ମୋଦି ସରକାରଙ୍କ ବଡ଼ ନିଷ୍ପତ୍ତି: ନିଯୁକ୍ତ ହେବେ ୭୦,୦୦୦ CISF ଯବାନ

ନୂଆଦିଲ୍ଲୀ,୫।୮: ଭାରତର ଅର୍ଥନୈତିକ ଉନ୍ନତିକୁ ସମର୍ଥନ କରିବା ଓ ସୁରକ୍ଷା ବ୍ୟବସ୍ଥା ମଜବୁତ କରିବା ଲାଗି ଗୃହ ମନ୍ତ୍ରଣାଳୟ (ଏମଏଚଏ) ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ (ସିଆଇଏସଏଫ)ର ସଂଖ୍ୟା ୧.୬୨ ଲକ୍ଷରୁ ବୃଦ୍ଧି କରି ୨.୨ ଲକ୍ଷକୁ ଅନୁମୋଦନ କରିଛି। ଆଗାମୀ ପାଞ୍ଚ ବର୍ଷରେ ପ୍ରତିବର୍ଷ ୧୪,୦୦୦ ନୂଆ କର୍ମଚାରୀ ନିଯୁକ୍ତି ଦେଇ ମୋଟ ୫୮,୦୦୦ ନିଯୁକ୍ତି ସୁନିଶ୍ଚିତ କରାଯିବ, ଯାହା ନୂଆ ରୋଜଗାର ସୁଯୋଗ ସୃଷ୍ଟି କରିବ।

୨୦୨୪ରେ ୧୩,୨୩୦ ଜଣଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ୨୦୨୫ରେ ୨୪,୦୯୮ ଜଣଙ୍କ ନିଯୁକ୍ତି ପ୍ରକ୍ରିୟା ଚାଲିଛି। ଏହି ନିଯୁକ୍ତି ଅଭିଯାନ ମହିଳା ପ୍ରାର୍ଥୀଙ୍କୁ ଆକର୍ଷିତ କରିବା ସହ ସିଆଇଏସଏଫରେ ମହିଳା ପ୍ରାତିନିଧ୍ୟ ବୃଦ୍ଧି ପାଇଁ ଉଦ୍ୟମ କରୁଛି। ଏହା ସହ ଏକ ଅତିରିକ୍ତ ବାଟାଲିୟନ ଗଠନ କରାଯିବ, ଯାହା ଆଭ୍ୟନ୍ତରୀଣ ସୁରକ୍ଷା ଓ ଜରୁରୀ ପରିସ୍ଥିତିରେ ସହାୟକ ହେବ।

ଏହି ସଂଖ୍ୟା ବୃଦ୍ଧି ବିମାନବନ୍ଦର, ବନ୍ଦର, ତାପଜଳ ବିଦ୍ୟୁତ କେନ୍ଦ୍ର, ପରମାଣୁ ସଂସ୍ଥାନ ଓ ଜମ୍ମୁ-କାଶ୍ମୀରର ଜେଲ ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ସିଆଇଏସଏଫର ସୁରକ୍ଷା ମୁତୟନକୁ ମଜବୁତ କରିବ। ଛତିଶଗଡ଼ ଭଳି ରାଜ୍ୟରେ ବାମପନ୍ଥୀ ଚରମପନ୍ଥା (ଏଲଡବ୍ଲୁଇ) ହ୍ରାସ ପାଇବା ସହ ନୂଆ ଶିଳ୍ପ କ୍ଷେତ୍ର ଉଭା ହେବାର ସମ୍ଭାବନା ଥିବାରୁ ଏହି ସଂଖ୍ୟା ବୃଦ୍ଧି ଆବଶ୍ୟକ ହୋଇପଡ଼ିଛି।

ଗତ ବର୍ଷ ସିଆଇଏସଏଫ ସଂସଦ ଭବନ, ଅଯୋଧ୍ୟା ବିମାନବନ୍ଦର, ହଜାରୀବାଗରେ ଏନଟିପିସି କୋଇଲା ଖଣି ଓ ପୁଣେରେ ଆଇସିଏମଆର ଭଳି ସାତଟି ନୂଆ ସ୍ଥାନରେ ମୁତୟନ ହୋଇଛି। ଏହି ବିସ୍ତାର ଭାରତର ଅଗ୍ରଗତି ସହ ଜାତୀୟ ସମ୍ପଦର ସୁରକ୍ଷା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

ପ୍ରବୋଧନ ତାଲିମ: ୨୯୪ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ…

ଦିଗପହଣ୍ଡି,୩୦ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଓଡିଶା ପାଠ୍ୟକ୍ରମ ଆଧାର ବିଦ୍ୟାଳୟ ଶିକ୍ଷା-୨୦୨୫ ଓ ୨୦୨୦ ଜାତୀୟ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri