Posted inଜାତୀୟ

ଅଡ଼ୁଆରେ ଫସିଲା Meta! ସିଇଓ ଜୁକରବର୍ଗଙ୍କୁ ସମନ ପଠାଇବ ଭାରତ, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୧୪।୧: ଅଡ଼ୁଆରେ ମେଟା ସିଇଓ ମାର୍କ ଜୁକରବର୍ଗ। ୨୦୨୪ ଲୋକ ସଭା ନିର୍ବାଚନକୁ ନେଇ ସେ ବିବାଦୀୟ ବୟାନ ଦେଇଥିଲେ। ଏହାକୁ ନେଇ ତାଙ୍କୁ ସଂସଦୀୟ ପ୍ୟାନେଲ ପକ୍ଷରୁ ସମନ କରାଯିବ। ୨୦ରୁ ୨୪ ଜାନୁଆରୀ ମଧ୍ୟରେ ଯୋଗାଯୋଗ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ସଂସଦୀୟ ସ୍ଥାୟୀ କମିଟି ସମ୍ମୁଖରେ ମେଟାର ଅଧିକାରୀଙ୍କୁ ହାଜର ହେବାକୁ ପଡ଼ିବ। ତେବେ ଏହି କମିଟିର ଅଧ୍ୟକ୍ଷ ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଅଛନ୍ତି। ସେ ଜୁକରବର୍ଗଙ୍କ ବୟାନକୁ ଭାରତ ବିରୋଧୀ ବୋଲି କହିଛନ୍ତି।

ଜୋ ରୋଗାନ ଏକ୍ସପେରିଏନ୍ସର ପୋଡକାଷ୍ଟରେ ଜୁକରବର୍ଗ କୋଭିଡକୁ ନେଇ ବୟାନ ଦେଇଥିଲେ, ଯେଉଁଥିରେ ଭାରତର ନାମ ଉଲ୍ଲେଖ ଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ‘କୋଭିଡ ୧୯ ପ୍ରତିକ୍ରିୟା’ ଯୋଗୁ ଲୋକ ସଭା ନିର୍ବାଚନରେ ପରାସ୍ତ ହୋଇଥିବା ସେ ଦାବି କରିଥିଲେ।

ଏନେଇ ନିଶିକାନ୍ତ ଦୁବେ କହିଛନ୍ତି, ମିଥ୍ୟା ସୂଚନା ପ୍ରସାରଣ ନିମନ୍ତେ ମେଟାକୁ କ୍ଷମା ମାଗିବାକୁ ହେବ। ମୋ କମିଟି ଏହି ଭୁଲ ସୂଚନା ଲାଗି ମେଟାକୁ ଡାକିବ। କୌଣସି ଗଣତାନ୍ତ୍ରିକ ଦେଶରେ ଭୂଲ ସୂଚନା ଦେଶର ପ୍ରତିଛବିକୁ ଖରାପ କରିଥାଏ। ଏହି ଭୁଲ ଲାଗି କମ୍ପାନୀକୁ ଭାରତୀୟ ସଂସଦ ଏବଂ ଏଠାକାର ଲୋକଙ୍କ ନିକଟରେ କ୍ଷମା ମାଗିବାକୁ ପଡ଼ିବ। କାରଣ ତାଙ୍କର ଏଭଳି ବୟାନ ଚିନ୍ତାଜନକ। ସେ ଦେଶର ଗଣତନ୍ତ୍ରରେ ହସ୍ତକ୍ଷେପ କରିଛନ୍ତି। ବିଶ୍ୱକୁ ଭୂଲ ସୂଚନା ଦେଇ ଭ୍ରମାତ୍ମକ ସ୍ଥିତି ଉପୁଜାଇଛନ୍ତି ଯେ ଭାଜପା-ଏନ୍‌ଡିଏ ହାରି ଯାଇଛି।

କହିରଖୁଛୁ, କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୋମବାର ଜୁକରବର୍ଗଙ୍କ ବୟାନକୁ ନେଇ ପ୍ରତିକ୍ରିୟା ଦେଇଥିଲେ। ଏକ୍ସରେ ଏକ ପୋଷ୍ଟରେ ସେ କହିଥିଲେ ଯେ, ଜୁକରବର୍ଗଙ୍କ ବୟାନ ତଥ୍ୟଗତ ଭାବେ ଭୁଲ। ବିଶ୍ୱର ସର୍ବବୃହତ ଗଣତନ୍ତ୍ର ଭାବେ ଭାରତ ୨୦୨୪ରେ ସାଧାରଣ ନିର୍ବାଚନ ପରିଚାଳନା କରିଥିଲା, ଯେଉଁଥିରେ ୬୪ କୋଟିରୁ ଅଧିକ ଭୋଟର ଅଂଶଗ୍ରହଣ କରିଥିଲେ। ’କୋଭିଡ-୧୯ ସମୟରେ ୮୦ କୋଟି ଲୋକଙ୍କୁ ମାଗଣା ଖାଦ୍ୟ, ୨.୨ ବିଲିୟନ ଟିକା ଏବଂ ବିଶ୍ୱର ବିଭିନ୍ନ ଦେଶକୁ ସାହାଯ୍ୟ କରିବାଠାରୁ ଆରମ୍ଭ କରି ଭାରତକୁ ଦ୍ରୁତତମ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତି ଭାବରେ ନେତୃତ୍ୱ ଦେବା ପର୍ଯ୍ୟନ୍ତ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ତୃତୀୟ କାର୍ଯ୍ୟକାଳରେ ତାଙ୍କର ସଫଳତା ଉଲ୍ଲେଖନୀୟ ହୋଇଛି। ନିର୍ଣ୍ଣାୟକ ବିଜୟ ସୁଶାସନ ଏବଂ ଜନସାଧାରଣଙ୍କ ବିଶ୍ୱାସର ପ୍ରମାଣ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri