ଏମଜିଏନଆରଇଜିଏସରେ ମେସିନ କରୁଛି କାମ

ଛତ୍ରପୁର,୨୮।୪(ଡିଏନଏ ): ସରକାର ଗ୍ରାମାଞ୍ଚଳର ଗରିବ ଶ୍ରେଣୀର ଖଟିଖିଆ, ଦିନ ମଜୁରିଆ, ପ୍ରବାସୀମାନଙ୍କୁ ରୋଜଗାରକ୍ଷମ କରିବା ପାଇଁ ୧୦୦ ଦିନିଆ କାମ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଯୋଗାଇଥାନ୍ତି। ଏଥିପାଇଁ କୋଟି କୋଟି ରାଜସ୍ବ ଖର୍ଚ୍ଚ ହେଉଛି। କିନ୍ତୁ ଯୋଜନାର ଆଢୁଆଳରେ ଅନେକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି। ମୁନାଫାଖୋର ଠିକାଦାର, ଦଲାଲ, ରାଜନେତା ଓ ସରକାରୀ ବାବୁଙ୍କ ମଧ୍ୟରେ ସଲାସୁତୁରାରେ କୋଟି କୋଟି ଟଙ୍କା ଠୁଳ କରାଯାଉଛି। ସରକାର ଦୁର୍ନୀତିମୁକ୍ତ ଓ ସ୍ବଚ୍ଛତା ଆଣିବା ପାଇଁ ୫ଟି ସରକାରରେ ପଦକ୍ଷେପ ମାନ ଗ୍ରହଣ କରୁଥିଲେ ମଧ୍ୟ ତଳସ୍ତରରେ କାର୍ଯକାରୀ ହୋଇପାରୁନାହିଁ। ଅନେକ ଯୋଜନା ଲୋକଙ୍କ ପାଖରେ ଆଜି ବି ଅପହଞ୍ଚ। ସରକାରୀ ନିର୍ଦ୍ଦେଶନାମା ଆଇନକୁ ଖୋଲାଖୋଲି ଉଲଂଘନ କରାଯାଉଛି। ଛତ୍ରପୁର ବ୍ଲକ ଅନ୍ତର୍ଗତ ମହାନାଦପୁର ଗ୍ରାମରେ ଦେଖିବାକୁ ମିଳିଛି ଏକ ଏଭଳି ଚିତ୍ର। ମହାନାଦପୁର ବିକାଶ ନାଁରେ ଅନେକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ପ୍ରକଳ୍ପ ଅନୁମୋଦନ ପୂର୍ବରୁ ବିନା ସୂଚନା ଫଳକରେ ଅତି ଚତୁରତାର ସହ ମନରେଗା ଯୋଜନାରେ ଜେସିବ ମେସିନ ସାହାଯ୍ୟରେ ମନୋମୁଖୀ କାର୍ଯ୍ୟ କରାଯାଉଛି ଯାହା ସାଧାରଣରେ ଆଶ୍ଚର୍ଯ୍ୟ ଚକିତ କରିଛି। ସୂଚନାଯୋଗ୍ୟ, ଡିଆରଡିଏ ଚିଠି ନମ୍ବର ୫୬୪୪, ତାରିଖ ୨୫/୦୫/୨୦୨୧ ପ୍ରକାରେ ମନରେଗା ଯୋଜନାରେ ଇଟା ଗାଡିଆ ବନ୍ଧ ଖନନ ପାଇଁ ୧୦ଲକ୍ଷ ଟଙ୍କା ମଞ୍ଜୁର ହୋଇଅଛି। କିନ୍ତୁ କ୍ଷୁଦ୍ର ଜଳସେଚନ ବିଭାଗ ଅଧିନରେ ଉକ୍ତ ବନ୍ଧଟିର କାର୍ଯ୍ୟ ଅତି ନିକଟରେ ସରିଛି। କ୍ଷୁଦ୍ର ଜଳସେଚନ ବିଭାଗୀୟ ଯନ୍ତ୍ରୀ ନରସିଂହ ମିଶ୍ରଙ୍କୁ ପଚାରିବାରୁ ଉକ୍ତ ବନ୍ଧରେ କୌଣସି ମାଟି କାମ କିମ୍ବା ଜେସିବି ଖୋଦେଇ ତାଙ୍କ ବିଭାଗ ପକ୍ଷରୁ କରାଯାଇ ନାହିଁ ବୋଲି ସେ କହିଛନ୍ତି। ବର୍ତମାନ ଡିମାଣ୍ଡ ବାହାର କରିବା ପୂର୍ବରୁ ସେଠାରେ ଜେସିବି ମେସିନ ସାହାଯ୍ୟରେ ଦିନ ଦି ପହରରେ ମାଟି ତଡାଯାଉଛିି। ଅତି ଚତୁରତାର ସହ ସରକାରୀ ଟଙ୍କା ହଡ଼ପ କରିବା ପାଇଁ ଚାଲିଛି ଷଡ଼ଯନ୍ତ୍ର। ଏଠି ଜବ୍‌ କାର୍ଡଧାରୀ ଶ୍ରମିକମାନଙ୍କୁ ଉପେକ୍ଷା କରାଯାଇ ପରବର୍ତ୍ତୀ ସମୟରେ ଚଞ୍ଚକତା କରି କାଗଜପତ୍ର ଦର୍ଶାଇ ଲକ୍ଷ ଲକ୍ଷ ଟଙ୍କା ଲେବର ପେମେଣ୍ଟ ଆଳରେ ଚଳୁ କରାଯାଉଛି ବୋଲି ଜଣେ ଜବ କାର୍ଡଧାରୀ ଅଭିଯୋଗ କରିଛନ୍ତି। ଗୋଟିଏ ପ୍ରକଳ୍ପରେ ଅନେକ ଯୋଜନାର ଟଙ୍କା ଖର୍ଚ୍ଚ କରାଯାଇ ମିଥ୍ୟା ବିଲ୍‌ କରାଯାଉଥିବା ନେଇ ମୁଖ୍ୟମନ୍ତ୍ରୀ, ୫ଟି ସଚିବ, ପଞ୍ଚାୟତିରାଜ ବିଭାଗ, ଦୁର୍ନୀତି ନିବାରଣ ବିଭାଗ ଆଦିକୁ ପତ୍ର ମାଧ୍ୟମରେ ଅଭିଯୋଗ କରାଯାଇଛି । ମେସିନ ସାହାଯ୍ୟରେ ଏମଜିଏନଆରଇଜିଏସରେ କାର୍ଯ୍ୟ ହେଉଥିବା ବିଷୟ ନେଇ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀଙ୍କୁ ଫୋନ ଯୋଗେ ପ୍ରତିକ୍ରିୟା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ଯୋଗାଯୋଗ ସମ୍ଭବପର ହୋଇପାରିନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଧୁ ମିଳନ ନାମରେ ବଳ କଷିଲେ ଯୁବ ଗୋଷ୍ଠୀ: ସାମିଲ ହେଲେ ଶହ ଶହ…

ଗଞ୍ଜାମ,୩।୪(ବିଦ୍ୟାଧର ସାହୁ ): ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ମା’ ଏଲେମା ମନ୍ଦିର ପ୍ରାଙ୍ଗଣରେ ଗଞ୍ଜାମ ସହରର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଶୁକ୍ରବାର…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

ରାଜ୍ୟ ସଭାର ଉପନେତା ପଦରୁ ହଟାଯିବା ପରେ କମିଯିବ କି ରାଘବ ଚଢାଙ୍କ ଦରମା? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୩।୪: ରାଜ୍ୟ ସଭାରେ ଉପନେତା ପଦରୁ ରାଘବ ଚଢାଙ୍କୁ ହଟାଇବା ପରେ ରାଜନୈତିକ ବିତର୍କ ଆରମ୍ଭ ହୋଇଛି। ଅଶୋକ ମିତ୍ତଲ ଏବେ ଏହି ଭୂମିକା ଗ୍ରହଣ କରିବେ।…

ସ୍ତ୍ରୀଙ୍କ ସହ ଯାଇଥିଲେ ଶ୍ୱଶୁର ଘର: ଘରେ ବୁଲିଲା କଳାକନା

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ୱୃତ୍ତମାନେ କଳାକନା…

ଶପଥ ନେଲେ ନବନିର୍ବାଚିତ ବାର ଆସୋସିଏଶନ କର୍ମକର୍ତ୍ତା, ଜାଣନ୍ତୁ ସେମାନେ କିଏ…

ଭଞ୍ଜନଗର,୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନର ନବ ନିର୍ବାଚିତ କର୍ମକର୍ତ୍ତାମାନେ ଶୁକ୍ରବାର ଶପଥ ନେଇଛନ୍ତି। ନିର୍ବାଚନ ଅଧିକାରୀ ଲଡ଼ୁ କିଶୋର ଅଳତିଆ ନବନିର୍ବାଚିତ କର୍ମକର୍ତ୍ତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri