ମିଥେନ୍‌ ଚିନ୍ତା

ପୃଥିବୀର ଉତ୍ତର ଗୋଲାର୍ଦ୍ଧରେ ଗ୍ରୀଷ୍ମ ଶେଷ ହେବାକୁ ଯାଉଛି। ଏହି ସମୟରେ ଏଠାରେ ଅତ୍ୟଧିକ ତାପମାତ୍ରା ବୃଦ୍ଧି ରେକର୍ଡ କରାଯାଇଛି। ୨୦୨୩କୁ ଟପି ୨୦୨୪ ସବୁଠୁ ଉତ୍ତପ୍ତ ବର୍ଷ ହେବ ବୋଲି ପ୍ରାୟ ୯୫ ପ୍ରତିଶତ ସମ୍ଭାବନା ରହିଛି। ୨୦୨୩ରେ ଆମେରିକା ୨୮ଟି ଜଳବାୟୁଜିନତ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ପ୍ରତ୍ୟେକଟିରେ ଅତିକମ୍‌ରେ ୧ ବିଲିୟନ ଡଲାର ମୂଲ୍ୟର ସମ୍ପତ୍ତି କ୍ଷତି ଘଟିଥିଲାବେଳେ ଚାଇନା ମଧ୍ୟ ଅତ୍ୟଧିକ ତାପମାତ୍ରା ଏବଂ ବିନାଶକାରୀ ବନ୍ୟାକୁ ସାମ୍ନା କରିଥିଲା। ଏପରି କି ବେଜିଂରେ ଏକ ଝଡ଼ ଯୋଗୁ ୧,୨୦,୦୦୦ ଲୋକ ସ୍ଥାନାନ୍ତର ହୋଇଥିଲେ।
ଏହା ସ୍ପଷ୍ଟ ଯେ, ଆକଳନଠାରୁ ଅଧିକ ଗତିରେ ତାପମାତ୍ରା ବୃଦ୍ଧିପାଉଛି। ଏଭଳି ବୃଦ୍ଧିକୁ ରୋକିବା ଲାଗି ଜରୁରୀ ପଦକ୍ଷେପ ନିଆଯିବା ଆବଶ୍ୟକ। ବିଶ୍ୱର ମହାଶକ୍ତି ଆମେରିକା ଓ ଚାଇନା ଏଭଳି ସ୍ଥିତିରେ ପରିବର୍ତ୍ତନ ଆଣିବା ଲାଗି ଏକାଠି କାମ କରିପାରିବେ। ନିକଟରେ ସେମାନେ ଗ୍ରୀନ୍‌ ହାଉସ ଗ୍ୟାସ୍‌ ( ଜିଏଚ୍‌ଜି) ବା ସବୁଜ ଗୃହ ବାଷ୍ପ ନିର୍ଗମନ ହ୍ରାସ କରିବା ପାଇଁ ରହିଥିବା ସୁଯୋଗଗୁଡ଼ିକ ସମ୍ପର୍କରେ ଆଲୋଚନା କରିବାକୁ ଏକ ଉଚ୍ଚସ୍ତରୀୟ ବୈଠକ ଆୟୋଜନ କରିଥିଲେ। ୨୦୨୪ ଜାତିସଂଘ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ (କୋପ୍‌୨୯) ପୂର୍ବରୁ ହୋଇଥିବା ଏହି ଆଲୋଚନା ୨୦୨୫ରେ ଜାରି ରହିବ। ସେଥିପାଇଁ ସେମାନେ ଏବକାର ଜଳବାୟୁ ସଙ୍କଟର ମୁକାବିଲା ଉପରେ ଗୁରୁତ୍ୱ ଦେବା ଉଚିତ। ଜଳବାୟୁ ସଙ୍କଟର ସମାଧାନ କରିବା ପାଇଁ ସୁପର ପଲ୍ୟୁଟାଣ୍ଟସ୍‌ ବା ଅତ୍ୟଧିକ ପ୍ରଦୂଷଣକାରୀ ଗ୍ୟାସ ନିର୍ଗମନ ହ୍ରାସ କରିବାକୁ ହେବ। ଏଥିପାଇଁ ପଦକ୍ଷେପ ଆବଶ୍ୟକ। ଉଲ୍ଲେଖନୀୟ ଯେ, ଯେଉଁ ପରିମାଣରେ ଜଳବାୟୁ ପରିବର୍ତ୍ତନ ଘଟିଛି ତାହାର ଅଧାରୁ ଅଧିକ ସୁପର ପଲ୍ୟୁଟାଣ୍ଟ ଯୋଗୁ ହୋଇଛି।
ସୁପର ପଲ୍ୟୁଟାଣ୍ଟଗୁଡ଼ିକ ହେଉଛନ୍ତି ମିଥେନ୍‌, ନାଇଟ୍ରୋଜେନ ଡାଇଅକ୍ସାଇଡ୍‌, ଟ୍ରୋପୋସ୍ଫୋରିକ ଓଜୋନ ଏବଂ ହାଇଡ୍ରୋଫ୍ଲୋରୋ କାର୍ବନ। ଏଗୁଡ଼ିକ ପୃଥିବୀର ଉତ୍ତାପ ବୃଦ୍ଧି କରିଥାନ୍ତି। ଏପରି କି ଏକଟନ୍‌ ପରିମାଣକୁ ହିସାବକୁ ନେଲେ କାର୍ବନ ଡାଇଅକ୍ସାଇଡ୍‌ ତୁଳନାରେ ଏସବୁ ଦଶ କି ଶହେ ନୁହେଁ, ଅନେକ ହଜାର ଗୁଣ ଶକ୍ତିଶାଳୀ। ଉଦାହରଣ ସ୍ବରୂପ ମିଥେନ୍‌ ହେଉଛି ଏକ ସବୁଜଗୃହ ବାଷ୍ପ ଏବଂ ଏହା କାର୍ବନ ଡାଇଅକ୍ସାଇଡ୍‌ ତୁଳନାରେ ପାଖାପାଖି ୮୦ ଗୁଣ ଶକ୍ତିଶାଳୀ ଭାବେ ଉଭା ହୋଇଛି। ଏହା ଯୋଗୁ ଓଜୋନ କୁଡୁଡ଼ି ସୃଷ୍ଟି ହେଉଛି। ତେବେ ମିଥେନ ବାୟୁମଣ୍ଡଳରେ ପାଖାପାଖି ଏକ ଦଶନ୍ଧି ପର୍ଯ୍ୟନ୍ତ ରହୁଥିବାବେଳେ କାର୍ବନ ଡାଇଅକ୍ସାଇଡ୍‌ ଅନେକ ଶତାବ୍ଦୀ ରହିଥାଏ। ଏଥିରୁ ବୁଝାପଡ଼ୁଛି ମିଥେନ୍‌ ନିର୍ଗମନକୁ ବାୟୁମଣ୍ଡଳରୁ ଶୀଘ୍ର ହ୍ରାସ କରାଯାଇପାରିବ । ଜଳବାୟୁ ପରିବର୍ତ୍ତନର ମୁକାବିଲା କରି ବାୟୁ ମାନରେ ଉନ୍ନତି ଆଣିବା ପାଇଁ ଏହା ସବୁଠୁ ପ୍ରଭାବୀ ଉପାୟ। ବିଶେଷକରି ଗୋ-ଫାର୍ମ, ତୈଳ ଏବଂ ଗ୍ୟାସ୍‌ ଭିତ୍ତିଭୂମି, ବର୍ଜ୍ୟ ଠୁଳ ହେଉଥିବା ସ୍ଥାନ ଏବଂ ଅନ୍ୟ ପ୍ରଦୂଷଣ ଉତ୍ସଗୁଡ଼ିକ ନିକଟରେ ରହୁଥିବା କିମ୍ବା କାମ କରୁଥିବା ଲୋକଙ୍କ ପାଇଁ ସ୍ବଚ୍ଛବାୟୁ ଗୁରୁତ୍ୱପୂର୍ଣ୍ଣ। ବାୟୁମଣ୍ଡଳରେ ମିଥେନ୍‌ ଗ୍ୟାସ ସ୍ତର କମିଲେ ମୃତ୍ୟୁହାର ଏବଂ ଶ୍ୱାସ ରୋଗ କମିବା ସହ ବନାଗ୍ନି, ବନ୍ୟା, ସାମୁଦ୍ରିକ ଝଡ଼ ଓ ଅନ୍ୟ ଚରମ ଜଳବାୟୁ ଘଟଣାଗୁଡ଼ିକର ଗମ୍ଭୀରତା ହ୍ରାସ ପାଇବ।
ମିଥେନ୍‌ ଗ୍ୟାସ୍‌ ନିର୍ଗମନ ୪୫ ପ୍ରତିଶତରୁ ଅଧିକ ହ୍ରାସ କରିବା ପାଇଁ ବିଭିନ୍ନ ଉପାୟ ଅଛି ଏବଂ ଏହା ହେଲେ ୨୦୪୦ ସୁଦ୍ଧା ତାପମାତ୍ରା ୦.୩ ପ୍ରତିଶତ କମାଯାଇ ପାରିବ। ଏହା ଶକ୍ତି ଓ ଖାଦ୍ୟ ସୁରକ୍ଷା ନିରାପତ୍ତା ବଢ଼ାଇ ଏକ ସୁସ୍ଥ ପୃଥିବୀ ନିଶ୍ଚିତ କରିବ। ମିଥେନ୍‌ ନିର୍ଗମନର ମୁକାବିଲା କରିବାକୁ ସରକାର ନେଉଥିବା ପଦକ୍ଷେପ ପାଇଁ ବ୍ୟାପକ ସାମୂହିକ ସମର୍ଥନ ଆବଶ୍ୟକ। ଏହା ସହ ଅଣକାର୍ବନ ସବୁଜ ଗୃହ ବାଷ୍ପଗୁଡ଼ିକର ନିର୍ଗମନ କମାଇବା ସକାଶେ ବୈଶ୍ୱିକ ସଚେତନତା ଦରକାର। ୨୦୩୦ ସୁଦ୍ଧା ମିଥେନ୍‌ ଗ୍ୟାସ୍‌ ନିର୍ଗମନ ୩୦ ପ୍ରତିଶତ ହ୍ରାସ କରିବା ପାଇଁ ଏଯାବତ୍‌ ୧୫୮ଟି ଦେଶ ବୈଶ୍ୱିକ ମିଥେନ୍‌ ଚୁକ୍ତିରେ ସ୍ବାକ୍ଷର କରିଛନ୍ତି। ଗତ ବର୍ଷ ଦୁବାଇରେ ଅନୁଷ୍ଠିତ କପ୍‌ ୨୮ ସମ୍ମିଳନୀରେ ଦେଶଗୁଡ଼ିକ ୨୦୩୫ ନିର୍ଗମନ ହ୍ରାସ ଟାର୍ଗେଟ ବା ଲକ୍ଷ୍ୟ ଉନ୍ନତି ଆଣିବାକୁ ସହମତ ହୋଇଥିଲେ, ଯାହା ନ୍ୟାଶନାଲ ଡିଟରମାଇଣ୍ଡ କଣ୍ଟ୍ରିବ୍ୟୁଶନ୍‌ସ (ଏନ୍‌ଡିସିଏସ୍‌) ଭାବେ ଜଣାଶୁଣା। ଏହା ଅନ୍ୟସବୁ ସବୁଜ ଗୃହ ବାଷ୍ପ ନିର୍ଗମନ ହ୍ରାସ ଉପରେ ଗୁରୁତ୍ୱ ଦିଏ ଏବଂ ବିଶ୍ୱତାପନକୁ ୧.୫ ଡିଗ୍ରୀ ସେଲ୍‌ସିୟସ ମଧ୍ୟରେ ସୀମିତ ରଖିବା ଲକ୍ଷ୍ୟକୁ ସମର୍ଥନ କରେ।
ଫେବୃଆରୀ ୨୦୨୫ରେ ଏନ୍‌ଡିସିଏସ୍‌ର ନବୀକରଣ ହେବାର ଅଛି। ତେବେ କାର୍ବନ ଡାଇଅକ୍ସାଇଡ୍‌କୁ ଛାଡ଼ି ଅନ୍ୟ ସବୁ ଜିଏଚ୍‌ଜି ହ୍ରାସ ଉପରେ ଅଧିକ ଗୁରୁତ୍ୱ ଦେବା ଲାଭଦାୟକ ହୋଇପାରେ। ଏବକାର ଏନ୍‌ଡିସିଏସ୍‌ ଅଧିକ କାର୍ବନ ଡାଇଅକ୍ସାଇଡ୍‌ ହ୍ରାସ କରିବାକୁ ଲକ୍ଷ୍ୟ ରଖିଛି। ସେସବୁରେ ସୁପର ପଲ୍ୟୁଟାଣ୍ଟଗୁଡ଼ିକୁ ହ୍ରାସ କରିବା ଲାଗି ସ୍ପଷ୍ଟ ଲକ୍ଷ୍ୟ ନାହିଁ। ମନେରଖିବା ଉଚିତ ଯେ, ଜଳବାୟୁ ପରିବର୍ତ୍ତନ ମୁକାବିଲାରେ ଏହି ପଦକ୍ଷେପ ସମ୍ପୂର୍ଣ୍ଣ ସକ୍ଷମ ନୁହେଁ ଏବଂ ଏହି କାରଣରୁ ସଫଳ ଜଳବାୟୁ ବିରୋଧୀ ଲଢ଼େଇ ପାଇଁ ସେମାନେ ଅଧିକ ଆଶାବାଦୀ ହେବା ଦରକାର। ମିଥେନ ଏବଂ ଅନ୍ୟ ସୁପର ପଲ୍ୟୁଟାଣ୍ଟଗୁଡ଼ିକୁ ହ୍ରାସ କରିବା ନିମନ୍ତେ ଧାର୍ଯ୍ୟ ୨୦୩୫ ଟାର୍ଗେଟ ମଧ୍ୟ ୨୦୫୦ ସୁଦ୍ଧା ଶୂନ୍ୟ ଜିଏଚ୍‌ଜି ନିର୍ଗମନ ସ୍ତର ହାସଲ କରିବା ପାଇଁ ଦରକାର।
ବାସ୍ତବରେ ମିଥେନ୍‌କୁ ଠାବ ବା ଚିହ୍ନଟ କରିବା କଷ୍ଟକର। ଏହାକୁ ମଧ୍ୟ ଏନ୍‌ଡିସିଏସ୍‌ରେ ସ୍ବତନ୍ତ୍ର ଟାର୍ଗେଟରେ ସାମିଲ କରିବା କଠିନ। କିନ୍ତୁ ବର୍ତ୍ତମାନ ଜଟିଳ ପାଣ୍ଠି ଯୋଗାଣ ଓ ଟେକ୍‌ନୋଲୋଜି ମଧ୍ୟରେ ଥିବା ପ୍ରଭେଦ ଦୂର କରାଯିବା ପରେ ମିଥେନ୍‌କୁ ଠାବ କରୁଥିବା ସାଟେଲାଇଟ୍‌ଗୁଡ଼ିକ ଡେଟା ସଂଗ୍ରହରେ ଉନ୍ନତି ଆଣୁଛନ୍ତି। ପୂର୍ବ ଏନ୍‌ଡିସଗୁଡ଼ିକୁ ନବୀକରଣ ପରେ ସାଟେଲାଇଟ ପ୍ରୋଗ୍ରାମଗୁଡ଼ିକ ଯଥା ମିଥେନ୍‌ ସାଟ୍‌, କାର୍ବନ ମ୍ୟାପର ଏବଂ ଓ୍ବେଷ୍ଟ ମ୍ୟାପ ଆରମ୍ଭ ହୋଇଥିଲା। ଏହି ପ୍ରୋଗ୍ରାମଗୁଡ଼ିକ ସ୍ଥାନୀୟ ଅଧିକାରୀଙ୍କୁ ମିଥେନ୍‌ ନିର୍ଗମନ ଉତ୍ସକୁ ଠାବ କରି ସମାଧାନ କରିବାରେ ସାହାଯ୍ୟ କରିଛି। ଏହି ବିକାଶକୁ ଦେଖିଲେ, ମିଥେନ୍‌ ହ୍ରାସ ଲକ୍ଷ୍ୟ ରଖି ନ ଥିବା ଏନ୍‌ଡିସିଗୁଡ଼ିକ ଉପରେ ନିଷ୍ପତ୍ତି ନେବା କେବେ ବି କ୍ଷମଣୀୟ ନୁହେଁ।
ଚାଇନା ଏବଂ ଆମେରିକା ଗତବର୍ଷର ସନିଲାଣ୍ଡ ଘୋଷଣାପତ୍ରରେ କରିଥିବା ଜଳବାୟୁ ପ୍ରତିବଦ୍ଧତାରେ ବିସ୍ତାର ତଥା ଉନ୍ନତି ଆଣିିପାରିବେ। ସେମାନଙ୍କ ନବୀକରଣ ଏନ୍‌ଡିସିଏସ୍‌ରେ ସେମାନେ ଅତ୍ୟଧିକ ପ୍ରଦୂଷଣକାରୀ ଗ୍ୟାସ୍‌ଗୁଡ଼ିକର ନିର୍ଗମନ ହ୍ରାସର ଲକ୍ଷ୍ୟ ସାମିଲ କରି ଏହା କରିପାରିବେ। ଚାଇନା ସରକାର ଏହା କରିବା ଲାଗି ଆଗ୍ରହ ପ୍ରକାଶ କରିସାରିଥିବା ବେଳେ ଆମେରିକା ନିର୍ଗମନ ହ୍ରାସ ନୂତନତ୍ୱ ଉପରେ ଗବେଷଣାରେ ସହଯୋଗ ଏବଂ ମହତ୍ତ୍ୱାକାଂକ୍ଷୀ ଜଳବାୟୁ ନୀତି କାର୍ଯ୍ୟକରିବା ପାଇଁ ଇଚ୍ଛା ପ୍ରକାଶ କରିଛି। ଅତ୍ୟଧିକ ପ୍ରଦୂଷଣକାରୀ ଗ୍ୟାସ୍‌ଗୁଡ଼ିକୁ ହ୍ରାସ କରିବା ଲାଗି ବିଶ୍ୱର ସବୁ ଦେଶ ଏକାଠି କାମ କରିବା ଦରକାର। ସେମାନେ ଏକ ସ୍ବଚ୍ଛ ବାୟୁ, ଉନ୍ନତ ଖାଦ୍ୟ ଉପତ୍ାଦନ ଏବଂ ବୃହତ୍‌ ଶକ୍ତି ସୁରକ୍ଷାର ଯୁଗରେ ପଥପ୍ରଦର୍ଶକ ହେବା ଆବଶ୍ୟକ। ସବୁ ସେକ୍ଟରରେ ମିଥେନ୍‌ ଚିହ୍ନଟ କରି ତାହାକୁ ହ୍ରାସ କରିବାରେ ବ୍ୟାପକ ବୈଶ୍ୱିକ ସମର୍ଥନ ଦରକାର ଏବଂ ଏହି ସମୟରେ ସରକାରଗୁଡ଼ିକ ଧ୍ୟାନଦେବା ଉଚିତ। ଆମେରିକା ଏବଂ ଚାଇନା ପାଇଁ ସେମାନଙ୍କ ସଂଶୋଧିତ ଏନ୍‌ଡିସିଗୁଡ଼ିକରେ ନିର୍ଦ୍ଦିଷ୍ଟ ପରିମାଣର ଅଣକାର୍ବନ ଡାଇଅକ୍ସାଇଡ୍‌ ପ୍ରଦୂଷଣକାରୀ ଗ୍ୟାସ୍‌ ନିର୍ଗମନ ହ୍ରାସ କରିବାର ଲକ୍ଷ୍ୟ ସ୍ଥିର କରିବା ପ୍ରଥମ ପଦକ୍ଷେପ ହେବା ଦରକାର; ଯାହା ଅନ୍ୟାନ୍ୟ ବୃହତ୍‌ ମଥେନ୍‌ ନିର୍ଗମନକାରୀ ଦେଶଗୁଡ଼ିକୁ ମଧ୍ୟ ଏହା କରିବାକୁ ଉତ୍ସାହିତ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ବନ୍ଦ ଡାକରା, ଓଡ଼ିଶାରେ ଏହି ୫ଟି ସେବାରେ ପଡିବ ବଡ ପ୍ରଭାବ!

ନୂଆଦିଲ୍ଲୀ,୧୦।୨: ବଡ ଖବର । ପୁଣି ଭାରତ ବନ୍ଦ ଡାକରା । ପୁଣି ଅଖ ଚକ ହେବ ଜାମ୍ । ଏ ନେଇ ବଡ ଖବର ସାମ୍ନାକୁ…

ସତ୍ୟବ୍ରତ ହତ୍ୟାକାଣ୍ଡ: ପ୍ରେମିକାଙ୍କୁ ଥାନାକୁ ନେଇ ଖଟାପାଣି ପିଆଇଥିଲା ପୋଲିସ

ଭୁବନେଶ୍ୱର,୧୦।୨: ଭୁବନେଶ୍ବର ଚନ୍ଦ୍ରଶେଖରପୁର ଟ୍ୟାକ୍ସି ଡ୍ରାଇଭର ହତ୍ୟା ଘଟଣା ଦିନକୁ ଦିନ ନୂଆ ମୋଡ ନେଇଛି। ଯାହା ଚାଞ୍ଚଲ୍ୟ ସୃଷ୍ଟ କରିଛି। ଏବେ ଯେଉଁ ଘଟଣା ସାମ୍ନାକୁ…

ଏମ୍‌କେସିଜିରେ ଭର୍ତ୍ତି ହେଲେ ବିକ୍ରମ: ହୋଇପାରେ ଅସ୍ତ୍ରୋପଚାର

ବ୍ରହ୍ମପୁର,୧୦ା୨(ସୁବାସ ଚନ୍ଦ୍ର ପାଢ଼ୀ): ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ହୋଇ ବ୍ରହ୍ମପୁର ମଣ୍ଡଳ କାରାଗାରରେ ଥିବା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ମଙ୍ଗଳବାର ଏମ୍‌କେସିଜି ମେଡିକାଲରେ…

ସୁନା ୩ହଜାର ରୂପା ୯ହଜାର, ୧୦ଦିନରେ ଆହୁରି ଖସିବ…

ନୂଆଦିଲ୍ଲୀ,୧୦।୨: ୧ ଫେବୃଆରୀରୁ ୧୦ ଫେବୃଆରୀ, ୨୦୨୬ ପର୍ଯ୍ୟନ୍ତ ଗତ ୧୦ ଦିନ ମଧ୍ୟରେ ସୁନା ଏବଂ ରୂପା ମୂଲ୍ୟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଖାଦେଇଛି। ଜାନୁଆରୀ ଶେଷରେ…

ପାଞ୍ଜି, କ୍ୟାଲେଣ୍ଡରରେ ତଥ୍ୟ ନିର୍ଭୁଲ ରହିବ: ଭୁଲ ଛାପିଲେ ହେବ…

ପୁରୀ,୧୦।୨: ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମଙ୍ଗଳବାର ପଞ୍ଜିକା ସମୀକରଣ ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଗଣମାଧ୍ୟମକୁ ଏକ୍‌…

ଅଚାନକ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ ଉପମୁଖ୍ୟମନ୍ତ୍ରୀ: କାଫେରେ ତାଲା ଝୁଲୁଥିବା ଦେଖି…

ଦାରିଙ୍ଗବାଡି, ୧୦।୨ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଗସ୍ତରେ ଆସିଛନ୍ତି  ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ସେ ପର୍ଯ୍ୟଟନସ୍ଥଳ ବୁଲି ଇଲୋ ରିଟ୍ରିଟ୍‌କୁ ଫେରିବା ସମୟରେ…

ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ: ଦେଲେ ଚେତାବନୀ, ବିଡିଓଙ୍କ ବଦଳି ନ ହେବା ପର୍ଯ୍ୟନ୍ତ…

ଖୋର୍ଦ୍ଧା,୧୦।୨(ପ୍ରଭାତ ପାଣିଗ୍ରାହୀ) : ବୋଲଗଡ ବିଡିଓ ବିବାଦକୁ ନେଇ ବଢିଲା ଜନ ଅସନ୍ତୋଷ । ବିଡିଓ ସୁମନ ସୁଦ୍ଧା କୁଣ୍ଡୁ ଗତ ସାଧାରଣତନ୍ତ୍ର ଦିବସରେ ଅନୁପସ୍ଥିତ ରହିବାକୁ…

ଅଭଦ୍ର କହିଦେଲେ ସିଏସ୍‌ଓ: ରାଗିକି ପଞ୍ଚମ ହେଲେ ଚାଷୀ,ଜବାବ ମାଗିଲେ ସରପଞ୍ଚ

ବାଲେଶ୍ବର,୧୦।୨(ବାଞ୍ଛାନିଧି ଦେ): ବାଲେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀ ଚାଷୀଙ୍କୁ ‘ଅଭଦ୍ର’ କହିବା ଅଭିଯୋଗରେ ମଙ୍ଗଳବାର ଚାଷୀମାନେ କାର୍ଯ୍ୟାଳୟ ପରିସରରେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି। ଜିଲା ମୁଖ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri