MGNREGS: ନକଲି ଜବ୍‌ କାର୍ଡରେ ଓଡ଼ିଶା ୨ୟ

ଭୁବନେଶ୍ୱର,୨୫ା୭(ରବିନାରାୟଣ ଜେନା): ଓଡ଼ିଶାରେ ଦାଦନ ସମସ୍ୟାର ଅନ୍ତ ହେଉନାହିଁ। ଏଥିପାଇଁ କେବଳ ଯେ ଓଡ଼ିଶା ସରକାର କିମ୍ବା କେନ୍ଦ୍ର ସରକାରଙ୍କ ଆନ୍ତରିକତା ନାହିଁ ତାହା ନୁହେଁ, ଅଧିକାଂଶ ସମୟରେ ସରକାରୀ କଳର ଅପବ୍ୟବହାର ଏଥିପାଇଁ ମୁଖ୍ୟତଃ ଦାୟୀ। ଏହାସହ ଆଧାରକାର୍ଡକୁ ମୂଳ ପରିଚୟପତ୍ର ଭାବେ ଗ୍ରହଣ କରାଯାଉଥିବାରୁ ଏଥିରେ ବ୍ୟତିକ୍ରମ ଦେଖାଦେଉଛି। ମେଶିନ କାମ କରୁଛି, ଶ୍ରମିକଙ୍କୁ କାମଧନ୍ଦା ମିଳୁ ନ ଥିବାରୁ ସେମାନେ ଜୀବନଜୀବିକା ପାଇଁ ବାହାର ରାଜ୍ୟକୁ ଯିବାକୁ ବାଧ୍ୟ ହେଉଛନ୍ତି। ଠିକାଦାରମାନେ ସରକାରୀ କର୍ମଚାରୀମାନଙ୍କ ସହିତ ସଲାସୁତୁରା କରି ସରକାରୀ କାର୍ଯ୍ୟକୁ କେତେବେଳେ ବିଭିନ୍ନ ଯନ୍ତ୍ରପାତି ଜରିଆରେ କରାଉଛନ୍ତି ତ ଆଉ କେତେବେଳେ ଫେକ୍‌ ଜବ୍‌କାଡର୍ର୍ଧାରୀ ସୃଷ୍ଟି କରି ରାଜକୋଷରୁ ବିପୁଳ ଅର୍ଥ ଲୁଟି ନେଉଛନ୍ତି। ଫଳରେ ଶ୍ରମିକ ପେଟ ଉପାସ ରହୁଛି।
୨୦୨୪-୨୫ ଆର୍ଥିକ ବର୍ଷରେ ଉତ୍ତରପ୍ରଦେଶ ଭଳି ଜନବହୁଳ ରାଜ୍ୟରେ ଫେକ୍‌ ଜବ୍‌କାର୍ଡଧାରୀଙ୍କ ସଂଖ୍ୟା ଅତି ନଗଣ୍ୟସ୍ତରରେ ରହିଥିବାବେଳେ ଓଡ଼ିଶାରେ ଏମାନଙ୍କ ହାର ଅନ୍ୟାନ୍ୟ ରାଜ୍ୟ ତୁଳନାରେ ଦ୍ୱିତୀୟ ସର୍ବାଧିକ ରହିଛି। ଫଳରେ ଓଡ଼ିଶା ଯେଉଁ ଦାଦନକୁ ସେହି ଦାଦନପ୍ରବଣ ରାଜ୍ୟ ରୂପେ ପରିଗଣିତ ହେଉଛି। ଏଭଳି ଏକ ନିଚ୍ଛକ ସତ୍ୟ ଆମେ କହୁନାହୁଁ, ଭାରତ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ପକ୍ଷରୁ ଲୋକ ସଭାରେ ପ୍ରଦାନ କରାଯାଇଥିବା ତଥ୍ୟରୁ ଜଣାଯାଇଛି। ଶ୍ରମିକମାନଙ୍କୁ କାମଧନ୍ଦା ଯୋଗାଇବା ଲକ୍ଷ୍ୟ ନେଇ ୨୦୦୬ ଫେବୃଆରୀରୁ ଚାଲିଥିବା ଏହି ଯୋଜନା ଆରମ୍ଭରୁ ଏପର୍ଯ୍ୟନ୍ତ ଫେକ୍‌ ଜବ୍‌କାର୍ଡଧାରୀଙ୍କ ରାଜୁତି ଚାଲି ଆସିଛି। ପ୍ରକୃତ ଶ୍ରମିକଙ୍କୁ କାମଧନ୍ଦା ମିଳୁ ନ ଥିବାରୁ ସେମାନେ ବାହାର ରାଜ୍ୟକୁ ପେଟପାଟଣା ପାଇଁ ଯିବାକୁ ବାଧ୍ୟ ହେଉଛନ୍ତି।
ଲୋକ ସଭାରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ପକ୍ଷରୁ ରାଷ୍ଟ୍ରମନ୍ତ୍ରୀ କମଲେଶ ପାଶ୍ୱାନ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଫେକ୍‌ ଜବକାର୍ଡ ସମ୍ପର୍କିତ ପ୍ରଦତ୍ତ ତଥ୍ୟ ଅନୁଯାୟୀ, ୨୦୨୨-୨୩ ଆର୍ଥିକ ବର୍ଷରେ ୭ଲକ୍ଷ ୫୯ହଜାର ୪୬୨ ଫେକ୍‌ ଜବ୍‌କାର୍ଡ ଧରା ପଡ଼ିଥିଲା। ଏଥିରେ ଉତ୍ତରପ୍ରଦେଶରେ ସର୍ବାଧିକ ୨ଲକ୍ଷ ୯୯ହଜାର ୩୫୪ ଫେକ୍‌ ଜବକାର୍ଡ ଧରାପଡ଼ିଥିବାବେଳେ ଏହା ତଳକୁ ଓଡ଼ିଶା ଦ୍ୱିତୀୟ ସର୍ବାଧିକ ରହିଥିଲା। ରାଜ୍ୟରେ ଉକ୍ତ ବର୍ଷ ୧ଲକ୍ଷ ୧୪ହଜାର ୪୫୪ ଫେକ୍‌ ଜବ୍‌କାର୍ଡଧାରୀଙ୍କୁ ଯାଞ୍ଚ ବେଳେ ଧରାଯାଇଥିଲା। ସେହିପରି ୨୦୨୩-୨୪ ଆର୍ଥିକବର୍ଷରେ ଦେଶର ମୋଟ ଫେକ୍‌ ଜବ୍‌କାର୍ଡଧାରୀଙ୍କ ସଂଖ୍ୟା ହ୍ରାସ ପାଇ ୨ଲକ୍ଷ ୮୯ହଜାର ୬୨୬ରେ ପହଞ୍ଚିଥିଲା। ଉକ୍ତ ବର୍ଷ ସର୍ବାଧିକ ଉତ୍ତରପ୍ରଦେଶରେ ୧ଲକ୍ଷ ୪୭ହଜାର ୩୯୭ଟି ଫେକ୍‌ ଜବ୍‌କାର୍ଡ ଧରାଯାଇଥିବାବେଳେ ଓଡ଼ିଶା ତୃତୀୟସ୍ଥାନରେ (୨୨,୨୬୪) ରହିଥିଲା। ଦ୍ୱିତୀୟରେ ମଧ୍ୟପ୍ରଦେଶ ରହିଥିଲାବେଳେ ସେଠାରେ ୨୩,୦୨୯ ଫେକ୍‌ ଜବ୍‌କାର୍ଡ ଧରାପଡ଼ିଥିଲା। ହସ୍ତଗତ ଶେଷ ରିପୋର୍ଟ ଅନୁଯାୟୀ ୨୦୨୪-୨୫ରେ ଦେଶରେ ସମୁଦାୟ ୫୮ହଜାର ୮୨୬ଟି ଫେକ୍‌ ଜବ୍‌କାର୍ଡ ଜବତ ହୋଇଥିବାବେଳେ ସେଥିମଧ୍ୟରେ ବିହାରର ୮,୧୧୧ ଏବଂ ଓଡ଼ିଶାରେ ୭୫୬୬ ଫେକ୍‌ ଜବ୍‌କାର୍ଡଧାରୀ ଥିବା ଜଣାଯାଇଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା, ଉତ୍ତରପ୍ରଦେଶ ଭଳି ଏକ ଜନବହୁଳ ରାଜ୍ୟରେ ଯେଉଁଠାରେ ଲକ୍ଷାଧିକ ସଂଖ୍ୟାରେ ଫେକ୍‌ ଜବ୍‌କାର୍ଡଧାରୀ ରହିଥିଲେ, ଉକ୍ତ ରାଜ୍ୟ ଏବେ ଏହି ଅପବାଦରୁ ମୁକ୍ତ ହେବାକୁ ବସିଛି। ସେଠାରେ ଏହି ବର୍ଷ ୩,୪୨୧ ଫେକ୍‌ ଜବ୍‌କାର୍ଡ ଧରାପଡ଼ିଛି। ମାତ୍ର ଓଡ଼ିଶା ୨୦୨୨ରେ ଯେଭଳି ଦ୍ୱିତୀୟ ସ୍ଥାନରେ ରହିଥିଲା ଏବେ ବି ସେହି ସ୍ଥାନ ବଜାୟ ରଖିଛି। ଏଥିରୁ ରାଜ୍ୟରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାର୍ଯ୍ୟ କେତେ ସ୍ବଚ୍ଛତାର ସହିତ ହେଉଛି ତାହା ପ୍ରମାଣିତ ହେଉଛି।
ସୂଚନା ଅନୁଯାୟୀ, ୨୦୨୪-୨୫ ଆର୍ଥିକବର୍ଷରେ ରାଜ୍ୟରେ ୬୫ଲକ୍ଷ ୨ହଜାର ୭୬୨ଜଣ ଜବ୍‌କାର୍ଡ ପାଇଁ ଆବେଦନ କରିଥିବାବେଳେ ସେଥିମଧ୍ୟରୁ ୬୨ଲକ୍ଷ ୯୯ହଜାର ୨୯୨ଜଣଙ୍କୁ ଜବ୍‌କାର୍ଡ ପ୍ରଦାନ କରାଯାଇଥିଲା। ହେଲେ ବାସ୍ତବରେ ୪୫ଲକ୍ଷ ୮୩ହଜାର ୫୭୪ଜଣ ଶ୍ରମିକ କାର୍ଯ୍ୟ କରୁଥିବା ସରକାରଙ୍କ ତଥ୍ୟରୁ ଜଣାଯାଇଛି। ଚଳିତ ୨୦୨୫-୨୬ ଆର୍ଥିକ ବର୍ଷସୁଦ୍ଧା ୬୪ ଲକ୍ଷ ୪ ହଜାର ୬୫୩ଜଣଙ୍କୁ ଜବ୍‌କାର୍ଡ ଦିଆଯାଇଥିବାବେଳେ ସେଥିରୁ ୪୩ ଲକ୍ଷ ୧୮ ହଜାର ୪୬୨ଜଣ କାର୍ଯ୍ୟ କରୁଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଘ ଘାସ ଖାଇବାର କାଲି ଦେଖିଲି, କାହାକୁ ଏମିତି କହିଦେଲେ ଭକ୍ତ ଦାସ

କଟକ,୧୭।୩(ପ୍ରଭୁ କଲ୍ୟାଣ ପାଲ): ରାଜ୍ୟ ସଭା  ନିର୍ବାଚନରେ  ୩ କଂଗ୍ରେସ ବିଧାୟକଙ୍କ କ୍ରସ ଭୋଟିଂ ନେଇ ବିଧାୟକ, ବିଧାୟିକାଙ୍କୁ  ନିଲମ୍ବନ କରାଯାଇଛି। ଏହି ପ୍ରସଙ୍ଗରେ ପିସିସି  ସଭାପତି…

ପାକିସ୍ତାନ ଉପରେ ନିଆଁବାଣ ହେଲା ଭାରତ: କଠୋର କାର୍ଯ୍ୟାନୁଷ୍ଠାନ ପାଇଁ କଲା ଦାବି

ଇସଲାମାବାଦ୍‌,୧୭।୩: ପାକିସ୍ତାନ ଦ୍ୱାରା ହୋଇଥିବା କଥିତ ବିମାନ ଆକ୍ରମଣରେ କାବୁଲରେ ବହୁ ସଂଖ୍ୟକ ଲୋକଙ୍କ ମୃତ୍ୟୁ ପରେ ଭାରତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଏହି ଘଟଣା…

ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି, ପୋଷ୍ୟ ସନ୍ତାନ ଗ୍ରହଣ କରୁଥିବା ମା’ ମଧ୍ୟ ମ୍ୟାଟରନିଟି ଲିଭ୍ ପାଇବା ହକଦାର

ନୂଆଦିଲ୍ଲୀ,୧୭।୩: ସୁପ୍ରିମକୋର୍ଟ ପୋଷ୍ୟ ସନ୍ତାନ ଗ୍ରହଣ କରୁଥିବା ମହିଳାମାନଙ୍କ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। କୋର୍ଟ ରାୟ ଦେଇଛନ୍ତି ଯେ ପୋଷ୍ୟ ସନ୍ତାନ ଗ୍ରହଣ କରୁଥିବା…

ଶୀଘ୍ର କରନ୍ତୁ ଏହି କାମ: ଘରୋଇ ଗ୍ୟାସ ଗ୍ରାହକଙ୍କ ପାଇଁ ସରକାରଙ୍କ ଘୋଷଣା, ବାଧ୍ୟତାମୂଳକ ହେଲା…

ନୂଆଦିଲ୍ଲୀ,୧୭।୩: ସରକାର ସମସ୍ତ ଘରୋଇ ଗ୍ୟାସ ଗ୍ରାହକଙ୍କ ପାଇଁ ବାୟୋମେଟ୍ରିକ ଆଧାର ପ୍ରମାଣୀକରଣ ବା eKYCକୁ ବାଧ୍ୟତାମୂଳକ କରିଛନ୍ତି। ସବସିଡି ଲାଭ ସଠିକ ହିତାଧିକାରୀଙ୍କ ପାଖରେ ପହଞ୍ଚିବା…

ପ୍ରେମାନନ୍ଦ ମହାରାଜଙ୍କୁ ଭେଟିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ,୧୭।୩: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମାର୍ଚ୍ଚ ୧୯ ରୁ ୨୧ ପର୍ଯ୍ୟନ୍ତ ତିନି ଦିନିଆ ଉତ୍ତର ପ୍ରଦେଶ ଗସ୍ତରେ ରହିବେ। ଏହି ସମୟ ମଧ୍ୟରେ ସେ ଅଯୋଧ୍ୟା,…

ଇରାନ-ଆମେରିକା ଯୁଦ୍ଧ ମଧ୍ୟରେ କାହିଁକି ଫାଇଟର ଜେଟ ବ୍ୟବହାର କରୁନାହିଁ ଇରାନ? ଜାଣନ୍ତୁ ଏହାର ବଡ଼ କାରଣ

ତେହରାନ୍‌,୧୭।୩: ଏବେବି ଆମେରିକା ଏବଂ ଇସ୍ରାଏଲ ବିରୁଦ୍ଧରେ ଇରାନର ଯୁଦ୍ଧ ଜାରି ରହିଛି, ଯାହା ଏହାର ୧୮ ତମ ଦିନ ପୂରଣ କରୁଛି। ‘ଅପରେଶନ ଏପିକ ଫ୍ୟୁରି’…

ବାଚସ୍ପତିଙ୍କୁ ଚିଠି ଲେଖିଲେ ରାମଚନ୍ଦ୍ର କାଡ଼ାମ, ୩ ବିଧାୟକଙ୍କ ସିଟ୍‌…

ଭୁବନେଶ୍ୱର,୧୭।୩: ବାଚସ୍ପତିଙ୍କୁ ଚିଠି ଲେଖିଲେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ। ସେ ଉକ୍ତ ଚିଠିରେ ଉଲ୍ଲେଖ କରିଛନ୍ତି, କ୍ରସ ଭୋଟିଂ କରିଥିବା ୩ ବିଧାୟକଙ୍କ…

ଚନ୍ଦ୍ରଭାଗା କୂଳରୁ ମିଳିଲା ଡଲଫିନ୍‌ର ମୃତଦେହ: ଡଙ୍ଗା କିମ୍ୱା ଟ୍ରଲର ମାଡ଼ରେ ମୃତ୍ୟୁ ସନ୍ଦେହ

କୋଣାର୍କ,୧୭।୩: ପୁରୀ ଜିଲା ଚନ୍ଦ୍ରଭାଗା ସମୁଦ୍ର କୂଳରୁ ମଙ୍ଗଳବାର ଏକ ଡଲଫିନ୍‌ର ମୃତଦେହ ଉଦ୍ଧାର କରାଯାଇଛି। ଡଙ୍ଗା କିମ୍ୱା ଟ୍ରଲର ମାଡ଼ରେ ଡଲଫିନ୍‌ର ମୃତ୍ୟୁ ଘଟିିଥିବା ସନ୍ଦେହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri