ସମୁଦ୍ରରେ ମିଶିଯାଉଛି, ଚାଷକୁ ମିଳୁନି

ଯାଜପୁର ଅଫିସ,୨୦।୯: ସରକାର ରାଜ୍ୟବ୍ୟାପୀ ଶତପ୍ରତିଶତ ଜମିରେ ଜଳସେଚନର ସୁବିଧା ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ସେଚାଞ୍ଚଳ ଉନ୍ନୟନ କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ ଯୋଜନାରେ ପ୍ରକଳ୍ପଗୁଡିକରେ ସେଚ ସାମର୍ଥ୍ୟ ବୃଦ୍ଧି, କେନାଲ ରକ୍ଷଣାବେକ୍ଷଣ, ଫସଲ ଖସଡ଼ା ପ୍ରସ୍ତୁତି, ସୁଷମ ଜଳ ଆବଣ୍ଟନ ସକାଶେ ପାଣି ପଞ୍ଚାୟତ ସଂଖ୍ୟା ବୃଦ୍ଧି କରାଯାଉଥିବା କୁହାଯାଉଛି। ପ୍ରତିବର୍ଷ ଅଧିକରୁ ଅଧିକ କ୍ଷେତ୍ର ସେଚନାଳୀ ନିର୍ମାଣ, ଗୋଷ୍ଠୀ ଜଳାଶୟ ମରାମତି ପାଇଁ ବିପୁଳ ଟଙ୍କା ଖର୍ଚ୍ଚ କରାଯାଇଛି। ହେଲେ ଯାଜପୁର ଜିଲାରେ ଏହିସବୁ କାର୍ଯ୍ୟକ୍ରମ ବିଫଳ ହେଉଛି।
କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ଜିଲାରେ ୭୪ଟି ନୂତନ ଏମ୍‌ଆଇପି ନିର୍ମାଣ କରିବାକୁ ଦୀର୍ଘ ବର୍ଷ ହେଲା ପ୍ରସ୍ତାବ ରହିଥିଲେ ହେଁ ତାହା କାର୍ଯ୍ୟକାରୀ ହୋଇ ପାରୁନାହିଁ। ଏଥିରେ ବଡ଼ଚଣା ବ୍ଲକର ୧୯ଟି, ବିଞ୍ଝାରପୁରର ୪, ଦାନଗଦିର ୧୦, ଦଶରଥପୁରର ୪, ଧର୍ମଶାଳାର ୬, ଯାଜପୁରର ୫, କୋରେଇର ୮, ରସୁଲପୁରର ଗୋଟିଏ, ସୁକିନ୍ଦାର ୧୭ ଏମ୍‌ଆଇପି ପ୍ରସ୍ତାବ ରହିଛି। ଏହା ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହେଲେ ପ୍ରାୟ ୫ ହଜାର ହେକ୍ଟର ଜମିରେ ଜଳସେଚନ ହେବ ବୋଲି ଆଶା କରାଯାଇଛି। କିନ୍ତୁ ଏହା ପ୍ରସ୍ତାବରେ ସୀମିତ ରହିଥିବାରୁ ମରୁଡି ସମୟରେ ଚାଷୀମାନଙ୍କ ଆର୍ଥିକ ସ୍ଥିତି ଦୋହଲିଯାଉଛି। ବର୍ତ୍ତମାନ ସୁଦ୍ଧା ଜିଲାରେ ମାତ୍ର ୫୮ ଏମ୍‌ଆଇପିରେ ୪୪୭୯ ହେକ୍ଟର ଜମିରେ ଜଳସେଚନ ହେଉଥିବା ସରକାରୀ ଭାବେ ସୂଚନା ମିଳିଛି। ଅନ୍ୟପକ୍ଷରେ ବ୍ରାହ୍ମଣୀ ନଦୀର ପଙ୍କପାଳଠାରେ ଇଡ୍‌କୋ ପକ୍ଷରୁ ଇନ୍‌ଟେକ୍‌ ୱେଲ୍‌ ଜରିଆରେ ମନଇଚ୍ଛା ପାଣି ଉତ୍ତୋଳନ କରି କଳିଙ୍ଗନଗର ଶିଳ୍ପାଞ୍ଚଳର ୧୨ ଶିଳ୍ପ କାରଖାନାକୁ ଦୈନିକ ବହୁ ଗ୍ୟାଲେନ ପାଣି ଯୋଗାଇ ଦିଆଯାଉଛି। ବୈତରଣୀ ନଦୀର ୯୦ ପ୍ରତିଶତ ଜଳ ସିଧା ସମୁଦ୍ରରେ ମିଶୁଛି। ବିଡମ୍ବନା ଯେ, ଯାଜପୁର ଜିଲା ଦେଇ ପ୍ରବାହିତ ଏହି ଦୁଇ ପ୍ରମୁଖ ନଦୀର ଉପରମୁଣ୍ଡରେ ଜଳସେଚନ ପ୍ରକଳ୍ପ ଏଯାଏ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହୋଇ ପାରିନାହିଁ ା ତେଣୁ ବ୍ରାହ୍ମଣୀ ଓ ବୈତରଣୀ ଚାଷୀଙ୍କ ପାଇଁ ନୁହେଁ, ଶିଳ୍ପ କାରଖାନା ପାଇଁ ଉଦ୍ଦିଷ୍ଟ ବୋଲି କ୍ଷୋଭପ୍ରକାଶ ପାଉଛି।
ଜିଲାର ସମୁଦାୟ ୧,୪୫,୪୫୦ ହେକ୍ଟର ଚାଷ ଜମିରୁ ବୃହତ୍‌ ଓ କ୍ଷୁଦ୍ର ଜଳସେଚନ ମାଧ୍ୟମରେ ଖରିଫରେ ୬୧,୩୨୨(୪୨.୧୬%) ଓ ରବି ଋତୁରେ ୩୪,୬୦୦ (୨୩.୭୮%) ହେକ୍ଟର ଜମିରେ ଜଳସେଚନ ହେଉଥିବା ସରକାର ଦାବି କରୁଛନ୍ତି। ହେଲେ ବାସ୍ତବରେ ବୈତରଣୀ-ବୁଢ଼ା ଆନ୍ନିକଟଠାରୁ ଜିଲାର ସଦର ବ୍ଲକ ସମେତ ଦଶରଥପୁର ଓ ବିଞ୍ଝାରପୁର ବ୍ଲକର ପ୍ରାୟ ୧୦ ହଜାର ଏକର ଏବଂ ଜଗତ୍‌ପୁର-ଜେନାପୁର ହାଇଲେଭଲ କେନାଲ ପାଣିରେ ଖରିଫ ଋତୁରେ ଜିଲାର ବଡ଼ଚଣା ଓ ଧର୍ମଶାଳା ବ୍ଲକରେ ୮୩୮୪ ହେକ୍ଟର ଜମିରେ ଜଳସେଚନ ହେଉଥିବା ସୂଚନା ମିଳିଛି। ଅଥଚ ୧୬୪.୦୦୫ କିମି ଦୈର୍ଘ୍ୟ ବିଶିଷ୍ଟ ଏହି କେନାଲ ମଧ୍ୟରୁ ୬୮୦.୮୯ ହେକ୍ଟର ଜମିରେ ପାଣି ମାଡୁନାହିଁ। କ୍ଷୁଦ୍ର ଜଳସେଚନ ପ୍ରକଳ୍ପ, ହାଇଲେଭଲ କେନାଲ ଅବା ଉଠା ଜଳସେଚନ ପ୍ରକଳ୍ପ ଉପରେ ରାଜନୈତିକ ନେତୃବର୍ଗ ନୀରବ ରହିଛନ୍ତି। କିନ୍ତୁ ମୋଟା ଅଙ୍କର ମାସିକ ଅର୍ଥ ପାଇଁ ନେତୃବର୍ଗ ଭୂ-ସମ୍ପଦ ଲିଜ୍‌ କାରବାରରେ ବେଶି ଆଗ୍ରହ ଦେଖାଉଛନ୍ତି ବୋଲି ଚର୍ଚ୍ଚା ହେଉଛି।
ଚଳିତବର୍ଷ ଚାଷୀଙ୍କୁ ଚାଷ ଆରମ୍ଭରୁ ଝଟକା ଲାଗିଛି। ଜିଲାରେ ଜୁନରେ ୧୭ ପ୍ରତିଶତ, ଜୁଲାଇରେ ୬୦ ପ୍ରତିଶତ ଏବଂ ଅଗଷ୍ଟରେ ୫୨ ପ୍ରତିଶତ କମ୍‌ ବର୍ଷା ଚାଷୀକୁଳଙ୍କୁ ବ୍ୟଥିତ କରିଥିଲା। ଅନ୍ୟପକ୍ଷେ ସେପ୍ଟେମ୍ବର ୧୩ ଓ ୧୪ରେ ଅତ୍ୟଧିକ ବର୍ଷା ଯୋଗୁ ରବିବାର ସୁଦ୍ଧା ହାରାହାରି ୪୩୪.୫୬ ମିମି ବର୍ଷା ହୋଇ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଫଳରେ ଚାଷୀ କେତେବେଳେ ବର୍ଷାର ଅଭାବ ତ କେତେବେଳେ ବନ୍ୟା ପରିସ୍ଥିତିର ସମ୍ମୁଖୀନ ହୋଇ ନୟାନ୍ତ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri