ମେନୋପଜ୍‌ ସମସ୍ୟା ଓ ସମାଧାନ

”ମେନୋପଜ୍‌ ସମୟରେ କେତେଜଣ ମହିଳାଙ୍କର ମାନସିକ ଚିନ୍ତା ବଢ଼ିଯାଇଥାଏ ଏବଂ ସେମାନେ ଏହାକୁ ସ୍ବାଭାବିକ ଅବସ୍ଥା ବୋଲି ସ୍ବୀକାର କରିବାକୁ ପ୍ରସ୍ତୁତ ନ ଥାନ୍ତି । କେତେକେ ସଦାସର୍ବଦା ଯୁବତୀ ରହିବା ପାଇଁ ପ୍ରବଳ ଇଚ୍ଛା କରିଥାନ୍ତି ଏବଂ ଯେପରି ବୟସ ଅତିକ୍ରାନ୍ତ ହୋଇଥାଏ ସେମାନେ ନିଜକୁ ଯୁବତୀ ଦେଖାଯିବା ପାଇଁ ଆପ୍ରାଣ ଚେଷ୍ଟା କରିଥାନ୍ତି । ଏମାନଙ୍କ ମନରେ ବୃଦ୍ଧାବସ୍ଥା ଶବ୍ଦ ଅଧିକ ବ୍ୟତିବ୍ୟସ୍ତ କରିଥାଏ ତଥା ମାନସିକ ସନ୍ତୁଳନ ହରାଇ ବସିଥାନ୍ତି । ପ୍ରାୟତଃ ଯେଉଁମାନେ ଶିକ୍ଷିତ ତଥା ଅଧିକ ଆଧୁନିକା ସେମାନଙ୍କ କ୍ଷେତ୍ରରେ ଏହା ପରିଲକ୍ଷିତ ହୋଇଥାଏ।“

ମାସିକ ଧର୍ମ ଜୀବନର ଏକ ସ୍ବାଭାବିକ ପ୍ରକ୍ରିୟା। ଗୋଟେ ପଟେ ମାସିକ ଧର୍ମ ଆରମ୍ଭ ଯୌବନର  ପ୍ରାରମ୍ଭିକ ଅବସ୍ଥା ସୂଚାଉଥିବା ବେଳେ ଅନ୍ୟପଟେ  ମାସିକ ଧର୍ମ ଅବରୋଧ (ରଜୋନିବୃତ୍ତି) ବୃଦ୍ଧାବସ୍ଥାର  ପ୍ରାରମ୍ଭିକ  ଲକ୍ଷଣ । ତଥାପି କେତେଜଣ ମହିଳାଙ୍କ ଭ୍ରାନ୍ତଧାରଣା  ଏହି ସ୍ବାଭାବିକତାକୁ ଗ୍ରହଣ କରି ନ ଥାଏ। ବର୍ତ୍ତମାନ ଉଚ୍ଚତ୍ତର ଜୀବନଶୈଳୀ କାରଣରୁ ମନୁଷ୍ୟର ହାରାହାରି ବୟସ ବୃଦ୍ଧି ପାଇଛି । ୯୦ ପ୍ରତିଶତ ମହିଳା ୬୫ବର୍ଷ ପର୍ଯ୍ୟନ୍ତ  ତଥା ୩୫ ପ୍ରତିଶତ ୮୦ ବର୍ଷ ପର୍ଯ୍ୟନ୍ତ ଜୀବନ ବ୍ୟତୀତ କରୁଛନ୍ତି। ପ୍ରତି ୨ଜଣରେ ଜଣେ ଜୀବନକାଳ ମଧ୍ୟରେ ୩୦ବର୍ଷ ରଜୋନିବୃତ୍ତି ବୟସ ଅତିବାହିତ କରିଥାନ୍ତି।

ମେନୋପଜ୍‌ କ’ଣ
ଯୌବନର ଆଗମନରେ ଯେପରି ମାସିକ ଧର୍ମ ଆରମ୍ଭ ହୋଇଥାଏ ଠିକ୍‌ ସେହିପରି ବୃଦ୍ଧାସ୍ଥାର ପ୍ରାରମ୍ଭରେ  ଏହା ବନ୍ଦ ହୋଇଯାଇଥାଏ। ଯେତେବେଳେ ଡିମ୍ବାଶୟ(ଓଭାରି) ଗର୍ଭଧାରଣ ପାଇଁ ଡିମ୍ବ(ଓଭମ୍‌) ଉତ୍ସର୍ଜନ ବନ୍ଦ କରିଥାଏ ସେତେବେଳେ ରଜସ୍ରାବ ବନ୍ଦ ହୋଇଥାଏ ଏବଂ ଏହି  ଅବସ୍ଥାକୁ  ରଜୋନିବୃତ୍ତି ବା ମେନୋପଜ୍‌ କୁହାଯାଏ। ଏହା ସାଧାରଣତଃ ୪୫-୫୫ବର୍ଷର ମହିଳାମାନଙ୍କ କ୍ଷେତ୍ରରେ ଦେଖାଯାଇଥାଏ। ଯଦିଓ ଏହା ଏକ ସ୍ବାଭାବିକ ପ୍ରକ୍ରିୟା ତଥାପି କେବେକେବେ ଏତଦ୍ଦ୍ବାରା ଶରୀରର ପରିବର୍ତ୍ତନ କାରଣରୁ ମହିଳାମାନେ ଏହାକୁ ରୋଗ ବୋଲି ଅନୁଭବ କରିଥାନ୍ତି। ଶରୀରରେ ଏହି ବଡ଼ ପରିବର୍ତ୍ତନ  କାରଣରୁ ଏହା ସୂଚିତ କରେ କି ନାରୀ ବର୍ତ୍ତମାନ ଗର୍ଭଧାରଣ ତଥା ସନ୍ତାନ ପ୍ରସବ ପାଇଁ ଅଯୋଗ୍ୟ ।
ଲକ୍ଷଣ ସମୂହ
ରଜୋନିବୃତ୍ତି ସମୟରେ ମହିଳାମାନଙ୍କର ସେମିତି କୌଣସି ବିଶେଷ କଷ୍ଟ ଏବଂ ଅସୁବିଧା (ରକ୍ତସ୍ରାବଜନିତ) ହୋଇଥାଏ। ମାସିକସ୍ରାବ ଧୀରେ ଧୀରେ କମ୍‌ ହୋଇଥାଏ ଏବଂ ପରେ ସବୁଦିନ ପାଇଁ ବନ୍ଦ ହୋଇଯାଇଥାଏ। ତଥାପି ପ୍ରାୟତଃ ମହିଳା ରୁଗ୍‌ଣ  ହୋଇଯାନ୍ତି ବା ନିଜକୁ ରୁଗ୍‌ଣ ଅନୁଭବ କରିଥାନ୍ତି। ଏହି ସମୟରେ ଅନେକ ଶାରୀରିକ ବିକୃତି ଦେଖାଯାଇଥାଏ, ଯେପରି ମୁଖ ମଣ୍ଡଳ ନିସ୍ତେଜତା ଦେଖାଯିବା, ଶିରଭ୍ରମ, ଶିରପୀଡ଼ା, ରାତ୍ରିକାଳୀନ ସ୍ବେଦ ନିର୍ଗମନ, ଛାତି ଧଡ଼ଧଡ଼ ହେବା, ବ୍ୟତିବ୍ୟସ୍ତ ଲାଗିବା, ଚିଡ଼ିଚିଡ଼ା ସ୍ବଭାବ ଦେଖାଯିବା, ମନ ଉଦାସ ରହିବା, ଦୁର୍ବଳ ଅନୁଭବ ହେବା, ପାଚନ କ୍ରିୟାରେ ଅସୁବିଧା ଯେପରିକି ବଦହଜମି, କୋଷ୍ଠକାଠିନ୍ୟ, ଅରୁଚି, ଯୋନି ଶୁଷ୍କତା, ଯୋନିକଣ୍ଡୁ, ଯୌନ ଆକାଙ୍‌କ୍ଷା ହ୍ରାସ, ମୂତ୍ରକୁଚ୍ଛ ଏବଂ ମୂତ୍ରମାର୍ଗ ସଂକ୍ରମଣ, ନିଦ୍ରାହୀନତା, ମୁଣ୍ଡର କେଶ ରୁକ୍ଷ ହେବା ଏବଂ ଝଡ଼ିବା ଇତ୍ୟାଦି ଦେଖାଯାଇଥାଏ।
ଏହି ସମୟରେ ଅଧିକାଂଶଙ୍କଠାରେ ଦେଖାଯାଉଥିବା ରୋଗ ହେଲା ଅଷ୍ଟିଓପୋରୋସିସ୍‌ ଯାହାକି  କାଲ୍‌ସିୟମର ଚୟାପଚୟ କାରଣରୁ ହୋଇଥାଏ ଏବଂ ଜାନୁସନ୍ଧିବାତ ଏବଂ କଟିବାତ ଯାହାକି ଶାରୀରିକ ଓଜନ ବୃଦ୍ଧି କାରଣରୁ ବ୍ୟଥିତ କରିଥାଏ।
ମାନସିକ ଚିନ୍ତା
ମେନୋପଜ୍‌ ସମୟରେ  କେତେଜଣ ମହିଳାଙ୍କର ମାନସିକ ଚିନ୍ତା ବଢ଼ିଯାଇଥାଏ ଏବଂ ସେମାନେ ଏହାକୁ ସ୍ବାଭାବିକ ଅବସ୍ଥା ବୋଲି ସ୍ବୀକାର କରିବାକୁ ପ୍ରସ୍ତୁତ ନ ଥାନ୍ତି। କେତେକେ ସଦାସର୍ବଦା ଯୁବତୀ ରହିବା ପାଇଁ ପ୍ରବଳ ଇଚ୍ଛା କରିଥାନ୍ତି ଏବଂ ଯେପରି ବୟସ ଅତିକ୍ରାନ୍ତ ହୋଇଥାଏ  ସେମାନେ ନିଜକୁ ଯୁବତୀ ଦେଖାଯିବା ପାଇଁ ଆପ୍ରାଣ ଚେଷ୍ଟା କରିଥାନ୍ତି। ଏମାନଙ୍କ ମନରେ ବୃଦ୍ଧାବସ୍ଥା ଶବ୍ଦ ଅଧିକ ବ୍ୟତିବ୍ୟସ୍ତ କରିଥାଏ ତଥା ମାନସିକ ସନ୍ତୁଳନ ହରାଇ ବସିଥାନ୍ତି। ପ୍ରାୟତଃ ଯେଉଁମାନେ ଶିକ୍ଷିତ ତଥା ଅଧିକ ଆଧୁନିକା ସେମାନଙ୍କ କ୍ଷେତ୍ରରେ ଏହା ପରିଲକ୍ଷିତ ହୋଇଥାଏ। ଠିକ୍‌ ଏହାର ବିପରୀତ। ସାଧାରଣ ସମାଜ ଏବଂ ପରିବାର ମହିଳାଙ୍କ କ୍ଷେତ୍ରରେ ସେପରି କୌଣସି ପରିବର୍ତ୍ତନ ଦେଖାଯାଇ ନ ଥାଏ। ସେମାନେ ଜୀବନର ପ୍ରତ୍ୟେକ ପରିବର୍ତ୍ତନକୁ ସ୍ବାଭାବିକ ଏବଂ ସହଜ ରୂପରେ ଗ୍ରହଣ କରିଥାନ୍ତି ତଥା ଏହି ପରିବର୍ତ୍ତନକୁ ପ୍ରସନ୍ନତା ପୂର୍ବକ ଆପଣାଇଥାନ୍ତି।
କେବେ କେବେ ମାସିକସ୍ରାବ ୨/୪ ମାସ ବନ୍ଦ ହୋଇଯିବା ଏବଂ ପରେ ଅଧିକ ମାତ୍ରାରେ ହେବା ଏବଂ ପୁନଃ ବନ୍ଦ ହୋଇଯିବା ଲକ୍ଷଣ ଏକ ବିଶେଷ ବିପଦ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରିଥାଏ; ଯାହାକି ଗର୍ଭାଶୟ କର୍କଟ। ଏପରି ସମସ୍ୟା ଦେଖାଦେଲେ ଏହାକୁ ଆଦୌ ଅବହେଳା କରିବା ଅନୁଚିତ। ଯେହେତୁ ଏପରି ରକ୍ତସ୍ରାବ ସମୟରେ ପ୍ରାୟତଃ କୌଣସି କଷ୍ଟ ଅନୁଭବ ହୋଇ ନ ଥାଏ, ତେଣୁ ମହିଳାମାନେ ଏହାକୁ ହେୟଜ୍ଞାନ କରିଥାନ୍ତି। ମାତ୍ର ଏପରି ଲକ୍ଷଣ କ୍ଷେତ୍ରରେ ତୁରନ୍ତ ଚିକିତ୍ସକଙ୍କ ପରାମର୍ଶ ନେବା ଜରୁରୀ। ମେନୋପଜ୍‌ ସ୍ତ୍ରୀ ଜୀବନରେ ଏକ ସ୍ବାଭାବିକ ଏବଂ ଆବଶ୍ୟକ ପ୍ରକ୍ରିୟା ଏହାକୁ କେବେ ବି ଏପରି ଗ୍ରହଣ କରିବା ଅନୁଚିତ, ଯଦ୍ଦ୍ବାରା ମାନସିକ ଅଶାନ୍ତି ଦେଖାଦେବ।
ଡା. ତୀର୍ଥପ୍ରସାଦ ବରାଳ
-ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ
ଆମଣ, ଶାସୋଳ, କଟକ
ମୋ: ୯୪୩୯୦୯୭୭୩୧

Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲରେ ଏହି ୪ଟି ରାଶିର ବ୍ୟକ୍ତିଙ୍କ ପାଇଁ ଆସୁଛି ଭଲ ସମୟ, ମାଲାମାଲ୍ ହେବେ….

ଏପ୍ରିଲ ମାସ ଚାରୋଟି ନିର୍ଦ୍ଦିଷ୍ଟ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବାକୁ ଯାଉଛି। ଏହି ରାଶିଗୁଡ଼ିକ ପ୍ରତ୍ୟେକ ପ୍ରୟାସରେ ସଫଳତା ହାସଲ କରିବେ। ବିଶେଷକରି,…

ଖରାଦିନେ ଶରୀର ପାଇଁ ଉପକାରୀ ଆଖୁରସ

ଶରୀର ପାଇଁ ବେଶ୍‌ ଉପକାରୀ ହେଉଛି ଆଖୁରସ। ମୁଖ୍ୟତଃ ଖରାଦିନେ ଏହାର ଚାହିଦା ଅଧିକ। ଏଥିରେ ବିଭିନ୍ନ ପ୍ରକାର ଭିଟାମିନ୍‌ ଭରି ରହିଛି। ଆଖୁରସ ପିଇବା ଦ୍ୱାରା…

ଫଳପ୍ରଦ ଆଣ୍ଟିବାୟୋଟିକ୍‌ ପଦାର୍ଥର ବିକାଶ

ବ୍ୟାକ୍ଟେରିଓଫେଜ୍‌ ଭାଇରସ୍‌ ବ୍ୟାକ୍ଟେରିଆର ପ୍ରତିରକ୍ଷା ବ୍ୟବସ୍ଥା ଭେଦ କରେ କିପରି। ବ୍ୟାକ୍ଟେରିଓଫେଜ୍‌ ହେଉଛି ବ୍ୟାକ୍ଟେରିଆକୁ ସଂକ୍ରମିତ କରୁଥିବା ଏକ ଭାଇରସ୍‌। ବଞ୍ଚତ୍ବା ପାଇଁ ସେମାନଙ୍କୁ ଏକ ବ୍ୟାକ୍ଟେରିଆ…

ସୁସ୍ଥ ରହିବେ ବୟସ୍କ ବ୍ୟକ୍ତି

ଦଶ ବର୍ଷ ପୂର୍ବେ ମନୁଷ୍ୟର ହାରାହାରି ଜୀବନକାଳ ପ୍ରାୟ ୬୩ ବର୍ଷ ଥିଲା। ଡାକ୍ତରୀ ବ୍ୟବସ୍ଥାର ସୁବ୍ୟବସ୍ଥା ଏବଂ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗୁଁ ଆମର ହାରାହାରି ବୟସ…

ରାମନବମୀରେ ବିରଳ ସଂଯୋଗ, ଏହି ୩ ରାଶିର ଖୋଲିବ ଭାଗ୍ୟ

୨୭ ମାର୍ଚ୍ଚ ୨୦୨୬, ପ୍ରେମ ଏବଂ ସମ୍ପର୍କ ଦୃଷ୍ଟିରୁ ବିଶେଷ ଦିନ ହେବାକୁ ଯାଉଛି । ଆଜି ସାରା ଦେଶରେ ରାମନବମୀ ପାଳନ ହେଉଥିବା ବେଳେ ଅନେକ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

ଏମଏସ ଧୋନିଙ୍କ ମେରିଲର ଭାପି କ୍ୟାମ୍ପସକୁ ପ୍ରଥମ ଗସ୍ତ, ଏକ ଉତ୍ସର୍ଗୀକୃତ ବରିଷ୍ଠ ନାଗରିକ ସ୍ୱାସ୍ଥ୍ୟ ପଦକ୍ଷେପ ସହିତ 'ଟ୍ରିଟମେଣ୍ଟ ଜରୁରୀ ହୈ' ଆନ୍ଦୋଳନକୁ ସୁଦୃଢ଼ କରେ।

“ପିଲାଦିନ ଅବସର ନ ନେବା ଉଚିତ୍”: ଆନନ୍ଦ, ଗାରିମା ଏବଂ ପ୍ରତିଷେଧକ ଯତ୍ନ ସହିତ ବାର୍ଦ୍ଧକ୍ୟକୁ ପୁନଃସଂଜ୍ଞାୟିତ କରିବା ପାଇଁ ଏକ ଜାତୀୟ ଆହ୍ୱାନ

ଭାପି, ୨୫।୩ : ମେରିଲର ଭାପିସ୍ଥିତ ବିଶ୍ୱ ମୁଖ୍ୟାଳୟକୁ ଭାରତର ପୂର୍ବତନ କ୍ରିକେଟ୍ ଅଧିନାୟକ ମହେନ୍ଦ୍ର ସିଂଧୋନିଙ୍କର ପ୍ରଥମ ଗସ୍ତ ଅବସରରେ ଧୋନି “ପିଲାଦିନ ଅବସର ନ…

ଓଜନ କମାଇବାକୁ ଚାହୁଁଛନ୍ତି କି, ଆପଣାନ୍ତୁ ଏହି ଉପାୟ

ନିୟମିତ ମହୁ ଖାଇଲେ ତାହା ଓଜନ କମାଇବାରେ ସାହାଯ୍ୟ କରିଥାଏ। ଏଭଳି ସମସ୍ୟା ସହ ଜଡିତ କେତେକ ବ୍ୟକ୍ତିଙ୍କୁ ପ୍ରତିଦିନ କିଛି ପରିମାଣରେ ମହୁ ଖାଇବାକୁ ଦିଆଯାଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri