Posted inଜାତୀୟ

ଅଡ଼ୁଆରେ ଫସିଲା Meta! ସିଇଓ ଜୁକରବର୍ଗଙ୍କୁ ସମନ ପଠାଇବ ଭାରତ, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୧୪।୧: ଅଡ଼ୁଆରେ ମେଟା ସିଇଓ ମାର୍କ ଜୁକରବର୍ଗ। ୨୦୨୪ ଲୋକ ସଭା ନିର୍ବାଚନକୁ ନେଇ ସେ ବିବାଦୀୟ ବୟାନ ଦେଇଥିଲେ। ଏହାକୁ ନେଇ ତାଙ୍କୁ ସଂସଦୀୟ ପ୍ୟାନେଲ ପକ୍ଷରୁ ସମନ କରାଯିବ। ୨୦ରୁ ୨୪ ଜାନୁଆରୀ ମଧ୍ୟରେ ଯୋଗାଯୋଗ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ସଂସଦୀୟ ସ୍ଥାୟୀ କମିଟି ସମ୍ମୁଖରେ ମେଟାର ଅଧିକାରୀଙ୍କୁ ହାଜର ହେବାକୁ ପଡ଼ିବ। ତେବେ ଏହି କମିଟିର ଅଧ୍ୟକ୍ଷ ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଅଛନ୍ତି। ସେ ଜୁକରବର୍ଗଙ୍କ ବୟାନକୁ ଭାରତ ବିରୋଧୀ ବୋଲି କହିଛନ୍ତି।

ଜୋ ରୋଗାନ ଏକ୍ସପେରିଏନ୍ସର ପୋଡକାଷ୍ଟରେ ଜୁକରବର୍ଗ କୋଭିଡକୁ ନେଇ ବୟାନ ଦେଇଥିଲେ, ଯେଉଁଥିରେ ଭାରତର ନାମ ଉଲ୍ଲେଖ ଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ‘କୋଭିଡ ୧୯ ପ୍ରତିକ୍ରିୟା’ ଯୋଗୁ ଲୋକ ସଭା ନିର୍ବାଚନରେ ପରାସ୍ତ ହୋଇଥିବା ସେ ଦାବି କରିଥିଲେ।

ଏନେଇ ନିଶିକାନ୍ତ ଦୁବେ କହିଛନ୍ତି, ମିଥ୍ୟା ସୂଚନା ପ୍ରସାରଣ ନିମନ୍ତେ ମେଟାକୁ କ୍ଷମା ମାଗିବାକୁ ହେବ। ମୋ କମିଟି ଏହି ଭୁଲ ସୂଚନା ଲାଗି ମେଟାକୁ ଡାକିବ। କୌଣସି ଗଣତାନ୍ତ୍ରିକ ଦେଶରେ ଭୂଲ ସୂଚନା ଦେଶର ପ୍ରତିଛବିକୁ ଖରାପ କରିଥାଏ। ଏହି ଭୁଲ ଲାଗି କମ୍ପାନୀକୁ ଭାରତୀୟ ସଂସଦ ଏବଂ ଏଠାକାର ଲୋକଙ୍କ ନିକଟରେ କ୍ଷମା ମାଗିବାକୁ ପଡ଼ିବ। କାରଣ ତାଙ୍କର ଏଭଳି ବୟାନ ଚିନ୍ତାଜନକ। ସେ ଦେଶର ଗଣତନ୍ତ୍ରରେ ହସ୍ତକ୍ଷେପ କରିଛନ୍ତି। ବିଶ୍ୱକୁ ଭୂଲ ସୂଚନା ଦେଇ ଭ୍ରମାତ୍ମକ ସ୍ଥିତି ଉପୁଜାଇଛନ୍ତି ଯେ ଭାଜପା-ଏନ୍‌ଡିଏ ହାରି ଯାଇଛି।

କହିରଖୁଛୁ, କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୋମବାର ଜୁକରବର୍ଗଙ୍କ ବୟାନକୁ ନେଇ ପ୍ରତିକ୍ରିୟା ଦେଇଥିଲେ। ଏକ୍ସରେ ଏକ ପୋଷ୍ଟରେ ସେ କହିଥିଲେ ଯେ, ଜୁକରବର୍ଗଙ୍କ ବୟାନ ତଥ୍ୟଗତ ଭାବେ ଭୁଲ। ବିଶ୍ୱର ସର୍ବବୃହତ ଗଣତନ୍ତ୍ର ଭାବେ ଭାରତ ୨୦୨୪ରେ ସାଧାରଣ ନିର୍ବାଚନ ପରିଚାଳନା କରିଥିଲା, ଯେଉଁଥିରେ ୬୪ କୋଟିରୁ ଅଧିକ ଭୋଟର ଅଂଶଗ୍ରହଣ କରିଥିଲେ। ’କୋଭିଡ-୧୯ ସମୟରେ ୮୦ କୋଟି ଲୋକଙ୍କୁ ମାଗଣା ଖାଦ୍ୟ, ୨.୨ ବିଲିୟନ ଟିକା ଏବଂ ବିଶ୍ୱର ବିଭିନ୍ନ ଦେଶକୁ ସାହାଯ୍ୟ କରିବାଠାରୁ ଆରମ୍ଭ କରି ଭାରତକୁ ଦ୍ରୁତତମ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତି ଭାବରେ ନେତୃତ୍ୱ ଦେବା ପର୍ଯ୍ୟନ୍ତ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ତୃତୀୟ କାର୍ଯ୍ୟକାଳରେ ତାଙ୍କର ସଫଳତା ଉଲ୍ଲେଖନୀୟ ହୋଇଛି। ନିର୍ଣ୍ଣାୟକ ବିଜୟ ସୁଶାସନ ଏବଂ ଜନସାଧାରଣଙ୍କ ବିଶ୍ୱାସର ପ୍ରମାଣ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri