ମାନସିକ ସ୍ବାସ୍ଥ୍ୟର ଯତ୍ନ: ବର୍ତ୍ତମାନ ସମୟର ଆହ୍ବାନ

ଲୋକମାନେ ମଧ୍ୟ ଭାବି ଥାଆନ୍ତି ମାନସିକ ରୋଗଗୁଡ଼ିକର ଚିକିତ୍ସା ପାଇଁ ବ୍ୟବହୃତ ଔଷଧ ଖାଇଲେ ଦେହର ବିଭିନ୍ନ ଅଙ୍ଗ ପ୍ରତ୍ୟେଙ୍ଗ ଉପରେ ଖରାପ ପ୍ରଭାବ ପକାଇଥାଏ। ମାତ୍ର ଏସବୁ ଭୁଲ ଧାରଣା। ସମସ୍ତେ ଜାଣିରଖିବା ଉଚିତ ଯେ ମାନସିକ ରୋଗର ଚିକିତ୍ସା ନିମନ୍ତେ ଉଦ୍ଦିଷ୍ଟ ଔଷଧଗୁଡ଼ିକୁ ଖାଇଲେ ଶରୀରର ଅଙ୍ଗପ୍ରତ୍ୟଙ୍ଗ ଉପରେ କୌଣସି ଖରାପ ପ୍ରଭାବ ପଡ଼ି ନ ଥାଏ।
ଆମ ସମାଜରେ ଲୋକଙ୍କ ମଧ୍ୟରେ ଧାରଣା ଅଛି ଯେ ବିବାହ ଦ୍ୱାରା ମାନସିକ ରୋଗ ଠିକ୍‌ ହୋଇଯାଏ। ମାତ୍ର ଏହି ଧାରଣା ସମ୍ପୂଣ୍ଣର୍ର୍ ଭୁଲ। ବରଂ ବିବାହ ଏହି ରୋଗୀଙ୍କୁ ଅଯଥାରେ ଅତ୍ୟନ୍ତ ଦାୟିତ୍ୱପୂର୍ଣ୍ଣ ପରିସ୍ଥିତିକୁ ଠେଲିଦିଏ। ମାନସିକ ଅବସ୍ଥା ଠିକ ନ ଥିଲା ବେଳେ ସଂସାର ଆରମ୍ଭ କରିବା, ପରସ୍ପରର ଦାୟିତ୍ୱ ନେବା ବରଂ ଚିନ୍ତାଜନକ ହୋଇପାରେ ଓ ରୋଗର ପରିଣତି ଉପରେ କୁପ୍ରଭାବ ପକାଇପାରେ। ବିବାହ ପୂର୍ବରୁ ରୋଗର ଅବସ୍ଥା ତଥା ଔଷଧ ସମ୍ପର୍କରେ ରୋଗୀ ଓ ତା’ର ଜୀବନସାଥୀ ଡାକ୍ତରଙ୍କଠାରୁ ପରାମର୍ଶ ନେବା ଉଚିତ। ଲୋକମାନେ ଭାବିଥାନ୍ତି ଯେ ମାନସିକ ରୋଗଗୁଡ଼ିକର ଚିକିତ୍ସା କେବଳ ଔଷଧ ଦ୍ୱାରା ହିଁ ହୋଇପାରିବ। ମାତ୍ର ସମସ୍ତେ ଜାଣିରଖିବା ଉଚିତ କେତେକ ମାନସିକ ସମସ୍ୟା (ଯେମିତିକି ଡିପ୍ରେସନ, ଆଙ୍ଗଜାଇଟି) ଅଛି ଯେଉଁଥିରେ ଯଦି ଆପଣ ପ୍ରାରମ୍ଭିକ ଅବସ୍ଥାରେ ଚିକିତ୍ସା ପାଇଁ ଆସୁଛନ୍ତି ତେବେ ଆପଣ କେବଳ ନିୟମିତ କାଉନସେଲିଙ୍ଗ ଦ୍ୱାରା ମଧ୍ୟ ଭଲ ହୋଇପାରିବେ।
ବେଳେବେଳେ ଦରକାର ପଡ଼ିଲେ କେତେକ ମାନସିକ ସମସ୍ୟାରେ (ସ୍କିଜୋଫ୍ରେନିଆ, କାଟାଟୋନିଆ, ବାଇପୋଲାର) ବୈଦ୍ୟୁତିକ ଚିକିତ୍ସା ପଦ୍ଧତି (ଇସିଟି) ଦରକାର ପଡ଼ିଥାଏ। ଯେତେବେଳେ ରୋଗୀ ଔଷଧରେ ଆରୋଗ୍ୟ ଲାଭ କରେ ନାହିଁ, ରୋଗୀ ଔଷଧ ଖାଇବାକୁ ଆଦୌ ରାଜି ହୁଏ ନାହିଁ, ରୋଗୀଠାରେ ଆତ୍ମହତ୍ୟା ପ୍ରବଣତା ଦେଖାଯାଏ, ରୋଗୀ ଖାଦ୍ୟ ଖାଇବା ବନ୍ଦ କରିଦିଏ କିମ୍ବା ରୋଗୀ ଅଧିକାଂଶ ସମୟ ଉତ୍ତେଜିତ ହୋଇ ରହେ ସେତେବେଳେ ବୈଦ୍ୟୁତିକ ଚିକିତ୍ସା ପଦ୍ଧତି ଦରକାର ପଡ଼ିଥାଏ। ଲୋକମାନଙ୍କ ମଧ୍ୟରେ ଏକ ଧାରଣା ଅଛି ବୈଦ୍ୟୁତିକ ଚିକିତ୍ସା ପଦ୍ଧତି (ଇସିଟି) ବହୁତ କଷ୍ଟଦାୟକ, ଯେମିତି ଫିଲ୍ମରେ ସକ୍‌ ଦିଆଯିବାର ଦେଖାଯାଏ, ସେହିପରି ହସ୍ପିଟାଲରେ ମଧ୍ୟ ସକ୍‌ ଥେରାପି ଦିଆଯାଏ। ମାତ୍ର ବର୍ତ୍ତମାନ ବ୍ୟବହାର କରାଯାଉଥିବା ବୈଦ୍ୟୁତିକ ଚିକିତ୍ସା ପଦ୍ଧତି ସମ୍ପୂୂର୍ଣ୍ଣ ସୁରକ୍ଷିତ। ଏବେ ନିଶ୍ଚେତକ ସାହାଯ୍ୟରେ ବୈଦ୍ୟୁତିକ ଚିକିତ୍ସା ପଦ୍ଧତି (ଇସିଟି) ଦିଆଯାଉଛି। ଏହାର ବ୍ୟବହାର ଦ୍ୱାରା ରୋଗୀଠାରେ କୌଣସି ବଡ଼ ପାର୍ଶ୍ୱ ପ୍ରତିକ୍ରିୟା ଦେଖା ଦେଉ ନାହିଁ କି ରୋଗୀକୁ କୌଣସି କଷ୍ଟ ହେଉନାହିଁ।
ତେଣୁ ମାନସିକ ରୋଗର କାରଣ, ଲକ୍ଷଣ ଓ ଚିକତ୍ସା ସମ୍ବନ୍ଧରେ ଆମେ ସମସ୍ତେ ସଚେତନ ରହିବା ଉଚିତ। ମାନସିକ ରୋଗ ସହିତ ଜଡ଼ିତ ନିନ୍ଦା, ଅପବାଦ ଓ ଲାଜକୁ ଆମ ସମାଜରୁ ସମ୍ପୂୂର୍ଣ୍ଣ ଭାବେ ଦୂରେଇବାର ସମୟ ଆସିଯାଇଛି। ପ୍ରାରମ୍ଭିକ ଅବସ୍ଥାରେ ଉପଯୁକ୍ତ ଚିକିତ୍ସା କଲେ ସବୁ ମାନସିକ ରୋଗର ଚିକତ୍ସା ସମ୍ପୂର୍ଣ୍ଣ ସମ୍ଭବ।

(ଶେଷ ଭାଗ)

-ଡା. ସତ୍ୟକାମ ମହାପାତ୍ର
ମାନସିକ ରୋଗ ବିଶେଷଜ୍ଞ,
ମହାନଦୀ ବିହାର, କଟକ
ମୋ : ୮୮୯୫୨୯୩୯୯୭


Enter your email to get our daily news in your inbox.

All Right Reserved By Dharitri.Com

ପରୀକ୍ଷା ସରିବା ପରେ ତିନି ସାଙ୍ଗ ଯାଇଥିଲେ ଜଳଭଣ୍ଡର, ଫେରିଲା…

କୋରାପୁଟ,୭।୩(ଅମିତାଭ ବେହେରା ): କୋଲାବ ଜଳଭଣ୍ଡରରେ ବୁଡ଼ି ୩ ଛାତ୍ରଙ୍କ ମୃତ୍ୟୁ। ପରୀକ୍ଷା ସରିବା ପରେ ୩ ସାଙ୍ଗ ଗାଧେଇବା ପାଇଁ ଜଳଭଣ୍ଡର ଯାଇଥିଲେ। ତିନି ଛାତ୍ର…

ପୋଖରୀରେ ବୁଡ଼ି ଚାଲିଗଲା ୨ ନାବାଳିକାଙ୍କ ଜୀବନ

ଉଦଳା,୭।୩: ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ନଥିପୁର ଗାଁରେ ଶନିବାର ଏକ ଅଘଟଣ ଘଟିଛି। ପୋଖରୀରେ ବୁଡ଼ି ୨ ନାବାଳିକାଙ୍କ ମୃତ୍ୟୁ ଘଟିଛି। ଦୁଇ ନାବାଳିକାଙ୍କୁ ହରାଇ…

ପଟ୍ଟାଙ୍ଗିରେ ପହଞ୍ଚିଲା ଲୋକ ଅଧିକାର ଯାତ୍ରା : ବଞ୍ଚିବା ପାଇଁ ଲଢେଇ କର

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ଭରି ରହିଥିବା ବକ୍ସାଇଟ ଖଣି, ପାହାଡ଼ ତଥା ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ବାହାରିଥିବା ଲୋକ ଅଧିକାର ଯାତ୍ରା ଶନିବାର କୋରାପୁଟ…

‘ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ବଳ ହେଲେ ପୃଥିବୀ ଉଜ୍ଜ୍ୱଳ ହେବ’

ପୁରୁଷୋତ୍ତମପୁର,୭।୩(ସବିିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ବାର୍ଷିକ ଉତ୍ସବ ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ସାହୁଙ୍କ ପୌରୋହିତ୍ୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ଯୁଦ୍ଧ ଭିତରେ ପାକିସ୍ତାନକୁ ଶକ୍ତ ଝଟ୍‌କା, ବରବାଦ୍‌ ହୋଇଯିବ ପାକ୍‌

ଇସଲାମବାଦ,୭।୩: ପାକିସ୍ତାନ ଏବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପରିଣାମ ମଧ୍ୟ ଭୋଗୁଛି। କାତାର ପାକିସ୍ତାନକୁ ଏକ ଫୋର୍ସ ମ୍ୟାଜିଅର ନୋଟିସ ଜାରି କରିଛି। ଏହାର ଅର୍ଥ ହେଉଛି ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri