ଡହ ଡହ ଖରାରେ ଆଉଟୁ ପାଉଟୁ ବେପାରୀ, ଶୁଣିଲାନି ପ୍ରଶାସନ

ଗଞ୍ଜାମ,୨।୩ (ବିଦ୍ୟାଧର ସାହୁ ): ଗଞ୍ଜାମ ସହରରେ ଗତ ତିନିଦିନ ଧରି ପବିତ୍ର ଐତିହାସିକ ଦୋଳ ଯାତ୍ରା ଅନୁଷ୍ଠିତ ହେଉଅଛି । ସାହି ଯାତ୍ରା ସରିବା ପରେ ମଙ୍ଗଳବାର ବଜାର ଯାତ୍ରା ଅନୁଷ୍ଠିତ ହେବ । ଏହି ଯାତ୍ରା ଉପଲକ୍ଷେ ଶହ ଶହ ବିଭିନ୍ନ ବେପାରୀ ତ୍ରିବେଣୀ ମଠ ଛକ ଠାରୁ ସାନ ବଜାର ପର୍ଯ୍ୟନ୍ତ ନିଜର ପସରା ଧରି ବସିଛନ୍ତି । ପ୍ରବଳ ଗ୍ରୀଷ୍ମ ପ୍ରବାହ ଗୁଳୁଗୁଳି ଯୋଗୁଁ ବେପାରୀ ଓ ଜନସାଧାରଣ ଡହଳ ବିକଳ ହୋଇ ପଡିଲେଣି ।

ବେଲୁନ ବେପାରୀ ଓ ଅନ୍ୟମାନେ ପାଣି ଟୋପାଏ ପାଇଁ ଆଉଟୁ ପାଉଟୁ ହେଉଥିବା ବେଳେ କୌଣସି ପ୍ରଶାସନ ଦେଖି ନଦେଖିଲା ଭଳି ଚାଲି ଯାଉଛନ୍ତି । ଜନପ୍ରତିନିଧିମାନଙ୍କ ଇଛା ଶକ୍ତି ଅଭାବ ଥିବା ଏଠି ପରିଲିକ୍ଷିତ ହେଉଥିବା ଜଣା ପଡିଛି । ଚଳିତ ବର୍ଷ ଏହି ଯାତ୍ରା ଅବ୍ୟବସ୍ଥା ମଧ୍ୟରେ ଗତି କରୁଥିବାରୁ ଅସନ୍ତୋଷ ଦେଖାଦେଇଛି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବିଲ୍ ପେମେଣ୍ଟ ହୋଇପାରୁନଥିବାରୁ ପାଟିତୁଣ୍ଡ, ବ୍ଲକ୍‌ ଅଫିସ୍‌ରେ ଶାସକ-ବିରୋଧୀ ଗୋଷ୍ଠୀ ମୁହାଁମୁହିଁ

ନୟାଗଡ଼,୨।୩(ଲୋକନାଥ ମିଶ୍ର): ଉନ୍ନତିମୂଳକ କାର୍ଯ୍ୟରେ ବିଲ୍ ପେମେଣ୍ଟ ହୋଇପାରୁନଥିବାରୁ ପାଟିତୁଣ୍ଡ । ଉନ୍ନତିମୂଳକ କାର୍ଯ୍ୟରେ ବିଲ୍ ପେମେଣ୍ଟ ହୋଇପାରୁନଥିବାରୁ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ…

ଆମେରିକାର F-15 ଫାଇଟର ଜେଟ କ୍ରାସ, ସାମ୍ନାକୁ ଆସିଲା ଭିଡ଼ିଓ

କୁଓ୍ବେତ ସିଟି,୨।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଶନିବାର ଇରାନ ଉପରେ ଇସ୍ରାଏଲ ଏବଂ ଆମେରିକାର ଆକ୍ରମଣ ପରେ, ସମଗ୍ର ଅଞ୍ଚଳ ଯୁଦ୍ଧର ନିଆଁରେ ବୁଡ଼ି ରହିଛି।…

ଯୁକ୍ତିତର୍କରୁ ତୁମୁଳ କାଣ୍ଡ, ପରିବାରର ୪ଜଣଙ୍କୁ ହତ୍ୟା କଲେ ପୁଅ

ଲକ୍ଷ୍ନୌ,୨।୩ : ଉତ୍ତର ପ୍ରଦେଶର ବହରାଇଚ ଜିଲାରୁ ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି । ରୂପାଇଡିହା ଥାନା ଅଞ୍ଚଳ ଅନ୍ତର୍ଗତ ବସନ୍ତପୁର ଉଦଲ (ରାମନଗର) ଗାଁରେ…

ତ୍ରିଶୂଳ ପୋଖରୀ ପାଣି ଦୂଷିତ: ରୋଗ ବ୍ୟାପିବା ଆଶଙ୍କା

ଲୋଇସିଂହା,୨।୩(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ସହରର ତ୍ରିଶୂଳ ପୋଖରୀ ପାଣି ଦୂଷିତ ହୋଇପଡିଛି। ତଥାପି ଏହି ପୋଖରୀରେ ଦୈନିକ ଲୋଇସିଂହା ବସ୍ତିର ଶତାଧିକ ବ୍ୟକ୍ତି ସ୍ନାନ କରୁଥିବାରୁ…

ଯଦି ଭାରତ-ଇଂଲଣ୍ଡ ସେମିଫାଇନାଲ ମ୍ୟାଚ ବାତିଲ ହୁଏ, କାହାକୁ ମିଳିବ ଫାଇନାଲ ଟିକେଟ, ଜାଣନ୍ତୁ ସମୀକରଣ

ନୂଆଦିଲ୍ଲୀ,୨।୩: ଟି୨୦ ବିଶ୍ୱକପ ୨୦୨୬ ଏବେ ନକଆଉଟ ପର୍ଯ୍ୟାୟରେ ପହଞ୍ଚିଛି। ଭାରତ, ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ପ୍ରଥମ…

ଏହି ଦିନ ବାହାରିବ ମାଟ୍ରିକ ରେଜଲ୍ଟ, ତାରିଖ ଘୋଷଣା କଲେ ବୋର୍ଡ ସଭାପତି

ଭୁବନେଶ୍ବର,୨।୩: ମେ’ ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ବାହାରିବ ମାଟ୍ରିକ୍ ରେଜଲ୍ଟ । ଏନେଇ ସୂଚନା ଦେଲେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ।  ମୋଟ୍ ୫୫…

କେତେଦିନ ଇରାନ ଉପରେ ବୋମା ବର୍ଷଣ କରିବେ ଟ୍ରମ୍ପ? ଲିକ୍‌ ହେଲା ପ୍ଲାନ, ଧୂଆଁମୟ ମିଡଲ ଇଷ୍ଟ

ଓ୍ବାଶିଂଟନ,୨।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଚାଲିଥିବା ଉତ୍ତେଜନା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସଂଘର୍ଷ ଚାରି…

ଓଲଟିଲା ଯାତ୍ରା ପାର୍ଟି ବସ୍‌: ୨୦ରୁ ଅଧିକ କଳାକାର ଆହତ

ଦେବଗଡ,୨।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲାରେ ଓପେରା ୱେଷ୍ଟର୍ଣ୍ଣ ଓଡିଶା ଯାତ୍ରା ପାର୍ଟି ବସ ଓଲଟି ୨୦ରୁ ଅଧିକ କଳାକାର ଆହତ ହୋଇଛନ୍ତି । ରିଆମାଳ ଥାନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri