ମାନସିକ ସ୍ବାସ୍ଥ୍ୟର ଯତ୍ନ: ବର୍ତ୍ତମାନ ସମୟର ଆହ୍ବାନ

ଲୋକମାନେ ମଧ୍ୟ ଭାବି ଥାଆନ୍ତି ମାନସିକ ରୋଗଗୁଡ଼ିକର ଚିକିତ୍ସା ପାଇଁ ବ୍ୟବହୃତ ଔଷଧ ଖାଇଲେ ଦେହର ବିଭିନ୍ନ ଅଙ୍ଗ ପ୍ରତ୍ୟେଙ୍ଗ ଉପରେ ଖରାପ ପ୍ରଭାବ ପକାଇଥାଏ। ମାତ୍ର ଏସବୁ ଭୁଲ ଧାରଣା। ସମସ୍ତେ ଜାଣିରଖିବା ଉଚିତ ଯେ ମାନସିକ ରୋଗର ଚିକିତ୍ସା ନିମନ୍ତେ ଉଦ୍ଦିଷ୍ଟ ଔଷଧଗୁଡ଼ିକୁ ଖାଇଲେ ଶରୀରର ଅଙ୍ଗପ୍ରତ୍ୟଙ୍ଗ ଉପରେ କୌଣସି ଖରାପ ପ୍ରଭାବ ପଡ଼ି ନ ଥାଏ।
ଆମ ସମାଜରେ ଲୋକଙ୍କ ମଧ୍ୟରେ ଧାରଣା ଅଛି ଯେ ବିବାହ ଦ୍ୱାରା ମାନସିକ ରୋଗ ଠିକ୍‌ ହୋଇଯାଏ। ମାତ୍ର ଏହି ଧାରଣା ସମ୍ପୂଣ୍ଣର୍ର୍ ଭୁଲ। ବରଂ ବିବାହ ଏହି ରୋଗୀଙ୍କୁ ଅଯଥାରେ ଅତ୍ୟନ୍ତ ଦାୟିତ୍ୱପୂର୍ଣ୍ଣ ପରିସ୍ଥିତିକୁ ଠେଲିଦିଏ। ମାନସିକ ଅବସ୍ଥା ଠିକ ନ ଥିଲା ବେଳେ ସଂସାର ଆରମ୍ଭ କରିବା, ପରସ୍ପରର ଦାୟିତ୍ୱ ନେବା ବରଂ ଚିନ୍ତାଜନକ ହୋଇପାରେ ଓ ରୋଗର ପରିଣତି ଉପରେ କୁପ୍ରଭାବ ପକାଇପାରେ। ବିବାହ ପୂର୍ବରୁ ରୋଗର ଅବସ୍ଥା ତଥା ଔଷଧ ସମ୍ପର୍କରେ ରୋଗୀ ଓ ତା’ର ଜୀବନସାଥୀ ଡାକ୍ତରଙ୍କଠାରୁ ପରାମର୍ଶ ନେବା ଉଚିତ। ଲୋକମାନେ ଭାବିଥାନ୍ତି ଯେ ମାନସିକ ରୋଗଗୁଡ଼ିକର ଚିକିତ୍ସା କେବଳ ଔଷଧ ଦ୍ୱାରା ହିଁ ହୋଇପାରିବ। ମାତ୍ର ସମସ୍ତେ ଜାଣିରଖିବା ଉଚିତ କେତେକ ମାନସିକ ସମସ୍ୟା (ଯେମିତିକି ଡିପ୍ରେସନ, ଆଙ୍ଗଜାଇଟି) ଅଛି ଯେଉଁଥିରେ ଯଦି ଆପଣ ପ୍ରାରମ୍ଭିକ ଅବସ୍ଥାରେ ଚିକିତ୍ସା ପାଇଁ ଆସୁଛନ୍ତି ତେବେ ଆପଣ କେବଳ ନିୟମିତ କାଉନସେଲିଙ୍ଗ ଦ୍ୱାରା ମଧ୍ୟ ଭଲ ହୋଇପାରିବେ।
ବେଳେବେଳେ ଦରକାର ପଡ଼ିଲେ କେତେକ ମାନସିକ ସମସ୍ୟାରେ (ସ୍କିଜୋଫ୍ରେନିଆ, କାଟାଟୋନିଆ, ବାଇପୋଲାର) ବୈଦ୍ୟୁତିକ ଚିକିତ୍ସା ପଦ୍ଧତି (ଇସିଟି) ଦରକାର ପଡ଼ିଥାଏ। ଯେତେବେଳେ ରୋଗୀ ଔଷଧରେ ଆରୋଗ୍ୟ ଲାଭ କରେ ନାହିଁ, ରୋଗୀ ଔଷଧ ଖାଇବାକୁ ଆଦୌ ରାଜି ହୁଏ ନାହିଁ, ରୋଗୀଠାରେ ଆତ୍ମହତ୍ୟା ପ୍ରବଣତା ଦେଖାଯାଏ, ରୋଗୀ ଖାଦ୍ୟ ଖାଇବା ବନ୍ଦ କରିଦିଏ କିମ୍ବା ରୋଗୀ ଅଧିକାଂଶ ସମୟ ଉତ୍ତେଜିତ ହୋଇ ରହେ ସେତେବେଳେ ବୈଦ୍ୟୁତିକ ଚିକିତ୍ସା ପଦ୍ଧତି ଦରକାର ପଡ଼ିଥାଏ। ଲୋକମାନଙ୍କ ମଧ୍ୟରେ ଏକ ଧାରଣା ଅଛି ବୈଦ୍ୟୁତିକ ଚିକିତ୍ସା ପଦ୍ଧତି (ଇସିଟି) ବହୁତ କଷ୍ଟଦାୟକ, ଯେମିତି ଫିଲ୍ମରେ ସକ୍‌ ଦିଆଯିବାର ଦେଖାଯାଏ, ସେହିପରି ହସ୍ପିଟାଲରେ ମଧ୍ୟ ସକ୍‌ ଥେରାପି ଦିଆଯାଏ। ମାତ୍ର ବର୍ତ୍ତମାନ ବ୍ୟବହାର କରାଯାଉଥିବା ବୈଦ୍ୟୁତିକ ଚିକିତ୍ସା ପଦ୍ଧତି ସମ୍ପୂୂର୍ଣ୍ଣ ସୁରକ୍ଷିତ। ଏବେ ନିଶ୍ଚେତକ ସାହାଯ୍ୟରେ ବୈଦ୍ୟୁତିକ ଚିକିତ୍ସା ପଦ୍ଧତି (ଇସିଟି) ଦିଆଯାଉଛି। ଏହାର ବ୍ୟବହାର ଦ୍ୱାରା ରୋଗୀଠାରେ କୌଣସି ବଡ଼ ପାର୍ଶ୍ୱ ପ୍ରତିକ୍ରିୟା ଦେଖା ଦେଉ ନାହିଁ କି ରୋଗୀକୁ କୌଣସି କଷ୍ଟ ହେଉନାହିଁ।
ତେଣୁ ମାନସିକ ରୋଗର କାରଣ, ଲକ୍ଷଣ ଓ ଚିକତ୍ସା ସମ୍ବନ୍ଧରେ ଆମେ ସମସ୍ତେ ସଚେତନ ରହିବା ଉଚିତ। ମାନସିକ ରୋଗ ସହିତ ଜଡ଼ିତ ନିନ୍ଦା, ଅପବାଦ ଓ ଲାଜକୁ ଆମ ସମାଜରୁ ସମ୍ପୂୂର୍ଣ୍ଣ ଭାବେ ଦୂରେଇବାର ସମୟ ଆସିଯାଇଛି। ପ୍ରାରମ୍ଭିକ ଅବସ୍ଥାରେ ଉପଯୁକ୍ତ ଚିକିତ୍ସା କଲେ ସବୁ ମାନସିକ ରୋଗର ଚିକତ୍ସା ସମ୍ପୂର୍ଣ୍ଣ ସମ୍ଭବ।

(ଶେଷ ଭାଗ)

-ଡା. ସତ୍ୟକାମ ମହାପାତ୍ର
ମାନସିକ ରୋଗ ବିଶେଷଜ୍ଞ,
ମହାନଦୀ ବିହାର, କଟକ
ମୋ : ୮୮୯୫୨୯୩୯୯୭


Enter your email to get our daily news in your inbox.

All Right Reserved By Dharitri.Com

ଶିଶିର ସରସ ମେଳା-୨୦୨୬ରେ ୩୦ କୋଟି ଟପିଲା ବ୍ୟବସାୟ

ଭୁବନେଶ୍ୱର,୨୦।୧: ରାଜଧାନୀରେ ଚାଲିଥିବା ଜାତୀୟ ସ୍ତରୀୟ ‘ଶିଶିର ସରସ ମେଳା-୨୦୨୬’ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଚଳିତ ବର୍ଷ ଏହି ମେଳା ବିକ୍ରି ଏବଂ ଜନସମାଗମ କ୍ଷେତ୍ରରେ...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

୨୭ ବର୍ଷ ପରେ ନକ୍ଷତ୍ର ପରିବର୍ତ୍ତନ କଲେ ଶନି, ଏହି ୩ ରାଶିର ବଦଳିବ ଭାଗ୍ୟ…

ଜାନୁଆରୀ ୨୦ ତାରିଖ ଅର୍ଥାତ୍ ଆଜିର ଦିନରୁ ଶନିଦେବ ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁଯାୟୀ ପାଖାପାଖି...

ନିରଞ୍ଜନଙ୍କୁ ଗୁରୁଦାୟିତ୍ୱ: ରାଜ୍ୟ ସରପଞ୍ଚ ମହାସଂଘର ଉପଦେଷ୍ଟା ହେଲେ …

ଦିଗପହଣ୍ଡି,୨୦|୧(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ପୂର୍ବତନ ସମିତି ସଭ୍ୟ ତଥା ରେଡ୍ଡୀ ସମାଜ ଦିଗପହଣ୍ଡି ଜୋନର ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀଙ୍କୁ...

ଟାଙ୍ଗିଆରେ ହାଣି କରିଥିଲେ ହତ୍ୟା: ବାପା-ପୁଅକୁ ଆଜୀବନ ଜେଲ

ବ୍ରହ୍ମପୁର,୨୦।୧(ସୁବାସ ଚନ୍ଦ୍ର ପାଢ଼ୀ): କିଆବାଡ଼ ଭାଗବଣ୍ଟାକୁ ନେଇ ଘଟିଥିବା ହତ୍ୟା ମାମଲାର ବିଚାର କରି ଗଞ୍ଜାମ ଜିଲା ଜଜ୍‌ ଅଶାନ୍ତ କୁମାର ଦାଶ ଅଭିଯୁକ୍ତ ବାପ-ପୁଅଙ୍କୁ...

ମୁନିଗୁଡ଼ା ବ୍ଲକ୍‌ ତେଲେଙ୍ଗାପଦର ଛକରେ ମାଓବାଦୀ ବ୍ୟାନର

ରାୟଗଡା,୨୦।୧ (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ମୁନିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ତେଲେଙ୍ଗାପଦର ଛକ ନିକଟରେ ମାଓବାଦୀ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି I ଖଣି ଖାଦାନକୁ...

ଆମୋନିୟମ୍‌ ନାଇଟ୍ରେଟ୍‌ ଗୋଦାମ ଗୃହ ନିର୍ମାଣକୁ ଗ୍ରମାବାସୀଙ୍କ ବିରୋଧ

ବୁଗୁଡ଼ା,୨୦ା୧(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ୍‌ ଅନ୍ତରପଡ଼ା ପଞ୍ଚାୟତ ଅଧୀନ କନ୍ଧଚନ୍ଦନପେଡ଼ି ଗ୍ରାମରେ ଆମୋନିୟମ୍‌ ନାଇଟ୍ରେଟ୍‌ ଗୋଦାମ ଗୃହ ନିର୍ମାଣକୁ ଗ୍ରାମବାସୀ ବିରୋଧ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri