Posted inଜାତୀୟ

Meta AI ବଞ୍ଚାଇଲା ଆତ୍ମହତ୍ୟା କରୁଥିବା ମହିଳାଙ୍କ ଜୀବନ

Meta AI

ଲକ୍ଷ୍ନୌ, ୩।୯: ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଆତ୍ମହତ୍ୟା କରିବାକୁ ଯାଉଥିବା ଜଣେ ମହିଳା(୨୧)ଙ୍କୁ ଆମେରିକୀୟ ସୋସିଆଲ ମିଡିଆ କମ୍ପାନୀ ମେଟା ଏଆଇ ବଞ୍ଚାଇପାରିଛି। ରବିବାର ଦ୍ୱିପହର ସମୟରେ ସ୍ଥାନୀୟ ନିଗୋହା ଥାନା ସୁଲତାନପୁର ଗ୍ରାମରେ ଉକ୍ତ ମହିଳା ଏକ ଚେୟାର ଉପରେ ଠିଆ ହେବା ସହ ବେକରେ ରଶି ଲଗାଇ ଏକ ଭିଡିଓ ରେକର୍ଡ କରି ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ।

ଉକ୍ତ ଭିଡିଓରେ ସେ ଆତ୍ମହତ୍ୟା କରିବାକୁ ଯାଉଥିବା କହିବା ସହ ଆତ୍ମହତ୍ୟାର କାରଣ ସମ୍ପର୍କରେ ଜଣାଇଥିଲେ। ପୋଷ୍ଟ ହେବା ମାତ୍ରେ ଉକ୍ତ ଭିଡିଓଟି ସଙ୍ଗେସଙ୍ଗେ ଭାଇରାଲ ହୋଇଥିଲା। ମେଟା ଏଆଇ ଉକ୍ତ ଭିଡିଓକୁ ଡିସ୍‌ଟ୍ରେସ୍‌ କାଟେଗୋରିରେ ସ୍ଥାନିତ କରି ୟୁପି ପୋଲିସ ମହାନିର୍ଦ୍ଦେଶକ(ଡିଜି)ଙ୍କ କାର୍ଯ୍ୟାଳୟର ସୋସିଆଲ ମିଡିଆ ସେଣ୍ଟରକୁ ଏକ ଆଲର୍ଟ ଜାରି କରିଥିଲା। ଆଲର୍ଟ ସମ୍ପର୍କରେ ସଙ୍ଗେ ସଙ୍ଗେ ୟୁପି ଡିଜି କାର୍ଯ୍ୟାଳୟ ନିଗୋହା ଥାନାକୁ ସୂଚନା ଦେଇଥିଲା। ମେଟାର ସୂଚନା ଆଧାରରେ ପୋଲିସ ମହିଳାଙ୍କ ଲୋକେଶନ ଟ୍ରେସ୍‌ କରିବାରେ ସଫଳ ହୋଇଥିଲା ଏବଂ ତାଙ୍କୁ ଆତ୍ମହତ୍ୟା କରିବାରୁ ବାରଣ କରିଥିଲା।

ଘଟଣା ସମ୍ପର୍କରେ ଲକ୍ଷ୍ନୌ ଏସିପି (ମୋହନଲାଲଗଞ୍ଜ) ରଜନୀଶ ବର୍ମା ସୂଚନା ଦେଇ କହିଛନ୍ତି, ମହିଳା ଜଣକ ଆତ୍ମହତ୍ୟା କରିବାକୁ ପ୍ରୟାସ କରୁଥିବା ନେଇ ତାଙ୍କ ପରିବାରର କେହି ଜାଣି ନ ଥିଲେ। ସେ ୪ ମାସ ତଳେ ଜଣେ ଯୁବକଙ୍କୁ ଭଲପାଇ ଆର୍ଯ୍ୟ ସମାଜର ଏକ ମନ୍ଦିରରେ ବିବାହ କରିଥିଲେ। ଦୁହେଁ ସ୍ବାମୀ ସ୍ତ୍ରୀ ରୂପେ ଏକାଠି ରହୁଥିଲେ। ତେବେ ସେମାନଙ୍କ ବିବାହ ଆଇନତଃ ବୈଧ ନ ଥିଲା। କିଛିଦିନ ତଳେ ମହିଳାଙ୍କ ସ୍ବାମୀ ଆଉ ଜଣେ ଯୁବତୀଙ୍କ ପ୍ରେମରେ ପଡ଼ିଥିଲେ, ତେଣୁ ସେ ନିଜ ସ୍ତ୍ରୀଙ୍କୁ ଛାଡ଼ି ଚାଲିଯାଇଥିଲେ। ଏହାପରେ ମହିଳା ଜଣକ ମାନସିକ ଭାବେ ଚାପଗ୍ରସ୍ତ ହୋଇ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ ବୋଲି ବର୍ମା କହିଛନ୍ତି।

ମହିଳାଙ୍କୁ ଉଦ୍ଧାର କରିବା ପରେ ପୋଲିସ ପ୍ରାୟ ଘଣ୍ଟାଏ ଧରି ତାଙ୍କର କାଉନ୍‌ସେଲିଂ କରିଛି। ମହିଳାଙ୍କ ଅଭିଯୋଗ ଆଧାରରେ ୟୁପି ପୋଲିସ ସୋମବାର ତାଙ୍କ ସ୍ବାମୀଙ୍କୁ ଗିରଫ କରିଛି। ମେଟା ଏଆଇର କ୍ୱିକ୍‌ ଆଲର୍ଟ ଫିଚର୍‌ ଯୋଗୁ ଉକ୍ତ ମହିଳାଙ୍କ ଜୀବନ ବଞ୍ଚାଯାଇ ପାରିଥିବା ନେଇ ୟୁପି ଡିଜିଙ୍କ କାର୍ଯ୍ୟାଳୟ ପକ୍ଷରୁ ବିବୃତି ଜାରି ହୋଇଛି। ମେଟା ଏଆଇ ସହଯୋଗରେ ଗତ ଦେଢ଼ବର୍ଷ ମଧ୍ୟରେ ୪୬୦ରୁ ଅଧିକ ଜୀବନ ରକ୍ଷା କରିବାରେ ୟୁପି ପୋଲିସ ସଫଳ ହୋଇଥିବା ଏହି ବିବୃତିରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri