Posted inଖେଳ

ଏମ୍‌ଆଇ ନ୍ୟୁୟର୍କ ଚାମ୍ପିୟନ

ନୂଆଦିଲ୍ଳୀ, ୧ା୮:ମେଜର ଲିଗ୍‌ କ୍ରିକେଟ୍‌ର ପ୍ରଥମ ସଂସ୍କରଣରେ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି ଏମ୍‌ଆଇ ନ୍ୟୁୟର୍କ। ସୋମବାର ଅନୁଷ୍ଠିତ ଫାଇନାଲରେ ସିଅଟେଲ ଓକ୍ରାସକୁ ଦଳ ୬ ଉଇକେଟରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ସିଆଟେଲ ୯ ଉଇକେଟ ହରାଇ ୧୮୩ ରନ୍‌ ସ୍କୋର କରିଥିଲା। ଜବାବରେ ମୁମ୍ବାଇ ଇଣ୍ଡିଆନ୍ସର ଫ୍ରାଞ୍ଚାଇଜି ରହିଥିବା ଏମ୍‌ଆଇ ନ୍ୟୁୟର୍କ ୧୬ ଓଭରରେ ୪ ଉଇକେଟ ହରାଇ ଆବଶ୍ୟକ ରନ୍‌ ସଂଗ୍ରହ କରି ନେଇଥିଲା।
ଏମ୍‌ଆଇ ଟସ୍‌ ଜିତି ପ୍ରଥମେ ବୋଲିଂ ନେଇଥିଲା। କ୍ୱିଣ୍ଟନ୍‌ ଡି କକ୍‌ ୮୭ ରନ୍‌ ସ୍କୋର କରିବାରୁ ସିଆଟେଲ ୨୦ ଓଭରରେ ୯ ଉଇକେଟରେ ୧୮୩ ରନ୍‌ କରିଥିଲା। ୫୨ ବଲ୍‌ର ଏହି ଇନିଂସରେ ୯ ଚୌକା ଓ ୪ ଛକା ସାମିଲ ଥିଲା। ଅନ୍ୟ ମାନଙ୍କ ମଧ୍ୟରେ ଶୁଭମ ରଞ୍ଜାନେ ୨୯ ଓ ଡ୍ବେନ୍‌ ପ୍ରିଟୋରିଅସ୍‌ ୨୧ ରନ୍‌ ସ୍କୋର କରିଥିଲେ। ଏମ୍‌ଆଇ ପକ୍ଷରୁ ରଶିଦ୍‌ ଖାନ୍‌ ଓ ଟ୍ରେଣ୍ଟ ବୋଲ୍ଟ ୩ଟି ଲେଖାଏ ଉଇକେଟ ନେଇଥିଲେ। ଡି କକ୍‌ ଗୋଟିଏ ପାର୍ଶ୍ୱରୁ ଦ୍ରୁତ ରନ୍‌ ସଂଗ୍ରହ କରୁଥିବା ବେଳେ ଅନ୍ୟ ଖେଳାଳି ମାନେ ବିଫଳ ହୋଇଥିଲେ। ରଶିଦ୍‌ ଖାନ୍‌ ୪ଓଭରରେ ମାତ୍ର ୯ ରନ୍‌ ବ୍ୟୟ କରି ନୌମାନ ଅନଓ୍ବର, ହେନରିଚ୍‌ କ୍ଲାସେନ୍‌ ଓ ଇମାଦ ଓ୍ବାସିମ୍‌ଙ୍କୁ ଆଉଟ କରି ବିପର୍ଯ୍ୟୟ ଘଟାଇଥିଲେ।
ଜବାବରେ ନିକୋଲାସ୍‌ ପୁରନଙ୍କ ଅପରାଜିତ ଶତକ ବଳରେ ୧୬ ଓଭରରେ ୪ ଉଇକେଟ ହରାଇ ଆବଶ୍ୟକ ରନ୍‌ ସଂଗ୍ରହ କରି ନେଇଥିଲା ଏମ୍‌ଆଇ ନ୍ୟୁୟର୍କ। ପ୍ରଥମ ଓଭରରେ ଖାତା ଖୋଲିବା ପୂର୍ବରୁ ଓପନର ଷ୍ଟିଭେନ୍‌ ଟେଲର ଆଉଟ ହୋଇଥିଲେ। ତେବେ ଅଧିନାୟକ ନିକୋଲାସ୍‌ ପୁରନ୍‌ ୫୫ ବଲ୍‌ରୁ ଅପରାଜିତ ୧୩୭ ରନ୍‌ ସ୍କୋର କରିବା ସହ ଦଳକୁ ସହଜ ବିଜୟ ପ୍ରଦାନ କରିଥିଲେ। ପୁରନଙ୍କ ଇନିଂସରେ ୧୦ ଚୌକା ଓ ୧୩ ଛକା ସାମିଲ ଥିଲା। ଅନ୍ୟ ଖେଳାଳିଙ୍କ ମଧ୍ୟରେ ଡଓ୍ବୋଲ୍ଡ ବ୍ରେଭିସ୍‌ ୨୦ ରନ୍‌ ସ୍କୋର କରିଥିଲେ। ନିକୋଲାସ୍‌ ପୁରନଙ୍କୁ ପ୍ଲେୟର୍‌ ଅଫ୍‌ ଦ ମ୍ୟାଚ୍‌ ଓ କାମେରନ ଗ୍ରୀନଙ୍କୁ ପ୍ଲେୟର ଅଫ୍‌ ଦ ସିରିଜ ଘୋଷଣା କରାଯାଇଥିଲା।
ସଂକ୍ଷିପ୍ତ ସ୍କୋର
ସିଆଟେଲ ଓକ୍ରାସ ୨୦ ଓଭରରେ ୧୮୩/୯(କ୍ୱିଣ୍ଟନ୍‌ ଡି କକ୍‌-୮୭, ଶୁଭମ ରଞ୍ଜାନେ-୨୯, ଡ୍ବେନ୍‌ ପ୍ରିଟୋରିଅସ-୨୧, ରଶିଦ୍‌ ଖାନ୍‌-୩/୯, ଟ୍ରେଣ୍ଟ ବୋଲ୍ଟ-୩/୩୪, ଷ୍ଟିଭେନ୍‌ ଟେଲର-୧/୨୫)।
ଏମ୍‌ଆଇ ନ୍ୟୁୟର୍କ ୧୬ ଓଭରରେ ୧୮୪/୪ (ନିକୋଲାସ୍‌ ପୁରନ୍‌-୧୩୭*, ଡଓ୍ବୋଲ୍ଡ ବ୍ରେଭିସ୍‌-୨୦, ଟିମ୍‌ ଡେଭିଡ୍‌-୧୦*, ଇମାଦ ଓ୍ବାସିମ୍‌-୧/୧୪)।


Enter your email to get our daily news in your inbox.

All Right Reserved By Dharitri.Com

ଫର୍ମଫିଲପରେ ତ୍ରୁଟି : ଓଡ଼ିଆ ବଦଳରେ ହିନ୍ଦୀ ଥିବାରୁ ଯୁକ୍ତ ୨ ପରୀକ୍ଷାରୁ ବଞ୍ଚିତ…

ନନ୍ଦପୁର,୨୦ା୨(ତୁଷାର କାନ୍ତ ମହାନ୍ତି): ଯୁକ୍ତଦୁଇ ପରୀକ୍ଷା ପାଇଁ ଫର୍ମଫିଲପ ବେଳେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ତ୍ରୁଟି ଯୋଗୁ କୋରାପୁଟ ଜିଲା ନନ୍ଦପୁର ବ୍ଲକ୍‌ ଅଧୀନ ପାଡୁଆ ରାଧାକୃଷ୍ଣ ଉଚ୍ଚ…

ରାଜ୍ୟରେ ଛେଚିବ ପ୍ରବଳ ବର୍ଷା! ଲଘୁଚାପକୁ ନେଇ ଆସିଲା ବଡ଼ ଖବର…

ଭୁବନେଶ୍ୱର,୨୦।୨: ଆସନ୍ତା ୪୮ ଘଣ୍ଟାରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା। ବିଷୁବୀୟ ଭାରତ ମହାସାଗର ଓ ସଲଂଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତା…

ସ୍ବାସ୍ଥ୍ୟ ପାଇଁ ୨୩ ହଜାର କୋଟି

ଭୁବନେଶ୍ୱର,୨୦।୨: ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ବିଧାନସଭାରେ ବଜେଟ ଉପସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ୩ଲକ୍ଷ ୧୦ହଜାର କୋଟି…

ଧରିତ୍ରୀ ପ୍ରଭାବ: ଖବର ପ୍ରକାଶିତ ପରେ ଗଛରୁ କଣ୍ଟା କାଢୁଛି ବନ ବିଭାଗ

ଦାରିଙ୍ଗବାଡି, ୨୦।୨(ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ବନାଞ୍ଚଳ ଦେଇ ଯାଇଥିବା ଗୋପାଳପୁର-ରାଇପୁର ୫୯ ନଂ ଜାତୀୟ ରାଜପଥ କଡ଼ ସମେତ ବିଭିନ୍ନ ଗାଁ ଛକ ଓ ରାସ୍ତାକଡ଼ରେ…

ବଜେଟରେ ଉପକୂଳବାସୀଙ୍କୁ ବଡ଼ ଉପହାର ଦେଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ,୨୦।୨: ଏଥର ବଜେଟରେ ଉଚ୍ଚଶିକ୍ଷା ଭିତ୍ତିଭୁମିକୁ ସଜାଡିବାକୁ ବଡ଼ ନିଷ୍ପତ୍ତି ନିଆଯାଇଛି। ଅନୁସୂଚିତ ଜାତି ଓ ଜନଜାତି ପିଲାଙ୍କ ପାଇଁ ବଡ଼ ଘୋଷଣା କରାଯାଇଥିବା ବେଳେ ଏଥିରେ…

‘ଟପଲେସ୍‌, ବ୍ରେନଲେସ ଆଣ୍ଡ ସେମଲେସ୍‌’, ଏଆଇ ସମ୍ମିଳନୀରେ କଂଗ୍ରେସର ସାର୍ଟଲେସ ପ୍ରଦର୍ଶନ ଉପରେ ଭାଜପାର ଭର୍ତ୍ସନା

ନୂଆଦିଲ୍ଲୀ,୨୦।୨: ସମ୍ବିତ ପାତ୍ର ଫେବୃଆରୀ ୨୦, ୨୦୨୬ ରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୁବ କଂଗ୍ରେସର ସଦସ୍ୟମାନଙ୍କ ବିରୁଦ୍ଧରେ ଗମ୍ଭୀର ଅଭିଯୋଗ ଆଣିଥିଲେ। ସେ କହିଥିଲେ ଯେ…

ବଜେଟରେ ବନ୍ୟା ପରିଚାଳନାକୁ ଗୁରୁତ୍ୱ

ଭୁବନେଶ୍ୱର,୨୦।୨: ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ବଜେଟ ଉପସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ୩ଲକ୍ଷ ୧୦ହଜାର କୋଟି ଟଙ୍କାର…

ବାଂଲାଦେଶର ନୂଆ ପ୍ରଧାନମନ୍ତ୍ରୀ ରହମାନ ଭାରତକୁ ନେଇ କଲେ ବଡ଼ ଘୋଷଣା, ୟୁନୁସଙ୍କୁ ଶକ୍ତ ଝଟ୍‌କା

ଢାକା,୨୦।୨: ବାଂଲାଦେଶର ନୂତନ ପ୍ରଧାନମନ୍ତ୍ରୀ ତାରିକ ରହମାନ ଭାରତ ସହିତ ସମ୍ପର୍କ ଉନ୍ନତ କରିବା ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଶୁକ୍ରବାର ଦିଲ୍ଲୀରେ ଥିବା ବାଂଲାଦେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri