ଏମଜିଏନଆରଇଜିଏସରେ ମେସିନ କରୁଛି କାମ

ଛତ୍ରପୁର,୨୮।୪(ଡିଏନଏ ): ସରକାର ଗ୍ରାମାଞ୍ଚଳର ଗରିବ ଶ୍ରେଣୀର ଖଟିଖିଆ, ଦିନ ମଜୁରିଆ, ପ୍ରବାସୀମାନଙ୍କୁ ରୋଜଗାରକ୍ଷମ କରିବା ପାଇଁ ୧୦୦ ଦିନିଆ କାମ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଯୋଗାଇଥାନ୍ତି। ଏଥିପାଇଁ କୋଟି କୋଟି ରାଜସ୍ବ ଖର୍ଚ୍ଚ ହେଉଛି। କିନ୍ତୁ ଯୋଜନାର ଆଢୁଆଳରେ ଅନେକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି। ମୁନାଫାଖୋର ଠିକାଦାର, ଦଲାଲ, ରାଜନେତା ଓ ସରକାରୀ ବାବୁଙ୍କ ମଧ୍ୟରେ ସଲାସୁତୁରାରେ କୋଟି କୋଟି ଟଙ୍କା ଠୁଳ କରାଯାଉଛି। ସରକାର ଦୁର୍ନୀତିମୁକ୍ତ ଓ ସ୍ବଚ୍ଛତା ଆଣିବା ପାଇଁ ୫ଟି ସରକାରରେ ପଦକ୍ଷେପ ମାନ ଗ୍ରହଣ କରୁଥିଲେ ମଧ୍ୟ ତଳସ୍ତରରେ କାର୍ଯକାରୀ ହୋଇପାରୁନାହିଁ। ଅନେକ ଯୋଜନା ଲୋକଙ୍କ ପାଖରେ ଆଜି ବି ଅପହଞ୍ଚ। ସରକାରୀ ନିର୍ଦ୍ଦେଶନାମା ଆଇନକୁ ଖୋଲାଖୋଲି ଉଲଂଘନ କରାଯାଉଛି। ଛତ୍ରପୁର ବ୍ଲକ ଅନ୍ତର୍ଗତ ମହାନାଦପୁର ଗ୍ରାମରେ ଦେଖିବାକୁ ମିଳିଛି ଏକ ଏଭଳି ଚିତ୍ର। ମହାନାଦପୁର ବିକାଶ ନାଁରେ ଅନେକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ପ୍ରକଳ୍ପ ଅନୁମୋଦନ ପୂର୍ବରୁ ବିନା ସୂଚନା ଫଳକରେ ଅତି ଚତୁରତାର ସହ ମନରେଗା ଯୋଜନାରେ ଜେସିବ ମେସିନ ସାହାଯ୍ୟରେ ମନୋମୁଖୀ କାର୍ଯ୍ୟ କରାଯାଉଛି ଯାହା ସାଧାରଣରେ ଆଶ୍ଚର୍ଯ୍ୟ ଚକିତ କରିଛି। ସୂଚନାଯୋଗ୍ୟ, ଡିଆରଡିଏ ଚିଠି ନମ୍ବର ୫୬୪୪, ତାରିଖ ୨୫/୦୫/୨୦୨୧ ପ୍ରକାରେ ମନରେଗା ଯୋଜନାରେ ଇଟା ଗାଡିଆ ବନ୍ଧ ଖନନ ପାଇଁ ୧୦ଲକ୍ଷ ଟଙ୍କା ମଞ୍ଜୁର ହୋଇଅଛି। କିନ୍ତୁ କ୍ଷୁଦ୍ର ଜଳସେଚନ ବିଭାଗ ଅଧିନରେ ଉକ୍ତ ବନ୍ଧଟିର କାର୍ଯ୍ୟ ଅତି ନିକଟରେ ସରିଛି। କ୍ଷୁଦ୍ର ଜଳସେଚନ ବିଭାଗୀୟ ଯନ୍ତ୍ରୀ ନରସିଂହ ମିଶ୍ରଙ୍କୁ ପଚାରିବାରୁ ଉକ୍ତ ବନ୍ଧରେ କୌଣସି ମାଟି କାମ କିମ୍ବା ଜେସିବି ଖୋଦେଇ ତାଙ୍କ ବିଭାଗ ପକ୍ଷରୁ କରାଯାଇ ନାହିଁ ବୋଲି ସେ କହିଛନ୍ତି। ବର୍ତମାନ ଡିମାଣ୍ଡ ବାହାର କରିବା ପୂର୍ବରୁ ସେଠାରେ ଜେସିବି ମେସିନ ସାହାଯ୍ୟରେ ଦିନ ଦି ପହରରେ ମାଟି ତଡାଯାଉଛିି। ଅତି ଚତୁରତାର ସହ ସରକାରୀ ଟଙ୍କା ହଡ଼ପ କରିବା ପାଇଁ ଚାଲିଛି ଷଡ଼ଯନ୍ତ୍ର। ଏଠି ଜବ୍‌ କାର୍ଡଧାରୀ ଶ୍ରମିକମାନଙ୍କୁ ଉପେକ୍ଷା କରାଯାଇ ପରବର୍ତ୍ତୀ ସମୟରେ ଚଞ୍ଚକତା କରି କାଗଜପତ୍ର ଦର୍ଶାଇ ଲକ୍ଷ ଲକ୍ଷ ଟଙ୍କା ଲେବର ପେମେଣ୍ଟ ଆଳରେ ଚଳୁ କରାଯାଉଛି ବୋଲି ଜଣେ ଜବ କାର୍ଡଧାରୀ ଅଭିଯୋଗ କରିଛନ୍ତି। ଗୋଟିଏ ପ୍ରକଳ୍ପରେ ଅନେକ ଯୋଜନାର ଟଙ୍କା ଖର୍ଚ୍ଚ କରାଯାଇ ମିଥ୍ୟା ବିଲ୍‌ କରାଯାଉଥିବା ନେଇ ମୁଖ୍ୟମନ୍ତ୍ରୀ, ୫ଟି ସଚିବ, ପଞ୍ଚାୟତିରାଜ ବିଭାଗ, ଦୁର୍ନୀତି ନିବାରଣ ବିଭାଗ ଆଦିକୁ ପତ୍ର ମାଧ୍ୟମରେ ଅଭିଯୋଗ କରାଯାଇଛି । ମେସିନ ସାହାଯ୍ୟରେ ଏମଜିଏନଆରଇଜିଏସରେ କାର୍ଯ୍ୟ ହେଉଥିବା ବିଷୟ ନେଇ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀଙ୍କୁ ଫୋନ ଯୋଗେ ପ୍ରତିକ୍ରିୟା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ଯୋଗାଯୋଗ ସମ୍ଭବପର ହୋଇପାରିନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ମଣ୍ଡିରୁ ଉଠୁନି ଧାନ: ବଢୁଛି ଚାଷୀ ଅସନ୍ତୋଷ

ନୂଆପଡ଼ା,୧୨ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର ନୂଆପଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri