Posted inଫୁରସତ

‘ମାନସିକ ସ୍ବାସ୍ଥ୍ୟ ହିଁ ବିଶ୍ୱ ମାନବାଧିକାର’

ସୁସ୍ଥ ମଣିଷଟିଏ କହିଲେ ଉଭୟ ଶାରୀରିକ ଓ ମାନସିକ ସୁସ୍ଥତାକୁ ବୁଝାଏ। ମାତ୍ର ସୁନ୍ଦର ସ୍ବାସ୍ଥ୍ୟ ନିମନ୍ତେ ଲୋକମାନେ ମୁଖ୍ୟତଃ ଶରୀର ଉପରେ ହିଁ ବେଶି ଧ୍ୟାନ ଦେଇଥାନ୍ତି। ମାନସିକ ସୁସ୍ଥତା ଓ ମାନସିକ ରୋଗ ସମ୍ବନ୍ଧରେ ଆମ ଦେଶର ଲୋକମାନଙ୍କ ମଧ୍ୟରେ ସଚେତନତାର ଘୋର ଅଭାବ ରହିଛି। ଉତ୍ତମ ମାନସିକ ସ୍ବାସ୍ଥ୍ୟ ମଣିଷର କେତେକ ବିଶେଷ ଗୁଣର ସମାହାର। ସେଗୁଡ଼ିକ ହେଲା ଜୀବନରେ ପରିବର୍ତ୍ତନକୁ ବିନା ଭୟରେ ସାମ୍ନା କରିବା, ଅନ୍ୟକୁ ଭଲ ପାଇବା ଓ ଅନ୍ୟମାନଙ୍କ ଭଲ ପାଇବା ପାଇଁ ନିଜକୁ ପ୍ରସ୍ତୁତ ରଖିବା, ହାରିଯିବାର ଚିନ୍ତାରେ ସବୁବେଳେ ବ୍ୟସ୍ତ ନ ରହି ସବୁ କାମରେ ଉଦ୍ୟମ କରିବାର କ୍ଷମତା ରଖିବା, ସମାଜରେ ନିଜର ସ୍ଥିତି, ପାରିପାର୍ଶ୍ୱ ଓ ବାସ୍ତବତା ସମ୍ପର୍କରେ ଆବଶ୍ୟକ ଜ୍ଞାନ ରଖିବା, ନିଜ ଭୁଲ୍‌ ବୁଝିବାର ସତ୍‌ସାହସ ରଖିବା, ବନ୍ଧୁ ଓ ପଡ଼ୋଶୀମାନଙ୍କ ସହ ସାବଲୀଳ ସମ୍ପର୍କ ରଖିବା ଏବଂ ନିଜର ସିଦ୍ଧାନ୍ତ ନିଜେ ନେଇପାରିବାର କ୍ଷମତା ରଖିବା ଇତ୍ୟାଦି ।
ସ୍ବାସ୍ଥ୍ୟ ସଙ୍ଗଠନର ସାମ୍ପ୍ରତିକ ସର୍ବେକ୍ଷଣରୁ ଜଣାପଡ଼ିଛି, ସାରା ବିଶ୍ୱରେ ପ୍ରାୟ ୪୫ କୋଟି ଲୋକ ବିଭିନ୍ନ ମାନସିକ ସମସ୍ୟା ଦ୍ୱାରା ଆକ୍ରାନ୍ତ। ଭାରତବର୍ଷରେ ମାନସିକ ରୋଗୀଙ୍କ ସଂଖ୍ୟା ଦ୍ରୁତଗତିରେ ବଢ଼ିବାରେ ଲାଗିଛ। ଆମ ଦେଶରେ ପ୍ରାୟ ୨୦ ପ୍ରତିଶତ ଲୋକ ବିଭିନ୍ନ ମାନସିକ ସମସ୍ୟା ଦ୍ୱାରା ଆକ୍ରାନ୍ତ। ଅଧିକାଂଶ ମାନସିକ ସମସ୍ୟା ୨୦ବର୍ଷ ବୟସ ପୂର୍ବରୁ ହିଁ ଆରମ୍ଭ ହୋଇଥାଏ। ମାତ୍ର ବିଡ଼ମ୍ବନାର କଥା ଯେ ଭାରତରେ ମାନସିକ ରୋଗ ବିଶେଷଜ୍ଞ ଡାକ୍ତରଙ୍କର ଘୋର ଅଭାବ ରହିଛି। ଆମ ଦେଶ ଲୋକମାନଙ୍କ ମଧ୍ୟରେ ଦେଖାଯାଉଥିବା ପ୍ରମୁଖ ମାନସିକ ରୋଗଗୁଡ଼ିକ ହେଲା ଅବସାଦ, ସ୍କିଜୋଫ୍ରେନିଆ, ଆଙ୍ଗ୍‌ଜାଇଟି ଓ ବାଇପୋଲାର ରୋଗ ଆଦି। ଏଥିମଧ୍ୟରୁ ଅବସାଦ ରୋଗ ସର୍ବାଧିକ ମାତ୍ରାରେ ଦେଖାଯାଇଥାଏ। କିନ୍ତୁ ସ୍କିଜୋଫ୍ରେନିଆ ରୋଗ ସବୁଠାରୁ ଗୁରୁତର ମାନସିକ ରୋଗ। ଏହିସବୁ ମାନସିକ ରୋଗ ଯୋଗୁ ବର୍ତ୍ତମାନ ଆତ୍ମହତ୍ୟାର ସଂଖ୍ୟା ମଧ୍ୟ ଦ୍ରୁତଗତିରେ ବଢ଼ିବାରେ ଲାଗିଛି।
ରୋଗଗୁଡ଼ିକ ସମ୍ପର୍କରେ ଲୋକମାନଙ୍କ ମଧ୍ୟରେ ଅନେକ ଭୁଲ୍‌ ଧାରଣା ରହିଛି। ଲୋକମାନେ ଭାବନ୍ତି ମାନସିକ ରୋଗର ଚିକିତ୍ସା ସମ୍ଭବ ନୁହେଁ ଏବଂ ଏହା କେବେ ଭଲ ହୋଇପାରିବ ନାହିଁ। ଅନ୍ୟ କେତେକେ ଭାବନ୍ତି, ମାନସିକ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହେଉଥିବା ଔଷଧଗୁଡ଼ିକ ସେବନକଲେ ଏହା ଉପରେ ନିର୍ଭରଶୀଳତା ବଢ଼ିଯାଏ। ଏଗୁଡ଼ିକୁ ସାରା ଜୀବନ ଖାଇବାକୁ ପଡ଼େ ଏବଂ ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ଉପରେ ଖରାପ ପ୍ରଭାବ ପଡ଼ିଥାଏ। ମାତ୍ର ଏ ସବୁ ଭୁଲ୍‌ ଧାରଣା।
ସମସ୍ତ ମାନସିକ ରୋଗର ଚିକିତ୍ସା ସମ୍ପୂର୍ଣ୍ଣ ସମ୍ଭବ। ଏଥି ନିମନ୍ତେ ମାନସିକ ରୋଗ ବିଶେଷଜ୍ଞଙ୍କୁ ପରାମର୍ଶକରି ଚିକିତ୍ସା କରିବା ଜରୁରୀ। କେତେକ ନିର୍ବ୍ଦିଷ୍ଟ ମାନସିକ ରୋଗ ଛଡ଼ା ଅନ୍ୟ କୌଣସି ରୋଗରେ ସାରା ଜୀବନ ଔଷଧ ଖାଇବାକୁ ପଡ଼େ ନାହିଁ।
ଅବସ୍ଥାରେ ଲୋକେ ମାନସିକ ରୋଗଗୁଡ଼ିକର ଲକ୍ଷଣକୁ ଚିହ୍ନିବାରେ ସାଧାରଣତଃ ବିଳମ୍ବ କରିଥାଆନ୍ତି। କେତେଜଣ ଲୋକ ମାନସିକ ସମସ୍ୟାଗୁଡ଼ିକୁ କୌଣସି ରୋଗର ଲକ୍ଷଣ ବୋଲି ନ ମାନି, ଆମ ସମାଜରେ ପ୍ରଚଳିତ ଅନ୍ଧବିଶ୍ୱାସ ଯୋଗୁ ରୋଗୀକୁ ଗୁଣିଆ ପାଖକୁ ନେଇ ଅଯଥା ସମୟ ନଷ୍ଟ କରାଯାଇଥାଏ। ଏସବୁ ଦ୍ୱାରା ରୋଗର ପ୍ରକୋପ ବଢ଼େ ଓ ଡେରିରେ ଚିକିତ୍ସା ଆରମ୍ଭକଲେ ବେଶି ଦିନ ଔଷଧ ସେବନ କରିବାକୁ ପଡ଼ିଥାଏ କିମ୍ବା ରୋଗ ସମ୍ପୂର୍ଣ୍ଣ ଭାବେ ଠିକ୍‌ ହେବା ସମ୍ଭାବନା କମି ଯାଇଥାଏ। ବିଭିନ୍ନ ମାନସିକ ସମସ୍ୟାର ଚିକିତ୍ସା ନିମନ୍ତେ ଉବ୍ଦିଷ୍ଟ ଔଷଧର ଏକ ନିର୍ବ୍ଦିଷ୍ଟ କୋର୍ସ ରହି ଥାଏ, ଯାହା କି ସାଧାରଣତଃ ରୋଗର ତୀବ୍ରତା ଉପରେ ନିର୍ଭର କରିଥାଏ। ଏହି କୋର୍ସ ଅନୁସାରେ ଔଷଧ ଖାଇଲେ ଆଉ ରୋଗର ଲକ୍ଷଣ ଦେଖାଯାଇ ନ ଥାଏ। ରୋଗର ତୀବ୍ରତା କମିଲେ ଔଷଧଗୁଡ଼ିକର ମାତ୍ରା ମଧ୍ୟ ଧୀରେ ଧୀରେ କମାଇ ଦିଆଯାଏ। ମାନସିକ ରୋଗ ବିଶେଷଜ୍ଞଙ୍କ ବିନା ପରାମର୍ଶରେ ଔଷଧ ବନ୍ଦ କରିଦେଲେ ରୋଗ ପୁନର୍ବାର ଦେଖାଯିବା ଆଶଙ୍କା ରହିଥାଏ। ବର୍ତ୍ତମାନର ଆଧୁନିକ ଚିକିତ୍ସା ଯୁଗରେ ମାନସିକ ରୋଗଗୁଡ଼ିକର ଚିକିତ୍ସା ପାଇଁ ବ୍ୟବହାର କରାଯାଉଥିବା ଔଷଧଗୁଡ଼ିକ ସମ୍ପୂର୍ଣ୍ଣ ରୂପେ ସୁରକ୍ଷିତ ଓ ଏ ଗୁଡ଼ିକର କୌଣସି ବଡ଼ ପାର୍ଶ୍ୱ ପ୍ରତିକ୍ରିୟା ନାହିଁ। ଆମ ସମାଜରେ ଲୋକମାନଙ୍କ ମଧ୍ୟରେ ଧାରଣା ଅଛି ଯେ ବିବାହ ଦ୍ୱାରା ବିଭିନ୍ନ ମାନସିକ ରୋଗ ଠିକ୍‌ ହୋଇଯାଏ। ମାତ୍ର ଏହି ଧାରଣା ସମ୍ପୂର୍ଣ୍ଣ ଭୁଲ୍‌। ବିବାହ ପୂର୍ବରୁ ରୋଗର ଅବସ୍ଥା ତଥା ଔଷଧ ପ୍ରକ୍ରିୟା ସମ୍ପର୍କରେ ରୋଗୀ ଓ ତା’ର ଜୀବନସାଥୀ ଡାକ୍ତରଙ୍କଠାରୁ ପରାମର୍ଶ ନେବା ଉଚିତ।
ସ୍ବାସ୍ଥ୍ୟ ସଙ୍ଗଠନ ଓ ବିଶ୍ୱ ମାନସିକ ସଂଘର ମିଳିତ ଆନୁକୂଲ୍ୟରେ ପ୍ରତି ବର୍ଷ ଅକ୍ଟୋବର ୧୦କୁ ‘ବିଶ୍ୱ ମାନସିକ ସ୍ବାସ୍ଥ୍ୟ ଦିବସ’ ଭାବରେ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ଦିବସର ଥିମ୍‌ ହେଉଛି ‘ମାନସିକ ସ୍ବାସ୍ଥ୍ୟ ହିଁ ବିଶ୍ୱ ମାନବାଧିକାର’ (Mental Health is a Universal Human Right)। ଏହି ଦିବସ ପାଳନର ପ୍ରମୁଖ ଲକ୍ଷ୍ୟ ହେଲା ବିଭିନ୍ନ ମାନସିକ ରୋଗର କାରଣ, ଲକ୍ଷଣ ଓ ନିରାକରଣ ସମ୍ପର୍କରେ ଜନସାଧାରଣଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟିକରିବା। କୌଣସି ମାନସିକ ରୋଗର ଲକ୍ଷଣ ଦେଖାଦେଲେ ତାକୁ ଆଦୌ ଅବହେଳା କରନ୍ତୁ ନାହିଁ। ବିନା ସଙ୍କୋଚରେ ମାନସିକ ରୋଗ ବିଶେଷଜ୍ଞଙ୍କୁ ପରାମର୍ଶ କରନ୍ତୁ ଓ ଉଚିତ ଚିକିତ୍ସା ଗ୍ରହଣ କରନ୍ତୁ।
-ଡା. ସତ୍ୟକାମ ମହାପାତ୍ର ,
ମାନସିକ ରୋଗ ବିଶେଷଜ୍ଞ, କଟକ
ମୋ : ୮୮୯୫୨୯୩୯୯୭


Enter your email to get our daily news in your inbox.

All Right Reserved By Dharitri.Com

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ପାକିସ୍ତାନର ସ୍ଥିତି ସାଂଘାତିକ, LPG-ଡିଜେଲ-ପେଟ୍ରୋଲ ପରେ ଏବେ ବଢ଼ିଲା ଔଷଧ ଦାମ୍

ଇସଲାମାବାଦ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ପଡ଼ୋଶୀ ପାକିସ୍ତାନ ଉପରେ ପଡୁଛି । ଏଲପିଜି, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପରେ, ଔଷଧର ମୂଲ୍ୟରେ ମଧ୍ୟ ଏବେ…

ଦିଗପହଣ୍ଡିରେ ଜାଳେଣି ଗ୍ୟାସ ସିଲିଣ୍ଡର କଳାବଜାର, ହନ୍ତସନ୍ତ ହେଉଛନ୍ତି ଲୋକେ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ଜାଳେଣି ଗ୍ୟାସ ସିଲିଣ୍ଡରର ବ୍ୟାପକ କଳାବଜାର ହେଉଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରାଚ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri