Posted inଖେଳ

ଦୁଇ ବର୍ଷ ତଳେ ପରିବାରକୁ ଭେଟିଥିଲେ କିଶୋର

ନୂଆଦିଲ୍ଲୀ,୨୯ା୮: ସାଧାରଣତଃ କ୍ରୀଡ଼ା ସହ ଜଡ଼ିତ ସମସ୍ତ ଆଥ୍‌ଲେଟ ଶୈଶବରୁ ଉକ୍ତ କ୍ରୀଡ଼ାକୁ ଆପଣେଇଥାନ୍ତି। ତେବେ ଓଡ଼ିଶାର ଓଭରନାଇଟ ସେନ୍‌ସେସନ୍‌ ଜାଭେଲିନ୍‌ ଥ୍ରୋୟର କିଶୋର ଜେନାଙ୍କ କାହାଣୀ ସମ୍ପୂର୍ଣ୍ଣ ଭିନ୍ନ । ଆରମ୍ଭରୁ ଭଲି ଖେଳ ସହ ଜଡ଼ିତ ଥିବା କିଶୋର ୨୦୧୫ରେ ୨୦ବର୍ଷ ବୟସରେ ଜାଭେଲିନ୍‌ ଅଭ୍ୟାସ କରିବା ଆରମ୍ଭ କରିଥିଲେ। ନିୟମିତ ଭଲ ପ୍ରଦର୍ଶନ କରିବା ସହିତ ପ୍ରଥମ ଓଡ଼ିଆ ଭାବରେ ସେ ବିଶ୍ୱ ଚାମ୍ପିୟନଶିପ୍‌ରେ ଅଂଶଗ୍ରହଣ କରିଥିଲେ। ବିଶ୍ୱ ଚାମ୍ପିୟନଶିପ୍‌ ଫାଇନାଲରେ କ୍ୟାରିୟରର ଶ୍ରେଷ୍ଠ ପ୍ରଦର୍ଶନ ସହିତ ସେ ପଞ୍ଚମ ସ୍ଥାନ ଅଧିକାର ମଧ୍ୟ କରିଥିଲେ। ତେବେ ଏକ ସାକ୍ଷାତ୍‌କାର ସମୟରେ କିଶୋର କହିଛନ୍ତି, ସେ ବିଗତ ଦୁଇବର୍ଷ ହେଲା ନିଜ ଗ୍ରାମକୁ ଆସିନାହାନ୍ତି କି ମାତା ପିତାଙ୍କୁ ଭେଟି ନାହାନ୍ତି। ଏପରି କି ପ୍ୟାରିସ୍‌ ୨୦୨୪ ପାଇଁ ପ୍ରସ୍ତୁତି ଲକ୍ଷ୍ୟ ଥିବାରୁ ଆଗାମୀ ଏକ ବର୍ଷ ପାଇଁ ମଧ୍ୟ ମାତାପିତାଙ୍କୁ ଭେଟିପାରିବେ ନାହିଁ ବୋଲି କହିଛନ୍ତି କିଶୋର। ମାତା ପିତା ସ୍ମାର୍ଟଫୋନ୍‌ର ବ୍ୟବହାର ଜାଣି ନ ଥିବାବେଳେ କେବଳ ସାନ ଭଉଣୀ ଘରକୁ ଆସିଲେ ହିଁ ଭିଡିଓ କଲ୍‌ ଜରିଆରେ କଥା ହେବାର ସୁଯୋଗ ପାଇଥାନ୍ତି ବୋଲି କିଶୋର କହିଛନ୍ତି।
୧୯୯୫ ସେପ୍ଟେମ୍ବର ୬ରେ କିଶୋର ଜେନାଙ୍କ ଜନ୍ମ। ତାଙ୍କ ମା’ ହେଉଛନ୍ତି ହରପ୍ରିୟା ଜେନା ଓ ବାପା କେଶବ ଜେନା। ଘର ପୁରୀ ବ୍ରହ୍ମଗିରିସ୍ଥିତ କୋଠସାହି ଗ୍ରାମରେ। ୬ ଭଉଣୀଙ୍କ ମଧ୍ୟରେ ବଢ଼ିଥିବା କିଶୋର ଭୁବନେଶ୍ୱର କ୍ରୀଡ଼ା ଛାତ୍ରାବାସ ଓଏନ୍‌ଆଇଏସ୍‌ ପଟିଆଲାରେ ପ୍ରଶିକ୍ଷଣ ନେଇଥିଲେ। ବିଶ୍ୱ ଚାମ୍ପିୟନଶିପ୍‌ରେ ଏହି ଜାଭେଲିନ୍‌ ପ୍ରତିଭାଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ୮୪.୩୮ ମିଟର ରହିଥିଲା। ତେବେ ବିଶ୍ୱ ଚାମ୍ପିୟନଶିପ୍‌ ଫାଇନାଲରେ ସେ ୮୪.୭୭ ମିଟରର ଥ୍ରୋ କରି ପଞ୍ଚମ ସ୍ଥାନରେ ରହିବା ସହିତ ସମସ୍ତଙ୍କୁ ଗର୍ବିତ କରିଛନ୍ତି। ୨୦୧୫ରୁ ଜାଭେଲିନ୍‌ ଅଭ୍ୟାସ ଆରମ୍ଭ କରିଥିବା ବେଳେ ୨୦୨୧ ପରଠାରୁ ଜାତୀୟ ସ୍ତରରେ ନିଜର ପ୍ରତିଭା ଦେଖାଇବା ଆରମ୍ଭ କରିଥିଲେ। ୨୦୨୩ ମାର୍ଚ୍ଚ ୧ରେ କର୍ନାଟକରେ ଅନୁଷ୍ଠିତ ଇଣ୍ଡିଆନ ଓପନ ଥ୍ରୋ ପ୍ରତିଯୋଗିତାରେ ସେ ୭୮.୯୩ ମିଟର ସହ ସ୍ବର୍ଣ୍ଣ ପଦକ ପାଇଥିଲେ। ମାର୍ଚ୍ଚ ୨୦ରେ କେରଳରେ ଅନୁଷ୍ଠିତ ଇଣ୍ଡିଆନ ଗ୍ରାଁ ପ୍ରି-୧ରେ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ୮୧.୦୧ ମିଟର ସହ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ସେହିପରି ଜୁନ୍‌ରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଜାତୀୟ ଆନ୍ତଃରାଜ୍ୟ ଆଥ୍‌ଲେଟିକ୍ସ ମିଟ୍‌ରେ ସେ ୮୨.୮୭ ମିଟର ଥ୍ରୋ ସହିତ ରୌପ୍ୟ ପଦକ ପାଇଥିଲେ। ବିଶ୍ୱ ଚାମ୍ପିୟନଶିପ୍‌ରେ ପଦକ ହାସଲ କରି ନ ଥିଲେ ମଧ୍ୟ ଏହାର ଅନୁଭୂତି ଆଗାମୀ ଏସିଆନ୍‌ ଗେମ୍ସରେ ସହାୟକ ହେବ ବୋଲି କିଶୋର କହିଛନ୍ତି।
ନୀରଜ ମୋ ପ୍ରେରଣା
କ୍ୟାରିୟରରେ ପ୍ରଥମ ଥର ପାଇଁ ଏକ ବୃହତର ଷ୍ଟେଜରେ ପ୍ରଦର୍ଶନ କରିଥିବା ବେଳେ ଏହାକୁ ନେଇ ସାମାନ୍ୟ ନର୍ଭସ ମଧ୍ୟ ଥିଲେ। ତେବେ ନିଜ ପ୍ରଦର୍ଶନକୁ ନେଇ ସେ ସନ୍ତୋଷ ପ୍ରକାଶ କରିଛନ୍ତି। ନୀରଜ ଚୋପ୍ରାଙ୍କ ପରି ଖେଳାଳିଙ୍କ ସହିତ ଖେଳିବାରୁ ବହୁତ ଜିନିଷ ଶିଖିବାକୁ ମିଳିଛି। ଇଭେଣ୍ଟ ସମୟରେ ସମସ୍ତ ଖେଳାଳି ବ୍ୟକ୍ତିଗତ ପ୍ରଦର୍ଶନ ଉପରେ ନଜର ରଖିଥାନ୍ତି। ତେବେ ଅନ୍ତର୍ଜାତୀୟ କ୍ରୀଡ଼ାରେ ଅଭିଜ୍ଞ ନୀରଜ ସର୍ବଦା ଶାନ୍ତ ରହି ଉପଯୁକ୍ତ ପରାମର୍ଶ ଦେଇଥାନ୍ତି। ଫାଇନାଲରେ ଏକ ଥ୍ରୋ ଖରାପ ହେବା ପରେ ବ୍ୟସ୍ତ ନ ହୋଇ ପରବର୍ତ୍ତୀ ଥ୍ରୋ ଉପରେ ଫୋକସ କରିବା ପାଇଁ ନୀରଜ ପରାମର୍ଶ ଦେଇଥିଲେ। ହାଙ୍ଗଝୋରେ ପୋଡିୟମ ଫିନିଶ୍‌ ଲକ୍ଷ୍ୟ ରହିଥିବା ପ୍ରକାଶ କରିଛନ୍ତି କିଶୋର ଜେନା।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାର ରାଜ୍ୟ କାର୍ଯ୍ୟକାରିଣୀ ତାଲିକା ଘୋଷଣା: ମହେଶ୍ୱର ସାହୁଙ୍କୁ ମିଳିଲା ଗୁୁରୁଦାୟିତ୍ୱ

ବଞ୍ଚୋ,୧୦।୪(ପ୍ରଦୋଷ ବିଶ୍ୱାଳ ): ଭାରତୀୟ ଜନତା ପାର୍ଟି (ଭାଜପା) ଓଡ଼ିଶା ରାଜ୍ୟ ସଭାପତି ମନମୋହନ ସାମଲ ଶୁକ୍ରବାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଓ…

ଟିଲୋ ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣଜୟନ୍ତୀ: ଯୋଗଦେଲେ ବାଚସ୍ପତି

ବନ୍ତ,୧୦।୪(କିଶୋର କୁମାର ସେଠୀ):ଭଦ୍ରକ ଜିଲା ବନ୍ତ ବ୍ଲକ ଟିଲୋ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠାର ୫୦ ବର୍ଷ ପୂର୍ତ୍ତି ଅବସରରେ‘ସୁବର୍ଣ୍ଣ ଜୟନ୍ତୀ’ ମହାସମାରୋହରେ ଶୁକ୍ରବାର ପାଳିତ ହୋଇଯାଇଛି।…

ବହୁ ପ୍ରତୀକ୍ଷାର ଅନ୍ତ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଖୋଲିଲା ଶାଳପଡ଼ା ଓଭରବ୍ରିଜ୍‌

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଦୀର୍ଘଦିନର ପ୍ରତୀକ୍ଷା ପରେ ଶେଷରେ ଶାଳପଡ଼ା ଓଭରବ୍ରିଜ ଶୁକ୍ରବାର ସାଧାରଣ ଲୋକଙ୍କ ପାଇଁ ଖୋଲାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଆସନ୍ତା ୧୨ ତାରିଖର ଗସ୍ତକୁ ଦୃଷ୍ଟିରେ…

ମୋନାଲିସା ନାବାଳିକା: ଜେଲ୍‌ ଯିବେ ସ୍ବାମୀ ଫରମାନ! ହେଲା ବଡ଼ ଖୁଲାସା

ନୂଆଦିଲ୍ଲୀ,୧୦।୪: ମଧ୍ୟପ୍ରଦେଶ ଏବଂ କେରଳ ରାଜ୍ୟ ସହିତ ଜଡିତ ଏକ ହାଇ-ପ୍ରୋଫାଇଲ ମାମଲାରେ ‘ଭାଇରାଲ ଗର୍ଲ’ ଭାବରେ ପରିଚିତ ମୋନାଲିସା ଭୋଁସଲେଙ୍କ ବିଷୟରେ ଏକ ବଡ଼ ଖୁଲାସା…

ହନୁମାନ ଜୟନ୍ତୀ ପାଇଁ ସମ୍ବଲପୁରରେ ସୁରକ୍ଷା କଡ଼ାକଡ଼ି: ଡଗ ସ୍କ୍ବାଡ ସହ ବୁଲୁଛି ପୋଲିସ

ସମ୍ବଲପୁର,୧୦।୪(ପ୍ରମୋଦ ବହିଦାର): ସମ୍ବଲପୁରରେ ଅନୁଷ୍ଠିତ ହେବାକୁ ଥିବା ହନୁମାନ ଜୟନ୍ତୀ ସହ ବାଇକ ରାଲି ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସହରର ଶାନ୍ତିଶୃଙ୍ଖଳା…

ମନ୍ଦିରରୁ ଚୋରି କରୁଥିଲେ ଚୋର, ହଠାତ୍‌ ଶୁଭିଲା ଠାକୁରାଣୀଙ୍କ ପାଉଁଜି ଶବ୍ଦ, ଭୟରେ ଥରିଥରି ଏମିତି କହିଲେ…

ଭଦ୍ରକ,୧୦ା୪(ସନାତନ ରାଉତ):  ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ଭଦ୍ରକାଳୀ ମନ୍ଦିରର ହୁଣ୍ଡିରେ ଥିବା ଟଙ୍କା ରବିବାର ରାତିରେ ଚୋରି ହୋଇଥିଲା। ଏହି ଚୋରିରେ ସମ୍ପୃକ୍ତ ୨ଜଣ ଯୁବକଙ୍କୁ ଭଦ୍ରକ…

ପ୍ରେମରେ ପ୍ରତାରଣା ପାଇବା ପରେ ଟାଓ୍ବାର ଉପରକୁ ଚଢିଗଲେ ଯୁବକ, ତା’ପରେ ଘଟିଲା…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): ପ୍ରେମରେ ପ୍ରତାରଣା ପାଇବା ପରେ ଯୁବକ ୩୩ କେଭି ଟାୱାରରେ ଚଢି ଜୀବନ ହାରିବା ପାଇଁ ଚେଷ୍ଟା କରୁଥିବାବେଳେ ପୋଲିସ ପହଞ୍ଚି…

ବଢ଼ିବ ତାତି: ଗରମ-ଗୁଳୁଗୁଳିରେ ଛଟପଟ ହେବେ ଏସବୁ ଜିଲାର ଲୋକେ, ସତର୍କ ସୂଚନା ଜାରି

ଭୁବନେଶ୍ୱର,୧୦।୪: ରାଜ୍ୟରେ ପାରଦ ପୁଣି ଉପରମୁହାଁ ହେବ। ଦୁଇଦିନ ମଧ୍ୟରେ ୪ରୁ ୬ ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇବ। ବିଶେଷକରି ଶନିବାର ୧୧ ତାରିଖରୁ ପଶ୍ଚିମ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri