Posted inଖେଳ

ମେସୁଟ୍‌ ଓଜିଲଙ୍କ ଅବସର

ଇସ୍ତାନବୁଲ,୨୩ା୩(ପି.ଟି.): ଜର୍ମାନୀ ଫୁଟବଲ ଦଳର ପୂର୍ବତନ ମିଡଫିଲ୍ଡର ମେସୁଟ୍‌ ଓଜିଲ୍‌ ୩୪ ବର୍ଷ ବୟସରେ ଅବସର ଘୋଷଣା କରିଛନ୍ତି। ୨୦୧୪ ବିଶ୍ୱକପ ବିଜୟୀ ଜର୍ମାନୀ ଦଳର ସଦସ୍ୟ ରହିଥିବା ଓଜିଲ ବୁଧବାର ଅବସର ଗ୍ରହଣ କରିଛନ୍ତି। ନିୟମିତ ଆହତ ହେବା କାରଣରୁ ସେ ଏଭଳି ନିଷ୍ପତ୍ତି ନେବାକୁ ବାଧ୍ୟ ହେଲେ ବୋଲି ଓଜିଲ କହିଛନ୍ତି। ଦୀର୍ଘ ୧୭ ବର୍ଷ ଧରି ମୁଁ ପ୍ରଫେସନାଲ ଫୁଟବଲ ଖେଳି ଆସୁଛି। ମିଳିଥିବା ସୁଯୋଗ ପାଇଁ ମୁଁ ସମସ୍ତଙ୍କ ନିକଟରେ କୃତଜ୍ଞ ବୋଲି ସେ ନିଜ ସୋସିଆଲ ମିଡିଆ ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ବିଗତ କିଛି ସପ୍ତାହ ତଥା ମାସ ମୋ ପାଇଁ ଅତ୍ୟନ୍ତ କଷ୍ଟସାଧ୍ୟ ରହିଥିଲା।

ନିୟମିତ ଭାବରେ ଆହତ ହେବା ସହିତ ଅନ୍ତର୍ଜାତୀୟ ଫୁଟବଲ ସମ୍ଭାବନା କ୍ଷୀଣ ହେଉଥିବା ସ୍ପଷ୍ଟ ହୋଇ ଯାଇଥିଲା। ଅବସର ଘୋଷଣା ସହିତ ତୁର୍କୀର କ୍ଲବ ଇସ୍ତାନବୁଲ ବାସାକସେହିର ସହ ତାଙ୍କ ଚୁକ୍ତି ଆଗୁଆ ଶେଷ ହୋଇଛି। ଚଳିତ ସିଜନରେ ସେ ଦଳ ପକ୍ଷରୁ ମାତ୍ର ୭ ମ୍ୟାଚ୍‌ ଖେଳିଥିଲେ। ପୂର୍ବରୁ ରିଅଲ ମାଡ୍ରିଡ୍‌ ଓ ଆର୍ସେନଲ ପରି କ୍ଲବ୍‌ ପାଇଁ ସେ ଖେଳିଛନ୍ତି। ୨୦୧୨ରେ ରିୟଲ ମାଡ୍ରିଡ୍‌ ସହିତ ସ୍ପାନିଶ ଲିଗ୍‌ ଟାଇଟଲ୍‌ ଜିତିଥିବା ବେଳେ ଆର୍ସେନଲ ସହିତ ୪ ଥର ଏଫ୍‌ଏ କପ୍‌ ଜିତିଛନ୍ତି।

୨୦୧୮ରେ ଜର୍ମାନୀ ଦଳରେ ତାଙ୍କୁ ଜାତିଆଣ ମନ୍ତବ୍ୟ ଓ ଅସମ୍ମାନର ସମ୍ମୁଖୀନ ହେବାକୁ ପଡିଥିବା ନେଇ ଅଭିଯୋଗ କରିବା ପରଠାରୁ ଆଉ ଅନ୍ତର୍ଜାତୀୟ ମ୍ୟାଚ ଖେଳିବାର ସୁଯୋଗ ପାଇନଥିଲେ ଓଜିଲ୍‌। ୨୦୧୮ ବିଶ୍ୱକପ ପୂର୍ବରୁ ତୁର୍କୀ ରାଷ୍ଟ୍ରପତି ରିସେପ୍‌ ଟାଇପ୍‌ ଏର୍ଡୋଗାନଙ୍କ ସହିତ ଫଟୋ ପୋଷ୍ଟ କରି ସମାଲୋଚିତ ହୋଇଥିଲେ। ଜର୍ମାନୀ କ୍ଲବ୍‌ ସାଲ୍‌କେ ଓ ଓ୍ବେର୍ଡର ବ୍ରେମେନ୍‌ ପାଇଁ ଉଲ୍ଲେଖନୀୟ ପ୍ରଦର୍ଶନ କରି ଜାତୀୟ ଦଳରେ ସ୍ଥାନ ପାଇଥିବା ବେଳେ ୨୦୧୦ରୁ ଆର୍ସେନଲ ପାଇଁ ୮ ବର୍ଷ ଖେଳିଥିଲେ। ତେବେ ଚୀନ୍‌ରେ ଅତ୍ୟାଚାରିତ ମୁସଲିମ୍‌ଙ୍କ ସପକ୍ଷରେ ପୋଷ୍ଟ କରିବା କାରଣରୁ ଚାଇନା ଟିଭି ଚ୍ୟାନେଲରୁ ଆର୍ସେନଲ ମ୍ୟାଚ୍‌ ପ୍ରତ୍ୟାହାର ହେବା କାରଣରୁ ୨୦୧୮ରେ ଆର୍ସେନଲ ତାଙ୍କୁ ବିଦା କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ପାକିସ୍ତାନର ସ୍ଥିତି ସାଂଘାତିକ, LPG-ଡିଜେଲ-ପେଟ୍ରୋଲ ପରେ ଏବେ ବଢ଼ିଲା ଔଷଧ ଦାମ୍

ଇସଲାମାବାଦ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ପଡ଼ୋଶୀ ପାକିସ୍ତାନ ଉପରେ ପଡୁଛି । ଏଲପିଜି, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପରେ, ଔଷଧର ମୂଲ୍ୟରେ ମଧ୍ୟ ଏବେ…

ଦିଗପହଣ୍ଡିରେ ଜାଳେଣି ଗ୍ୟାସ ସିଲିଣ୍ଡର କଳାବଜାର, ହନ୍ତସନ୍ତ ହେଉଛନ୍ତି ଲୋକେ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ଜାଳେଣି ଗ୍ୟାସ ସିଲିଣ୍ଡରର ବ୍ୟାପକ କଳାବଜାର ହେଉଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରାଚ୍ୟ…

ଦଳାଚକଟା ପୀଡ଼ିତାଙ୍କୁ ପ୍ରଥମ ବିଜୟ ଉତ୍ସର୍ଗ କଲେ ଆର୍‌ସିବି ଅଧିନାୟକ

ବେଙ୍ଗାଲୁରୁ,୨୯ା୩: ସନ୍‌ରାଇଜର୍ସ ବିପକ୍ଷ ମ୍ୟାଚ୍‌ରେ ଏକ ଜବରଦସ୍ତ ବିଜୟ ସହ ଡିଫେଣ୍ଡିଂ ଚାମ୍ପିୟନ ରୟାଲ ଚ୍ୟାଲେଞ୍ଜ ବେଙ୍ଗାଲୁରୁ (ଆର୍‌ସିବି) ତା’ର ଅଭିଯାନ ଆରମ୍ଭ କରିଛି। ଦଳର ଏହି…

ଇରାନର ବଡ଼ ଦାବି, ମିଶାଇଲ୍ ଆଟାକରେ ଦୁଇଖଣ୍ଡ ହେଲା ଆମେରିକାର AWACS

ନୂଆଦିଲ୍ଲୀ,୨୯।୩: ଇରାନ ରବିବାର ଦିନ ସାଉଦି ଆରବରେ ଥିବା ଏକ ଆମେରିକୀୟ ଏୟାରବେସ୍ ଉପରେ ମିଶାଇଲ୍ ଏବଂ ଡ୍ରୋନ ଆଟାକ୍ କରିଛି । ଏହି ଆକ୍ରମଣରେ ଆମେରିକୀୟ…

ଜେଲ୍‌ ଶୌଚାଳୟରୁ ମିଳିଲା ବିଚାରାଧୀନ କଏଦୀଙ୍କ ମୃତଦେହ, ପରିବାର ଲୋକେ ଅଭିଯୋଗ ଆଣି କହିଲେ…

ପୁରୀ,୨୯ା୩(ଅଜିତ କୁମାର ମହାନ୍ତି): ରାମଚଣ୍ଡୀ ଥାନା ଅର୍ନ୍ତଗତ ବାରଙ୍ଗସ୍ଥିତ ପୁରୀ ଜେଲରେ ରବିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପୁରୀ ଜେଲ୍‌ରେ ଥିବା ଜଣେ ବିଚାରାଧୀନ…

LPG କନେକ୍ସନ ଛାଡିଲେଣି ୬ ହଜାର ଲୋକ, ଏହି ଦିଗ ପ୍ରତି ବଢୁଛି ଆଗ୍ରହ, ଗ୍ୟାସ ସଙ୍କଟ ମଧ୍ୟରେ ସରକାର ଦେଲେ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୯।୩: ସାରା ଦେଶରେ, ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG)ର 6,000 ଉପଭୋକ୍ତା ସ୍ବେଚ୍ଛାକୃତ ଭାବରେ ସେମାନଙ୍କର ତରଳ ପେଟ୍ରୋଲିୟମ ଗ୍ୟାସ (LPG) ସଂଯୋଗ ଛାଡି ଦେଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri