Posted inଖେଳ

ଏମ୍‌ଜିଏମ୍‌ ଟି୨୦ ଲିଗ୍‌: ଓଡ଼ିଶା ପାନ୍ଥର୍ସ ଚାମ୍ପିୟନ

ଭୁବନେଶ୍ୱର, ୧୪।୧(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ କଟକର ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ଏମ୍‌ଜିଏମ୍‌ ଟି୨୦ କ୍ରିକେଟ ଲିଗ୍‌ରେ ଓଡ଼ିଶା ପାନ୍ଥର୍ସ ଚାମ୍ପିୟନ ହୋଇଛି। ବୁଧବାର ଅନୁଷ୍ଠିତ ଫାଇନାଲରେ ପାନ୍ଥର୍ସ ୬ ଉଇକେଟରେ ଓଡ଼ିଶା ଲାୟନ୍ସକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଲାୟନ୍ସ ୨୦ ଓଭରରେ ୯ ଉଇକେଟ ହରାଇ ୧୧୩ ରନ କରିଥିଲା। ଜବାବରେ ଓଡ଼ିଶା ପାନ୍ଥର୍ସ ୧୯.୧ ଓଭରରେ ୪ ଉଇକେଟ ହରାଇ ୧୧୫ ରନ ସଂଗ୍ରହ କରି ନେଇଥିଲା।
ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଲାୟନ୍ସର ଆରମ୍ଭ ଭଲ ହୋଇ ନ ଥିଲା। ସେମିଫାଇନାଲରେ ଶତକ ହାସଲକାରୀ ସ୍ବସ୍ତିକ ସାମଲ ମାତ୍ର ୪ ରନରେ ଆଉଟ ହେବା ଦଳପାଇଁ ଶକ୍ତ ଧକ୍କା ସଦୃଶ ହୋଇଥିଲା। ଦଳ ୩୬ ରନରେ ୪ ଉଇକେଟ ହରାଇଥିବାବେଳେ  ମିଡିଲ ଅର୍ଡରରେ ନଉତ୍ତମ ଭଞ୍ଜଙ୍କ ୩୮(୩୫ ବଲ, ୪ ଚୌକା, ୧ ଛକା) ରନ ବଳରେ ୧୧୩ ରନ କରିବାକୁ ସକ୍ଷମ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ରାକେଶ ପଟ୍ଟନାୟକ ୧୬ ଓ ଚିନ୍ମୟ ସାହୁ ୧୫* ରନ କରିଥିଲେ। ପ୍ରତିପକ୍ଷ ଦଳର ବସନ୍ତ ମହାନ୍ତି, ଆଲୋକ ସାହୁ ଓ ପ୍ରଦୀପ ପ୍ରଧାନ ୨ଟି ଲେଖାଏ ଏବଂ ଶୁଭମ୍‌ ନାୟକ ଗୋଟିଏ ଉଇକେଟ ନେଇଥିଲେ। ୧୧୪ ରନ ବିଜୟ ଲକ୍ଷ୍ୟନେଇ ପଡ଼ିଆକୁ ଓହ୍ଲାଇଥିବା ପାନ୍ଥର୍ସ ଆରମ୍ଭରେ ସାଂଘାତିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ସ୍କୋର ବୋର୍ଡରେ ରନ ହେବା ପୂର୍ବରୁ ୨ ବ୍ୟାଟ୍ସମ୍ୟାନ ପ୍ୟାଭିଲିୟନ ଫେରି ସାରିଥିଲେ। ୧୯ ରନରେ ଦଳ ୩ୟ ଉଇକେଟ ହରାଇଥିବାବେଳେ ୧୦.୪ ଓଭର ବେଳକୁ ସ୍କୋର ୫୨/୪ ହୋଇଯାଇଥିଲା। ମିଡିଲ ଅର୍ଡରରେ ନିଶିକାନ୍ତ ରାଉତ (୩୧ରନ, ୨୫ ବଲ, ୪ ଚୌକା) ସତର୍କତାର ସହିତ ବ୍ୟାଟିଂ କରି ଇନିଂସ ସମ୍ଭାଳିଥିଲେ। ସେ ଆଉଟ ହେବାପରେ ଫର୍ମରେ ଥିବା ଅଭିଷେକ ଯାଦବ ଓ ଶୁଭମ୍‌ ନାୟକ ଅପରାଜିତ ରହି ୫ ବଲ୍‌ ବାକିଥାଇ ଦଳକୁ ଜିତାଇଥିଲେ। ୪୨ଟି ବଲ୍‌ ଖେଳିଥିବା ଅଭିଷେକ ୬ ଚୌକା ସହାୟତାରେ ୪୦ ଏବଂ ୩୦ ବଲ୍‌ରୁ ୨୯(୨ ଚୌକା, ୧ ଛକା) ରନରେ ଅପରାଜିତ ରହିଥିଲେ ଶୁଭମ୍‌। ଲାୟନ୍ସ ବୋଲରଙ୍କ ମଧ୍ୟରେ ଶିବାଶିଷ ସାହୁ, ଦୀପକ ବେହେରା ଓ ଅଭିଷେକ ଗିରି ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ଆଲୋକ ମଙ୍ଗରାଜ ଚମତ୍କାର ବୋଲିଂ କରି ୪ ଓଭରରେ ମାତ୍ର ୧୪ ରନ ଦେଇଥିଲେ ହେଁ ଉଇକେଟ ପାଇ ନ ଥିଲେ। ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ଶୁଭମ୍‌ ନାୟକ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ। ପ୍ରତିଯୋଗିତାରେ ବ୍ୟାଟ୍ସମ୍ୟାନମାନେ ସମୁଦାୟ ୬୪୩ଟି ଚୌକା ଓ ୧୬୭ଟି ଛକା ମାରିଛନ୍ତି।
କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ମୁଖ୍ୟ ଅତିଥିଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ। ଫୁଟବଲ ଆସୋସିଏଶନ ଅଫ୍‌ ଓଡ଼ିଶା (ଫାଓ)ର ସମ୍ପାଦକ ତଥା ପୂର୍ବତନ ଓସିଏ ଏବଂ ଓଡ଼ିଶା ଅଲିମ୍ପିକ୍‌ ଆସୋସିଏଶନ (ଓଓଏ) ସମ୍ପାଦକ ଆଶୀର୍ବାଦ ବେହେରା ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ। ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି, ସମ୍ପାଦକ ସଞ୍ଜୟ ବେହେରା ଓ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ଏହି ଅବସରରେ ପୂର୍ବତନ ଅନ୍ତର୍ଜାତୀୟ ଖେଳାଳି ତଥା ଆଇପିଏଲ ଗଭର୍ନିଂ କାଉନ୍‌ସିଲ ସଦସ୍ୟ ପ୍ରଜ୍ଞାନ ଓଝାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅମ୍ପାୟର ଅରୁଣ କୁମାର ବାସା, ଦୁର୍ଗାଦତ୍ତ ଦାସ ମ୍ୟାଚ ପରିଚାଳନା କରିଥିବାବେଳେ ବିଭୁ ଶତପଥୀ ତୃତୀୟ ଅମ୍ପାୟର ଥିଲେ। ସି.ଡି. ସୁନୀଲ ଓ ବିଶ୍ୱରଞ୍ଜନ ଦାସ ସ୍କୋରର ଦାୟିତ୍ୱ ନିର୍ବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ଜୁଲାଇରେ ଜିମ୍ବାୱେ ଗସ୍ତ କରିବ ଟିମ୍ ଇଣ୍ଡିଆ, ଟି-୨୦ ସିରିଜରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିବ କି ସୁଯୋଗ ?

ନୂଆଦିଲ୍ଲୀ,୧।୪: ଟିମ୍ ଇଣ୍ଡିଆର ଜିମ୍ବାୱେ ଗସ୍ତର କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଭାରତୀୟ ଦଳର ଏହି ଗସ୍ତ ଜୁଲାଇରେ ହେବାକୁ ଯାଉଛି। ଏହି ଗସ୍ତ ସମୟରେ ତିନି ମ୍ୟାଚ୍…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ପୁଣି ଭାଙ୍ଗିଗଲା ଇଟାଲୀର ଫିଫା ବିଶ୍ୱକପ ସ୍ବପ୍ନ: ଲଗାତାର ତୃତୀୟ ଥର ପାଇଁ ଯୋଗ୍ୟତା ଅର୍ଜନ କରିପାରିଲା ନାହିଁ

ରୋମ,୧।୪: ଚାରିଥର ଫିଫା ବିଶ୍ୱକପ ଚାମ୍ପିଅନ ଇଟାଲୀ ଆଉ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳ ଲଗାତାର ତୃତୀୟ ଥର ପାଇଁ ଫିଫା ବିଶ୍ୱକପ ପାଇଁ…

ଅନ୍ତର୍ଜାତୀୟ ସ୍ତରର ଅପମାନ ପାଇଲା ପାକିସ୍ତାନ, ଭିଡିଓ ହେଉଛି ଭାଇରାଲ

ଇସଲାମାବାଦ,୧।୪: PSL 2026 ରେ, ପାକିସ୍ତାନ ପାଇଁ ଅନ୍ତର୍ଜାତୀୟ ଲଜ୍ଜାର କାରଣ ପାଲଟିଥିବା ଘଟଣାଗୁଡ଼ିକର ଏକ ଶୃଙ୍ଖଳା ସାମ୍ନାକୁ ଆସିଛି। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚରେ, ଜର୍ସିରୁ ରଙ୍ଗ…

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri