ହାକିମ ବାବୁଙ୍କ ସ୍ମୃତିରେ କିଛି…

ତାଙ୍କ ରକ୍ତରେ ଥିଲା ଅଭିନୟର ନିଶା। ପିଲାବେଳୁ ଅଭିନୟର ନିଶା ବାରି ହୋଇପଡ଼ିଥିଲା। ବାପାଙ୍କ ବିରୋଧ ସତ୍ତ୍ୱେ ତାଙ୍କର ମନ ମାନି ନ ଥିଲା। ଦି’ପହରରେ ସମସ୍ତେ ଶୋଇଯିବା ପରେ ବଡ଼ବାପାଙ୍କ ଆଖଡ଼ା ଘରେ ଥିବା ଟ୍ରଙ୍କ ଖୋଲୁଥିଲେ ଓ ସେଥିରେ ଥିବା ରାଜା ପୋଷାକ ପିନ୍ଧୁଥିଲେ। ମୁକୁଟ ଲଗାଇ ଖଣ୍ଡା ଧରି ନିଜକୁ ଦର୍ପଣରେ ଦେଖୁଥିଲେ। ଅଜାଣତରେ ତାଙ୍କ ଭିତରେ ଅଭିନୟ ପାଇଁ ଆଗ୍ରହ ସୃଷ୍ଟି ହୋଇସାରିଥିଲା। ନବମ ଶ୍ରେଣୀରେ ପଢିବାବେଳେ ସେ ସ୍କୁଲଡ୍ରାମା ‘ଝରାବଉଳ’ରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ବାସ୍‌ ଏହାପରେ ଆଉ ପଛକୁ ଫେରି ନ ଥିଲେ। ଗାଟିଏ ପରେ ଗୋଟିଏ ସୋପାନ ଚଢି ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣେ ଆଗଧାଡ଼ିର ଅଭିନେତା ହେବାର ଗୌରବ ଅର୍ଜନ କରିଥିଲେ ‘ହାକିମ ବାବୁ’ ଭାବେ ପରିଚିତ ଅଜିତ ଦାସ।

ପୋଲିସ ଚାକିରି, ପରିବାରର ବିରୋଧ ରୋକିପାରି ନ ଥିଲା
ଅଜିତଙ୍କ ବାପା ଶୈଳେଶ ଚନ୍ଦ୍ର ଦାସ ଜଣେ ଓକିଲ ଥିଲେ ଓ ବଡ଼ବାପା ସୁଧୀର ଚନ୍ଦ୍ର ଦାସ ଜଣେ ନାଟକ ଅଭିନେତା ଥିଲେ। ମୟୂରଭଞ୍ଜରେ ତାଙ୍କର ଏକ ନାଟକ ଦଳ ଥିଲା। ସେଠାରେ ନାଟକ ଦେଖୁ ଦେଖୁ ଅଜିତ ନାଟକ ଅଭିନୟ ପ୍ରତି ଆକର୍ଷିତ ହୋଇଥିଲେ। ହେଲେ ଅଭିନେତା ହେବା ପାଇଁ ତାଙ୍କ ଇଚ୍ଛା ବିରୋଧରେ ଛିଡ଼ା ହୋଇଥିଲେ ବାପା। ଅଜିତ ଅଭିନୟ କରୁ ବୋଲି ବାପା ଚାହୁଁ ନ ଥିଲେ। ଏପରି କି ନ୍ୟାଶନାଲ ସ୍କୁଲ୍‌ ଅଫ୍‌ ଡ୍ରାମା (ଏନ୍‌ଏସ୍‌ଡି)ରେ ପଢିବାକୁ ମନୋନୀତ ହୋଇ ଘରକୁ ଫେରିବା ପରେ ସେଠାରେ ପଢିବାକୁ ଘରେ ବିରୋଧ କରିଥିଲେ। ଅଜିତଙ୍କ ଭିଣୋଇ ସେତେବେଳେ ଓଡ଼ିଶା ପୋଲିସରେ ଡିଆଇଜି ଥିବାରୁ ସେ ତାଙ୍କୁ ପୋଲିସ ଚାକିରି ଦେବାକୁ ପ୍ରସ୍ତାବ ମଧ୍ୟ ଦେଇଥିଲେ। ହେଲେ ଅଜିତ କିନ୍ତୁ ନିଜ ଜିଦ୍‌ରେ ଅଟଳ ଥିଲେ। ପୋଲିସ ଚାକିରିକୁ ତୁଚ୍ଛ କରି ବାପାଙ୍କ ବିରୋଧରେ ଯାଇ ଏନ୍‌ଏସ୍‌ଡି ଓ ଅଭିନୟକୁ ବାଛିଥିଲେ।
ରାଜ୍‌ ବବ୍ବରଙ୍କ ଘନିଷ୍ଠ ଥିଲେ
ବଲିଉଡର ପ୍ରସିଦ୍ଧ ଅଭିନେତା ତଥା କଂଗ୍ରେସ ନେତା ରାଜ ବବ୍ବର ଓ ଚଳଚ୍ଚିତ୍ର ଅଭିନେତା ଅଜିତ୍‌ ବଛାନିଙ୍କ ନିକଟତର ସହପାଠୀ ଥିଲେ ଅଜିତ। ଏନ୍‌ଏସ୍‌ଡିରୁ ପାସ୍‌ କଲା ପରେ ୩ଜଣ ଏକାଠି ବମ୍ବେ ଯିବା ପାଇଁ ଟିକେଟ କାଟିଥିଲେ। ତେବେ ପରିବାରରେ କୌଣସି ଅସୁବିଧା ପାଇଁ ଅଜିତ ବଛାନିଙ୍କ ଟିକେଟ ବାତିଲ ହୋଇଥିଲା। ଏପଟେ ବମ୍ବେ ଯିବାକୁ ସ୍ଥିର କରି ଅଜିତ ଓଡ଼ିଶା ଫେରି ଆସିଥିଲେ। ବାସ୍‌ ଏହାପରେ ଓଡ଼ିଶା ମୋହ ତାଙ୍କୁ ବମ୍ବେ ଯିବାକୁ ଦେଇ ନ ଥିଲା। ବାପାଙ୍କ ନିର୍ଦ୍ଦେଶକ୍ରମେ ସେ ଉତ୍କଳ ସଂଗୀତ ମହାବିଦ୍ୟାଳୟରେ ଅଧ୍ୟାପକ ପଦବୀ ପାଇଁ ଆବେଦନ କରିଥିଲେ ଓ ଚୟନ ମଧ୍ୟ ହୋଇଥିଲେ। ତାଙ୍କ ସହ ବିଜୟ ମହାନ୍ତି ମଧ୍ୟ ଅଧ୍ୟାପକ ଭାବେ ସେଠାରେ ଯୋଗଦେଇଥିଲେ। ଉଭୟ ମିଶି ହିନ୍ଦୀ ସିନେମା ପରିବର୍ତ୍ତେ ଓଡ଼ିଆ ସିନେମାରେ ଏକ ନୂଆ ଯୁଗ ଆଣିଥିଲେ।
ବିଜୟଙ୍କ ପାଇଁ ବହୁତ କାନ୍ଦିଥିଲେ
ଅଜିତ ଦାସ ଓ ବିଜୟ ମହାନ୍ତି ଘନିଷ୍ଠ ବନ୍ଧୁ ଥିଲେ। ସ୍ନାତକ ସରିବା ବର୍ଷ ତାଙ୍କର ବିଜୟଙ୍କ ସହ ପ୍ରଥମଥର ପାଇଁ ବାରିପଦାରେ ଦେଖାହୋଇଥିଲା। ସେତେବେଳେ ବିଜୟ ଏନ୍‌ଏସ୍‌ଡିରେ ଦ୍ୱିତୀୟ ବର୍ଷର ଛାତ୍ର ଥିଲେ। ଅଜିତ ମଧ୍ୟ କିଛି ନାଟକରେ ଅଭିନୟ କରି ସାରିଥିଲେ। ବିଜୟଙ୍କ ଜଣେ ବନ୍ଧୁ ତାଙ୍କୁ ଅଜିତଙ୍କ ସହ ଚିହ୍ନା କରାଇଥିଲେ। ଲମ୍ବାବାଳ ସହ ଦିଲ୍ଲୀ ଷ୍ଟାଇଲରେ ବିଜୟ କଥା ହେଉଥିଲେ। ଅଜିତଙ୍କୁ ପ୍ରଥମଥର ପାଇଁ ଦେଖି ବିଜୟ କହିଥିଲେ, ବଢିଆ ଫିଗର ରଖିଛ ହୋ, ଭଲ ଚେହେରା ଅଛି। ଏନ୍‌ଏସ୍‌ଡିରେ ଆବେଦନ କର। ଏହାପରେ ପ୍ରସନ୍ନ ମହାନ୍ତି ଓ ବିଜୟଙ୍କ ସହାୟତାରେ ଅଜିତ୍‌ ଏନ୍‌ଏସ୍‌ଡିରେ ଆବେଦନ କରିଥିଲେ। ସେଠାରେ ଓମ୍‌ ପୁରୀ ତାଙ୍କ ସିନିୟର ଥିଲେ। ଏନ୍‌ଏସ୍‌ଡି ଶେଷରାଉଣ୍ଡ୍‌ ସାକ୍ଷାତ୍‌କାର ପାଇଁ ଓମ୍‌ ପୁରୀ ଓ ବିଜୟ ମହାନ୍ତି ମିଶି ତାଙ୍କୁ ରିହର୍ସାଲ୍‌ରେ ସାହାଯ୍ୟ କରିଥିଲେ।
ସ୍ତ୍ରୀଙ୍କ ପାଇଁ ନିରାମିଷାଶୀ ହୋଇଥିଲେ
ଦିଲ୍ଲୀରେ ପଢୁଥିବାବେଳେ ସ୍ତ୍ରୀ ମାୟାଙ୍କ ସହ ଅଜିତ୍‌ଙ୍କ ସାକ୍ଷାତହୋଇଥିଲା। ମାୟା ଜଣେ ନୃତ୍ୟଶିଳ୍ପୀ ଥିଲେ। ଉଭୟ ପ୍ରଥମେ ଭଲ ବନ୍ଧୁ ହେବାପରେ ୧୯୭୬ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ମାୟା କର୍ଣ୍ଣାଟକୀ ଥିଲେ। ଅଜିତ୍‌ ଦାସ ଆମିଷ ଖାଉଥିବାରୁ ମାୟାଙ୍କ ଘରେ ତାଙ୍କୁ ଗ୍ରହଣ କରିବା ପାଇଁ ଅରାଜି ଥିଲେ। ବିବାହ ପରେ ଆମିଷ ନ ଖାଇବା ପାଇଁ ମଧ୍ୟ ମାୟା ସର୍ତ୍ତ ରଖିଥିଲେ। ତେବେ ମାୟାଙ୍କୁ ଜୀବନ ସାଥୀଭାବେ ପାଇବାକୁ ଅଜିତ ଆମିଷ ଛାଡ଼ିବାକୁ ରାଜି ହୋଇଯାଇଥିଲେ। ମାୟା ଓ ଅଜିତ ମିଶି ‘ଅଜିତ’ ନାଟ୍ୟାନୁଷ୍ଠାନ ପ୍ରତିଷ୍ଠା କରିଥିଲେ। ଅଜିତ କେବଳ ନିର୍ଦ୍ଦେଶନା ଶିକ୍ଷା ଉପରେ ଗୁରୁତ୍ୱ ଦେଉଥିବାବେଳେ ମାୟା ଅନ୍ୟ ସମସ୍ତ କାମ ବୁଝାଶୁଝା କରୁଥିଲେ। ମାୟାଙ୍କୁ ଜୀବନସାଥୀ ରୂପେ ପାଇ ନିଜକୁ ଭାଗ୍ୟବାନ୍‌ ବୋଲି କହୁଥିଲେ ଅଜିତ।
ରାଜନୀତି ଜୀବନ
୨୦୧୭ରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ ଅଜିତ୍‌ ଦାସ। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଭାଜପାରେ ଯୋଗ ଦେଇଥିବା ଏକ ସାକ୍ଷାତ୍‌କାରରେ ସେ କହିଥିଲେ। ହେଲେ ଜଣେ ସରଳ ମଣିଷହୋଇଥିବାରୁ ରାଜନୀତିକୁ ସହଜରେ ଗ୍ରହଣ କରିପାରି ନ ଥିଲେ। ରାଜନେତାଙ୍କ ସହ ଖାପଖାଇ ଚାଲିବା ତାଙ୍କ ପକ୍ଷେ ସମ୍ଭବ ହେଲାନି। ତେଣୁ ପରବର୍ତ୍ତୀ ସମୟରେ ସ୍ବତଃପ୍ରବୃତ୍ତଭାବେ ଭାଜପା ଛାଡ଼ିବା ସହ ରାଜନୀତିରୁ ସନ୍ନ୍ୟାସ ନେଇଥିଲେ।
ନାଟକର ହେଡ୍‌ମାଷ୍ଟର୍‌
ଚଳଚ୍ଚିତ୍ର ଅପେକ୍ଷା ମଞ୍ଚ ଅଭିନୟକୁ ଅଧିକ ପସନ୍ଦ କରୁଥିଲେ ଅଜିତ। ଓଡ଼ିଆ କଥା ସାହିତ୍ୟର ଅନେକ ଗଳ୍ପ, ଉପନ୍ୟାସକୁ ସେ ନାଟକରେ ରୂପାନ୍ତରିତ କରିଥିଲେ। ‘ରେବତୀ’, ‘ମାମୁଁ’, ‘ଲଚ୍ଛମା’, ‘ବୁଢାଶଙ୍ଖାରୀ’ ଭଳି ବହୁ ନାଟକ ତାଙ୍କ ନିର୍ଦ୍ଦେଶନାରେ ମଞ୍ଚସ୍ଥ ହୋଇଥିଲା। ନାଟକର ସଙ୍ଗୀତ ମଧ୍ୟ ସେ ନିଜେ ଲେଖୁଥିଲେ, ଯାହାକି ତାଙ୍କ ନାଟକର ବିଶେଷତ୍ୱ ଥିଲା। ଖୁବ୍‌ କମ୍‌ ନାଟକରେ ସେ ଅଭିନୟ କରିଥିଲେ ମଧ୍ୟ ତାଙ୍କ ନିର୍ଦ୍ଦେଶିତ ବହୁ ନାଟକ ରହିଛି। ଏନ୍‌ଏସ୍‌ଡିରୁ ମଞ୍ଚସଜ୍ଜା ଓ ମଞ୍ଚ ପରିଚାଳନାରେ ପାଠ ପଢିଥିବା ଅଜିତ ନାଟକ କରିବାରେ ଏତେ ମାହିର ଥିଲେ ଯେ ଲୋକେ ତାଙ୍କୁ ହେଡ୍‌ମାଷ୍ଟର ବୋଲି ଡାକୁଥିଲେ। କେହିକେହି ତାଙ୍କୁ ଚାଣକ୍ୟ ବୋଲି ମଧ୍ୟ ଡାକନ୍ତି।
ବହୁ ଶିଷ୍ୟ ସୃଷ୍ଟି କରିଥିଲେ
ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଅଧ୍ୟାପନା ସମୟରେ ବହୁ କଳାକାର ସୃଷ୍ଟି କରିଥିଲେ ଅଜିତ। ସେମାନଙ୍କୁ ଏନ୍‌ଏସ୍‌ଡିଶୈଳୀରେ ଶିକ୍ଷା ଓ ତାଲିମ୍‌ ଦେଉଥିଲେ। ସେହି ସମୟରେ ବିଜୟ ମହାନ୍ତି ମଧ୍ୟ ସଙ୍ଗୀତ ମହାବିଦ୍ୟାଳୟରେ ତାଙ୍କର ସହକର୍ମୀ ଥିଲେ। ଉଭୟଙ୍କ ପ୍ରଚେଷ୍ଟାରେ ସଙ୍ଗୀତ ମହାବିଦ୍ୟାଳୟ ଦ୍ୱାରା ସୃଷ୍ଟିହୋଇଥିଲେ ବହୁଦମ୍‌ଦାର୍‌ ଓ ନାମକରା କଳାକାର। ଏମାନଙ୍କ ଭିତରେ ଥିଲେ ଅଶ୍ରୁମୋଚନ ମହାନ୍ତି, ଚୌଧୁରୀବିକାଶ ଦାସ, ପୀତବାସ, ମୀନକେତନ, ରାଇମୋହନ, ହର ପଟ୍ଟନାୟକ, ହରି ମହାପାତ୍ର ପ୍ରମୁଖ। ସେହିଭଳି ସୁବୋଧ ପଟ୍ଟନାୟକ, ମନୋଜ ପଟ୍ଟନାୟକ, ଧୀର ମଲ୍ଲିକ, ଅବିନାଶ ଦଣ୍ଡପାଟଙ୍କ ଭଳି ନାଟ୍ୟ ନିର୍ଦ୍ଦେଶକମାନେ ସେଠାରୁ ବାହାରିଥିଲେ।
ବାପାଙ୍କ ବରବାଦ ଖାତାରେ ଅଜିତ
ଏକ ସାକ୍ଷାତକାରରେ ଅଜିତ ତାଙ୍କ ବାପାଙ୍କ ବରବାଦ ଖାତା ସମ୍ପର୍କରେ କହିଥିଲେ। ଏହିଖାତାରେ ଅଜିତଙ୍କ ବାପା ନିଜେ ହରାଇଥିବା ସାମଗ୍ରୀର ତାଲିକା ରଖୁଥିଲେ। ତେବେ ଏନ୍‌ଏସ୍‌ଡି ଓ ଅଭିନୟକୁ ବାଛିବା ପରେ ଅଜିତଙ୍କ ବାପା ସେହି ବରବାଦ ଖାତାରେ ଅଜିତଙ୍କ ନାମ ଲେଖିଥିଲେ। ଏହାର କିଛିବର୍ଷ ପରେ ଅଜିତ ମାଡ୍ରାସରେ ଏକ ଫିଲ୍ମ ଶୁଟିଂ କରିବା ପରେ ପାରିଶ୍ରମିକ ବାବଦରେ ୫ ହଜାର ଟଙ୍କା ପାଇଥିଲେ। ୧୯୭୦ରେ ୫ ହଜାର ଟଙ୍କା ବହୁତ ବଡ଼ ଥିଲା। ଅଜିତ ସେହିଟଙ୍କାକୁ ବାପାଙ୍କୁ ଦେଇଥିଲେ। ଏତେଟଙ୍କା ଦେଖି ବାପାଙ୍କର ବିଶ୍ୱାସ ହୋଇ ନ ଥିଲା। ବାପାଙ୍କୁ ବରବାଦ ଖାତାରୁ ନିଜ ନାମ କାଟିବାକୁ କହିଥିଲେ। ବାପା ହସିହସି ଖାତାରେ ଅଜିତଙ୍କ ନାମ ପାଖରେ ନିଜେ ଭୁଲ୍‌ କରିଥିବା ଉଲ୍ଲେଖ କରିଥିଲେ।

– ରିପୋର୍ଟ: ସସ୍ମିତା ପାକଇରାୟ, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ନବୀନ ପଟ୍ଟନାୟକଙ୍କୁ ନେଇ ଏମିତି କହିଦେଲେ ମନମୋହନ: ଆମ ଦ୍ୱାର ସବୁବେଳେ ଖୋଲା…

ଭୁବନେଶ୍ୱର,୭।୪: ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପଞ୍ଚାୟତରାଜ ନିର୍ବାଚନ ପୂର୍ବରୁ ବିଭିନ୍ନ ଜିଲା ଗସ୍ତ କରିବେ ବୋଲି ଜଣାପଡ଼ିଛି। ନବୀନଙ୍କ ଜିଲା…

ହୃଦୟ ବିଦାରକ… ପ୍ରେମିକ ସହିତ ଧରାପଡ଼ିଲେ ସ୍ତ୍ରୀ, ପୋଲିସ ଉପସ୍ଥିତିରେ ଗଳା କାଟି ହତ୍ୟା କଲେ ସ୍ବାମୀ

ହାଇଦ୍ରାବାଦ,୭।୪: ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲାର ଜାହିରାବାଦରୁ ଏକ ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି । ଜଣେ ସ୍ୱାମୀ ପୋଲିସ ଉପସ୍ଥିତିରେ ଚଳନ୍ତା ଗାଡ଼ି ଭିତରେ ତାଙ୍କ…

୩୬ ଲକ୍ଷ ଟଙ୍କା ଦରମା ପ୍ୟାକେଜ୍‌ ଛାଡ଼ି ହୋଇଥିଲେ ବାବା: ଏବେ ବିବାହ କରି ଚର୍ଚ୍ଚାରେ ଅଭୟ ସିଂ, ଆଗକୁ କରିବେ…

ଧର୍ମଶାଳା,୭।୪: ଆଇଆଇଟି ବାବା ଓରଫ ଅଭୟ ସିଂ, ୨୦୨୫ର ପ୍ରୟାଗରାଜ ମହାକୁମ୍ଭ ସମୟରେ ତାଙ୍କର ଅନନ୍ୟ ଆଧ୍ୟାତ୍ମିକ ଯାତ୍ରା ପାଇଁ ରାତାରାତି ପ୍ରସିଦ୍ଧି ହାସଲ କରିଥିଲେ। ଏବେ…

ଯୁଦ୍ଧ ଭିତରେ ଆମେରିକାରେ ରାଷ୍ଟ୍ରପତି ପଦ ଛାଡିବେ ଟ୍ରମ୍ପ? ନିଜେ କହିଦେଲେ…

ଓ଼୍ବାଶିଂଟନ,୭।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଠାରୁ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଆସିଛି। ସେ ଦାବି କରିଛନ୍ତି ଯେ ସେ…

ଇରାନ ଯୁଦ୍ଧ ମଧ୍ୟରେ ବଡ଼ ଘୋଷଣା କଲେ ପାକ୍‌ ପ୍ରଧାନମନ୍ତ୍ରୀ, ଲୋକେ ଛାନିଆ!

ଇସଲାମାବାଦ,୭।୪: ଇରାନ ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇବା ପରଠାରୁ, ଦକ୍ଷିଣ ଏସୀୟ ଏବଂ ୟୁରୋପୀୟ ଦେଶଗୁଡ଼ିକ ପେଟ୍ରୋଲ, ଡିଜେଲ ଏବଂ ଏଲପିଜିର…

ତାଣ୍ଡବ ରଚିଲା କାଳବୈଶାଖୀ: ଉଡିଲା ଘର ଛପର, ଭାଙ୍ଗିଲା ବଡ଼ ବଡ଼ ଗଛ

ତୁମୁଡିବନ୍ଧ,୭।୪ (ଦୀପକ କୁମାର ପରାସେଠା): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କୁର୍ତମଗଡ ପଞ୍ଚାୟତ ଅଞ୍ଚଳରେ କାଳବୈଶାଖୀ ତାଣ୍ଡବ ରଚାଇଥିବାର ଗତକାଲି ଦେଖିବାକୁ ମିଳିଛି l ସୂଚନା ଅନୁସାରେ…

UAE ଟଙ୍କା ମାଗିବାରୁ ବିଳିବିଳେଇଲା ପାକିସ୍ତାନ, ଭାରତର ନାଁ ନେଇ କହିଲା…

ଇସଲାମବାଦ,୭।୪: ପାକିସ୍ତାନର ଆର୍ଥିକ ପରିସ୍ଥିତି ପୂର୍ୱରୁ ଜୀବନ ସମର୍ଥନ ଉପରେ ଅଛି, ତଥାପି ଏହାର ଅହଂକାର ହ୍ରାସ ପାଇବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ଇସଲାମାବାଦ ଏବେ ସଂଯୁକ୍ତ…

ନୂତନ ପ୍ରାଥମିକ କୃଷି ସମବାୟ ସମିତିର ଭିତ୍ତିପ୍ରସ୍ତର ସ୍ଥାପନ: ଅଞ୍ଚଳର ଚାଷୀମାନଙ୍କୁ ମିଳିବ ଏସବୁ ସୁବିଧା

ଲୋଇସିଂହା,୭।୪(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବୁଢୀପଦରଠାରେ ନୂତନ ପ୍ରାଥମିକ କୃଷି ସମବାୟ ସମିତି ଲିମିଟେଡର ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଉତ୍ସାହ ଓ ଆନନ୍ଦର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri