Posted inଜାତୀୟ

ମେଟା ଏଆଇ ବଞ୍ଚାଇଲା ଆତ୍ମହତ୍ୟା କରୁଥିବା ମହିଳାଙ୍କ ଜୀବନ

ଲକ୍ଷ୍ନୌ,୨।୯: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଆତ୍ମହତ୍ୟା କରିବାକୁ ଯାଉଥିବା ଜଣେ ମହିଳା(୨୧)ଙ୍କୁ ଆମେରିକୀୟ ସୋସିଆଲ ମିଡିଆ କମ୍ପାନୀ ମେଟା ଏଆଇ ବଞ୍ଚାଇପାରିଛି। ରବିବାର ଦ୍ୱିପହର ସମୟରେ ସ୍ଥାନୀୟ ନିଗୋହା ଥାନା ସୁଲତାନପୁର ଗ୍ରାମରେ ଉକ୍ତ ମହିଳା ଏକ ଚେୟାର ଉପରେ ଠିଆ ହେବା ସହ ବେକରେ ରଶି ଲଗାଇ ଏକ ଭିଡିଓ ରେକର୍ଡ କରି ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ।

ଉକ୍ତ ଭିଡିଓରେ ସେ ଆତ୍ମହତ୍ୟା କରିବାକୁ ଯାଉଥିବା କହିବା ସହ ଆତ୍ମହତ୍ୟାର କାରଣ ସମ୍ପର୍କରେ ଜଣାଇଥିଲେ। ପୋଷ୍ଟ ହେବା ମାତ୍ରେ ଉକ୍ତ ଭିଡିଓଟି ଉକ୍ତ ପୋଷ୍ଟ ସଙ୍ଗେ ସଙ୍ଗେ ଭାଇରାଲ ହୋଇଥିଲା। ମେଟା ଏଆଇ ଉକ୍ତ ଭିଡିଓକୁ ଡିସ୍‌ଟ୍ରେସ୍‌ କାଟେଗୋରୀରେ ସ୍ଥାନିତ କରି ୟୁପି ପୋଲିସ ମହାନିର୍ଦ୍ଦେଶକ(ଡିଜି)ଙ୍କ କାର୍ଯ୍ୟାଳୟର ସୋସିଆଲ ମିଡିଆ ସେଣ୍ଟରକୁ ଏକ ଆଲର୍ଟ ଜାରି କରିଥିଲା। ଆଲର୍ଟ ସମ୍ପର୍କରେ ସଙ୍ଗେ ସଙ୍ଗେ ୟୁପି ଡିଜି କାର୍ଯ୍ୟାଳୟ ନିଗୋହା ଥାନାକୁ ସୂଚନା ଦେଇଥିଲା। ମେଟାର ସୂଚନା ଆଧାରରେ ପୋଲିସ ମହିଳାଙ୍କ ଲୋକେଶନ ଟ୍ରେସ୍‌ କରିବାରେ ସଫଳ ହୋଇଥିଲା ଏବଂ ତାଙ୍କୁ ଆତ୍ମହତ୍ୟା କରିବାରୁ ବାରଣ କରିଥିଲା।

ସୋମବାର ଘଟଣା ସମ୍ପର୍କ ଲକ୍ଷ୍ନୌ ଏସିପି (ମୋହନଲାଲଗଞ୍ଜ) ରଜନୀଶ ବର୍ମା ସୂଚନା ଦେଇ କହିଛନ୍ତି, ମହିଳା ଜଣକ ଆତ୍ମହତ୍ୟା କରିବାକୁ ପ୍ରୟାସ କରୁଥିବା ନେଇ ତାଙ୍କ ପରିବାରର କେହି ଜାଣି ନ ଥିଲେ। ସେ ୪ ମାସ ତଳେ ଜଣେ ଯୁବକଙ୍କୁ ଭଲପାଇ ଆର୍ଯ୍ୟ ସମାଜର ଏକ ମନ୍ଦିରରେ ବିବାହ କରିଥିଲେ। ଦୁହେଁ ସ୍ବାମୀ ସ୍ତ୍ରୀ ରୂପେ ଏକାଠି ରହୁଥିଲେ। ତେବେ ସେମାନଙ୍କର ବିବାହ ଆଇନତଃ ବୈଧ ନ ଥିଲା। କିଛି ଦିନ ତଳେ ମହିଳାଙ୍କ ସ୍ବାମୀ ଆଉ ଜଣେ ଯୁବତୀଙ୍କ ପ୍ରେମରେ ପଡ଼ିଥିଲେ, ତେଣୁ ସେ ନିଜ ସ୍ତ୍ରୀଙ୍କୁ ଛାଡ଼ି ଚାଲିଯାଇଥିଲେ।

ଏହାପରେ ମହିଳା ଜଣକ ମାନସିକ ଭାବେ ଚାପଗ୍ରସ୍ତ ହୋଇ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ ବୋଲି ବର୍ମା କହିଛନ୍ତି।
ମହିଳାଙ୍କୁ ଉଦ୍ଧାର କରିବା ପରେ ପୋଲିସ ପ୍ରାୟ ଘଣ୍ଟାଏ ଧରି ତାଙ୍କର କାଉନ୍‌ସେଲିଂ କରିଛି। ମହିଳାଙ୍କ ଅଭିଯୋଗ ଆଧାରରେ ୟୁପି ପୋଲିସ ସୋମବାର ତାଙ୍କର ସ୍ବାମୀଙ୍କୁ ଗିରଫ କରିଛି। ମେଟା ଏଆଇର କ୍ୱିକ୍‌ ଆଲର୍ଟ ଫିଚର୍‌ ଯୋଗୁ ଉକ୍ତ ମହିଳାଙ୍କ ଜୀବନ ବଞ୍ଚାଯାଇ ପାରିଥିବା ନେଇ ୟୁପି ଡିଜିଙ୍କ କାର୍ଯ୍ୟାଳୟ ପକ୍ଷରୁ ବିବୃତି ଜାରି ହୋଇଛି। ମେଟା ଏଆଇର ସହଯୋଗରେ ଗତ ଦେଢ଼ ବର୍ଷ ମଧ୍ୟରେ ୪୬୦ରୁ ଅଧିକ ଜୀବନ ରକ୍ଷା କରିବାରେ ୟୁପି ପୋଲିସ ସଫଳ ହୋଇଥିବା ଏହି ବିବୃତିରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଘର ନିର୍ମାଣ କରିବାକୁ କହି ମହିଳାଙ୍କଠାରୁ ଟଙ୍କା ଠକେଇ

ବ୍ରହ୍ମପୁର,୨୬।୧୨(ସୁବାସ ଚନ୍ଦ୍ର ପାଢ଼ୀ): ଘର ନିର୍ମାଣ କରିବାକୁ କହି ଜଣେ ଠିକାଦାର ସୌନ୍ଦର୍ଯ୍ୟନଗର ଅଞ୍ଚଳର ଜଣେ ମହିଳାଙ୍କଠାରୁ ୮୦ ହଜାର ଟଙ୍କା ଠକି ନେଇଛନ୍ତି। ଏ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ସ୍କୁଲ୍‌ ପିଲାଙ୍କ ପାଇଁ ଖୁସିଖବର: ଏଣିକି ଆଉ ଦେବାକୁ ପଡିବନି ବସ୍‌ ଭଡ଼ା

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

୨୦୨୬ରେ ତୁଳା ରାଶିରେ ଶନିଙ୍କ ଗୋଚରରେ ହେବ ଧନହାନୀ, ସିଂହ ରାଶି ପାଇବେ ଚାକିରି, ମିଳିବ ବଡ଼ ପଦବୀ!

୨୦୨୬ ତୁଳା ରାଶି ପାଇଁ ସନ୍ତୁଳିତ, ବିଚକ୍ଷଣ ଏବଂ ଜ୍ଞାନୀ ନିଷ୍ପତ୍ତିର ବର୍ଷ ହେବ। ଏହି ବର୍ଷ ଆପଣଙ୍କୁ ଶିଖାଇବ ଯେ ସବୁବେଳେ ଶୀଘ୍ର ନିଷ୍ପତ୍ତି...

କେରଳରେ ଇତିହାସ ରଚିଲା ଭାଜପା: ଘଟିଲା ବଡ଼ ରାଜନୈତିକ ପରିବର୍ତ୍ତନ

ଥିରୁଭାନନ୍ତପୁରମ୍‌,୨୬।୧୨: କେରଳରେ ଭାଜପା ଇତିହାସ ସୃଷ୍ଟି କରିଛି। ଶୁକ୍ରବାର ଭାଜପା ନେତା ଭିଭି ରାଜେଶ ତିରୁଭାନନ୍ତପୁରମର ମେୟର ଭାବରେ ଶପଥ ଗ୍ରହଣ କରି ରାଜ୍ୟ ରାଜନୀତିରେ...

ଫେଲ ମାରିଲା ‘ମେଡ ଇନ ଚାଇନା’! ଥାଇଲ୍ୟାଣ୍ଡ ବିରୋଧରେ ପ୍ରୟୋଗ ସମୟରେ ଫାଟିଲା ରକେଟ ସିଷ୍ଟମ, ୮ ସେନା ମୃତ

ବ୍ୟାଙ୍କକ,୨୬।୧୨: ପାକିସ୍ତାନର ସେନା ମୁଖ୍ୟ ଅସୀମ ମୁନିର ଚାଇନାର JF-17 ଥଣ୍ଡର ଲଢୁଆ ବିମାନ ଲିବିଆକୁ ବିକ୍ରି କରିଥାଇପାରନ୍ତି, କିନ୍ତୁ ବାସ୍ତବତା ହେଉଛି ଚାଇନା ଅସ୍ତ୍ରଶସ୍ତ୍ରର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri