MGNREGS: ନକଲି ଜବ୍‌ କାର୍ଡରେ ଓଡ଼ିଶା ୨ୟ

ଭୁବନେଶ୍ୱର,୨୫ା୭(ରବିନାରାୟଣ ଜେନା): ଓଡ଼ିଶାରେ ଦାଦନ ସମସ୍ୟାର ଅନ୍ତ ହେଉନାହିଁ। ଏଥିପାଇଁ କେବଳ ଯେ ଓଡ଼ିଶା ସରକାର କିମ୍ବା କେନ୍ଦ୍ର ସରକାରଙ୍କ ଆନ୍ତରିକତା ନାହିଁ ତାହା ନୁହେଁ, ଅଧିକାଂଶ ସମୟରେ ସରକାରୀ କଳର ଅପବ୍ୟବହାର ଏଥିପାଇଁ ମୁଖ୍ୟତଃ ଦାୟୀ। ଏହାସହ ଆଧାରକାର୍ଡକୁ ମୂଳ ପରିଚୟପତ୍ର ଭାବେ ଗ୍ରହଣ କରାଯାଉଥିବାରୁ ଏଥିରେ ବ୍ୟତିକ୍ରମ ଦେଖାଦେଉଛି। ମେଶିନ କାମ କରୁଛି, ଶ୍ରମିକଙ୍କୁ କାମଧନ୍ଦା ମିଳୁ ନ ଥିବାରୁ ସେମାନେ ଜୀବନଜୀବିକା ପାଇଁ ବାହାର ରାଜ୍ୟକୁ ଯିବାକୁ ବାଧ୍ୟ ହେଉଛନ୍ତି। ଠିକାଦାରମାନେ ସରକାରୀ କର୍ମଚାରୀମାନଙ୍କ ସହିତ ସଲାସୁତୁରା କରି ସରକାରୀ କାର୍ଯ୍ୟକୁ କେତେବେଳେ ବିଭିନ୍ନ ଯନ୍ତ୍ରପାତି ଜରିଆରେ କରାଉଛନ୍ତି ତ ଆଉ କେତେବେଳେ ଫେକ୍‌ ଜବ୍‌କାଡର୍ର୍ଧାରୀ ସୃଷ୍ଟି କରି ରାଜକୋଷରୁ ବିପୁଳ ଅର୍ଥ ଲୁଟି ନେଉଛନ୍ତି। ଫଳରେ ଶ୍ରମିକ ପେଟ ଉପାସ ରହୁଛି।
୨୦୨୪-୨୫ ଆର୍ଥିକ ବର୍ଷରେ ଉତ୍ତରପ୍ରଦେଶ ଭଳି ଜନବହୁଳ ରାଜ୍ୟରେ ଫେକ୍‌ ଜବ୍‌କାର୍ଡଧାରୀଙ୍କ ସଂଖ୍ୟା ଅତି ନଗଣ୍ୟସ୍ତରରେ ରହିଥିବାବେଳେ ଓଡ଼ିଶାରେ ଏମାନଙ୍କ ହାର ଅନ୍ୟାନ୍ୟ ରାଜ୍ୟ ତୁଳନାରେ ଦ୍ୱିତୀୟ ସର୍ବାଧିକ ରହିଛି। ଫଳରେ ଓଡ଼ିଶା ଯେଉଁ ଦାଦନକୁ ସେହି ଦାଦନପ୍ରବଣ ରାଜ୍ୟ ରୂପେ ପରିଗଣିତ ହେଉଛି। ଏଭଳି ଏକ ନିଚ୍ଛକ ସତ୍ୟ ଆମେ କହୁନାହୁଁ, ଭାରତ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ପକ୍ଷରୁ ଲୋକ ସଭାରେ ପ୍ରଦାନ କରାଯାଇଥିବା ତଥ୍ୟରୁ ଜଣାଯାଇଛି। ଶ୍ରମିକମାନଙ୍କୁ କାମଧନ୍ଦା ଯୋଗାଇବା ଲକ୍ଷ୍ୟ ନେଇ ୨୦୦୬ ଫେବୃଆରୀରୁ ଚାଲିଥିବା ଏହି ଯୋଜନା ଆରମ୍ଭରୁ ଏପର୍ଯ୍ୟନ୍ତ ଫେକ୍‌ ଜବ୍‌କାର୍ଡଧାରୀଙ୍କ ରାଜୁତି ଚାଲି ଆସିଛି। ପ୍ରକୃତ ଶ୍ରମିକଙ୍କୁ କାମଧନ୍ଦା ମିଳୁ ନ ଥିବାରୁ ସେମାନେ ବାହାର ରାଜ୍ୟକୁ ପେଟପାଟଣା ପାଇଁ ଯିବାକୁ ବାଧ୍ୟ ହେଉଛନ୍ତି।
ଲୋକ ସଭାରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ପକ୍ଷରୁ ରାଷ୍ଟ୍ରମନ୍ତ୍ରୀ କମଲେଶ ପାଶ୍ୱାନ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଫେକ୍‌ ଜବକାର୍ଡ ସମ୍ପର୍କିତ ପ୍ରଦତ୍ତ ତଥ୍ୟ ଅନୁଯାୟୀ, ୨୦୨୨-୨୩ ଆର୍ଥିକ ବର୍ଷରେ ୭ଲକ୍ଷ ୫୯ହଜାର ୪୬୨ ଫେକ୍‌ ଜବ୍‌କାର୍ଡ ଧରା ପଡ଼ିଥିଲା। ଏଥିରେ ଉତ୍ତରପ୍ରଦେଶରେ ସର୍ବାଧିକ ୨ଲକ୍ଷ ୯୯ହଜାର ୩୫୪ ଫେକ୍‌ ଜବକାର୍ଡ ଧରାପଡ଼ିଥିବାବେଳେ ଏହା ତଳକୁ ଓଡ଼ିଶା ଦ୍ୱିତୀୟ ସର୍ବାଧିକ ରହିଥିଲା। ରାଜ୍ୟରେ ଉକ୍ତ ବର୍ଷ ୧ଲକ୍ଷ ୧୪ହଜାର ୪୫୪ ଫେକ୍‌ ଜବ୍‌କାର୍ଡଧାରୀଙ୍କୁ ଯାଞ୍ଚ ବେଳେ ଧରାଯାଇଥିଲା। ସେହିପରି ୨୦୨୩-୨୪ ଆର୍ଥିକବର୍ଷରେ ଦେଶର ମୋଟ ଫେକ୍‌ ଜବ୍‌କାର୍ଡଧାରୀଙ୍କ ସଂଖ୍ୟା ହ୍ରାସ ପାଇ ୨ଲକ୍ଷ ୮୯ହଜାର ୬୨୬ରେ ପହଞ୍ଚିଥିଲା। ଉକ୍ତ ବର୍ଷ ସର୍ବାଧିକ ଉତ୍ତରପ୍ରଦେଶରେ ୧ଲକ୍ଷ ୪୭ହଜାର ୩୯୭ଟି ଫେକ୍‌ ଜବ୍‌କାର୍ଡ ଧରାଯାଇଥିବାବେଳେ ଓଡ଼ିଶା ତୃତୀୟସ୍ଥାନରେ (୨୨,୨୬୪) ରହିଥିଲା। ଦ୍ୱିତୀୟରେ ମଧ୍ୟପ୍ରଦେଶ ରହିଥିଲାବେଳେ ସେଠାରେ ୨୩,୦୨୯ ଫେକ୍‌ ଜବ୍‌କାର୍ଡ ଧରାପଡ଼ିଥିଲା। ହସ୍ତଗତ ଶେଷ ରିପୋର୍ଟ ଅନୁଯାୟୀ ୨୦୨୪-୨୫ରେ ଦେଶରେ ସମୁଦାୟ ୫୮ହଜାର ୮୨୬ଟି ଫେକ୍‌ ଜବ୍‌କାର୍ଡ ଜବତ ହୋଇଥିବାବେଳେ ସେଥିମଧ୍ୟରେ ବିହାରର ୮,୧୧୧ ଏବଂ ଓଡ଼ିଶାରେ ୭୫୬୬ ଫେକ୍‌ ଜବ୍‌କାର୍ଡଧାରୀ ଥିବା ଜଣାଯାଇଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା, ଉତ୍ତରପ୍ରଦେଶ ଭଳି ଏକ ଜନବହୁଳ ରାଜ୍ୟରେ ଯେଉଁଠାରେ ଲକ୍ଷାଧିକ ସଂଖ୍ୟାରେ ଫେକ୍‌ ଜବ୍‌କାର୍ଡଧାରୀ ରହିଥିଲେ, ଉକ୍ତ ରାଜ୍ୟ ଏବେ ଏହି ଅପବାଦରୁ ମୁକ୍ତ ହେବାକୁ ବସିଛି। ସେଠାରେ ଏହି ବର୍ଷ ୩,୪୨୧ ଫେକ୍‌ ଜବ୍‌କାର୍ଡ ଧରାପଡ଼ିଛି। ମାତ୍ର ଓଡ଼ିଶା ୨୦୨୨ରେ ଯେଭଳି ଦ୍ୱିତୀୟ ସ୍ଥାନରେ ରହିଥିଲା ଏବେ ବି ସେହି ସ୍ଥାନ ବଜାୟ ରଖିଛି। ଏଥିରୁ ରାଜ୍ୟରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାର୍ଯ୍ୟ କେତେ ସ୍ବଚ୍ଛତାର ସହିତ ହେଉଛି ତାହା ପ୍ରମାଣିତ ହେଉଛି।
ସୂଚନା ଅନୁଯାୟୀ, ୨୦୨୪-୨୫ ଆର୍ଥିକବର୍ଷରେ ରାଜ୍ୟରେ ୬୫ଲକ୍ଷ ୨ହଜାର ୭୬୨ଜଣ ଜବ୍‌କାର୍ଡ ପାଇଁ ଆବେଦନ କରିଥିବାବେଳେ ସେଥିମଧ୍ୟରୁ ୬୨ଲକ୍ଷ ୯୯ହଜାର ୨୯୨ଜଣଙ୍କୁ ଜବ୍‌କାର୍ଡ ପ୍ରଦାନ କରାଯାଇଥିଲା। ହେଲେ ବାସ୍ତବରେ ୪୫ଲକ୍ଷ ୮୩ହଜାର ୫୭୪ଜଣ ଶ୍ରମିକ କାର୍ଯ୍ୟ କରୁଥିବା ସରକାରଙ୍କ ତଥ୍ୟରୁ ଜଣାଯାଇଛି। ଚଳିତ ୨୦୨୫-୨୬ ଆର୍ଥିକ ବର୍ଷସୁଦ୍ଧା ୬୪ ଲକ୍ଷ ୪ ହଜାର ୬୫୩ଜଣଙ୍କୁ ଜବ୍‌କାର୍ଡ ଦିଆଯାଇଥିବାବେଳେ ସେଥିରୁ ୪୩ ଲକ୍ଷ ୧୮ ହଜାର ୪୬୨ଜଣ କାର୍ଯ୍ୟ କରୁଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri