Categories: ଫୁରସତ

ଗୋଟିଏ ଗିନାରୁ ମୂଷା, ବିଲେଇ ପିଉଥିଲେ କ୍ଷୀର: ଆଉ ତା ପରେ

ବର୍ତ୍ତମାନ ସମୟରେ ଲୋକେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଛନ୍ତି। ଏହି ସମୟରେ ମଧ୍ୟ ସୋସିଆଲ ମିଡିଆର ଚାହିଦା ବଢ଼ିଥିବା ବେଳେ ଭାଇରାଲ ହେଉଥିବା ଫଟୋ ଓ ଭିଡିଓକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରୁଛି। ବର୍ତ୍ତମାନ ସେଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଏହା ଦେଖିବାକୁ ମିଳୁଛି ଯେ, ମୂଷା ଓ ବିଲେଇ ଜଣେ ଜଣଙ୍କ ଶତ୍ରୁ ହୋଇଥିଲେ ସୁଦ୍ଧା ଉଭୟେ ଏକ ଗିନାରୁ କ୍ଷୀର ପିଉଛନ୍ତି। ପରେ ସେମାନେ ଗିନା ଭିଡ଼ାଭିଡ଼ି ହେଉଛନ୍ତି।
ଏହି ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ସେ କ୍ୟାପ୍‌ଶନ୍‌ରେ ଲେଖିଛନ୍ତି ଯେ, ଆମେ ରହୁଥିବା ବିଚିତ୍ର ସମୟ । ଏହି ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।

 

Share