Posted inଜାତୀୟ

Meta AI ବଞ୍ଚାଇଲା ଆତ୍ମହତ୍ୟା କରୁଥିବା ମହିଳାଙ୍କ ଜୀବନ

Meta AI

ଲକ୍ଷ୍ନୌ, ୩।୯: ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଆତ୍ମହତ୍ୟା କରିବାକୁ ଯାଉଥିବା ଜଣେ ମହିଳା(୨୧)ଙ୍କୁ ଆମେରିକୀୟ ସୋସିଆଲ ମିଡିଆ କମ୍ପାନୀ ମେଟା ଏଆଇ ବଞ୍ଚାଇପାରିଛି। ରବିବାର ଦ୍ୱିପହର ସମୟରେ ସ୍ଥାନୀୟ ନିଗୋହା ଥାନା ସୁଲତାନପୁର ଗ୍ରାମରେ ଉକ୍ତ ମହିଳା ଏକ ଚେୟାର ଉପରେ ଠିଆ ହେବା ସହ ବେକରେ ରଶି ଲଗାଇ ଏକ ଭିଡିଓ ରେକର୍ଡ କରି ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ।

ଉକ୍ତ ଭିଡିଓରେ ସେ ଆତ୍ମହତ୍ୟା କରିବାକୁ ଯାଉଥିବା କହିବା ସହ ଆତ୍ମହତ୍ୟାର କାରଣ ସମ୍ପର୍କରେ ଜଣାଇଥିଲେ। ପୋଷ୍ଟ ହେବା ମାତ୍ରେ ଉକ୍ତ ଭିଡିଓଟି ସଙ୍ଗେସଙ୍ଗେ ଭାଇରାଲ ହୋଇଥିଲା। ମେଟା ଏଆଇ ଉକ୍ତ ଭିଡିଓକୁ ଡିସ୍‌ଟ୍ରେସ୍‌ କାଟେଗୋରିରେ ସ୍ଥାନିତ କରି ୟୁପି ପୋଲିସ ମହାନିର୍ଦ୍ଦେଶକ(ଡିଜି)ଙ୍କ କାର୍ଯ୍ୟାଳୟର ସୋସିଆଲ ମିଡିଆ ସେଣ୍ଟରକୁ ଏକ ଆଲର୍ଟ ଜାରି କରିଥିଲା। ଆଲର୍ଟ ସମ୍ପର୍କରେ ସଙ୍ଗେ ସଙ୍ଗେ ୟୁପି ଡିଜି କାର୍ଯ୍ୟାଳୟ ନିଗୋହା ଥାନାକୁ ସୂଚନା ଦେଇଥିଲା। ମେଟାର ସୂଚନା ଆଧାରରେ ପୋଲିସ ମହିଳାଙ୍କ ଲୋକେଶନ ଟ୍ରେସ୍‌ କରିବାରେ ସଫଳ ହୋଇଥିଲା ଏବଂ ତାଙ୍କୁ ଆତ୍ମହତ୍ୟା କରିବାରୁ ବାରଣ କରିଥିଲା।

ଘଟଣା ସମ୍ପର୍କରେ ଲକ୍ଷ୍ନୌ ଏସିପି (ମୋହନଲାଲଗଞ୍ଜ) ରଜନୀଶ ବର୍ମା ସୂଚନା ଦେଇ କହିଛନ୍ତି, ମହିଳା ଜଣକ ଆତ୍ମହତ୍ୟା କରିବାକୁ ପ୍ରୟାସ କରୁଥିବା ନେଇ ତାଙ୍କ ପରିବାରର କେହି ଜାଣି ନ ଥିଲେ। ସେ ୪ ମାସ ତଳେ ଜଣେ ଯୁବକଙ୍କୁ ଭଲପାଇ ଆର୍ଯ୍ୟ ସମାଜର ଏକ ମନ୍ଦିରରେ ବିବାହ କରିଥିଲେ। ଦୁହେଁ ସ୍ବାମୀ ସ୍ତ୍ରୀ ରୂପେ ଏକାଠି ରହୁଥିଲେ। ତେବେ ସେମାନଙ୍କ ବିବାହ ଆଇନତଃ ବୈଧ ନ ଥିଲା। କିଛିଦିନ ତଳେ ମହିଳାଙ୍କ ସ୍ବାମୀ ଆଉ ଜଣେ ଯୁବତୀଙ୍କ ପ୍ରେମରେ ପଡ଼ିଥିଲେ, ତେଣୁ ସେ ନିଜ ସ୍ତ୍ରୀଙ୍କୁ ଛାଡ଼ି ଚାଲିଯାଇଥିଲେ। ଏହାପରେ ମହିଳା ଜଣକ ମାନସିକ ଭାବେ ଚାପଗ୍ରସ୍ତ ହୋଇ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ ବୋଲି ବର୍ମା କହିଛନ୍ତି।

ମହିଳାଙ୍କୁ ଉଦ୍ଧାର କରିବା ପରେ ପୋଲିସ ପ୍ରାୟ ଘଣ୍ଟାଏ ଧରି ତାଙ୍କର କାଉନ୍‌ସେଲିଂ କରିଛି। ମହିଳାଙ୍କ ଅଭିଯୋଗ ଆଧାରରେ ୟୁପି ପୋଲିସ ସୋମବାର ତାଙ୍କ ସ୍ବାମୀଙ୍କୁ ଗିରଫ କରିଛି। ମେଟା ଏଆଇର କ୍ୱିକ୍‌ ଆଲର୍ଟ ଫିଚର୍‌ ଯୋଗୁ ଉକ୍ତ ମହିଳାଙ୍କ ଜୀବନ ବଞ୍ଚାଯାଇ ପାରିଥିବା ନେଇ ୟୁପି ଡିଜିଙ୍କ କାର୍ଯ୍ୟାଳୟ ପକ୍ଷରୁ ବିବୃତି ଜାରି ହୋଇଛି। ମେଟା ଏଆଇ ସହଯୋଗରେ ଗତ ଦେଢ଼ବର୍ଷ ମଧ୍ୟରେ ୪୬୦ରୁ ଅଧିକ ଜୀବନ ରକ୍ଷା କରିବାରେ ୟୁପି ପୋଲିସ ସଫଳ ହୋଇଥିବା ଏହି ବିବୃତିରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୧୨ରେ ଧର୍ମଘଟକୁ ସମର୍ଥନ କରିବ କଂଗ୍ରେସ: ଭକ୍ତ

ଭୁବନେଶ୍ୱର,୮।୨: କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଚଳିତ ୪ଟି ଶ୍ରମ କୋଡ୍‌ ବାତିଲ ସହିତ  ବିଭିନ୍ନ ଜନବିରୋଧୀ ନୀତିକୁ ନେଇ ୧୦ଟି କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ପକ୍ଷରୁ ଆସନ୍ତା…

ପୋଲତଳୁ ମିଳିଲା ହୋମଗାର୍ଡ, ଯୁବକଙ୍କ ମୃତଦେହ: ପୋଲିସର ତଦନ୍ତ ଆରମ୍ଭ…

ନନ୍ଦପୁର,୮।୨(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଥାନାରେ କାର୍ଯ୍ୟରତ ଜଣେ ହୋମଗାର୍ଡ ଏବଂ ଅନ୍ୟ ଜଣେ ଯୁବକଙ୍କ ମୃତଦେହ ପୋଲିସ ରବିବାର ସନ୍ଧ୍ୟାରେ ନନ୍ଦପୁର-ହାଣ୍ଡିପୁଟ ସଞ୍ଜୋଗୀ ଏମ୍‌ଡିଆର…

ସରକାରୀ ବସ୍‌ ଧକ୍କାରେ ଚାଲିଗଲା ବୃଦ୍ଧାଙ୍କ ଜୀବନ

ଦିଗପହଣ୍ଡି,୮।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଜାପଲ୍ଲୀ ଗାଁ ଛକ ନିକଟରେ ରବିବାର ଏକ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌(ନଂ. ଓଡ଼ି୩୨କେ -୧୮୦୯) ଧକ୍କାରେ ଜଣେ…

ମ୍ୟାଚ୍‌ ଜିତିଲା ଇଂଲଣ୍ଡ, ହୃଦୟ ଜିତିଲା ନେପାଳ

ମୁମ୍ବାଇ,୮ା୨- ଚଳିତ ଟି୨୦ ବିଶ୍ୱକପ୍‌ରେ ରବିବାର ଖେଳାଯାଇଥିବା ଏକ ରୋମାଞ୍ଚକ ପୂର୍ଣ୍ଣ ମ୍ୟାଚ୍‌ରେ ଇଂଲଣ୍ଡ ୪ ରନରେ ନେପାଳକୁ ହରାଇ ଦେଇଛି। ଇଂଲଣ୍ଡ ଦ୍ୱାରା ପ୍ରଦତ୍ତ ୧୮୫…

ଟିମ୍‌ ଅଫ୍‌ ଦି ଟୁର୍ନାମେଣ୍ଟରେ ବୈଭବ ସୂର୍ଯ୍ୟବଂଶୀ

ଦୁବାଇ, ୮ା୨: ଆଇସିସି ୧୬ ବର୍ଷରୁ କମ୍‌ ବିଶ୍ୱକପ୍‌ ଉଦ୍‌ଯାପିତ ହେବା ପରେ ଟିମ୍‌ ଅଫ୍‌ ଦି ଟୁର୍ନାମେଣ୍ଟ ମନୋନୀତ କରାଯାଇଛି। ଏଥିରେ ସ୍ଥାନ ପାଇଥିବା ୩ଜଣ…

ମେଟ୍ରୋରେ ପ୍ରେମିକା ସହ ଧରାପଡ଼ିଲେ ପୁଅ; ସେଠାରେ ହିଁ ‘ନିର୍ବନ୍ଧ’ କରାଇଦେଲେ ମା’

ନୂଆଦିଲ୍ଲୀ,୮ା୨: ସୋସିଆଲ ମିଡିଆରେ ଏବେ ଏକ ଅଜବ ତଥା ମଜାଦାର ଭିଡିଓ ବେଶ୍ ଭାଇରାଲ ହେବାରେ ଲାଗିଛି। ଜଣେ ମା’ ନିଜ ପୁଅକୁ ତାଙ୍କ ପ୍ରେମିକାଙ୍କ ସହ…

ସଚିନ ତେନ୍ଦୁଲକରଙ୍କ ଫିଡର ସେଣ୍ଟର ନେଟ୍ସ ପାଇଁ ଆଦିଦେବ ମନୋନୀତ

କେନ୍ଦୁଝର,୮ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଓଡ଼ିଶା କ୍ରିକେଟ ଆସୋସିଏଶନ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ୧୪ବର୍ଷରୁ କମ୍‌ କ୍ରିକେଟରେ କେନ୍ଦୁଝର ଜିଲାର ଏକମାତ୍ର ଖେଳାଳି ଭାବେ ଆଦିଦେବ ସାହୁ ସଚିନ…

ପେଟ୍ରୋଲଠାରୁ କେତେ ଶସ୍ତା CNG କାର୍‌? ୧୦ ଲକ୍ଷ ମଧ୍ୟରେ କେଉଁଟି ଭଲ…ନୂଆ କାର୍‌ କିଣିବାକୁ ଥିଲେ…

ନୂଆଦିଲ୍ଲୀ,୮।୨: ଭାରତରେ ନୂଆ କାର୍‌ କିଣିବା ସମୟରେ ଅଧିକାଂଶ ଲୋକଙ୍କ ମନରେ ଏକ ପ୍ରଶ୍ନ ଆସେ ଯେ ପେଟ୍ରୋଲ କାର୍‌ ନେବେ ନା ସିଏନଜି (CNG) କାର୍‌?…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri