୨୩ ରନ୍‌ରେ ଏମ୍‌ଆଇ ପରାଜିତ…

ମୁମ୍ବାଇ, ୨।୪ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣରେ ଶନିବାର ରାଜସ୍ଥାନ ରୟାଲର୍‌ସ(ଆର୍‌ଆର୍‌) ବିପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସ୍‌(ଏମ୍‌ଆଇ) ରନ୍‌ରେ ପରାଜିତ ହୋଇଛି। ଏମ୍‌ଆଇ ୮ ଓ୍ବିକେଟ ହରାଇ ନିର୍ଦ୍ଧାରିତ ୨୦ ଓଭରରେ ୧୭୦ ରନ୍‌ କରିବାକୁ ସକ୍ଷମ ହୋଇଛି। ଏମ୍‌ଆଇ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା।
ମହାରାଷ୍ଟ୍ର ନଭି ମୁମ୍ବାଇର ଡି.ଓ୍ବାଇ, ପାଟିଲ ସ୍ପୋର୍ଟସ୍‌ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଏମ୍‌ଆଇର ଅଧିନାୟକ ରୋହିତ ଶର୍ମା ଟସ ଜିଣିବା ପରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆର୍‌ଆର୍‌ ଅଧିନାୟକ ସଞ୍ଜୁ ସାମସନ୍‌ଙ୍କ ନେତୃତ୍ୱରେ ଟିମ୍‌ ବ୍ୟାଟିଂ ଆରମ୍ଭ କରିଥିଲା।

ଜୋସ୍‌ ବଟଲରଙ୍କ ବିସ୍ଫୋରକ ବ୍ୟାଟିଂରେ ଆର୍‌ଆର୍‌ ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୯୩ ରନ୍‌ କରିଛି। ଏମ୍‌ଆଇ୍‌ ପାଇଁ ରନ୍‌ର ବିଜୟ ଲକ୍ଷ୍ୟ ୧୯୪ ରନ୍‌ ରହିଥିଲା। ସଞ୍ଜୁ ୨୧ ବଲ ଖେଳି ୩୦ ରନ୍‌ କରିଥିବାବେଳେ ବଟଲର ୬୮ ବଲ ଖେଳି ୧୦୦ ରନ୍‌ କରିଥିଲେ। ସେହିପରି ଶିମରୋନ ହେଟମେୟର ୧୪ ବଲ୍‌ ଖେଳି ୩୫ ରନ୍‌ ସଂଗ୍ରହ କରିଥିଲେ।

ସେହିପରି ଏମ୍‌ଆଇ ପକ୍ଷରୁ ଇଶାନ କ୍ରିଷ୍ଣନ୍‌ ୪୩ ବଲ୍‌ରୁ ୫୪ ରନ୍‌, ତିଲକ ବର୍ମା ୩୩ ବଲ୍‌ରୁ ୬୧ ରନ୍‌ ସଂଗ୍ରହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମକୁ ମଜଭୁତ କରିବ ଟେଡି ଡେ’

ଭୁବନେଶ୍ୱର,୧୦ା୨(ସୌମ୍ୟରଞ୍ଜନ ରାଉତ):ଭାଲେଣ୍ଟାଇନ୍ସ ସପ୍ତାହର ତୃତୀୟ ଦିବସ ସୋମବାର ଚକୋଲେଟ୍‌ ଡେ’ରେ ପ୍ରେମୀଯୁଗଳ ପରସ୍ପରକୁ ଚକୋଲେଟ ଦେଇ ସମ୍ପର୍କରେ ମଧୁରତା ବୃଦ୍ଧି କରିଥିଲେ। ମଙ୍ଗଳବାର ଚତୁର୍ଥ ଦିବସକୁ ଟେଡି…

ରାତିରେ ବିଷମିଶା କ୍ଷୀର ପିଇ ଶୋଇପଡ଼ିଲେ ପୁରା ପରିବାର, ସକାଳୁ ୫ଜଣଙ୍କ…

ଲକ୍ଷ୍ନୌ,୧୦।୨: ଉତ୍ତର ପ୍ରଦେଶର ମଥୁରାରେ ଗୋଟିଏ ପରିବାରର ପାଞ୍ଚ ଜଣଙ୍କ ଦୁଃଖଦ ମୃତ୍ୟୁ ହୋଇଛି । ଏହା ସମଗ୍ର ଅଞ୍ଚଳକୁ ଚକିତ କରିଦେଇଛି । ଜିଲାର ମହାବନ…

ତୈଳ ସଙ୍କଟ ଦେଖାଦେଲେ କେତେ ଦିନ ପର୍ଯ୍ୟନ୍ତ ରହିପାରିବ ଭାରତ? ଜାଣନ୍ତୁ ଦେଶରେ କେତେ ତେଲ ଗଚ୍ଛିତ ଅଛି

ନୂଆଦିଲ୍ଲୀ,୧୦।୨: ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ ସୋମବାର (୯ ଫେବୃଆରୀ, ୨୦୨୬) ରାଜ୍ୟ ସଭାରେ ସୂଚନା ଦେଇଛନ୍ତି ଯେ ଭାରତରେ ୭୪ ଦିନ ପାଇଁ ତୈଳ…

ନିଜ ଦଳର ମନ୍ତ୍ରୀଙ୍କୁ ଘେରିଲେ ମୈଥିଳୀ ଠାକୁର: ଗୃହରେ ସମସ୍ତେ ଆଶ୍ଚର୍ଯ୍ୟ

ପାଟନା,୧୦।୧: ବିହାର ବିଧାନସଭାର ବଜେଟ ଅଧିବେଶନରେ ସରକାରୀ ହସ୍ପିଟାଲଗୁଡ଼ିକର ଶୋଚନୀୟ ଅବସ୍ଥା ପୁଣି ଥରେ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛି। ଏଥର ଯୁବ ବିଧାୟକ ଏବଂ ପ୍ରସିଦ୍ଧ ଲୋକ…

ପାକିସ୍ତାନର ନାହିଁ ଦମ୍‌! ପୂର୍ବରୁ ଭାରତ କରି ସାରିଛି ମ୍ୟାଚ ବୟକଟ

ନୂଆଦିଲ୍ଲୀ,୧୦।୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ICC T20 ବିଶ୍ୱକପ ମ୍ୟାଚ ନେଇ ବିବାଦର ଅନ୍ତ ଘଟିଛି। ICC ବୈଠକ ପରେ ସୋମବାର PCB ଏବଂ ପାକିସ୍ତାନ…

ଘରର ଛାତ ଉପରେ ରଖନ୍ତୁନି ଏପରି ଜିନିଷ: ହୋଇପାରେ ବଡ଼ କ୍ଷତି

ବାସ୍ତୁଶାସ୍ତ୍ର ଅନୁଯାୟୀ ଘରର ଛାତ ଉପରେ କିଛି ଜିନିଷ ରଖିବା ବର୍ଜିତ। କାହିଁକି ନା ଏହାଦ୍ୱାରା ବାସ୍ତୁଦୋଷ ଲାଗିଥାଏ। ବାସ୍ତୁଶାସ୍ତ୍ର ଅନୁଯାୟୀ ଅନାବଶ୍ୟକ ସାମଗ୍ରୀ ରଖିବା ଦ୍ୱାରା…

ନୂତନ ଏନ୍‌ଏସି ପାଇଁ ୧୩ ୱାର୍ଡ ପରିକଳ୍ପନା: ଅନୁପସ୍ଥିତ ରହିଲେ ଭାରପ୍ରାପ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ

ଲୋଇସିଂହା,୧୦।୨(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ସଭାଗୃହରେ ରବିବାର ନବଗଠିତ ଲୋଇସିଂହା ଏନ୍‌ଏସି ସୀମା ନିର୍ଦ୍ଧରଣ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରଶାସନ ପକ୍ଷରୁ…

ବିଜୁ ଏକ୍ସପ୍ରେସ୍‌ ୱେ ମରଣଯନ୍ତା: ପ୍ରତିଦିନ ଦୁର୍ଘଟଣା

ନୂଆପଡ଼ା,୧୦ା୨ (ମକାରୁ ବେମାଲ): ନୂଆପଡ଼ା ଜିଲାର ଲାଇଫ୍‌ଲାଇନ କୁହାଯାଉଥିବା ବିଜୁ ଏକ୍ସପ୍ରେସ୍‌ ଫୋର ୱେ ଏବେ ମରଣଯନ୍ତା ପାଲଟିଛି। ଏଥିଯୋଗୁ ପ୍ରତିଦିନ ଛୋଟବଡ଼ ଦୁର୍ଘଟଣା ଘଟି ନିରୀହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri