟ ଟାଇମ୍‌ ଭାବେ କମ୍ପାନୀ ସହ କାମ କରିଛନ୍ତି କିମ୍ବା ଘଣ୍ଟା ହାରରେ କମ୍ପାନୀ ସହିତ ଜଡିତ ହେବା ସହ ୩୧ ମାର୍ଚ୍ଚ ୨୦୨୧ ପୂର୍ବରୁ କମ୍ପାନୀରେ ଯୋଗଦେଇଛନ୍ତି। ମହାମାରୀ ସମୟରେ ମାଇକ୍ରୋସଫ୍ଟ ଅନେକ ସମସ୍ୟା ମଧ୍ୟରେ ଆର୍ଥିକ ବର୍ଷ ପୂରଣ କରିଛି।

Share