ବାରାକ ଓବାମାଙ୍କ ସହ ଛାଡ଼ପତ୍ର ଚର୍ଚ୍ଚା ମଧ୍ୟରେ ମୁହଁ ଖୋଲିଲେ ମିଶେଲ ଓବାମା: କହିଲେ ଏମିତି କଥା…

ଓ୍ବାଶିଂସନ୍‌,୧୦।୪: ପୂର୍ବତନ ଆମେରିକାର ପ୍ରଥମ ମହିଳା ମିଶେଲ ଓବାମା ତାଙ୍କ ଏବଂ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ମଧ୍ୟରେ ଛାଡପତ୍ରକୁ ନେଇ ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି। ଅନେକ ସାର୍ବଜନୀନ କାର୍ଯ୍ୟକ୍ରମରେ ମିଶେଲଙ୍କ ଅନୁପସ୍ଥିତି ଏବଂ ବାରାକ ଓବାମାଙ୍କୁ ଏକା ଦେଖାଯିବା ଗୁଜବକୁ ନେଇ ସେ ମୁହଁ ଖୋଲିଛନ୍ତି।

ମିଶେଲ ସ୍ପଷ୍ଟ କରିଛନ୍ତି, ଏସବୁ ତାଙ୍କର ବ୍ୟକ୍ତିଗତ ପ୍ରାଥମିକତାର ଏକ ଅଂଶ ଥିଲା ଏବଂ ତାଙ୍କ ବୈବାହିକ ଜୀବନରେ କୌଣସି ସମସ୍ୟା ନୁହେଁ। ସୋଫିଆ ବୁଶଙ୍କ ପୋଡକାଷ୍ଟ ‘ୱାର୍କ ଇନ ପ୍ରୋଗ୍ରେସ’ରେ ଏକ ଆଲୋଚନା ସମୟରେ, ମିଶେଲ କିପରି ନିଜ ପାଇଁ ସମୟ ବାହାର କରିପାରିବା ପାଇଁ ଜାଣିଶୁଣି କିଛି କାର୍ଯ୍ୟକ୍ରମରୁ ଦୂରେଇ ରହିଥିଲେ ସେ ବିଷୟରେ ଖୋଲାଖୋଲି କହିଥିଲେ।

ମିଶେଲ କହିଥିଲେ, ଯେତେବେଳେ ମୁଁ ନା କହେ, ଅଧିକାଂଶ ଲୋକ ବୁଝିପାରନ୍ତି। କିନ୍ତୁ ବେଳେବେଳେ ବିଶେଷକରି ମହିଳାମାନଙ୍କ ପାଇଁ, ଲୋକଙ୍କୁ ନିରାଶ କରିବା ଏକ ଅପରାଧ ପରି ମନେହୁଏ। ମୋର ନିଷ୍ପତ୍ତି ବୁଝିବା ପରିବର୍ତ୍ତେ, ଲୋକମାନେ ଭାବି ନେଇଥିଲେ ଯେ ବାରାକ ଏବଂ ମୋର ଛାଡପତ୍ର ହେଉଛି। ମିଶେଲ ଏହି କଳ୍ପନାଜଳ୍ପନାକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଥିଲେ ଏବଂ କହିଥିଲେ, ସେ ଏବେ ଜଣେ ପରିପକ୍ୱ ମହିଳା ଏବଂ ନିଜ ପାଇଁ ନିଷ୍ପତ୍ତି ନେବାକୁ ସକ୍ଷମ।

ଏବେ ସ୍ବାଇଟ ହାଉସ ଦାୟିତ୍ୱ ସରିଗଲାଣି ଏବଂ ଆମର ଝିଅମାନେ ବଡ଼ ହୋଇଗଲେଣି, ମୁଁ କ’ଣ କରିବାକୁ ଚାହୁଁଛି ତାହା ନିଜେ ନିଷ୍ପତ୍ତି ନେବା ପାଇଁ ମୋ ପାଖରେ ସମୟ ଅଛି। ତେଣୁ ମୁଁ କିଛି କାର୍ଯ୍ୟକ୍ରମରେ ନ ଯିବାକୁ ମନସ୍ଥ କରିଥିଲି।

ଏହା ବିଶ୍ୱାସ କରାଯାଉଛି ଯେ, ମିଶେଲଙ୍କ ମନ୍ତବ୍ୟ ସମ୍ଭବତଃ ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବ ଏବଂ ପୂର୍ବତନ ରାଷ୍ଟ୍ରପତି ଜିମି କାର୍ଟରଙ୍କ ଅନ୍ତିମ ସଂସ୍କାର ଭଳି ଘଟଣା ସମ୍ପର୍କରେ ଥିଲା। ଏହି ୨ କାର୍ଯ୍ୟକ୍ରମରେ ବାରାକ ଓବାମାଙ୍କୁ ଏକା ଦେଖାଯାଇଥିଲା। ଏହାପରେ କୁହାଯାଇଥିଲା ଉଭୟଙ୍କ ମଧ୍ୟ ଛାଡପତ୍ର ହେବାକୁ ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଜାଗର: ପ୍ରଭୁ ଲିଙ୍ଗରାଜଙ୍କ ପୀଠରେ ରାତି ୧୦ଟାରେ ଉଠିବ ମହାଦୀପ

ପୁରୁଣା ଭୁବନେଶ୍ୱର,୧୫ା୨(ସୁବାସ ଚନ୍ଦ୍ର ପ୍ରଧାନ): ରବିବାର ମହାଶିବରାତ୍ରି ଓ ଜାଗର ଯାତ୍ରା। ଏନେଇ ଏକାମ୍ର କ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ପୀଠ ଚଳଚଞ୍ଚଳ ହୋଇଉଠିଛି। ମନ୍ଦିର…

ଅଙ୍କରେ ସାରିଦେଲେ

ଭୁବନେଶ୍ୱର, ୧୫।୨(ସୁନିତ୍‌ ମିଶ୍ର): ୨୦୨୪ ନିର୍ୱାଚନ ପରଠାରୁ ଅନେକ ବିଷୟକୁ ନେଇ ନାନା ପ୍ରକାର ରାଜନୈତିକ ଚର୍ଚ୍ଚା ଜାରି ରହିଛି। ବିଜେଡିର ଭବିଷ୍ୟତ କ’ଣ ହେବ, ବିରୋଧୀ…

ଲମ୍ୱା ଯୁଦ୍ଧ ପାଇଁ ଆମେରିକାର ସଜବାଜ

ଓ୍ୱାଶିଂଟନ୍‌,୧୫ା୨: ଇରାନ ଏବଂ ଆମେରିକା ମଧ୍ୟରେ ଆଲୋଚନା ଫେଲ୍‌ ମାରିଛି। ଇରାନର ଆଣବିକ କାର୍ଯ୍ୟକ୍ରମକୁ ନେଇ ଗତ ସପ୍ତାହରେ ଓମାନ ମଧ୍ୟସ୍ଥତାରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା…

ମହାଶିବରାତ୍ରୀରେ ଉପାସରେ କପିଳାସ ଠାକୁର, ଧାରଣାରେ ସେବାୟତ

ଢେଙ୍କାନାଳ,୧୫।୨(ରତନ ନାୟାର): ରାଜ୍ୟ ତଥା ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସର ଠାକୁର ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ମହାଦେବ ମହାଶିବରାତ୍ରୀ ପାଳନବେଳେ ଉପବାସରେ ରହିଛନ୍ତି l…

ଭାରତ-ପାକିସ୍ତାନ ମୁକାବିଲା ଆଜି

କଲମ୍ୱୋ, ୧୫।୨: ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ସବୁଠାରୁ ଚର୍ଚ୍ଚିତ ଭାରତ-ପାକିସ୍ତାନ ମୁକାବିଲା ରବିବାର ପ୍ରେମଦାସା ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଟୁର୍ନାମେଣ୍ଟରୁ ବାଂଲାଦେଶକୁ ବାଦ୍‌ ଦିଆଯିବାକୁ ନେଇ…

ଆଗାମୀ ଦିନରେ ୪୫ ହଜାର ଶିକ୍ଷକ ନିଯୁକ୍ତି : ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଯାଜପୁର,୧୫ା୨(ହର୍ଷବର୍ଦ୍ଧନ ବେହେରା): ଭଲ ମାର୍କ ରଖିଲେ ହିଁ ସବୁ କିଛି କରିହେବ ତାହା ନୁହେଁ। ଶିକ୍ଷା ଆମର ଚିନ୍ତାଧାରାକୁ ରୂପ ଦିଏ, ଏହା ଚରିତ୍ର ଗଠନ କରେ…

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri