ଭାରତକୁ ବଡ଼ ଝଟକା ଦେଲା ମେକ୍ସିକୋ, ୫୦% ଟାରିଫ୍‌ ଲଗାଇବା ପରେ ଏସବୁ ଜିନିଷର ବଢିଯିବ ଦାମ୍‌

ନୂଆଦିଲ୍ଲୀ, ୧୨ା୧୨: ମେକ୍ସିକୋ ସିନେଟ୍‌ରେ ବୁଧବାର ନୂଆ ଟାରିଫ୍‌ ରିଜାଇମ୍‌ ସମ୍ପର୍କିତ ଏକ ବିଲ୍‌ ପାରିତ ହୋଇଛି। ବିଧେୟକ ସପକ୍ଷରେ ୭୬ ଓ ବିରୋଧରେ ୫ ଭୋଟ ପଡ଼ିଥିବାବେଳେ ୩୫ ଜଣ ସିନେଟର ମତଦାନରୁ ବିରତ ରହିଥିଲେ। ଉକ୍ତ ବିଲ୍‌ ଅନୁଯାୟୀ ମେକ୍ସିକୋ ସହ ଯେଉଁ ଦେଶଗୁଡ଼ିକର ଆନୁଷ୍ଠାନିକ ବାଣିଜ୍ୟ ଚୁକ୍ତି ସ୍ବାକ୍ଷରିତ ହୋଇନାହିଁ, ସେହି ଦେଶରୁ ଆମଦାନୀ ହେବାକୁ ଥିବା ୧,୪୦୦ ପ୍ରକାର ସାମଗ୍ରୀ ଉପରେ ୫୦% ଟାରିଫ୍‌ ଲାଗୁ ହେବ। ଏହି ଦେଶଗୁଡ଼ିକ ମଧ୍ୟରେ ଭାରତ, ଚାଇନା, ଦକ୍ଷିଣ କୋରିଆ, ଥାଇଲାଣ୍ଡ ଓ ଇଣ୍ଡୋନେସିଆ ରହିଛନ୍ତି। ପୂର୍ବରୁ ଉକ୍ତ ବିଲ୍‌ ନିମ୍ନ ସଦନରେ ଗୃହୀତ ହୋଇସାରିଥିବାରୁ ସିନେଟ୍‌ର ସଦ୍ୟ ମଞ୍ଜୁରୀ ପରେ ଏହା ଆଇନରେ ପରିଣତ ହେବାରେ ବାଧା ନାହିଁ। ୨୦୨୬ ଜାନୁଆରୀ ପହିଲାରୁ ଲାଗୁ ହେବାକୁ ଥିବା ନୂଆ ଟାରିଫ୍‌ ଆଟୋମୋବାଇଲ୍ସ ଓ ପାଟର୍‌ସ, ଟେକ୍ସଟାଇଲ୍ସ, ଆପାରେଲ, ପ୍ଳାଷ୍ଟିକ୍‌, ମେଟାଲ, ଫୁଟ୍‌ଓ୍ବେର ଭଳି ଶିଳ୍ପ କଞ୍ଚାମାଲ ଓ ଉପଭୋକ୍ତା ସାମଗ୍ରୀ ରପ୍ତାନି କ୍ଷେତ୍ରରେ ବାଧା ଉପୁଜାଇବ। କେତେକ ନିର୍ଦ୍ଦିଷ୍ଟ ସାମଗ୍ରୀ ଉପରେ ୫୦% ପର୍ଯ୍ୟନ୍ତ ଆମଦାନୀ ଶୁଳ୍କ ଲାଗୁ ହେବାକୁ ଥିବାବେଳେ ଅଧିକାଂଶ ସାମଗ୍ରୀର ରପ୍ତାନିକାରୀଙ୍କୁ ୩୫% ଟାରିଫ୍‌ ବୋଝ ସହିବାକୁ ପଡ଼ିବ। ମେକ୍ସିକୋ ରାଷ୍ଟ୍ରପତି କ୍ଲାଉଡିଆ ଶେଇନ୍‌ବଉମ୍‌ଙ୍କ ସରକାର ଯୁକ୍ତି ବାଢ଼ିଛନ୍ତି, ଦେଶରେ ସ୍ଥାନୀୟ ନିଯୁକ୍ତି ଓ ବିନିର୍ମାଣକୁ ସୁରକ୍ଷା ଦେବା ପାଇଁ ଏଭଳି ଉଚ୍ଚ ଟାରିଫ୍‌ର ଆବଶ୍ୟକତା ରହିଛି। ଏହି ଆଡ୍‌ଜଷ୍ଟମେଣ୍ଟ ବୈଶ୍ୱିକ ଯୋଗାଣ ଶୃଙ୍ଖଳରେ ମେକ୍ସକୋର ସାମଗ୍ରୀଗୁଡ଼ିକୁ ଓ ଗୁରୁତ୍ୱପୂର୍ଣ୍ଣ ସେକ୍ଟରରେ ନିଯୁକ୍ତିକୁ ପ୍ରୋତ୍ସାହିତ କରିବ ବୋଲି ସିନେଟ୍‌ ଇକୋନୋମି କମିଟି ଚେୟାରମ୍ୟାନ୍‌ ଇମାନୁଏଲ୍‌ ରେୟେସ୍‌ କହିଛନ୍ତି। ଏହା କେବଳ ରାଜସ୍ବ ବୃଦ୍ଧି ନିମନ୍ତେ ଏକ ପଦକ୍ଷେପ ନୁହେଁ, ବରଂ ମେକ୍ସିକୋ ଜନସାଧାରଣଙ୍କ ସାମୂହିକ କଲ୍ୟାଣ ନିମନ୍ତେ ଏକ ଅର୍ଥନୀତି ଓ ବାଣିଜ୍ୟ ନୀତିକୁ ମାର୍ଗଦର୍ଶନ ପାଇଁ ଉଦ୍ଦିଷ୍ଟ ବୋଲି ସେ ସ୍ପଷ୍ଟ କରିଛନ୍ତି। ବିଶ୍ଳେଷକଙ୍କ ମତରେ ମେକ୍ସିକୋର ଆମେରିକା-ମେକ୍ସିକୋ-କାନାଡା ଏଗ୍ରିମେଣ୍ଟ (ୟୁଏସ୍‌ଏମ୍‌ସିଏ)ର ପରବର୍ତ୍ତୀ ସମୀକ୍ଷା ପୂର୍ବରୁ ଆମେରିକାକୁ ଖୁସି କରିବା ପାଇଁ ମେକ୍ସିକୋ ସରକାର ଟାରିଫ୍‌ ବୃଦ୍ଧି ନିଷ୍ପତ୍ତି ନେଇଛନ୍ତି। ଏହା ଆସନ୍ତା ବର୍ଷ ମେକ୍ସିକୋ ରାଜକୋଷରେ ଅତିରିକ୍ତ ୩.୭୬ ବିଲିୟନ୍‌ ଡଲାର ଯୋଡ଼ିବା ସହ ଦେଶର ବିତ୍ତୀୟ ନିଅଣ୍ଟକୁ ହ୍ରାସ କରିବ ବୋଲି ସେଠାକାର ସରକାର ଆଶାବାଦୀ।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପ୍ରବୋଧନ ତାଲିମ: ୨୯୪ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ…

ଦିଗପହଣ୍ଡି,୩୦ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଓଡିଶା ପାଠ୍ୟକ୍ରମ ଆଧାର ବିଦ୍ୟାଳୟ ଶିକ୍ଷା-୨୦୨୫ ଓ ୨୦୨୦ ଜାତୀୟ ଶିକ୍ଷା…

ବନୀକରଣ ପ୍ରକଳ୍ପରୁ ଲୁହାବାଡ଼ ଚୋରି: ବନ ବିଭାଗ ଜାଲରେ ୪ ଅନ୍ତଃଜିଲା ଚୋର

ଥୁଆମୂଳରାମପୁର,୩୦।୧(ଦୁର୍ଗା କୀର୍ତ୍ତି): ସରକାରୀ ସମ୍ପତ୍ତି ଲୁଟ କରିବା ଚୋରଙ୍କୁ ପଡ଼ଲା ମହଙ୍ଗା । କାଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଗୋପାଳପୁର ପଞ୍ଚାୟତସ୍ଥିତ ପାଟଜୋର ଡଙ୍ଗର ବନୀକରଣ…

Khandagiri Melaରେ ବିବାଦ ତୁଟୁନି: ପୁଣି ଚେତାବନୀ ଦେଲେ ମୀରା 

ଭୁବନେଶ୍ୱର,୩୦।୧: Khandagiri Melaରେ ବିଭିନ୍ନ ଯାତ୍ରା ପାର୍ଟି ଯାତ୍ରା ପରିବେଷଣ କରୁଛନ୍ତି। ଏହାରି ମଧ୍ୟରେ କାହ୍ନାଙ୍କ ପରେ ଯାତ୍ରା ଅଭିନେତା କ୍ଷୀତିଶ ବିଶ୍ବାଳଙ୍କୁ ମୀରା ପରିଡ଼ାଙ୍କ ଚେତାବନୀ।…

ବିଦ୍ୟୁତ୍‌ ନେଲା ୫ ମଇଁଷିଙ୍କ ଜୀବନ: ବିଭାଗୀୟ ଅବହେଳାକୁ ଦାୟୀ କଲେ ଗ୍ରାମବାସୀ

ଖଜୁରିପଡ଼ା,୩୦ା୧(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ବ୍ଲକ୍‌ ଅଧୀନ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା…

ବହୁ ଚର୍ଚ୍ଚିତ କ୍ଷୀର ବ୍ୟବସାୟୀ ହତ୍ୟା ମାମଲାର ରାୟ ପ୍ରକାଶ: ୫ ଅଭିଯୁକ୍ତଙ୍କୁ ଆଜୀବନ ଜେଲ

ବ୍ରହ୍ମପୁର,୩୦ା୧(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଗୋଷାଣିନୂଆଗାଁ ଥାନା ଅନ୍ତର୍ଗତ ହିଲପାଟଣାରେ କ୍ଷୀର ବ୍ୟବସାୟୀ ଲମ୍ବୋଦର ମୁନି ହତ୍ୟା ମାମଲାର ରାୟ ଶୁକ୍ରବାର ପ୍ରକାଶ ପାଇଛି। ବ୍ରହ୍ମପୁର ଅତିରିକ୍ତ…

ୱାର୍ଡସଭ୍ୟଙ୍କୁ ଦୁର୍ବ୍ୟବହାର: କର୍ମଚାରୀ କଲେ ଆନ୍ଦୋଳନ

ଖଡ଼ିଆଳ, ୩୦ା୧ (ସୁଜିତ କୁମାର ପ୍ରଧାନ)- ନୂଆପଡ଼ା ଜିଲା ଖଡିଆଳ ଏନ୍‌ଏସିର ଜଣେ ୱାର୍ଡସଭ୍ୟ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରି ଶୁକ୍ରବାର କର୍ମଚାରୀମାନେ କଲମ ଛାଡ ଆନ୍ଦୋଳନ…

ଭୁଲ୍‌ ଇଲେକ୍ଟ୍ରି ବିଲ୍‌ ଆସୁଛି କି? ଜାଣନ୍ତୁ କେଉଁଠି କରିବେ ଅଭିଯୋଗ, ଶିଖନ୍ତୁ ଏହି ସହଜ ଉପାୟ…

ପ୍ରତ୍ୟେକ ପରିବାର ପାଇଁ ପ୍ରତି ମାସରେ ପ୍ରାପ୍ତ ହେଉଥିବା ଇଲେକ୍ଟ୍ରି ବିଲ୍‌ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ। ଏଥିରେ ମାସିକ ଇଲେକ୍ଟ୍ରି ବ୍ୟବହାର ଏବଂ ବିଲ୍‌ ବିଷୟରେ ବିବରଣୀ…

ଗୋଲାପଙ୍କୁ ପୋଡ଼ି ମାରିବାକୁ ଉଦ୍ୟମ କରିଥିଲେ ଶ୍ୱଶୁର ଘର ଲୋକେ: ପୋଲିସ ନେଲା…

ଆନନ୍ଦପୁର, ୩୦।୧(ସୁଶାନ୍ତ କୁମାର ସାହୁ): ବୋହୂଙ୍କୁ ଘର ଭିତରେ କବାଟ ଦେଇ ପୋଡି ମାରିଦେବାକୁ ଉଦ୍ୟମ କଲେ ଶ୍ୱଶୁର ଘର ଲୋକେ। ଏଭଳି ଏକ ସମ୍ବେଦନଶୀଳ ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri