ଦ୍ରବ୍ୟର ସଂଶୋଧିତ ମୂଲ୍ୟ ତୁରନ୍ତ ଉଲ୍ଲେଖ କର: ମନ୍ତ୍ରୀ

ଭୁବନେଶ୍ୱର,୧୫ା୯ (ରବିନାରାୟଣ ଜେନା): ଦ୍ରବ୍ୟ ଓ ସେବାକର(ଜିଏସ୍‌ଟି) ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ଜିଏସ୍‌ଟି ପରିଷଦ ବୈଠକରେ ଯେଉଁ ସଂଶୋଧନ ହୋଇଛି ତାହାକୁ ତୃଣମୂଳସ୍ତରରେ ଗ୍ରାହକମାନେ ଯେଭଳି ପାଇପାରିବେ ସେଥିପ୍ରତି ଗୁରୁତ୍ୱ ଦିଆଯାଉଛି। ପ୍ରତ୍ୟେକ ପ୍ୟାକିଂରେ ପୁରୁଣା ମୂଲ୍ୟ ସହିତ ସଂଶୋଧିତ ନୂତନ ମୂଲ୍ୟ (ଏମ୍‌ଆର୍‌ପି) ତୁରନ୍ତ ଉଲ୍ଲେଖ କରିବାକୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ରବିବାର ମନ୍ତ୍ରୀ ପାତ୍ର ସମସ୍ତ ଉତ୍ପାଦକ, ପ୍ୟାକର୍‌ ଓ ଆମଦାନୀକାରୀଙ୍କୁ ସଂଶୋଧିତ ଜିଏସ୍‌ଟି ହ୍ରାସକୁ ସାମଗ୍ରୀ ପ୍ୟାକ୍‌ରେ ପ୍ରତିଫଳିତ କରିବାକୁ କହିଛନ୍ତି। ସେ କହିଛନ୍ତି ଯେ, ସାମଗ୍ରୀରେ ନୂଆ ଏମ୍‌ଆର୍‌ପି ପ୍ରଦର୍ଶନ କରିବାକୁ ହେବ। ସମସ୍ତ ମୂଲ୍ୟ ସ୍ଲାବ୍‌ରେ ଜିଏସ୍‌ଟିି ହ୍ରାସ ହୋଇଛି, ଅନେକ ସାମଗ୍ରୀରେ ସମ୍ପୂର୍ଣ୍ଣ ଛାଡ଼ ହୋଇଛି। ଏହା ପ୍ରଧାନମନ୍ତ୍ରୀଙ୍କର ଏକ ଐତିହାସିକ ନିଷ୍ପତ୍ତି, ଯାହା ସାଧାରଣ ଲୋକଙ୍କର ଆର୍ଥିକ ବୋଝ କମାଇବାରେ ସହାୟକ ହୋଇପାରିବ। ମନ୍ତ୍ରୀ ପାତ୍ର କହିଛନ୍ତି, ଆମ ବିଭାଗ ଏହାକୁ ପୂର୍ଣ୍ଣ ସମର୍ଥନ ଦେଉଛି, ଲାଭଗୁଡ଼ିକ ଗ୍ରାହକଙ୍କ ପାଖ଼େ ତୁରନ୍ତ ପହଞ୍ଚିବା ଉଚିତ।
୨୦୨୫ର ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ପ୍ୟାକ୍‌ ହୋଇଥିବା ଆବଶ୍ୟକ ସାମଗ୍ରୀ ପୁରୁଣା ଲେବୁଲ୍‌ ରଖିପାରିବ, କିନ୍ତୁ ନୂଆ ଦର ୨୨ ସେପ୍ଟେମ୍ବର ୨୦୨୫ରୁ ଲାଗୁ ହେବ ଏବଂ ବର୍ଷ ଶେଷ ସୁଦ୍ଧା ଏହାକୁ ସମ୍ପୂର୍ଣ୍ଣ ଭାବେ ଲାଗୁ କରାଯିବ ବୋଲି ମନ୍ତ୍ରୀ କହିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ବଦଳିବ ସବୁ ଚାକିରିର ନିୟମ! ଏବେ ଡିଗ୍ରୀ ନୁହେଁ ଦରକାର ପଡିବ…

ନୂଆଦିଲ୍ଲୀ,୯।୧୧: ବିଶ୍ୱ ଦ୍ରୁତ ଗତିରେ ବଦଳୁଛି, ଏବଂ ଆମର କାମ କରିବାର ଶୈଳୀ ମଧ୍ୟ ବଦଳୁଛି। କେବଳ ବୈଷୟିକ ଭାବରେ ଦକ୍ଷ ହେବା ଆଉ ଆବଶ୍ୟକ...

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ: ଅଟକିଲା ଆମ୍ବୁଲାନ୍ସ, ଗାଡି ପାଉ ନ ଥିଲେ ଲୋକେ

ନୂଆପଡ଼ା,୮ା୧୧ (ମକାରୁ ବେମାଲ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ରୋଡ୍‌ ଶୋରେ ନୂଆପଡ଼ା ସହରର ଏକତା ଛକ ଓ ଖରିଆର ରୋଡ୍‌ ଏନ୍‌ଏସରେ ପ୍ରବଳ ଭିଡ଼...

ଭାରତକୁ ଆଖି ଦେଖାଇଲା ପାକିସ୍ତାନ! ବାଂଲାଦେଶରୁ କଲା ଗର୍ଜନ…

ଢାକା,୯।୧୧: ମହମ୍ମଦ ୟୁନୁସଙ୍କ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ ହେବା ପରଠାରୁ, ପାକିସ୍ତାନ ସହିତ ବାଂଲାଦେଶର ସମ୍ପର୍କରେ ଯଥେଷ୍ଟ ଉନ୍ନତି ଆସିଛି। ଏହା ପ୍ରଥମ ଥର ପାଇଁ...

ରାତି ପାହିଲେ ଜିଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣୀ: ପୂର୍ବରୁ ୨୫୬ଟି ଅଭିଯୋଗ ଶୁଣି କରିଥିଲେ ରେକର୍ଡ

ଦାରିଙ୍ଗବାଡି,୯।୧୧(ଅରୁଣ ସାହୁ): ଦାରିଙ୍ଗବାଡି ବ୍ଲକ ସଭାଗୃହ ପରିସର ମଧ୍ୟରେ ସୋମବାର କନ୍ଧମାଳ ଜିଲାପାଳ ବେଦଭୂଷନ ଏବଂ ଏଏସ୍‌ପି ହରିଶ ବିସିଙ୍କ ମିଳିତ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ...

ମ୍ୟାନ ଅଫ ଦି ମ୍ୟାଚ ଖେଳାଳି କେତେ ଟଙ୍କା ପାଆନ୍ତି? ଏହା ମ୍ୟାଚ ଫି ଠାରୁ କେତେ କମ

ନୂଆଦିଲ୍ଲୀ,୯।୧୧: ନିକଟରେ, ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ମହିଳା ODI ବିଶ୍ୱକପ ଜିତିଥିଲା। ଫାଇନାଲ ମ୍ୟାଚରେ, ଶାଫାଲି ବର୍ମା ଏକ ଚମତ୍କାର ଇନିଂସ...

ଦାରିଙ୍ଗବାଡିରେ ଖସୁଛି ପାରଦ: ୨ ଦିନ ହେଲା ଶୀତ, ନିଆଁ ଲଗାଇ ବସୁଛନ୍ତି…

ଦାରିଙ୍ଗବାଡି,୯।୧୧(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିକୁ ଶୀତ ଆସିବାରେ ବିଳମ୍ବ ହୋଇଛି । ତେବେ ଗତ ୨ ଦିନ ହେଲା ପାରଦ ଖସୁଛି ଏବଂ...

ବିଜେଡି, ଭାଜପାର ରୋଡ୍‌ ଶୋ’କୁ ନେଇ ଚର୍ଚ୍ଚା

ନୂଆପଡ଼ା,୯ା୧୧(ପୀତାମ୍ବର ସାହୁ): ନୂଆପଡ଼ା ଉପନିର୍ବାଚନ ପ୍ରଚାର ଶେଷ ପର୍ଯ୍ୟାୟରେ। ରବିବାର ପ୍ରଚାର ଶେଷ ହୋଇଯିବ। ଅପରାହ୍ନ ୪ଟା ସୁଦ୍ଧା ନୂଆପଡ଼ା ଛାଡ଼ି ଚାଲିଯିବାକୁ ବାହାର ନେତା...

ନୂଆପଡ଼ା ଉପନିର୍ବାଚନ ବିଜୟ ପାଇଁ ପ୍ରମୁଖ ଦଳର କସରତ୍‌

ନୂଆପଡ଼ା,୯ା୧୧ (ପୀତାମ୍ବର ସାହୁ): ନୂଆପଡ଼ା ଉପନିର୍ବାଚନ ପ୍ରଚାର ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ଏହାକୁ ନେଇ ଆଲୋଚନା ସେତେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri