Mettle Meet 2025: ଫାଇନାଲ୍‌ରେ ହେବ କଡ଼ା ଟକ୍କର

ଭୁବନେଶ୍ୱର,୯।୮: ଦୈନିକ ଇଂଲିଶ ଖବରକାଗଜ ‘ଓଡ଼ିଶା ପୋଷ୍ଟ’ ପକ୍ଷରୁ ଶନିବାର ରାଜ୍ୟସ୍ତରୀୟ କୁଇଜ୍‌ ପ୍ରତିଯୋଗିତାର ସପ୍ତମ ସଂସ୍କରଣ ‘ମେଟେଲ୍‌ ମିଟ୍‌-୨୦୨୫’ ଆରମ୍ଭ ହୋଇଛି। ସ୍ବସ୍ତି ପ୍ରିମିୟମ୍‌ ହୋଟେଲ୍‌ଠାରେ ଆୟୋଜିତ କୁଇଜ୍‌ର ଏହି ମହାକୁମ୍ଭରେ ପ୍ରିଲିମ୍ସ ରାଉଣ୍ଡ୍‌ରେ ଜୁନିୟର ବର୍ଗରେ ୩୯ଟି ଟିମ୍‌ ଓ ସିନିୟର ବର୍ଗରେ ୪୨ଟି ଟିମ୍‌ ଭାଗ ନେଇଥିଲେ। ସେଥି ମଧ୍ୟରୁ ଗ୍ରାଣ୍ଡ୍‌ ଫାଇନାଲ୍ସ ପାଇଁ ୮ଟି ଜୁନିୟର ଟିମ୍‌ ଏବଂ ୮ଟି ସିନିୟର ଟିମ୍‌ ମନୋନୀତ ହୋଇଛନ୍ତି। ରବିବାର ସେମାନଙ୍କ ମଧ୍ୟରେ କଡ଼ା ଟକ୍କର ହେବା ସହିତ ବିଜେତା ଚୟନ କରାଯିବ।

କୁଇଜ୍‌ର ଏହି ମହାକୁମ୍ଭକୁ ଲୋକପ୍ରିୟ କୁଇଜ୍‌ ମାଷ୍ଟର ଅଜୟ ପୁନିଆ ହୋଷ୍ଟ କରିଥିଲେ। ସେହିପରି କାର୍ଯ୍ୟକ୍ରମକୁ ମାନସୀ ମିଶ୍ର ସଂଯୋଜନା କରିଥିଲେ। ମେଟେଲ୍‌ ମିଟ୍‌ ଜୁନିଅର ବର୍ଗରେ ପୁରୀ, କଟକ, ଭୁବନେଶ୍ୱର, ଢେଙ୍କାନାଳ, ସମ୍ବଲପୁର, ରାଉରକେଲା ଓ ଅନୁଗୋଳ ଆଦି ଜିଲାର ଶିକ୍ଷାନୁଷ୍ଠାନରୁ ଛାତ୍ରୀଛାତ୍ର ଭାଗ ନେଇଥିଲେ। ସେହିପରି ସିନିୟର ଗ୍ରୁପ୍‌ରେ ଭୁବନେଶ୍ୱର, ରାୟଗଡ଼ା, ପୁରୀ, କଟକ, ରାଉରକେଲା, ବ୍ରହ୍ମପୁର, ସମ୍ବଲପୁର, ବୁର୍ଲା ସମେତ ଖଡଗପୁର, ରାୟପୁର, ଝାଡ଼ଖଣ୍ଡ, କୋଲକାତା ଆଦି ରାଜ୍ୟ ବାହାରର ଶିକ୍ଷାନୁଷ୍ଠାନରୁ ଛାତ୍ରୀଛାତ୍ର ଭାଗ ନେଇଥିଲେ। ପ୍ରଥମ ଦିନରେ ଏମାନଙ୍କୁ ନେଇ ପ୍ରିଲିମ୍ସ ରାଉଣ୍ଡ୍‌ ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରଥମେ ଜୁନିୟର ଏବଂ ପରେ ସିନିୟର ବର୍ଗର ପିଲାଙ୍କୁ ନେଇ ପ୍ରତିଯୋଗିତା ହୋଇଥିଲା। ପ୍ରତିଯୋଗୀମାନଙ୍କୁ ମୋଟ୍‌ ୩୫ଟି ଲେଖାଏ ପ୍ରଶ୍ନର ସାମ୍ନା କରିବାକୁ ପଡିଥିଲା। ଏଥିରେ ସାଧାରଣଜ୍ଞାନ ସହିତ ଅଡିଓ ଭିଜୁଆଲ୍‌ ପ୍ରଶ୍ନ ରହିଥିଲା।

ଜୁନିୟର ଫାଇନାଲିଷ୍ଟ
-କିଟ୍‌ ଇଣ୍ଟରନ୍ୟାଶନାଲ ସ୍କୁଲ, ଭୁବନେଶ୍ୱର
-ସେଣ୍ଟ ପଲ୍ସ ସ୍କୁଲ, ରାଉରକେଲା
-ଲୟୋଲା ସ୍କୁଲ, ଭୁବନେଶ୍ୱର,
-ଡିଏଭି ପବ୍ଲିକ ସ୍କୁଲ, ସିଡିଏ, କଟକ
– ସାଇ ଇଣ୍ଟରନ୍ୟାଶନାଲ ସ୍କୁଲ, ଭୁବନେଶ୍ୱର
– ଡିଏଭି ପବ୍ଲିକ ସ୍କୁଲ, କଳିଙ୍ଗନଗର
-ଭୁବନେଶ୍ୱର ମଡେଲ ପବ୍ଲିକ୍‌ ସ୍କୁଲ, ଭୁବନେଶ୍ୱର
-ଡିଏଭି ପବ୍ଲିକ ସ୍କୁଲ, ୟୁନିଟ-୮, ଭୁବନେଶ୍ୱର

ସିନିୟର ଫାଇନାଲିଷ୍ଟ
-ଆଇଆଇଏମ, କୋଲକାତା
-ଏମ୍ସ, ଭୁବନେଶ୍ୱର
-ଆଇଆଇଟି, ଖଡଗପୁର
-କିଟ୍‌ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର
-ନାଇଜର, ଜଟଣୀ, ଖୋର୍ଦ୍ଧା
-ଏକ୍ସଏଲଆରଆଇ, ଜାମସେଦପୁର, ଝାଡଖଣ୍ଡ
-ନ୍ୟାଶନାଲ ଲ’ ୟୁନିର୍ଭରସିଟି, କଟକ
-ଭିମ୍‌ସାର, ବୁର୍ଲା, ସମ୍ବଲପୁର

 


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ସାମାଜିକ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ: ସୁନା ଚେନ ଓ ଟଙ୍କା ଲୁଟିନେଲେ, ଗାଁରେ ଚାପା ଉତ୍ତେଜନା

ଦିଗପହଣ୍ଡି,୧୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବଟିକରପଡ଼ା ଗ୍ରାମରେ ଜଣେ ସାମାଜିକ କର୍ମୀଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।…

କର୍ମୀଙ୍କ ବିଶ୍ୱାସରେ ବିଷ ଦେଲେ ବିଧାୟକ, କ୍ରସ ଭୋଟିଂକୁ ନିନ୍ଦା, ରମେଶଙ୍କ ସହ ୩ଜଣଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

ଭଞ୍ଜନଗର,୧୭।୩ (ବାବୁଲା ପ୍ରଧାନ): ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂକୁ ନେଇ ଓଡ଼ିଶା ରାଜନୀତିରେ ବଡ଼ ଧରଣର ଚର୍ଚ୍ଚା ଲାଗି ରହିଛି। କଂଗ୍ରେସ ଓ ବିଜେଡିର ୧୧…

‘ମୋର ବିଜୟ କି ଲାଭ ଯଦି ଲଦାଖ ହାରିଯାଏ?’ ଜେଲରୁ ମୁକୁଳିବା ପରେ ମୁହଁ ଖୋଲିଲେ ସୋନମ ୱାଙ୍ଗଚୁକ

ୱାଶିଂଟନ,୧୭।୩: ପ୍ରାୟ ୧୭୦ ଦିନ କାରାଗାରରେ ବିତାଇବା ପରେ ଶନିବାର ଜେଲରୁ ମୁକୁଳିଛନ୍ତି ଲଦାଖର ବିଶିଷ୍ଟ ଶିକ୍ଷାବିତ୍ ତଥା ପରିବେଶ କର୍ମୀ ସୋନମ ୱାଙ୍ଗଚୁକ। କେନ୍ଦ୍ର ସରକାର…

ହରମୁଜରେ ଫସିଲା ପାକିସ୍ତାନର ତେଲ ଜାହାଜ, ଇରାନ କଲା ବଡ଼ ଘୋଷଣା

ତେହରାନ,୧୭।୩: ଇରାନ ପାକିସ୍ତାନର ବାଣିଜି୍ୟକ ତୈଳ ଟ୍ୟାଙ୍କରକୁ ହରମୁଜ ମଧ୍ୟରେ ଏହାର କ୍ଷେତ୍ରୀୟ ଜଳସୀମା ଦେଇ ଯିବା ପାଇଁ ଅନୁମତି ପ୍ରଦାନ କରିଛି। ପାକିସ୍ତାନ ନ୍ୟାସନାଲ ସିପିଂ…

ଇସ୍ରାଏଲ ଚାପରେ ଇରାନ ସହ ଯୁଦ୍ଧ ଆରମ୍ଭ କରିଛି ଆମେରିକା: ଇସ୍ତଫା ଦେଲେ ଟ୍ରମ୍ପଙ୍କ…

ୱାଶିଂଟନ,୧୭।୩: ଆମେରିକା ପ୍ରଶାସନରେ ଏକ ବଡ଼ ଧରଣର ବିଭ୍ରାଟ ଦେଖାଦେଇଛି। ଇରାନ ସହ ଚାଲିଥିବା ଯୁଦ୍ଧକୁ ବିରୋଧ କରି ଡୋନାଲ୍ଡ ଟ୍ରମ୍ପଙ୍କ ନ୍ୟାସନାଲ କାଉଣ୍ଟର ଟେରରିଜମ ସେଣ୍ଟର…

୧୧ଟି ଜିଲାରେ ୨୩ଟି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ; ସୃଷ୍ଟି ହେବ ୧୦ ହଜାରରୁ ଅଧିକ ନିଯୁକ୍ତି

ଭୁବନେଶ୍ୱର,୧୭।୩: ରାଜ୍ୟରେ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ମଙ୍ଗଳବାର ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ…

ଯୁଦ୍ଧ ଭିତରେ ଟ୍ରମ୍ପଙ୍କୁ ଜୋରଦାର ଝଟ୍‌କା, ବଡ଼ ଘୋଷଣା କରି ବିଶ୍ୱରେ ପକାଇଲେ ଚହଳ

ଓ଼୍ବାଶିଂଟନ,୧୭।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଡୋନାଲ୍ଡ ଟ୍ରମ୍ପ ପ୍ରଶାସନକୁ ଏକ ବଡ଼ ଝଟକା ଲାଗିଛି। ଆମେରିକାର ଜାତୀୟ ଆତଙ୍କବାଦ ବିରୋଧୀ କେନ୍ଦ୍ରର ନିର୍ଦ୍ଦେଶକ ଜୋ…

ଭେଲିଡେସନ ଆକ୍ଟକୁ ବିରୋଧ, ମାର୍ଚ୍ଚ ୨୫କୁ କଳା ଦିବସ ଭାବେ ପାଳିବେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର

ଭଞ୍ଜନଗର,୧୭ା୩(ବାବୁଲା ପ୍ରଧାନ): ଭଞ୍ଜନଗର ଓଡିଶା ସେବା ନିବୃତ୍ତ କର୍ମଚାରୀ ଓ ଶିକ୍ଷକ ବିକାଶ ମଞ୍ଚ ଆନୁକୂଲ୍ୟରେ ଭଞ୍ଜନଗରଠାରେ ସଂଘ ସଭାପତି ବିଭୂତି ଭୂଷଣ ଜେନାଙ୍କ ଅଧ୍ୟକ୍ଷତାରେ ସୋମବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri